Posted inଭଦ୍ରକ

ଜାତୀୟ ରାଜପଥରେ ଗର୍ତ୍ତ

ଆରଡ଼ି, ୧୫ା୧୧ (ଡି.ଏନ.ଏ.) ଭଦ୍ରକ ଜିଲା ଆରଡ଼ି ଫାଣ୍ଡି ସମ୍ମୁଖ ୨୦ ନଂ. ଜାତୀୟ ରାଜପଥରେ ଥିବା ଏକ କଲଭର୍ଟ ଦବି ଯିବାରୁ ଏଠାରେ ଏକ ବିରାଟ ଗର୍ତ୍ତ ସୃଷ୍ଟି ହୋଇଛି। ଉକ୍ତ ଗର୍ତ୍ତ ଯୋଗୁ ଯାନବାହନ ଦୁର୍ଘଟଣା ଆଶଙ୍କା କରି ଫାଣ୍ଡି ପକ୍ଷରୁ ଏକ ସାଇନ ବୋର୍ଡ ରଖାଯାଇଛି। ଫଳରେ ରାସ୍ତାର ଗୋଟିଏ ପାର୍ଶ୍ୱ ବନ୍ଦ ହୋଇ ରହିଛି। ଅନ୍ୟ ଏକ ପାର୍ଶ୍ୱରେ ଗାଡ଼ି ଚଳାଚଳ କରୁଛି। ପ୍ରତ୍ୟେକ ସୋମବାର ବାବା ଆଖଣ୍ଡଳମଣିଙ୍କୁ ଦର୍ଶନ କରିବା ଲାଗି ହଜାର ହଜାର ଶ୍ରଦ୍ଧାଳୁ ଯାନ ନେଇ ଆରଡ଼ିକୁ ଆସୁଛନ୍ତି। ଗର୍ତ୍ତ ହୋଇଥିବା ସ୍ଥାନରେ ଟ୍ରାଫିକ ଜାମ୍‌ ପରିସ୍ଥିତି ସୃଷ୍ଟି ହେଉଛି। ଦୁଇମାସ ହେଲା ଗର୍ତ୍ତ ସୃଷ୍ଟି ହୋଇଥିବା ବେଳେ ବିଭାଗୀୟ ଅଧିକାରୀ ଚୁପ୍‌ ରହୁଥିବା ଅଭିଯୋଗ କରୁଛନ୍ତି ସ୍ଥାନୀୟ ଲୋକେ। ଏଠାରେ ଥିବା ନାଳକୁ ବନ୍ଦ କରି ଅସ୍ଥାୟୀ ଭାବେ ବାଇପାସ୍‌ ରାସ୍ତା ନିର୍ମାଣ କରି ଏକ ଛୋଟ ପୋଲ ଲାଗି ବିଭାଗୀୟ ଅଧିକାରୀଙ୍କ ନିକଟରେ ଦାବି ହୋଇଛି। ଦାବି ପୂରଣ କରା ନ ଗଲେ ଆଇନଶୃଙ୍ଖଳା ଭଳି ପରିସ୍ଥିତି ଉପୁଜିବ ବୋଲି ସ୍ଥାନୀୟ ଅଧିବାସୀ ମତବ୍ୟକ୍ତ କରିଛନ୍ତି। ଏ ସମ୍ପର୍କରେ ବିଭାଗ କନିଷ୍ଠ ଯନ୍ତ୍ରୀ ଶୁଭସ୍ମିତା ପାଣିଙ୍କୁ ପଚାରିବାରୁ ଗର୍ତ୍ତ ଦେଖିଲା ପରେ ତୁରନ୍ତ ମରାମତି କାମ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷକ ଅଭାବରୁ ତାତିଲେ ଲୋକେ, ସ୍କୁଲରେ ADEO-BEOଙ୍କୁ ପକାଇଲେ ତାଲା

ଭଦ୍ରକ,୨୪ା୮(ସନାତନ ରାଉତ): ଶିକ୍ଷକ ଅଭାବକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଛାତ୍ରୀଛତ୍ର । ଅତିରିକ୍ତ ଜିଲା ଶିକ୍ଷାଧିକାରୀ ଏବଂ ବ୍ଲକ ଶିକ୍ଷାଧିକାରୀଙ୍କୁ ସ୍କୁଲ ଭିତରେ ତାଲା ପକାଇଦେଇଛନ୍ତି ।…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ମୃତ୍ୟୁପରେ ରୋଗୀଙ୍କୁ ରେଫର କଲେ ଡାକ୍ତର: ତ୍ରୁଟିପୂର୍ଣ୍ଣ ଚିକିତ୍ସା ଅଭିଯୋଗ

ତିହିଡି଼,୨୨।୮(ସଞ୍ଜିତ ବଳ):ଭଦ୍ରକ ଜିଲା ତିହିଡି଼ ଥାନା ଭାଟପ ପଞ୍ଚାୟତ ଅଧୀନ ବଉଳପାଳ ଗ୍ରାମର ମାୟାଧର ତ୍ରିପାଠୀ (୬୫)ନାମକ ଜଣେ ବୃଦ୍ଧଙ୍କ ତ୍ରୁଟିପୂର୍ଣ୍ଣ ଚିକିତ୍ସା ପାଇଁ ମୃତ୍ୟୁ ଘଟିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri