ହୋଲି: କେଉଁଠି କେମିତି

ରଙ୍ଗର ପର୍ବ ହୋଲି। ଦେଶର ବିଭିନ୍ନ ସ୍ଥାନରେ ଏହି ପବିତ୍ର ଉତ୍ସବକୁ ମହା ଆନନ୍ଦର ସହକାରେ ପାଳନ କରାଯାଇଥାଏ। ଏଠାରେ ସେମିତି କେତେକ ଖାସ୍‌ ସ୍ଥାନ ସମ୍ପର୍କରେ ଉଲ୍ଲେଖ କରାଗଲା, ଯେଉଁଠାରେ ହୋଲିର କିଛି ଭିନ୍ନ ଛାପ ଦେଖିବାକୁ ମିଳିଥାଏ…

ମଥୁରା ଓ ବୃନ୍ଦାବନର ହୋଲି: ମଥୁରା (ପ୍ରଭୁ କୃଷ୍ଣଙ୍କ ଜନ୍ମସ୍ଥାନ) ଓ ବୃନ୍ଦାବନ (ଯେଉଁଠି କୃଷ୍ଣଙ୍କର ବାଲ୍ୟଜୀବନ କଟିଥିଲା)ରେ ହୋଲିକୁ ସମ୍ପୂର୍ଣ୍ଣ ପାରମ୍ପରିକ ଢଙ୍ଗରେ ପାଳନ କରାଯାଇଥାଏ। ଏହି ଅବସରରେ ଏଠାରେ ଫଗୁ ଖେଳଠାରୁ ଆରମ୍ଭ କରି ରାଧାକୃଷ୍ଣଙ୍କ ନାମ ଉଚ୍ଚାରଣ ଏବଂ ନଗର ପରିକ୍ରମା ଅନୁଷ୍ଠିତ ହୋଇଥାଏ। ସେହିପରି ଶ୍ରୀକୃଷ୍ଣଙ୍କ ଜୀବନୀ ଉପରେ ଆଧାରିତ ସ୍ଥାନୀୟ ପିଲାମାନଙ୍କ ଦ୍ୱାରା ପରିବେଷଣ କରାଯାଉଥିବା ନାଟକ ଏଠାକାର ଅନ୍ୟତମ ହୋଲି ଆକର୍ଷଣ ହୋଇଥାଏ।

ବରସାନାର ହୋଲି: ଉତ୍ତରପ୍ରଦେଶର ମଥୁରା ନିକଟରେ ବରସାନା(ରାଧାରାଣୀଙ୍କ ଜନ୍ମସ୍ଥାନ) ନାମରେ ଏକ ସ୍ଥାନ ଅଛି; ଯେଉଁଠାରେ ପ୍ରତିବର୍ଷ ହୋଲି ଅବସରରେ ନନ୍ଦଗାଓଁର ଗୋପ ଯୁବକ ବରସାନାର ଗୋପୀମାନଙ୍କୁ ରଙ୍ଗ ଲଗାଇବା ପାଇଁ ଆସିଥାନ୍ତି। କିନ୍ତୁ ଗୋପ ଯୁବକଙ୍କୁ ଦେଖିବା ପରେ ଗୋପୀମାନେ ହାତରେ ବାଡି ଧରି ସେମାନଙ୍କୁ ଘଉଡାଇବାକୁ ଚେଷ୍ଟା କରିଥାନ୍ତି। ହେଲେ ସେହି ଯୁବକମାନେ ବିଭିନ୍ନ ପ୍ରକାର ଗୀତ ଗାଇ ସେମାନଙ୍କୁ ବୁଝାଇବା ପାଇଁ ଚେଷ୍ଟା କରିଥାନ୍ତି। କିନ୍ତୁ ସେଥିରେ ବି ଗୋପୀମାନଙ୍କର ରାଗ ଶାନ୍ତ ହୁଏ ନାହିଁ। ସେମାନେ ସମସ୍ତେ ଏକତ୍ର ହୋଇ ଗୋପ ଯୁବକଙ୍କୁ ପିଟିବା ପାଇଁ ବାଡି ଧରି ମାଡିଆସନ୍ତି। ତା’ପରେ ଯୁବକମାନେ ଢାଲ ଧରି ନିଜକୁ ରକ୍ଷା କରିବାକୁ ଚେଷ୍ଟା କରିଥାନ୍ତି, ଯାହା ଦେଖିବା ପାଇଁ ଖୁବ୍‌ କୌତୁକିଆ ଲାଗିଥାଏ। ଏହି ଖେଳକୁ ସ୍ଥାନୀୟ ଲୋକେ ଲଠ୍‌ମାର୍‌ ହୋଲି କହିଥାନ୍ତି। ଏଥିରେ କୌଣସି ପ୍ରକାରର ରାଗ, ହିଂସା ନ ଥାଏ ବରଂ ଏହା ସେଠାକାର ଏକ ପରମ୍ପରା ଭାବେ ପ୍ରତିବର୍ଷ ପାଳିତ ହୋଇଆସୁଛି।

ଶାନ୍ତିନିକେତନର ହୋଲି: ପଶ୍ଚିମବଙ୍ଗସ୍ଥିତ ଶାନ୍ତିନିକେତନରେ ହୋଲି ପର୍ବକୁ ବସନ୍ତ ଉତ୍ସବ ଭାବେ ପାଳନ କରାଯାଇଥାଏ। ସୂଚନାନୁଯାୟୀ, ଲୋକପ୍ରିୟ କବି ରବୀନ୍ଦ୍ରନାଥ ଟାଗୋର ଶାନ୍ତିନିକେତନରେ ଏହି ଉତ୍ସବ ପ୍ରଥମେ ଆରମ୍ଭ କରିଥିଲେ। ସେବେଠାରୁ ପ୍ରତିବର୍ଷ ଏହି ଉତ୍ସବ ଏଠାରେ ଖୁବ୍‌ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ହୋଲି ଖେଳ ସାଙ୍ଗକୁ ଗୀତ ଓ ନାଚର ଆସର ଏଠାକାର ପରିବେଶକୁ ବେଶ୍‌ ରଙ୍ଗିନ୍‌ କରିଦିଏ।

ପୁରୁଲିଆର ହୋଲି: ଶାନ୍ତିନିକେତନ ପରି ପଶ୍ଚିମବଙ୍ଗସ୍ଥିତ ପୁରୁଲିଆର ସାଂସ୍କୃତିକ ଐତିହ୍ୟ ମଧ୍ୟ ଖୁବ୍‌ ସମୃଦ୍ଧ। କୁହାଯାଏ, ଏଠାରେ କୁଆଡ଼େ ବଙ୍ଗଳା, ଝାଡ଼ଖଣ୍ଡ ଏବଂ ଓଡ଼ିଶାର ମିଶ୍ରିତ ସଂସ୍କୃତିର ଝଲକ ଦେଖିବାକୁ ମିଳେ। ଏଠାରେ ପାଳିତ ହେଉଥିବା ପ୍ରତିଟି ପର୍ବ ସମୟରେ ପାରମ୍ପରିକ ନୃତ୍ୟକଳା ପରିବେଷଣ କରିବା ଏଠାକାର ଏକ ସ୍ବତନ୍ତ୍ରତା। ଖାସ୍‌ କରି ହୋଲି ସମୟରେ ଏଠାରେ ବସନ୍ତ ଉତ୍ସବ ପାଳିତ ହେଉଥିବାର ସୂଚନା ରହିଛି। ଏହି ଅବସରରେ ସ୍ଥାନୀୟ ବାସିନ୍ଦା ରଙ୍ଗବେରଙ୍ଗର ଅବିର ସାଥେ ହୋଲି ଖେଳିବା ସହିତ ବିଭିନ୍ନ ପ୍ରକାର ଲୋକକଳା ପରିବେଷଣ କରିବାକୁ ବେଶ୍‌ ଉତ୍ସାହିତ ଥା’ନ୍ତି। ଏହି ଲୋକକଳା ମଧ୍ୟରେ ଛଉନୃତ୍ୟ, ଝୁମର, ଟୁସୁ ଇତ୍ୟାଦି ଅନ୍ୟତମ। ରଙ୍ଗ ଖେଳିବା ସଙ୍ଗେସଙ୍ଗେ ପାରମ୍ପରିକ ଲୋକକଳାକୁ ନିକଟରୁ ଦେଖିବା ଓ ଜାଣିବାର ସୁଯୋଗ ଥିବାରୁ ହୋଲି ଖେଳିବା ପାଇଁ ଦେଶ ବିଦେଶରୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ପୁରୁଲିଆ ଆସିବା ପାଇଁ ଇଚ୍ଛା କରିଥା’ନ୍ତି।

ଉଦୟପୁରର ହୋଲି: ରାଜସ୍ଥାନର ଉଦୟପୁରରେ ହୋଲି ଅବସରରେ ହୋଲିକା ଦହନ ପାଳନ କରାଯାଇଥାଏ। ଏହାକୁ ମୁଖ୍ୟତଃ ମଓ୍ବୋଡ୍‌ ରାଜ ପରିବାରର ବଂଶଧରମାନେ ପାଳନ କରିଥାନ୍ତି। ହୋଲିକା ଦହନ ପାଇଁ ଯିବା ପୂର୍ବରୁ ରାଜ ପରିବାରର ପ୍ରତ୍ୟେକ ସଦସ୍ୟ ପାରମ୍ପରିକ ପୋଷାକ ପିନ୍ଧିଥାନ୍ତି। ସେମାନଙ୍କ ସହିତ ସୁସଜ୍ଜିତ ଘୋଡ଼ା ଏବଂ ରୟାଲ୍‌ ବ୍ୟାଣ୍ଡ ମଧ୍ୟ ଶୋଭାଯାତ୍ରାରେ ଯାଇଥାଏ; ଯାହା ଏଠାକାର ଏକ ମୁଖ୍ୟ ହୋଲି ଆକର୍ଷଣ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ୟୁଟ୍ୟୁବ ଦେଖି ଅପରେଶନ କଲେ କ୍ଲିନିକ୍ ମାଲିକ ଓ ଭଣଜା, ମହିଳା ମୃତ

ନୂଆଦିଲ୍ଲୀ,୧୦।୧୨: ଉତ୍ତର ପ୍ରଦେଶର ବାରାବାଙ୍କିରେ ଏକ ଅବୈଧ କ୍ଲିନିକ୍‌ର ମାଲିକ ଏବଂ ତାଙ୍କ ଭଣଜା ୟୁଟ୍ୟୁବ୍ ଭିଡିଓ ଦେଖି ଜଣେ ମହିଳାଙ୍କର ଅସ୍ତ୍ରୋପଚାର କରିବା ପରେ...

୫୨ ବର୍ଷରେ ବି ଚମକୁଛନ୍ତି ଐଶ୍ୱର୍ଯ୍ୟା ରାୟ ବଚ୍ଚନ

ମୁମ୍ବାଇ: ଐଶ୍ୱର୍ଯ୍ୟା ରାୟ ବଚ୍ଚନ ବଲିଉଡ୍‌ର ଜଣେ ପ୍ରତିଭାବାନ ତଥା ଗ୍ଲାମରସ ଅଭିନେତ୍ରୀ। ଯିଏ ତାଙ୍କ ସୌନ୍ଦର୍ଯ୍ୟ ସହିତ ଇଣ୍ଡଷ୍ଟ୍ରିରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ...

ମାଓବାଦୀଙ୍କ ଯୋଜନା ପଣ୍ଡ: ବିଏସଏଫ ପକ୍ଷରୁ କୋମ୍ବିଂ ଅପରେଶନ ବେଳେ ବିପୁଳ ମାଓ ସାମଗ୍ରୀ ଜବତ

ବାଲିଗୁଡା,୧୦।୧୨:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ସ୍ଥିତ ୧୩୬ ବିଏସଏଫ ଯବାନମାନେ କୋମ୍ବିଂ ଅପରେଶନ କରୁଥିବା ବେଳେ ଏକ ବଡ଼ଧରଣର ମାଓ ହମଲା ଉଦ୍ୟମକୁ...

ପ୍ରଶାସନର ଦାଦନ ମୁକ୍ତ ନେଇ…

ନୂଆପଡ଼ା,୧୦ା୧୨ (ମକାରୁ ବେମାଲ): ବଲାଙ୍ଗୀର ଜିଲା ତୁରେକେଲା ଥାନା ମହୁଲବାହାଳି ରେଳଲାଇନ୍‌ରୁ ସୋମବାର ନୂଆପଡ଼ା ଜିଲା ଲଖନା ଗାଁର ଦାଦନ ଶ୍ରମିକ ବାଞ୍ଛାନିଧି କୈବର୍ତ୍ତଙ୍କ ମୃତଦେହ...

କଂଗ୍ରେସ ହାଇକମାଣ୍ଡଙ୍କ କାର୍ଯ୍ୟକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଲେ ମୋକିମ, କହିଲେ ୩ ବର୍ଷ ଅପେକ୍ଷା କରି ରାହୁଲଙ୍କୁ…

ଭୁବନେଶ୍ୱର,୧୦।୧୨: କଂଗ୍ରେସ ହାଇକମାଣ୍ଡଙ୍କ କାର୍ଯ୍ୟକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ମହମ୍ମଦ ମୋକିମ। ମୋକିମ କହିଛନ୍ତି, କଂଗ୍ରେସକୁ ମଜଭୂତ ପାଇଁ କେନ୍ଦ୍ରୀୟ ନେତୃତ୍ୱ କାର୍ଯ୍ୟ କରୁ...

ଅଧ୍ୟାପିକାଙ୍କୁ ଅଧ୍ୟକ୍ଷଙ୍କ ପ୍ରେମ ନିବେଦନ: ମେସେଜ୍‌ କରି କହିଲେ ଯଦି ତୁମେ…

ବୋଲଗଡ଼,୧୦ା୧୨(ଦେବବ୍ରତ ହୋତା): ଖୋର୍ଦ୍ଧା ଜିଲା ବୋଲଗଡ଼ସ୍ଥିତ ପରମାନନ୍ଦ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ଦାସ ଜଣେ ନବନିଯୁକ୍ତ ଅଧ୍ୟାପିକାଙ୍କ ମୋବାଇଲ ନମ୍ବରକୁ ମେସେଜରେ ପ୍ରେମ ନିବେଦନ...

ହାତୀ ଆକ୍ରମଣରେ ଚାଲିଗଲା ବୃଦ୍ଧଙ୍କ ଜୀବନ

ଝାରସୁଗୁଡା, ୧୦।୧୨(ଆଶିଷ ରଞ୍ଜନ ଦାଶ ): ଝାରସୁଗୁଡା ଜିଲା ବାଗଡ଼ିହି ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଜି ପାନପାଲି ଗ୍ରାମ ପଞ୍ଚାୟତ ପିତାମାଲ ଗ୍ରାମର ହୀରା ବୁଡା...

୨୦୨୬ରେ ୧୨ମାସ ନୁହେଁ ପଡିବ ୧୩ମାସ, ଘଟିବ ଅଦ୍ଭୁତ ଜିନିଷ…

୨୦୨୬ ବର୍ଷ ଆରମ୍ଭ ହେବାକୁ ଆଉ ଅଧିକ ସମୟ ବାକି ନାହିଁ। ଆଗାମୀ ବର୍ଷ ବହୁତ ସ୍ବତନ୍ତ୍ର ହେବାକୁ ଯାଉଛି, କାରଣ ୨୦୨୬ ରେ ୧୨...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri