Posted inଖେଳ

ହକି ବିଶ୍ୱକପ୍‌

ଚଳିତ ମାସ ୧୩ ତାରିଖରୁ ଆରମ୍ଭ ହେବ ହକି ବିଶ୍ୱକପ୍‌। ଦ୍ୱିତୀୟ ଥର ପାଇଁ ଓଡ଼ିଶାରେ ହେବାକୁ ଯାଉଛି ଏହି ହକି ମହାକୁମ୍ଭ। ଏଥର ଦୁଇଟି ସହର ଭୁବନେଶ୍ୱର ଏବଂ ରାଉରକେଲାରେ ୨୯ ତାରିଖ ପର୍ଯ୍ୟନ୍ତ ହେବ ଏହି ମେଗା ପ୍ରତିଯୋଗିତା। ଏଥିପାଇଁ ପ୍ରସ୍ତୁତି ଶେଷ ହୋଇଛି। କଳିଙ୍ଗ ଷ୍ଟାଡିୟମ ପୂର୍ବରୁ ପ୍ରସ୍ତୁତ ହୋଇ ସାରିଥିବାବେଳେ ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ଗୁରୁବାର ଉଦ୍‌ଘାଟିତ ହୋଇଛି। ସମଗ୍ର ହକି ଜଗତର ନଜର ଏବେ ଓଡ଼ିଶା ଉପରେ। ପ୍ରତିଯୋଗିତାର ସଫଳ ଆୟୋଜନ ପାଇଁ ଓଡ଼ିଶା ପ୍ରସ୍ତୁତ। ବଢୁଛି ଉତ୍ସାହ ଓ ଉତ୍କଣ୍ଠା। ସାରା ରାଜ୍ୟରେ ଏବେ ହକି ଫିଭର। ଓଡ଼ିଶା ମାଟିରେ ଖେଳିବେ ବିଭିନ୍ନ ଦେଶର ନାମୀ ଦାମୀ ଅନ୍ତର୍ଜାତୀୟ ଖେଳାଳି। ବିଶ୍ୱକପ୍‌ ପାଇଁ ଉଭୟ ଭୁବନେଶ୍ୱର ଓ ରାଉରକେଲାକୁ ନୂଆ ରୂପରେ ସଜେଇ ଦିଆଯାଇଛି। ପ୍ରତ୍ୟେକ ସ୍ଥାନରେ ହକି ଉତ୍ସାହ। ନାଚ ଗୀତରେ ଝୁମୁଛି ସମଗ୍ର ଓଡ଼ିଶା। ୨୦୧୮ରେ ପ୍ରଥମ ଥର ପାଇଁ ଏହି ବିଶ୍ୱସ୍ତରୀୟ ପ୍ରତିଯୋଗିତା ସଫଳତାର ସହିତ ଆୟୋଜନ କରି ଅନେକ ପ୍ରଶଂସା ସାଉଁଟି ଥିଲେ ରାଜ୍ୟ ସରକାର। ୨ୟ ଥର ପାଇଁ ହେବାକୁ ଯାଉଛି ଏହି ମେଗା ପ୍ରତିଯୋଗିତା। ୨ଟି ଷ୍ଟାଡିୟମ ସମ୍ପୂର୍ଣ୍ଣ ପ୍ରସ୍ତୁତ। ୧୫ ଏକର ଜମିରେ ୧୨୦କୋଟି ଟଙ୍କା ବ୍ୟୟରେ ରାଉରକେଲାର ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମକୁ ସ୍ବଳ୍ପ ସମୟ ମଧ୍ୟରେ ନିର୍ମାଣ କରି ସମଗ୍ର ବିଶ୍ୱକୁ ଚମକାଇ ଦେଇଛନ୍ତି ରାଜ୍ୟ ସରକାର। ଏହି ବିଶ୍ୱସ୍ତରୀୟ ହକି ଷ୍ଟାଡିୟମ ଭାରତବର୍ଷର ଅନ୍ୟତମ ବୃହତ୍ତମ ଷ୍ଟାଡିୟମ ହୋଇଥିବା ବେଳେ ଏହାର ସର୍ବାଧିକ ଦର୍ଶକ କ୍ଷମତା ୨୦ହଜାର ରହିଛି। ସେହିପରି ଭୁବନେଶ୍ୱରର କେନ୍ଦ୍ରରେ ଅବସ୍ଥିତ କଳିଙ୍ଗ ଷ୍ଟାଡିୟମର ନବୀକରଣ କରାଯିବା ସହିତ ଦର୍ଶକ ସଂଖ୍ୟା ୧୦ ହଜାରରୁ ୧୬ ହଜାରକୁ ବୃଦ୍ଧି କରାଯାଇଛି। ଭାରତୀୟ ହକିର ପ୍ରାୟୋଜକ ସଙ୍କଟ ସମୟରେ ସହାୟତାର ହାତ ବଢ଼ାଇଥିଲା ଓଡ଼ିଶା। ହକି ପ୍ରତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆନ୍ତରିକତା ଯୋଗୁ ଏହା ସମ୍ଭବ ହୋଇଥିଲା। ରାଜ୍ୟ ସରକାର ହକିର ପୃଷ୍ଠପୋଷକତା କରିବା ସହିତ ୨୦୩୩ ପର୍ଯ୍ୟନ୍ତ ଏହାର ମୁଖ୍ୟ ପ୍ରାୟୋଜକ ରହିଛନ୍ତି।
ହକି ବିଶ୍ୱକପ୍‌ର ବିଡିଂ ପ୍ରକ୍ରିୟା ସମୟରେ ଓଡ଼ିଶାରେ ଆଉ ଏକ ଅତ୍ୟାଧୁନିକ ହକି ଷ୍ଟାଡିୟମର ଆବଶ୍ୟକତା ରହିଛି ବୋଲି କୁହାଯାଇଥିଲା। ଏହାକୁ ସାଦରେ ଗ୍ରହଣ କରିଥିଲେ ରାଜ୍ୟ ସରକାର। ଫେବୃୟାରୀ ୨୦୨୧ରେ ମୁଖ୍ୟମନ୍ତ୍ରୀ ଏହି ଷ୍ଟାଡିୟମର ଶିଳାନ୍ୟାସ କରିଥିବାବେଳେ ଖୁବ୍‌ କମ୍‌ ସମୟ ମଧ୍ୟରେ ଏହି ବିଶ୍ୱସ୍ତରୀୟ ଷ୍ଟାଡିୟମ କାର୍ଯ୍ୟ ସମାପ୍ତ କରି ସମଗ୍ର ବିଶ୍ୱରେ ଓଡ଼ିଶା ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି।
ବିଶ୍ୱକପ୍‌ର ସଫଳ ଆୟୋଜନ ପାଇଁ ବ୍ୟାପକ ପ୍ରଚାର, ପ୍ରସାର କରାଯାଉଛି। ସାରା ରାଜ୍ୟ ପରିକ୍ରମା କରୁଛି ହକି ବିଶ୍ୱକପ୍‌ ଟ୍ରଫି। ସବୁଠାରେ ଭବ୍ୟ ସମ୍ବର୍ଦ୍ଧନା ମିଳିବା ସହିତ ଖେଳାଳି ଏବଂ ଯୁବପିଢ଼ିଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି ହୋଇଛି। ସେଲ୍‌ଫି ପଏଣ୍ଟ, ସେମିନାର, କୁଇଜ ପ୍ରତିଯୋଗିତା ଆୟୋଜନ ହେଉଥିବାବେଳେ ମାସ୍କଟ୍‌ ଓଲି ମନ ମୋହୁଛି। ରାସ୍ତାଘାଟ, ହୋର୍ଡିଂ, ପ୍ରାଚୀର ଏବଂ ଐତିହାସିକ ସ୍ଥାନଗୁଡ଼ିକରେ ଓଡ଼ିଶାର କଳା, ସଂସ୍କୃତି ଏବଂ ଐତିହ୍ୟର ଚିତ୍ର ଝଲସିବା ସହିତ ଅତିଥି ଓ ଖେଳାଳିମାନଙ୍କୁ ଭବ୍ୟ ସ୍ବାଗତ ଜଣାଉଛି। ଗୋଟିଏ ପରେ ଗୋଟିଏ ଦଳ ପହଞ୍ଚତ୍ବା ଆରମ୍ଭ କରିଛନ୍ତି। ଆତିଥ୍ୟରେ ସମସ୍ତେ ଆନନ୍ଦିତ। ୨୦୧୮ ବିଶ୍ୱକପ୍‌ଠାରୁ ୨୦୨୩ ବିଶ୍ୱକପ୍‌ ହେବ ସମ୍ପୂର୍ଣ୍ଣ ନିଆରା। ଗତ ଅଲିମ୍ପିକ୍ସରେ ଭାରତ ଭଲ ପ୍ରଦର୍ଶନ କରିଥିବାରୁ ହକି ବିଶ୍ୱକପ୍‌ରେ ମଧ୍ୟ ଘରୋଇ ଦଳ ଭଲ ଖେଳିବ ବୋଲି ଆଶା ରହିଛି।
ହକି ଫେଡେରେଶନ୍‌ (ଏଫ୍‌ଆଇଏଚ୍‌), ହକି ଇଣ୍ଡିଆ ଓ ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟମରେ ବିଶ୍ୱକପ୍‌ର ୧୫ତମ ସଂସ୍କରଣ ହେବାକୁ ଯାଉଛି। ବିଶ୍ୱର ୫ଟି କନ୍‌ଫେଡେରେଶନରୁ ୧୬ଟି ଦେଶ ଏହି ସମ୍ମାନଜନକ ଟ୍ରଫି ପାଇଁ ଓଡ଼ିଶା ମାଟିରେ ଲଢ଼େଇ କରିବେ। ମୋଟ ୪୪ ମ୍ୟାଚ ଖେଳାଯିବ। ଏଥିରୁ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଫାଇନାଲକୁ ମିଶାଇ ୨୪ଟି ଏବଂ ଏବଂ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ୨୦ଟି ମ୍ୟାଚ ଅନ୍ତର୍ଭୁକ୍ତ। ଏଥି ସହିତ ଅନେକ ଅଭ୍ୟାସ ମ୍ୟାଚ ମଧ୍ୟ ବିଭିନ୍ନ ଟିମ୍‌ ମଧ୍ୟରେ ଖେଳାଯିବ। ଭାଗ ନେଉଥିବା ୧୬ଟିମ୍‌କୁ ୪ଟି ଗ୍ରୁପରେ ବିଭକ୍ତ କରାଯାଇଛି। ପୁଲ୍‌-‘ଏ’ରେ ଅଷ୍ଟ୍ରେଲିଆ, ଆର୍ଜେଣ୍ଟିନା, ଫ୍ରାନ୍ସ, ଦକ୍ଷିଣ ଆଫ୍ରିକା ଥିବା ବେଳେ ପୁଲ୍‌-‘ବି’ରେ ବେଲଜିୟମ, ଜର୍ମାନ, କୋରିଆ, ଜାପାନ ରହିଛନ୍ତି। ସେହିପରି ପୁଲ୍‌-‘ସି’ରେ ନେଦରଲାଣ୍ଡ, ନ୍ୟୁଜିଲାଣ୍ଡ, ମାଲେସିଆ, ଚିଲି ଏବଂ ପୁଲ୍‌-‘ଡି’ରେ ଆୟୋଜକ ଭାରତ, ଇଂଲଣ୍ଡ, ସ୍ପେନ୍‌ ଏବଂ ୱେଲ୍ସ ସ୍ଥାନ ପାଇଛନ୍ତି। ସୂଚନାଯୋଗ୍ୟ ଜାନୁୟାରୀ ୧୩ ତାରିଖରେ ୪ଟି ମ୍ୟାଚ ଖେଳାଯିବାକୁ ଥିବା ବେଳେ ଭାରତ ତା’ର ପ୍ରଥମ ମ୍ୟାଚ ସ୍ପେନ୍‌ ସହିତ ଖେଳିବ। ପ୍ରଥମ ମ୍ୟାଚ ଆର୍ଜେଣ୍ଟିନା ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ। ଜାନୁୟାରୀ ୧୫ରେ ଭାରତ ତା’ର ୨ୟ ମ୍ୟାଚ ଇଂଲଣ୍ଡ ଏବଂ ୩ୟ ମ୍ୟାଚ ୧୯ ତାରିଖରେ ୱେଲ୍ସ ବିପକ୍ଷରେ ଖେଳିବ। ପାକିସ୍ତାନ ସର୍ବାଧିକ ୪ଥର ବିଶ୍ୱକପ୍‌ ଟାଇଟଲ ଜିତି ଆଗରେ ଥିବା ବେଳେ ଭାରତ ଥରେ ୧୯୭୫ ମସିହାରେ ଚାମ୍ପିୟନ ହୋଇଥିଲା। ଗତ ୧୪ ତମ ସଂସ୍କରଣରେ ମୋଟ ୧୬ଟିମ୍‌ ମଧ୍ୟରେ ୩୬ଟି ମ୍ୟାଚ ଖେଳାଯାଇଥିବା ବେଳେ ୧୫୭ଟି ଗୋଲ ସ୍କୋର ହୋଇଥିଲା। ଗତ ସଂସ୍କରଣର ଫାଇନାଲ ବେଲଜିୟମ ଏବଂ ନେଦରଲାଣ୍ଡ୍ସ ମଧ୍ୟରେ ହୋଇଥିଲା। ରୋମାଞ୍ଚକ ଫାଇନାଲର ନିର୍ଦ୍ଧାରିତ ସମୟ ଖେଳ ଗୋଲ ଶୂନ୍ୟ ଭାବେ ଶେଷ ହୋଇଥିଲା। ପେନାଲ୍‌ଟି ସୁଟ୍‌ ଆଉଟ୍‌ରେ ବେଲଜିୟମ ୩-୨ ଗୋଲରେ ନେଦରଲାଣ୍ଡ୍ସକୁ ହରାଇ ଚାମ୍ପିୟନ ହୋଇଥିଲା। ତୃତୀୟ ସ୍ଥାନରେ ଅଷ୍ଟ୍ରେଲିଆ ରହିଥିଲା। ବେଲଜିୟମ ଗୋଲକିପର ଭିନସେଣ୍ଟ ଭାନାର ୍‌ପ୍ଲେୟର ଅଫ୍‌ ଦି ମ୍ୟାଚ ହୋଇଥିଲେ। ନେଦରଲାଣ୍ଡର ଆର୍ଥର ଭାନ ଡୋରେନ୍‌ ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ନିର୍ମଳ କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

କୁକୁର ମୁଁହରୁ ହରିଣକୁ ଉଦ୍ଧାରକଲେ ସରପଞ୍ଚ ପ୍ରତିନିଧି, ଚିକିତ୍ସା ପରେ ବନବିଭାଗକୁ କଲେ ହସ୍ତାନ୍ତର

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ ): କୁକୁର ମୁଁହରୁ ଆହତ ହରିଣକୁ ଉଦ୍ଧାର କଲେ ମଲାଡ଼ ସରପଞ୍ଚ ପ୍ରତିନିଧି ସୁଦାମ ବେହେରା । ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ...

ଭୋଜି ଖାଇ ୧୦୦ରୁ ଊର୍ଦ୍ଧ୍ୱ ଝାଡ଼ାବାନ୍ତିରେ ଆକ୍ରାନ୍ତ, ଡାକ୍ତର କହିଲେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବେଲଖଣ୍ଡି ଗ୍ରାମର କଲୋନୀରେ ଏକ ଭୋଜି ଭାତ ଖାଇ ଶତାଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ କେସିଙ୍ଗା ଗୋଷ୍ଠୀ...

ସୁନ୍ଦରଗଡ଼ରେ ଅଭାବନୀୟ ଘଟଣା, ବାର୍ଷିକ କ୍ରୀଡ଼ାରେ ଦୌଡୁଥିବା ବେଳେ ଟଳିପଡ଼ିଲେ ଛାତ୍ର

ସୁନ୍ଦରଗଡ,୩୧/୧୨(ଜୟ ନାରାୟଣ ମେଣ୍ଡୁଳି): ଆଜି ଅର୍ଥାତ୍ ଡିସେମ୍ବର ୩୧ ତାରିଖ ପୂର୍ବାହ୍ନ ୧୧ଟା ପାଖାପାଖି ସମୟରେ ସୁନ୍ଦରଗଡ ଭବାନୀପୁର ଏକଲବ୍ୟ ମଡେଲ ସ୍କୁଲରେ ଘଟିଛି ଏକ...

ଜରି ଅଖାରେ ଧାନ ନେଲାନି ସୋସାଇଟି, ଚାଷୀ ରାସ୍ତା ଅବରୋଧ କରି…

ବୌଦ୍ଧ,୩୧ା୧୨(ଅଜିତ କୁମାର ବାରିକ): ସୋସାଇଟି ପକ୍ଷରୁ ଜରି ଅଖାରେ ଧାନ ନେବାକୁ ମନା କରାଯିବାରୁ ଏହାର ପ୍ରତିବାଦରେ ଚାଷୀ ରାସ୍ତାରୋକୋ କରିଛନ୍ତି। ସୂଚନା ମୁତାବକ ବୌଦ୍ଧ...

ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ କଲବଲ କରିବ କୁହୁଡ଼ି, ୯ ଜିଲ୍ଲାକୁ ଅରେଞ୍ଜ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୩୧ା୧୨: ଗତ କିଛି ଦିନ ହେବ ରାଜ୍ୟରେ ଘନ କୁହୁଡ଼ି ଦେଖାଯାଉଥିବା ବେଳେ ଏପରି ସ୍ଥିତି ଆହୁରି କିଛିଦିନ ଲାଗି ରହିବ । ଏନେଇ...

ଅନ୍ୟ ଧର୍ମର ହୋଇଥିବାରୁ ଗାଁ ଶ୍ମଶାନରେ ସମାଧି ଦେବାକୁ ମନା, ପ୍ରଶାସନ ଉପସ୍ଥିତିରେ…

ପାଟଣା,୩୧ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ବାଇଦବଜାରେ ଡିସେମ୍ବର ୧୬ ତାରିଖ ରାତି ୧୨ଟାରେ ଟିବି ରୋଗରେ ଆକ୍ରାନ୍ତ ହୋଇଥିବା ତଥା...

ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇ ଜିଲାପାଳ କହିଲେ…

ଧର୍ମଶାଳା,୩୧ା୧୨(ଶିବ ପ୍ରସାଦ ମହାନ୍ତି): ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଧର୍ମଶାଳା ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅନୁଷ୍ଠିତ...

Nimesulide Ban: ପେନ୍ କିଲର ଖାଉଥିଲେ ସାବଧାନ! ଏହି ଔଷଧକୁ ବ୍ୟାନ କଲେ ସରକାର

ନୂଆଦିଲ୍ଲୀ,୩୧।୧୨:  କେନ୍ଦ୍ର ସରକାର ଯନ୍ତ୍ରଣା ନିବାରକ ଔଷଧ ନିମେସୁଲାଇଡ୍ ସମ୍ପର୍କରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ସ୍ୱାସ୍ଥ୍ୟ ସୁରକ୍ଷା ଦୃଷ୍ଟିରୁ ୧୦୦ ମିଗ୍ରାରୁ ଅଧିକ ଧାରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri