Posted inଫୁରସତ

ମହାକାଶ ଛୁଇଁବ ହଲିଉଡ୍‌

ମହାକାଶ, ଗ୍ରହ, ଗ୍ରହାଣୁ, ଏଲିଏନ୍‌କୁ ନେଇ ହଲିଉଡ୍‌ରେ ଶୁଟିଂ ହୋଇସାରିଛି ଅନେକ ସିନେମା। ହେଲେ ମହାକାଶରେ ଏବେ ନିର୍ମାଣ ହେବ ଚଳଚ୍ଚିତ୍ର। ଏ ଦିଗରେ ଆମେରିକୀୟ ମହାକାଶ ଗବେଷଣା କେନ୍ଦ୍ର (ନାସା) ପାଦେ ଆଗରେ ଥିବାବେଳେ ଏଥିରେ ନିଜ ନାମକୁ ଯୋଡ଼ିବାକୁ ଉଦ୍ୟମ ଆରମ୍ଭ କରିଛି ପୃଥିବୀର ଅନ୍ୟତମ କ୍ଷମତାଶାଳୀ ରାଷ୍ଟ୍ର ରୁଷିଆ। ଏଥିଲାଗି ଅଭିନେତ୍ରୀଙ୍କ ଯୋଗ୍ୟତା ସୂଚୀ ସାର୍ବଜନୀନ କରାଯାଇଛି।

ମସ୍କୋ: ମହାଶୂନ୍ୟରେ ଅନେକ ସମ୍ଭାବନା। ଭବିଷ୍ୟତରେ ମହାକାଶ ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହାର ହେବ, ଯାହାର ପ୍ରକ୍ରିୟା ଆରମ୍ଭ ହୋଇସାରିଲାଣି। ଆମେରିକୀୟ ମହାକାଶ ଗବେଷଣା କେନ୍ଦ୍ର (ନାସା) ଏବଂ ନିଜ ଦେଶର ଚଳଚ୍ଚିତ୍ର ଉଦ୍ୟୋଗକୁ ମହାକାଶରେ ପହଞ୍ଚାଇବାକୁ ଜୋରସୋରରେ ଉଦ୍ୟମ ଚଳାଇଛି। ହଲିଉଡ୍‌ ସୁପରଷ୍ଟାର ଟମ୍‌ କ୍ରୁଜ୍‌ଙ୍କୁ ମହାକାଶରେ ଫିଲ୍ମ ଶୁଟିଂ ପାଇଁ ଅନୁମତି ମିଳିସାରିଛି। ଏବେ ରୁଷିଆ ମଧ୍ୟ ଏ ଦିଗରେ ଦୀର୍ଘଦିନରୁ କାମ ଆରମ୍ଭ କରିସାରିଥିବାବେଳେ ଏବେ ଏଥିରେ ଭାଗ୍ୟ ପରୀକ୍ଷା କରିବାକୁ ଯାଉଛି ରୁଷିଆ, ଯଦି ଏହା ସଫଳ ହୁଏ ତେବେ ଅଭିନେତା କ୍ରୁଜ୍‌ଙ୍କୁ ପ୍ରତିଦ୍ୱନ୍ଦ୍ୱୀ ମିଳିବ ବୋଲି ଚର୍ଚ୍ଚା ଜୋର୍‌ ଧରିଛି।
ରୁଷିଆର ସବୁଠାରୁ ବଡ଼ ଚ୍ୟାନେଲ ‘ଚ୍ୟାନେଲ ବନ୍‌’ ମହାକାଶରେ ସିନେମା ନିର୍ମାଣ କରିବା ଲାଗି ବିଧିବଦ୍ଧ ଭାବେ ଘୋଷଣା କରିଛି। ଚ୍ୟାନେଲ ପକ୍ଷରୁ ଏ ଦିଗରେ କାମ ମଧ୍ୟ ଆରମ୍ଭ ହୋଇସାରିଛି। ଫିଲ୍ମର ଅଭିନେତ୍ରୀ ଚୟନ ଲାଗି ମାନଦଣ୍ଡ ଜାରି କରାଯାଇଛି। କାରଣ ସାଧାରଣ ଫିଲ୍ମ ଅପେକ୍ଷା ମହାକାଶରେ ଫିଲ୍ମ ଶୁଟିଂ ଆହ୍ବାନପୂର୍ଣ୍ଣ। ଏଥିଲାଗି ଟିମ୍‌ ସଦସ୍ୟଙ୍କୁ ସ୍ବତନ୍ତ୍ର ତାଲିମ ନେବାକୁ ପଡ଼ିବ। ତେଣୁ ଯୋଗ୍ୟତା ତଦନୁଯାୟୀ ଧାର୍ଯ୍ୟ କରାଯିବ। ଏଥିରେ ଉତ୍ତୀର୍ଣ୍ଣ ହେବା ପରେ ଆବଶ୍ୟକ ପ୍ରଶିକ୍ଷଣ ଆରମ୍ଭ ହେବ।
ଏଥିଲାଗି ସମ୍ପୃକ୍ତ ଚ୍ୟାନେଲ ଏକ ଓ୍ବେବ୍‌ସାଇଟ୍‌ ମାଧ୍ୟମରେ ଆଶାୟୀଙ୍କୁ ଆବେଦନ ପାଇଁ ଆହ୍ବାନ କରିଛି। ସିନେମାରେ ଅଭିନୟ କରିବାକୁ ଇଚ୍ଛୁକ ଥିବା ଅଭିନେତ୍ରୀ ରୁଷୀୟ ନାଗରିକ ହୋଇଥିବେ। ବୟସ ୨୫ରୁ ୪୫ ବର୍ଷ ଏବଂ ଉଚ୍ଚତା ୧୫୦ରୁ ୧୮୦ ସେଣ୍ଟିମିଟର ହୋଇଥିବ। ଶରୀରର ଓଜନ ୫୦ରୁ ୭୫ କିଲୋଗ୍ରାମ ମଧ୍ୟରେ ଥିବ। ଛାତିର ଚଉଢ଼ା ୧୧୨ ସେମି ଅନିବାର୍ଯ୍ୟ କରାଯାଇଛି। ଏଥିସହ ଆଶାୟୀଙ୍କ କୌଣସି ଆପରାଧିକ ରେକର୍ଡ ନ ଥିବା ଜରୁରୀ ବୋଲି ମାନଦଣ୍ଡ ସ୍ଥିର କରାଯାଇଛି।
ଫିଲ୍ମର ନାମ ‘ଚ୍ୟାଲେଞ୍ଜ’ ରଖାଯାଇଛି। ରୋସକୋସମୋସ୍‌, ଚ୍ୟାନେଲ ବନ୍‌ ଓ ୟେଲୋ, ବ୍ଲାକ୍‌ ଆଣ୍ଡ ହ୍ବାଇଟ୍‌ ଷ୍ଟୁଡିଓ ମିଳିତ ଭାବେ ଏହି ସିନେମା ନିର୍ମାଣ କରୁଛନ୍ତି। ୨୦୨୧ରେ ଅନ୍ତର୍ଜାତୀୟ ସ୍ପେସ୍‌ ଷ୍ଟେଶନ (ଆଇଏସ୍‌ଏସ୍‌)ରେ ଏହାର ଶୁଟିଂ ଆରମ୍ଭ ହେବ। ମେଡିକାଲ ରିପୋର୍ଟରୁ ସବୁଜ ସଙ୍କେତ ମିଳିବା ପରେ ୨ ମହିଳାଙ୍କୁ ୩ ମାସ ପ୍ରଶିକ୍ଷଣ ଦିଆଯିବ। ତନ୍ମଧ୍ୟରୁ ଜଣେ ମୁଖ୍ୟ ନାୟିକା ଏବଂ ଅନ୍ୟ ଜଣେ ପାର୍ଶ୍ୱ ନାୟିକା ଭାବେ ଅଭିନୟ କରିବେ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri