କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ହୋଲି ଭେଟି: ୭ମ ବେତନ କମିଶନରେ ବଢ଼ିବ ୪ ପ୍ରତିଶତ ମହଙ୍ଗା ଭତ୍ତା…

ନୂଆଦିଲ୍ଲୀ,୫।୨ : କେନ୍ଦ୍ର ସରକାରଙ୍କ ସରକାରୀ କର୍ମଚାରୀଙ୍କ ପାଇଁ ବହୁତ ଭଲ ଖବର ଆସିବାକୁ ଯାଉଛି। କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ହୋଲି ଭେଟି ଦେବାକୁ ଯାଉଛନ୍ତି। କେନ୍ଦ୍ର ସରକାର ଏକ କୋଟିରୁ ଅଧିକ ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ମହଙ୍ଗା ଭତ୍ତା ବୃଦ୍ଧି କରିବେ। ସରକାରଙ୍କ ଦ୍ୱାରା ୭ମ ବେତନ କମିଶନ ଅନ୍ତର୍ଗତ ମହଙ୍ଗା ଭତ୍ତା ବର୍ତ୍ତମାନର ୪ ପ୍ରତିଶତ ବୃଦ୍ଧି ହେବ। ଫଳରେ ଏହା ବର୍ତ୍ତମାନର ୩୮ ପ୍ରତିଶତରୁ ୪୨ ପ୍ରତିଶତକୁ ବୃଦ୍ଧି ପାଇବ।

ସୂଚନାଯୋଗ୍ୟ, ମହଙ୍ଗା ଭତ୍ତା ପ୍ରତିବର୍ଷ ଜାନୁୟାରୀ ପହିଲା ଏବଂ ଜୁଲାଇ ପହିଲାରେ ବୃଦ୍ଧି ପାଇଥାଏ।

Share