Posted inଖେଳ

ହକି ବିଶ୍ୱକପ୍‌ରେ ଭାରତୀୟ ଟିମ୍‌କୁ ଚାମ୍ପିୟନ୍‌ କରିପାରନ୍ତି ଏହି ୫ ଖେଳାଳି…

ନୂଆଦିଲ୍ଲୀ,୧୧।୧: ହକି ବିଶ୍ୱକପ୍‌ ୨୦୨୩ ଆରମ୍ଭ ଜାନୁୟାରୀ ୧୩ ଶୁକ୍ରବାରଠାରୁ ହେବାକୁ ଯାଉଛି। ଚଳିତ ବର୍ଷ ଏହି ଟୁର୍ନାମେଣ୍ଟ ଭାରତରେ ଖେଳାଯାଉଛି। ଏଣୁ ଭାରତୀୟ ଟିମ୍‌ ପାଖରେ ସ୍ବଦେଶରେ ଦ୍ୱିତୀୟ ଟାଇଟଲ ଜିତିବାର ସୁବର୍ଣ୍ଣ ଅବସର ରହିବ। ଏହାପୂର୍ବରୁ ଭାରତ ୧୯୭୫ରେ ଏହି ଟାଇଟଲ ଜିତିଥିଲା।

ଚଳିତ ଥର ଭାରତୀୟ ଅଧିନାୟକ ହରମନପ୍ରିତ ସିଂହଙ୍କ ସମେତ ୫ ଏଭଳି ତାରକା ଖେଳାଳି ଅଛନ୍ତି, ଯେଉଁମାନେ ଦଳକୁ ଚାମ୍ପିୟନ କରିବାର କ୍ଷମତା ରଖିଛନ୍ତି। ଏହି ଖେଳାଳିଙ୍କ ମଧ୍ୟରେ ହରମନପ୍ରିତଙ୍କ ବ୍ୟତିତ ଆକାଶଦୀପ ସିଂହ, ମନପ୍ରିତ ସିଂହ, ମନଦୀପ ସିଂହ, ପିଆର୍‌ ଶ୍ରୀଜେଶ ଅଛନ୍ତି। ଆସନ୍ତୁ ଜାଣିବା ସେମାନଙ୍କ ବିଷୟରେ:-

हरमनप्रीत

ଭାରତୀୟ ଷ୍ଟାର ଡିଫେଣ୍ଡର ହରମନପ୍ରିତ ୨୦୧୮ରେ ମଧ୍ୟ ବିଶ୍ୱକପ୍‌ ଖେଳିଥିଲେ। ହେଲେ ଏଥର ତାଙ୍କ କାନ୍ଧରେ ଅଧିନାୟକତ୍ୱର ଦାୟିତ୍ୱ ରହିବ। ହକି କ୍ୟାରିୟରରେ ସେ ଏକ ଅଲିମ୍ପିକ କାଂସ୍ୟ ପଦକ, ଜୁନିୟର ବିଶ୍ୱକପ୍‌ ଏବଂ ଏସିଆ କପ୍‌ ଭଳି ଟାଇଟଲ ଜିତିଛନ୍ତି।

आकाशदीप

ଭାରତୀୟ ଟିମ୍‌ ପକ୍ଷରୁ ୨୦୦ରୁ ଅଧିକ ହକି ମ୍ୟାଚ୍‌ ଖେଳିଥିବା ଆକାଶଦୀପଙ୍କଠାରୁ ପ୍ରଶଂସକ ବହୁତ କିଛି ଆଶା କରିଛନ୍ତି। ୨୦୧୨ରେ ଡେବ୍ୟୁ କରିଥିବା ଆକାଶ ୮୦ରୁ ଅଧିକ ଗୋଲ କରିଛନ୍ତି। ତାଙ୍କୁ ଗୋଲ ମେଶିନ ମଧ୍ୟ କୁହାଯାଏ। ନିକଟରେ ଅଷ୍ଟ୍ରେଲିଆ ବିପକ୍ଷରେ ହାଟ୍ରିକ କରିଥିବା ଆକାଶଦୀପ ନିଜର ତୃତୀୟ ବିଶ୍ୱକପ୍‌ ଖେଳିବେ।

मनप्रीत

ମନପ୍ରିତ ଗତ ବିଶ୍ୱକପ୍‌ରେ ଅଧିନାୟକ ଥିଲେ। ହେଲେ ଏଥର ତାଙ୍କ ଉପରେ ଏହାର ଚାପ ରହିବ ନାହିଁ। ଏମିତିରେ ସେ ଆରାମରେ ଖେଳିପାରିବେ। ଅଧିନାୟକ ଭାବେ ସେ ଟୋକିଓ ଅଲିମ୍ପିକ୍‌ରେ କାଂସ୍ୟ ପଦକ ଜିତିଥିଲେ। ତାଙ୍କର ଅନୁଭବ ଏବଂ ଖେଳିବାର ଶୈଳୀ ଭାରତୀୟ ଟିମ୍‌କୁ ଗୋଲ୍‌ କରିବାରେ ସହାୟକ ହେବ ବୋଲି କୁହାଯାଉଛି।

मनदीप

ମନଦୀପ ଗତ ବର୍ଷ ୨୦୨୨ରେ ଦଳ ପାଇଁ ଦ୍ୱିତୀୟ ସର୍ବାଧିକ ୧୩ ଗୋଲ କରିଥିଲେ।ସେ ବିରୋଧୀ ଖେଳାଳିଙ୍କୁ ଚକମା ଦେବା ଏବଂ ପେନାଲ୍ଟି କର୍ନର ସୁଯୋଗ ଛଡ଼ାଇବାରେ ମାହିର ବୋଲି କୁହାଯାଏ। ଏଣୁ ତାଙ୍କ ଅନୁଭବ ବିଶ୍ୱକପ୍‌ରେ ବେଶ ମହତ୍ୱପୂର୍ଣ୍ଣ ରହିବ।

श्रीजेश

ଭାରତୀୟ ଟିମ୍‌ର ଷ୍ଟାର ଗୋଲକିପର ଶ୍ରୀଜେଶ ମଧ୍ୟ ନିଜର ସମ୍ପୂର୍ଣ୍ଣ ପ୍ରସ୍ତୁତି ଶେଷ କରିଛନ୍ତି। ପୁରୁଷ ପ୍ରୋ ଲିଗ୍‌ରେ ପ୍ରଦର୍ଶନ ପରେ ଶ୍ରୀଜେଶ ଆଲୋଚନାର ଶିକାର ହୋଇଥିଲେ। ହେଲେ ସେ ଅଷ୍ଟ୍ରେଲିଆ ବିପକ୍ଷରେ ଦମ୍‌ଦାର ପ୍ରଦର୍ଶନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷରେ ପ୍ରବଳ ଶୀତ: ୧୨ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୩୧ା୧୨ (ବନ୍ଦନା ସେଠୀ):ରାଜ୍ୟରେ ଏବେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ଘନ କୁହୁଡ଼ି ସହିତ ଶୀତ ଲହରି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। ଏଥିସହିତ...

ଭିକ୍ଟୋରିଆ ଯୁଗର ଜୋତା ମିଳିଲା

ଲଣ୍ଡନ: ସମ୍ପ୍ରତି ୱେଲ୍ସ କାଉଣ୍ଟିର ଏକ ଅଜବ ଏବଂ ରହସ୍ୟମୟ ଘଟଣା ସ୍ଥାନୀୟ ଲୋକଙ୍କୁ ବିସ୍ମିତ କରିଦେଇଛି। ଦକ୍ଷିଣ ୱେଲ୍ସର ଗ୍ଲାମୋର୍ଗାନ ଉପତ୍ୟକାର ଓଗମୋର୍‌-ବାଇ-ସି ବିଚ୍‌ରେ...

ଜାଲ୍‌ ଲାଇସେନ୍ସରେ ବନ୍ଧୁକ ବେପାର, ୩ ଗିରଫ

ରାଉରକେଲା,୩୧।୧୨(ସଙ୍ଗୀତା ଜେନା): ରାଉରକେଲା ଜିଲା ପୋଲିସ ସୋମବାର ରାଉରକେଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଆନ୍ତଃ ରାଜ୍ୟ ଅସ୍ତ୍ରଶସ୍ତ୍ର ଚୋରାଚାଲାଣ ଗ୍ୟାଙ୍ଗ୍‌ର ପର୍ଦ୍ଦାଫାଶ କରିଛି। ଜାଲ୍‌...

ରଙ୍ଗ ବଦଳୁଛି

ନିଶ୍ଚିତ ଭାବେ କୁହାଯାଇପାରେ, ପରିବେଶ ଓ ପରିସଂସ୍ଥାନ ବିଗିଡ଼ିଗଲେ ତାହାର ପ୍ରଭାବ ପ୍ରାଣୀ ଓ ଉଦ୍ଭିଦଜଗତ ଉପରେ ପଡ଼ିବ। ନିଜର ସ୍ବାର୍ଥ ସାଧନ ପାଇଁ ପ୍ରକୃତିର...

ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କୁ ହତ୍ୟା

ନୂଆଦିଲ୍ଲୀ,୩୧ା୧୨: ବାଂଲାଦେଶର ମିମେନସିଂ ଜିଲା ଅନ୍ତର୍ଗତ ଏକ ପୋଷାକ କାରଖାନା ଭିତରେ ସହକର୍ମୀଙ୍କ ଗୁଳିମାଡ଼ରେ ଜଣେ ହିନ୍ଦୁ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଉକ୍ତ ବ୍ୟକ୍ତି ଜଣକ...

ଚାଇନାକୁ ଜୋରଦାର ଝଟ୍‌କା ଦେଲା ଭାରତ: ୩ ବର୍ଷ ଯାଏ…

ନୂଆଦିଲ୍ଲୀ,୩୧।୧୨: ଭାରତ ସରକାର ଚାଇନାରୁ ବର୍ଦ୍ଧିତ ଶସ୍ତା ଇସ୍ପାତ ଆମଦାନୀକୁ ରୋକିବା ପାଇଁ ତିନି ବର୍ଷ ପାଇଁ କିଛି ଇସ୍ପାତ ଉତ୍ପାଦ ଉପରେ ୧୧-୧୨ ପ୍ରତିଶତ...

ବିରାଟ-ରୋହିତଙ୍କୁ ଟେଷ୍ଟରୁ ଅବସର ନେବାକୁ କରାଯାଇଥିଲା ବାଧ୍ୟ! ଏହି ଖେଳାଳିଙ୍କ ବୟାନ ପରେ କ୍ରିକେଟ ଜଗତରେ ଝଡ

ନୂଆଦିଲ୍ଲୀ,୩୧।୧୨: କ୍ରିକେଟର ଦୁଇ ବଡ ନାମ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ହଠାତ୍‌ ଟେଷ୍ଟ କ୍ରିକେଟରୁ ଅବସରକୁ ନେଇ ଚର୍ଚ୍ଚା ପୁଣି ଥରେ ତୀବ୍ର...

ସମୟସୀମା ମଧ୍ୟରେ ଯୁକ୍ତି ରଖିବେ ଆଇନଜୀବୀ

ନୂଆଦିଲ୍ଲୀ,୩୧ା୧୨: ସୁପ୍ରିମକୋର୍ଟ ନୂଆ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର (ଏସ୍‌ଓପି) ଜାରି କରିଛନ୍ତି, ଯେଉଁଥିରେ ଆଇନଜୀବୀମାନେ ଅଦାଲତରେ ସମସ୍ତ ନୋଟିସ୍‌ ପରବର୍ତ୍ତୀ ଏବଂ ନିୟମିତ ଶୁଣାଣିରେ ଯୁକ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri