Posted inଖେଳ

ହକି ବିଶ୍ୱକପ୍‌

ଚଳିତ ମାସ ୧୩ ତାରିଖରୁ ଆରମ୍ଭ ହେବ ହକି ବିଶ୍ୱକପ୍‌। ଦ୍ୱିତୀୟ ଥର ପାଇଁ ଓଡ଼ିଶାରେ ହେବାକୁ ଯାଉଛି ଏହି ହକି ମହାକୁମ୍ଭ। ଏଥର ଦୁଇଟି ସହର ଭୁବନେଶ୍ୱର ଏବଂ ରାଉରକେଲାରେ ୨୯ ତାରିଖ ପର୍ଯ୍ୟନ୍ତ ହେବ ଏହି ମେଗା ପ୍ରତିଯୋଗିତା। ଏଥିପାଇଁ ପ୍ରସ୍ତୁତି ଶେଷ ହୋଇଛି। କଳିଙ୍ଗ ଷ୍ଟାଡିୟମ ପୂର୍ବରୁ ପ୍ରସ୍ତୁତ ହୋଇ ସାରିଥିବାବେଳେ ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ଗୁରୁବାର ଉଦ୍‌ଘାଟିତ ହୋଇଛି। ସମଗ୍ର ହକି ଜଗତର ନଜର ଏବେ ଓଡ଼ିଶା ଉପରେ। ପ୍ରତିଯୋଗିତାର ସଫଳ ଆୟୋଜନ ପାଇଁ ଓଡ଼ିଶା ପ୍ରସ୍ତୁତ। ବଢୁଛି ଉତ୍ସାହ ଓ ଉତ୍କଣ୍ଠା। ସାରା ରାଜ୍ୟରେ ଏବେ ହକି ଫିଭର। ଓଡ଼ିଶା ମାଟିରେ ଖେଳିବେ ବିଭିନ୍ନ ଦେଶର ନାମୀ ଦାମୀ ଅନ୍ତର୍ଜାତୀୟ ଖେଳାଳି। ବିଶ୍ୱକପ୍‌ ପାଇଁ ଉଭୟ ଭୁବନେଶ୍ୱର ଓ ରାଉରକେଲାକୁ ନୂଆ ରୂପରେ ସଜେଇ ଦିଆଯାଇଛି। ପ୍ରତ୍ୟେକ ସ୍ଥାନରେ ହକି ଉତ୍ସାହ। ନାଚ ଗୀତରେ ଝୁମୁଛି ସମଗ୍ର ଓଡ଼ିଶା। ୨୦୧୮ରେ ପ୍ରଥମ ଥର ପାଇଁ ଏହି ବିଶ୍ୱସ୍ତରୀୟ ପ୍ରତିଯୋଗିତା ସଫଳତାର ସହିତ ଆୟୋଜନ କରି ଅନେକ ପ୍ରଶଂସା ସାଉଁଟି ଥିଲେ ରାଜ୍ୟ ସରକାର। ୨ୟ ଥର ପାଇଁ ହେବାକୁ ଯାଉଛି ଏହି ମେଗା ପ୍ରତିଯୋଗିତା। ୨ଟି ଷ୍ଟାଡିୟମ ସମ୍ପୂର୍ଣ୍ଣ ପ୍ରସ୍ତୁତ। ୧୫ ଏକର ଜମିରେ ୧୨୦କୋଟି ଟଙ୍କା ବ୍ୟୟରେ ରାଉରକେଲାର ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମକୁ ସ୍ବଳ୍ପ ସମୟ ମଧ୍ୟରେ ନିର୍ମାଣ କରି ସମଗ୍ର ବିଶ୍ୱକୁ ଚମକାଇ ଦେଇଛନ୍ତି ରାଜ୍ୟ ସରକାର। ଏହି ବିଶ୍ୱସ୍ତରୀୟ ହକି ଷ୍ଟାଡିୟମ ଭାରତବର୍ଷର ଅନ୍ୟତମ ବୃହତ୍ତମ ଷ୍ଟାଡିୟମ ହୋଇଥିବା ବେଳେ ଏହାର ସର୍ବାଧିକ ଦର୍ଶକ କ୍ଷମତା ୨୦ହଜାର ରହିଛି। ସେହିପରି ଭୁବନେଶ୍ୱରର କେନ୍ଦ୍ରରେ ଅବସ୍ଥିତ କଳିଙ୍ଗ ଷ୍ଟାଡିୟମର ନବୀକରଣ କରାଯିବା ସହିତ ଦର୍ଶକ ସଂଖ୍ୟା ୧୦ ହଜାରରୁ ୧୬ ହଜାରକୁ ବୃଦ୍ଧି କରାଯାଇଛି। ଭାରତୀୟ ହକିର ପ୍ରାୟୋଜକ ସଙ୍କଟ ସମୟରେ ସହାୟତାର ହାତ ବଢ଼ାଇଥିଲା ଓଡ଼ିଶା। ହକି ପ୍ରତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆନ୍ତରିକତା ଯୋଗୁ ଏହା ସମ୍ଭବ ହୋଇଥିଲା। ରାଜ୍ୟ ସରକାର ହକିର ପୃଷ୍ଠପୋଷକତା କରିବା ସହିତ ୨୦୩୩ ପର୍ଯ୍ୟନ୍ତ ଏହାର ମୁଖ୍ୟ ପ୍ରାୟୋଜକ ରହିଛନ୍ତି।
ହକି ବିଶ୍ୱକପ୍‌ର ବିଡିଂ ପ୍ରକ୍ରିୟା ସମୟରେ ଓଡ଼ିଶାରେ ଆଉ ଏକ ଅତ୍ୟାଧୁନିକ ହକି ଷ୍ଟାଡିୟମର ଆବଶ୍ୟକତା ରହିଛି ବୋଲି କୁହାଯାଇଥିଲା। ଏହାକୁ ସାଦରେ ଗ୍ରହଣ କରିଥିଲେ ରାଜ୍ୟ ସରକାର। ଫେବୃୟାରୀ ୨୦୨୧ରେ ମୁଖ୍ୟମନ୍ତ୍ରୀ ଏହି ଷ୍ଟାଡିୟମର ଶିଳାନ୍ୟାସ କରିଥିବାବେଳେ ଖୁବ୍‌ କମ୍‌ ସମୟ ମଧ୍ୟରେ ଏହି ବିଶ୍ୱସ୍ତରୀୟ ଷ୍ଟାଡିୟମ କାର୍ଯ୍ୟ ସମାପ୍ତ କରି ସମଗ୍ର ବିଶ୍ୱରେ ଓଡ଼ିଶା ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି।
ବିଶ୍ୱକପ୍‌ର ସଫଳ ଆୟୋଜନ ପାଇଁ ବ୍ୟାପକ ପ୍ରଚାର, ପ୍ରସାର କରାଯାଉଛି। ସାରା ରାଜ୍ୟ ପରିକ୍ରମା କରୁଛି ହକି ବିଶ୍ୱକପ୍‌ ଟ୍ରଫି। ସବୁଠାରେ ଭବ୍ୟ ସମ୍ବର୍ଦ୍ଧନା ମିଳିବା ସହିତ ଖେଳାଳି ଏବଂ ଯୁବପିଢ଼ିଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି ହୋଇଛି। ସେଲ୍‌ଫି ପଏଣ୍ଟ, ସେମିନାର, କୁଇଜ ପ୍ରତିଯୋଗିତା ଆୟୋଜନ ହେଉଥିବାବେଳେ ମାସ୍କଟ୍‌ ଓଲି ମନ ମୋହୁଛି। ରାସ୍ତାଘାଟ, ହୋର୍ଡିଂ, ପ୍ରାଚୀର ଏବଂ ଐତିହାସିକ ସ୍ଥାନଗୁଡ଼ିକରେ ଓଡ଼ିଶାର କଳା, ସଂସ୍କୃତି ଏବଂ ଐତିହ୍ୟର ଚିତ୍ର ଝଲସିବା ସହିତ ଅତିଥି ଓ ଖେଳାଳିମାନଙ୍କୁ ଭବ୍ୟ ସ୍ବାଗତ ଜଣାଉଛି। ଗୋଟିଏ ପରେ ଗୋଟିଏ ଦଳ ପହଞ୍ଚତ୍ବା ଆରମ୍ଭ କରିଛନ୍ତି। ଆତିଥ୍ୟରେ ସମସ୍ତେ ଆନନ୍ଦିତ। ୨୦୧୮ ବିଶ୍ୱକପ୍‌ଠାରୁ ୨୦୨୩ ବିଶ୍ୱକପ୍‌ ହେବ ସମ୍ପୂର୍ଣ୍ଣ ନିଆରା। ଗତ ଅଲିମ୍ପିକ୍ସରେ ଭାରତ ଭଲ ପ୍ରଦର୍ଶନ କରିଥିବାରୁ ହକି ବିଶ୍ୱକପ୍‌ରେ ମଧ୍ୟ ଘରୋଇ ଦଳ ଭଲ ଖେଳିବ ବୋଲି ଆଶା ରହିଛି।
ହକି ଫେଡେରେଶନ୍‌ (ଏଫ୍‌ଆଇଏଚ୍‌), ହକି ଇଣ୍ଡିଆ ଓ ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟମରେ ବିଶ୍ୱକପ୍‌ର ୧୫ତମ ସଂସ୍କରଣ ହେବାକୁ ଯାଉଛି। ବିଶ୍ୱର ୫ଟି କନ୍‌ଫେଡେରେଶନରୁ ୧୬ଟି ଦେଶ ଏହି ସମ୍ମାନଜନକ ଟ୍ରଫି ପାଇଁ ଓଡ଼ିଶା ମାଟିରେ ଲଢ଼େଇ କରିବେ। ମୋଟ ୪୪ ମ୍ୟାଚ ଖେଳାଯିବ। ଏଥିରୁ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଫାଇନାଲକୁ ମିଶାଇ ୨୪ଟି ଏବଂ ଏବଂ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ୨୦ଟି ମ୍ୟାଚ ଅନ୍ତର୍ଭୁକ୍ତ। ଏଥି ସହିତ ଅନେକ ଅଭ୍ୟାସ ମ୍ୟାଚ ମଧ୍ୟ ବିଭିନ୍ନ ଟିମ୍‌ ମଧ୍ୟରେ ଖେଳାଯିବ। ଭାଗ ନେଉଥିବା ୧୬ଟିମ୍‌କୁ ୪ଟି ଗ୍ରୁପରେ ବିଭକ୍ତ କରାଯାଇଛି। ପୁଲ୍‌-‘ଏ’ରେ ଅଷ୍ଟ୍ରେଲିଆ, ଆର୍ଜେଣ୍ଟିନା, ଫ୍ରାନ୍ସ, ଦକ୍ଷିଣ ଆଫ୍ରିକା ଥିବା ବେଳେ ପୁଲ୍‌-‘ବି’ରେ ବେଲଜିୟମ, ଜର୍ମାନ, କୋରିଆ, ଜାପାନ ରହିଛନ୍ତି। ସେହିପରି ପୁଲ୍‌-‘ସି’ରେ ନେଦରଲାଣ୍ଡ, ନ୍ୟୁଜିଲାଣ୍ଡ, ମାଲେସିଆ, ଚିଲି ଏବଂ ପୁଲ୍‌-‘ଡି’ରେ ଆୟୋଜକ ଭାରତ, ଇଂଲଣ୍ଡ, ସ୍ପେନ୍‌ ଏବଂ ୱେଲ୍ସ ସ୍ଥାନ ପାଇଛନ୍ତି। ସୂଚନାଯୋଗ୍ୟ ଜାନୁୟାରୀ ୧୩ ତାରିଖରେ ୪ଟି ମ୍ୟାଚ ଖେଳାଯିବାକୁ ଥିବା ବେଳେ ଭାରତ ତା’ର ପ୍ରଥମ ମ୍ୟାଚ ସ୍ପେନ୍‌ ସହିତ ଖେଳିବ। ପ୍ରଥମ ମ୍ୟାଚ ଆର୍ଜେଣ୍ଟିନା ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ। ଜାନୁୟାରୀ ୧୫ରେ ଭାରତ ତା’ର ୨ୟ ମ୍ୟାଚ ଇଂଲଣ୍ଡ ଏବଂ ୩ୟ ମ୍ୟାଚ ୧୯ ତାରିଖରେ ୱେଲ୍ସ ବିପକ୍ଷରେ ଖେଳିବ। ପାକିସ୍ତାନ ସର୍ବାଧିକ ୪ଥର ବିଶ୍ୱକପ୍‌ ଟାଇଟଲ ଜିତି ଆଗରେ ଥିବା ବେଳେ ଭାରତ ଥରେ ୧୯୭୫ ମସିହାରେ ଚାମ୍ପିୟନ ହୋଇଥିଲା। ଗତ ୧୪ ତମ ସଂସ୍କରଣରେ ମୋଟ ୧୬ଟିମ୍‌ ମଧ୍ୟରେ ୩୬ଟି ମ୍ୟାଚ ଖେଳାଯାଇଥିବା ବେଳେ ୧୫୭ଟି ଗୋଲ ସ୍କୋର ହୋଇଥିଲା। ଗତ ସଂସ୍କରଣର ଫାଇନାଲ ବେଲଜିୟମ ଏବଂ ନେଦରଲାଣ୍ଡ୍ସ ମଧ୍ୟରେ ହୋଇଥିଲା। ରୋମାଞ୍ଚକ ଫାଇନାଲର ନିର୍ଦ୍ଧାରିତ ସମୟ ଖେଳ ଗୋଲ ଶୂନ୍ୟ ଭାବେ ଶେଷ ହୋଇଥିଲା। ପେନାଲ୍‌ଟି ସୁଟ୍‌ ଆଉଟ୍‌ରେ ବେଲଜିୟମ ୩-୨ ଗୋଲରେ ନେଦରଲାଣ୍ଡ୍ସକୁ ହରାଇ ଚାମ୍ପିୟନ ହୋଇଥିଲା। ତୃତୀୟ ସ୍ଥାନରେ ଅଷ୍ଟ୍ରେଲିଆ ରହିଥିଲା। ବେଲଜିୟମ ଗୋଲକିପର ଭିନସେଣ୍ଟ ଭାନାର ୍‌ପ୍ଲେୟର ଅଫ୍‌ ଦି ମ୍ୟାଚ ହୋଇଥିଲେ। ନେଦରଲାଣ୍ଡର ଆର୍ଥର ଭାନ ଡୋରେନ୍‌ ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ନିର୍ମଳ କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ ବୁଡ଼ି ୩ ନାବାଳିକା ମୃତ, ସ୍କୁଲରୁ ଫେରି ଗାଧୋଇବାକୁ ଯାଇଥିଲେ

ଉମରକୋଟ,୯।୪(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ଥାନା କୁର୍ସୀ ଗ୍ରାମର ଉପରପାରାରେ ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ଗୋଟିଏ ଗ୍ରାମର ଦୁଇ ପରିବାରର ତିନି ଜଣଙ୍କ…

୧୦ରେ ରାଜ୍ୟ କ୍ୟାବିନେଟ୍‌: ଆସିବ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ

ଭୁବନେଶ୍ୱର,୯ା୪ (ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଏପ୍ରିଲ ୧୦ରେ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ। ଲୋକସେବା ଭବନର ତୃତୀୟ ମହଲାରେ ପୂର୍ବାହ୍ନ ୧୧ଟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ…

ଶିକ୍ଷାବିଭାଗର ବିକଳ ଚିତ୍ର; ଗୋଟିଏ ଶ୍ରେଣୀ ଗୃହରେ ଚାଲିଛି ୬କ୍ଲାସ, ଫାଟକରେ ତାଲା ପକାଇ ଖରାରେ ଆନ୍ଦୋଳନ…

ଦିଗପହଣ୍ଡି,୯।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତରେ ଶିକ୍ଷା ବିଭାଗର ବିକଳ ଚିତ୍ର ଦେଖିବାକୁ ମିଳିଛି । ପଞ୍ଚାୟତ ଅଧିନ ଶ୍ୟାମସୁନ୍ଦର ପଲ୍ଲୀ…

ପିଏମ୍‌ କିଷାନ ଯୋଜନା ଟଙ୍କା ପାଉଥିଲେ ମିଳିବ ନାହିଁ ଏସବୁ ସୁବିଧା, ସରକାର ଅଯୋଗ୍ୟା ଘୋଷଣା କରି…

ନୂଆଦିଲ୍ଲୀ,୯ା୪: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଆଜି ଲକ୍ଷଲକ୍ଷ ଚାଷୀଙ୍କ ପାଇଁ ଜୀବନରେଖା ପାଲଟିଛି। ବାର୍ଷିକ ମିଳୁଥିବା ୬୦୦୦ ଟଙ୍କା ଚାଷୀଙ୍କ ପାଇଁ ଏକ ବଡ଼…

ଷ୍ଟେଶନରୁ ଶିଶୁପୁତ୍ର ଚୋରି ଘଟଣାର ପର୍ଦ୍ଦାଫାଶ: ବାପା ରଚିଥିଲେ ନାଟକ, ଶାଳୀଙ୍କଠାରୁ ଛୁଆ ଆଣି…

ନିରାକାରପୁର, ୯।୪(ମାନସ ଚନ୍ଦ୍ର ପଟ୍ଟନାୟକ): ନିରାକାରପୁର ରେଳବାଇ ଷ୍ଟେଶନରୁ ୪ ମାସର ଶିଶୁପୁତ୍ର ଚୋରି ଘଟଣାରେ ପର୍ଦ୍ଦାଫାଶ କରିଛି ନିରାକାରପୁର ରେଳବାଇ ଫାଣ୍ଡି ପୋଲିସ। ଯେଉଁ ବାପା…

ପଲିଥିନ୍‌ ବାଣ୍ଟିବାକୁ ନେଉଥିଲେ ଘଟଗାଁ ଅତିରିକ୍ତ ତହସିଲଦାର, ଅଟକାଇଲେ ଲୋକେ

ପାଟଣା,୯ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୂଷାଖରି ପଞ୍ଚାୟତ ମୂଷାଖରି-ମଲ୍ଲୀପୋଷି ରାସ୍ତାର ଆହାର ବନ୍ଧ ନିକଟରେ ପଲିଥିନ୍‌ ବୋଝେଇ ଗାଡ଼ି ଅଟକ ରଖିଛନ୍ତି ଉତ୍ତ୍ୟକ୍ତ ଲୋକେ।…

କୋଟିଏ ଟଙ୍କାର ଗଞ୍ଜେଇ ଜବତ କଲା ପାଡୁଆ ପୋଲିସ, ଜଙ୍ଗଲରେ ଲୁଚାଇ ରଖିଥିଲେ ମାଫିଆ

ନନ୍ଦପୁର/ପାଡୁଆ, ୯।୪(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ପୋଲିସ ଉପଖଣ୍ଡ ଅଧିନ ପାଡୁଆ ପୋଲିସକୁ ଗଞ୍ଜେଇ ଧରପଗଡ ମାମଲାରେ ଏକ ବଡ ସଫଳତା ମିଳିଛି…

ଲକ୍ଷ୍ୟଠାରୁ ଦୂରରେ ଏଜୁକେଶନ କମ୍ପ୍ଲେକ୍ସ, ଧରିତ୍ରୀରେ ଖବର ପ୍ରକାଶ ପରେ ପ୍ରଶାସନ ତତ୍ପର

ଗୁଣପୁର,୯।୪(ସଂକେତ ପାତ୍ର): ଦୁର୍ଗମ ଆଦିବାସୀ ଅଞ୍ଚଳରେ ଶିକ୍ଷାର ଉନ୍ନତି ଲକ୍ଷ୍ୟରେ ପ୍ରାୟ ୫ କୋଟି ଟଙ୍କା ବ୍ୟୟରେ ଗୁଣପୁର ବ୍ଲକ୍‌ ଅନ୍ତର୍ଗତ ଲାଞ୍ଜିଆ ସୌରା ଅଞ୍ଚଳର ଆବଡ଼ାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri