Posted inଖେଳ

ଗୋଷ୍ଠୀ ବିବାଦ ଅଭିଯୋଗକୁ ଖଣ୍ଡନ କଲା ହକି ଇଣ୍ଡିଆ

ନୂଆଦିଲ୍ଲୀ,୨୯ା୨(ପି.ଟି.): ହକି ଇଣ୍ଡିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ଏଲେନା ନର୍ମାନ ମଙ୍ଗଳବାର ଇସ୍ତଫା ପ୍ରଦାନ କରିବା ସହ ଗୋଷ୍ଠୀ ବିବାଦର ଅଭିଯୋଗ ଆଣିଥିଲେ। ଇସ୍ତଫା ସହ ହକି ଇଣ୍ଡିଆରେ ଗୋଷ୍ଠୀ ବିବାଦ ଚାଲିଥିବା ନେଇ ଅଭିଯୋଗ କରିଥିଲେ ଏଲେନା। ସେ କହିଥିଲେ, ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ ଓ ମୁଁ ଗୋଟିଏ ଗୋଷ୍ଠୀରେ ଥିବା ବେଳେ ମହାସଚିବ ଭୋଳାନାଥ ସିଂ, କାର୍ଯ୍ୟକାରୀ ନିର୍ଦ୍ଦେଶକ କମୋଡର ଆର. କେ. ଶ୍ରୀବାସ୍ତବ ଓ କୋଷାଧ୍ୟକ୍ଷ ଜେ. ମନୋହରନ ଅନ୍ୟ ଏକ ଗୋଷ୍ଠୀରେ ରହିଥିଲେ। ଦୁଇଟି ଗୋଷ୍ଠୀ ମଧ୍ୟରେ ଦ୍ୱନ୍ଦ୍ୱ ରହିଥିବା ବେଳେ ଆବଶ୍ୟକ ଫଳାଫଳ ମିଳିବା କଷ୍ଟକର ବୋଲି ସେ କହିଥିଲେ। ତେବେ ବୁଧବାର ହକି ଇଣ୍ଡିଆ ପକ୍ଷରୁ ଦିଆଯାଇଥିବା ଏକ ବିବୃତିରେ ଉଭୟ ଦିଲୀପ ତିର୍କୀ ଓ ଭୋଳାନାଥ ସିଂ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଉଭୟଙ୍କ ମଧ୍ୟରେ ବିବାଦ କାରଣରୁ ହକିର ଉନ୍ନତି ବାଧାପ୍ରାପ୍ତ ହେଉଥିବା ନେଇ ନର୍ମାନ ଅଭିଯୋଗ କରିଥିଲେ।

ବୁଧବାର ଉଭୟ ତିର୍କୀ ଓ ସିଂ ଏକ ମିଳିତ ବିବୃତିରେ କହିଛନ୍ତି, ନିକଟରେ ପ୍ରକାଶ ପାଇଥିବା ଗୋଷ୍ଠୀ ବିବାଦ ବିବୃତି ସମ୍ପୂର୍ଣ୍ଣ ଅମୂଳକ। ଏହାର କୌଣସି ସତ୍ୟାସତ୍ୟ ନାହିଁ। କ୍ରୀଡ଼ାର ଉନ୍ନତି ପାଇଁ ଆମେ ସର୍ବଦା ଏକ ହୋଇ କାର୍ଯ୍ୟ କରିବୁ ବୋଲି ଉଭୟ କହିଛନ୍ତି। ଭାରତୀୟ ହକିର ଉନ୍ନତି ପାଇଁ ହକି ଇଣ୍ଡିଆ ଏକ ସ୍ବାୟତ୍ତ ସଙ୍ଗଠନ ହୋଇଥିବା ବେଳେ ହକିର ବିକାଶ ପାଇଁ ଆମେ ବଦ୍ଧପରିକର। ହକି ଇଣ୍ଡିଆ କିଭଳି ଏହାର ଶୀର୍ଷତର ସୋପାନ ଛୁଇଁବ ତାହା ଆମର ଏକମାତ୍ର ଲକ୍ଷ୍ୟ ବୋଲି ଉଭୟ କହିଛନ୍ତି। ପୂର୍ବରୁ ମହିଳା ଦଳର ମୁଖ୍ୟ କୋଚ୍‌ ଜାନେକ ସ୍କୁପମାନ୍‌ ମଧ୍ୟ ସମାନ ଅଭିଯୋଗ କରି ଇସ୍ତଫା ଦେଇଥିଲେ। ହକି ଇଣ୍ଡିଆ ମହିଳା ହକି ପ୍ରତି ବୈମାତୃକ ମନୋଭାବ ପୋଷଣ କରୁଥିବା ନେଇ ସେ ଅଭିଯୋଗ କରିଥିଲେ। ଜାନେକ ସ୍କୁପମାନ୍‌ଙ୍କ ଅଭିଯୋଗକୁ ମଧ୍ୟ ଉଭୟ ଖଣ୍ଡନ କରିଛନ୍ତି। ସମସ୍ତ ଦଳ ଓ ଖେଳାଳିଙ୍କୁ ଆମେ ସମାନ ଭାବରେ ଦେଖିଥାଉ ବୋଲି ଉଭୟ କହିଛନ୍ତି। ତୃଣମୂଳ ସ୍ତରରୁ ହିଁ ସମସ୍ତଙ୍କୁ ଉପଯୁକ୍ତ ସୁଯୋଗ ଦେଇ ଆମେ ହକି ଆରମ୍ଭ କରିଛୁ ତେଣୁ ପାତର ଅନ୍ତରର ପ୍ରଶ୍ନ ଉଠୁନାହିଁ। ଦେଶରେ ହକି ପ୍ରତିଭାର ବିକାଶ ଆମର ଏକମାତ୍ର ଲକ୍ଷ୍ୟ ବୋଲି ଉଭୟ କହିଛନ୍ତି। ବିଶ୍ୱ ସ୍ତରରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଉଭୟ ପୁରୁଷ ଓ ମହିଳା ଖେଳାଳିମାନେ ଯେଭଳି ସର୍ବୋତ୍କୃଷ୍ଟ ସୁବିଧା ପାଇପାରିବେ ତାହା ନିଶ୍ଚିତ କରିବା ଆମର ଦାୟିତ୍ୱ ବୋଲି କହିଛନ୍ତି ଦିଲୀପ ତିର୍କୀ ଓ ଭୋଳାନାଥ ସିଂ। ନର୍ମାନ ନିଜ ବୟାନରେ ଦିଲୀପ ତିର୍କୀ ଭାରତୀୟ ହକିର ବିକାଶ ପାଇଁ କାର୍ଯ୍ୟ କରୁଥିବା ନେଇ କହିଥିବା ବେଳେ ଭୋଳାନାଥ ସିଂ କେବଳ କ୍ଷମତା ହାସଲ ପାଇଁ ଚାହାନ୍ତି। ବର୍ତ୍ତମାନ ଏଭଳି ସ୍ଥିତିରେ ମହିଳା ଦଳର ବିକାଶ ପାଇଁ କାର୍ଯ୍ୟ କରିବା ଆମର ଏକମାତ୍ର ଲକ୍ଷ୍ୟ ବୋଲି ଉଭୟ କହିଛନ୍ତି। ମହିଳା ହକି ଦଳ ଅଲିମ୍ପିକ୍ସ ଯୋଗ୍ୟତା ହାସଲରେ ବିଫଳ ହୋଇଥିବା ବେଳେ ପୁନର୍ବାର ସବୁକିଛି ଶୂନରୁ ଆରମ୍ଭ କରିବା ପାଇଁ ଆମେ ବଦ୍ଧପରିକର ବୋଲି କହିଛନ୍ତି ଦିଲୀପ ତିର୍କୀ ଓ ଭୋଳାନାଥ ସିଂ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏହିଦିନ ଭାରତ-ପାକିସ୍ତାନ ସେମିଫାଇନାଲ ମୁକାବିଲା: କେବେ, କେଉଁଠି ଦେଖିବେ ମ୍ୟାଚ ଜାଣନ୍ତୁ…

ନୂଆଦିଲ୍ଲୀ,୨୮।୯: ଏସିଆନ ଗେମ୍ସରେ ଏବେ ଭାରତ ଓ ପାକିସ୍ତାନର ହକି ଟିମ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଉଭୟ ଦଳ ମଧ୍ୟରେ ଏହି ମୁକାବିଲା ସିଧାସଳଖ ଫାଇନାଲ ଟିକେଟ…

ମହିଳା ୨୫ ମି. ପିସ୍ତଲରେ ଇଶାଙ୍କୁ ରୌପ୍ୟ, ନିରାଶ କଲେ ମନୁ

ନାଗୋୟା,୨୮ା୯: ଭାରତୀୟ ଶୁଟର ଇଶା ସିଂ ମହିଳା ୨୫ ମି. ପିସ୍ତଲ ବ୍ୟକ୍ତିଗତ ଇଭେଣ୍ଟରେ ରୌପ୍ୟ ପଦକ ଜିତିଛନ୍ତି। ଚଳିତ ଏସିଆନ ଗେମ୍ସରେ ଶୁଟିଂ ପ୍ରତିଯୋଗିତାରେ ଏହା…

ଟ୍ରକ୍‌ ଡ୍ରାଇଭରଙ୍କ ଝିଅ ରଚିଲେ ଇତିହାସ: ଏସିଆନ ଗେମ୍‌ରେ ଭାଙ୍ଗିଲେ ୪୨ ବର୍ଷର ରେକର୍ଡ

ନୂଆଦିଲ୍ଲୀ,୨୮।୯: ଏସିଆନ ଗେମ୍ସ ୨୦୨୬ରେ ତାମିଲନାଡୁର ଆଥଲେଟ ବିଥ୍ୟା ରାମରାଜ ନିଜ ନାଁରେ କରିଛନ୍ତି ଏକ ବଡ଼ ରେକର୍ଡ। ମହିଳା ୪୦୦ ମିଟର ହର୍ଡଲ୍ସରେ ସେ ୫୪.୭୫…

RCBକୁ ବଡ଼ ଝଟକା: ଦୁନିଆରୁ ବିଦାୟ ନେଲେ ଏହି କିମ୍ବଦନ୍ତ୍ରୀ

ବେଙ୍ଗାଲୁରୁ,୨୮।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ପରିବାରକୁ ବଡ଼ ଝଟକା। ଦଳର ମ୍ୟାଚ ଦିନର ପରିବେଶକୁ ନିଜ ଢୋଲର ତାଳରେ ଉତ୍ସାହିତ କରୁଥିବା ପ୍ରସିଦ୍ଧ ଡ୍ରମର୍‌ ଦେବାଙ୍କ…

କୋହଲିଙ୍କ ଏହି ରେକର୍ଡ ଭାଙ୍ଗିବା ଅସମ୍ଭବ! ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୮।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆରେ ଅପରାଜିତ ଶତକ ହାସଲ କରି ବିରାଟ କୋହଲି ପୁଣିଥରେ ରେକର୍ଡ ବୁକ୍‌ରେ ନିଜ ନାମ ଲେଖାଇଛନ୍ତି। ଏହି ମ୍ୟାଚ୍‌ରେ ତାଙ୍କ…

ବିଶ୍ୱକପରେ ସବୁଠୁ ଅଧିକ ଛକା ଏହି ଖେଳାଳିଙ୍କ ନାଁରେ, ଜାଣନ୍ତୁ ଟପ୍‌ ୫ରେ କିଏ କିଏ…

ନୂଆଦିଲ୍ଲୀ,୨୮।୯: ୨୦୨୭ ଦିନିକିଆ ବିଶ୍ୱକପ ପାଇଁ ବିଶ୍ୱର ବିଭିନ୍ନ କ୍ରିକେଟ ଦଳ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଭାରତୀୟ ଦଳ ମଧ୍ୟ ଏକ ଶକ୍ତିଶାଳୀ ଟିମ ଗଠନ…

ବସ୍‌ରୁ ଓହ୍ଲାଇବାବେଳେ ସିଡ଼ିରେ ଖସିପଡ଼ିଲେ ରୋହିତ ଶର୍ମା: ଆଉ ତା’ପରେ… ଦେଖନ୍ତୁ VIDEO

ତିରୁଭାନନ୍ତପୁରମ,୨୮।୯: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଦିନିକିଆ ପରେ ଭାରତୀୟ କ୍ରିକେଟର ରୋହିତ ଶର୍ମାଙ୍କୁ ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।…

ଷ୍ଟାଡିୟମରୁ ଚୋରି ହୋଇଗଲା ଭାରତୀୟ ଖେଳାଳିଙ୍କ ଦାମୀ ବ୍ୟାଟ୍! ଭିଡିଓ କରି କହିଲେ…

ନୂଆଦିଲ୍ଲୀ,୨୮ା୯: ଭାରତୀୟ କ୍ରିକେଟର ଦୀପକ ଚହରଙ୍କ ୩ଟି କ୍ରିକେଟ୍‌ ବ୍ୟାଟ୍‌ ଗ୍ରାଉଣ୍ଡରୁ ଚୋରି ହୋଇଥିବା ଜଣାପଡ଼ିଛି । ଚୋରି ହୋଇଥିବା ବ୍ୟାଟ୍‌ଗୁଡ଼ିକର ମୋଟ ମୂଲ୍ୟ ପ୍ରାୟ ଦେଢ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?