ହକି ବିଶ୍ୱକପ୍‌: ୩ କ୍ୱାଟର ସୁଦ୍ଧା ଭାରତ ଆଗୁଆ

ରାଉରକେଲା,୨୬।୧(ଡି.ଏନ୍‌.ଏ.): ରାଉରକେଲା ବିର୍ଶାମୁଣ୍ଡା ଷ୍ଟାଡିୟମ୍‌ରେ ଗୁରୁବାର ହକି ବିଶ୍ୱକପ୍‌ର ୪ଟି ମ୍ୟାଚ୍‌ ଖେଳାଯାଇଛି। ପ୍ରଥମ ମ୍ୟାଚ୍‌ ୧୧ଟା ୩୦ରେ ଦକ୍ଷିଣ ଆଫ୍ରିକା ଓ ମାଲେସିଆ ମଧ୍ୟରେ ଖେଳାଯାଇଥିଲା। ଏଥିରେ ଦକ୍ଷିଣ ଆଫ୍ରିକା ୬.୩ ଗୋଲ୍‌ରେ ବିଜୟ ହାସଲ କରିଛି। ତେବେ ଦ୍ୱିତୀୟ ମ୍ୟାଚ୍‌ ଦ୍ୱିପ୍ରହର ୨ଟାରେ ଫ୍ରାନ୍ସ ଓ ଓ୍ବେଲ୍ସ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ଓ୍ବେଲ୍ସ ୨.୧ରେ ଫ୍ରାନ୍ସକୁ ହାରାଇଥିଲା।
ସେହିପରି ତୃତୀୟ ମ୍ୟାଚ୍‌ଟି ୪ଟା ୩୦ରେ ଆର୍ଜେଣ୍ଟିନା ଓ ଚିଲି ମଧ୍ୟରେ ଖେଳାଯାଇଥିଲା ବେଳେ ଚିଲିକୁ ପଛରେ ପକାଇ ଆର୍ଜେଣ୍ଟିନା ବିଜୟ ହାସଲ କରିଛି। ଅନ୍ୟପକ୍ଷେ ସନ୍ଧ୍ୟା ୭ଟାରେ ଭାରତ ଓ ଜାପାନ ମଧ୍ୟରେ ମ୍ୟାଚ୍‌ ଚାଲିଥିବା ବେଳେ ୩ କ୍ୱାଟର ସୁଦ୍ଧା ୧ ଗୋଲ୍‌ କରି ଭାରତ ଆଗରେ ଅଛି।