ହକି ବିଶ୍ୱକପ ଟ୍ରଫିକୁ କୋରାପୁଟରେ ବିପୁଳ ସ୍ବାଗତ

କୋରାପୁଟ,୩୧ା୧୨(ସ୍ବ.ପ୍ର.): ଚଳିତବର୍ଷ ଓଡ଼ିଶା ବିଶ୍ୱକପ ହକି ଆୟୋଜନ କରୁଛି। ଏଥିପାଇଁ କ୍ରୀଡା ବିଭାଗ ପକ୍ଷରୁ ବିଶ୍ୱକପ ହକିର ଟ୍ରଫି ରାଜ୍ୟର ସମସ୍ତ ଜିଲା ପରିକ୍ରମା କରାଯାଉଛି। କୋରାପୁଟରେ ଏହି ଟ୍ରଫି ପହଞ୍ଚତ୍ବା ପରେ ଜିଲା ପ୍ରଶାସନ ପକ୍ଷରୁ ବିପୁଳ ସ୍ବାଗତ କରାଯାଇଛି। ଜିଲାର ଲକ୍ଷ୍ମୀପୁର ବ୍ଲକ ସୀମାରୁ ସ୍ବାଗତ କରାଯାଇ କଡା ସୁରକ୍ଷା ମଧ୍ୟରେ କୋରାପୁଟକୁ ଅଣାଯାଇଥିଲା ା ବାଟରେ ଲକ୍ଷ୍ମୀପୁର, କାକିରିଗୁମ୍ମା, ପଞ୍ଚଡା, ପୋଡାଗଡ ଆଦି ସ୍ଥାନରେ ଏହି ବିଶ୍ୱକପ ହକି ଟ୍ରଫିକୁ ସ୍ଥାନୀୟ ଜନସାଧାରଣ, କ୍ରୀଡାବିତ୍‌ମାନେ ସ୍ବାଗତ କରିଥିଲେ। କୋରାପୁଟ ସହରର ଲାଲବାହାଦୁର ପ୍ରତିମୂର୍ତ୍ତି ଛକ ନିକଟରେ ଏହା ପହଞ୍ଚତ୍ବା ପରେ ସେଠାରେ ଜିଲାପାଳ ଅବଦାଲ ଏମ. ଅଖତାର ପ୍ରଥମେ ସ୍ବାଗତ ଜଣାଇଥିଲେ। କୋରାପୁଟ ବିଧାୟକ ରଘୁରାମ ପଡାଲ, କୋଟପାଡ ବିଧାୟିକା ପଦ୍ମିନୀ ଦିଆନ, ପଟ୍ଟାଙ୍ଗୀ ବିଧାୟକ ପିତମ ପାଢୀ, ଅତିରିକ୍ତ ଜିଲାପାଳ ରାମେଶ୍ୱର ପ୍ରଧାନ, ପୌରାଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ, ନିର୍ବାହୀ ଅଧିକାରୀ ସ୍ବସ୍ତିକ ଜମାଦାର, ଏସ୍‌ପି ବରୁଣ ଗୁଣ୍ଟୁପାଲି, ପୋଲିସ ଆରଆଇ ସୁବାଷ ଚନ୍ଦ୍ର ନାୟକ, ଏସ୍‌ଡିପିଓ ମନୋଜ ପୂଜାରୀ, ଟାଉନ ଥାନା ଅଧିକାରୀ ଧୀରେନ ପଟ୍ଟନାୟକ, ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଚନ୍ଦ୍ର ଶେଖର ମାଝି, ପୂର୍ବତନ ବିଧାୟକ ପ୍ରଫୁଲ୍ଲ ପାଙ୍ଗି, ଜିଲା କ୍ରୀଡା ଅଧିକାରୀ ଜ୍ଞାନଜିତ ତ୍ରୀପାଠୀ ପ୍ରମୁଖ ଉପସ୍ଥିତ ଥିଲେ। ଟ୍ରଫିକୁ ଏକ ଶୋଭାଯାତ୍ରା ସହର ପରିକ୍ରମା କରାଯାଇଥିଲା। ଏହି ସମୟରେ ଢେମସା ନୃତ୍ୟ, ବାଦ୍ୟରେ ସହର କମ୍ପିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri