Posted inଖେଳ

ହକି ଇଣ୍ଡିଆର ସୁପାରିସ: ଶ୍ରୀଜେସ୍‌ ଓ ଦୀପିକା ଖେଳରତ୍ନ, ହରମନପ୍ରୀତ ଅର୍ଜୁନ

ନୂଆଦିଲ୍ଲୀ,୨୭ା୬(ପି.ଟି.)- ଚଳିତବର୍ଷର ସମ୍ମାନଜନକ ରାଜୀବ ଗାନ୍ଧୀ ଖେଳରନତ୍ ପୁରସ୍କାର ପାଇଁ ହକି ଇଣ୍ଡିଆ ଶନିବାର ଭାରତର ଭେଟେରାନ ଗୋଲକିପର ପି.ଆର. ଶ୍ରୀଜେସ୍‌ ଓ ମହିଳା ଦଳର ପୂର୍ବତନ ଖେଳାଳି ଦୀପିକାଙ୍କ ନାମ ସୁପାରିସ କରିଛି। ଏହି ଦୁଇଜଣକଙ୍କ ବ୍ୟତୀତ ଟୋକିଓ ଅଲିମ୍ପିକ୍ସରେ ଭାଗ ନେବାକୁ ଥିବା ପୁରୁଷ ହକି ଦଳର ଉପଅଧିନାୟକ ହରମନପ୍ରୀତ ସିଂ ଏବଂ ମହିଳା ଦଳର ସଦସ୍ୟା ବନ୍ଦନା କାଟାରିୟା ଓ ନବଜୋତ କୌରଙ୍କ ନାମ ଅର୍ଜୁନ ପୁରସ୍କାର ପାଇଁ ସୁପାରିସ ହୋଇଛି। ଜାତୀୟ ମହାସଂଘ ଆହୁରି ମଧ୍ୟ ଲାଇଫ୍‌ ଟାଇମ୍‌ ଆଚିଭମେଣ୍ଟ ପୁରସ୍କାର ପାଇଁ ଉଦ୍ଦିଷ୍ଟ ଧ୍ୟାନଚାନ୍ଦ ପୁରସ୍କାର ଲାଗି ଆର୍‌.ପି. ସିଂ ଓ ସିଏଚ୍‌ ସାଙ୍ଗାଇ ଇବେମ୍‌ହାଲଙ୍କ ନାମ ଏବଂ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଁ କୋଚ୍‌ ବିଜେ କାପାରିଆ ଓ ସି.ଆର୍‌. କୁମାରଙ୍କ ନାମ ସୁପାରିସ କରିଛି। ୨୦୧୭ ଜାନୁୟାରୀ ୧ରୁ ୨୦୨୦ ଡିସେମ୍ବର ୩୧ ମଧ୍ୟରେ ପ୍ରଦର୍ଶନକୁ ଭିତ୍ତିକରି ଖେଳରନତ୍ ପୁରସ୍କାର ପାଇଁ ନାମ ବଛାଯାଇଛି। ୩୫ ବର୍ଷୀୟ ଶ୍ରୀଜେସ୍‌ ତାଙ୍କ ତୃତୀୟ ଥର ଅଲିମ୍ପିକ୍ସରେ ଭାଗ ନେବାକୁ ଯାଉଛନ୍ତି। ସମ୍ଭବତଃ ଏହା ତାଙ୍କର ଶେଷ ଅଲିମ୍ପିକ୍ସ। ୨୦୧୮ରେ ବ୍ରେଡାଠାରେ ଅନୁଷ୍ଠିତ ହକି ଚାମ୍ପିୟନ୍ସ ଟ୍ରଫିରେ ରୌପ୍ୟ, ୨୦୧୮ ଏସିଆନ ଗେମ୍ସରେ ବ୍ରୋଞ୍ଜ ଏବଂ ଭୁବନେଶ୍ୱରରେ ୨୦୧୯ରେ ଅନୁଷ୍ଠିତ ଏଫ୍‌ଆଇଏଚ୍‌ ପୁରୁଷ ସିରିଜ ଫାଇନାଲ୍ସରେ ଭାରତକୁ ସ୍ବର୍ଣ୍ଣ ଜିତାଇବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଶ୍ରୀଜେସ୍‌ ୨୦୧୫ରେ ଅର୍ଜୁନ ପୁରସ୍କାର ଏବଂ ୨୦୧୭ରେ ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର ପାଇଥିଲେ। ଅନ୍ୟପକ୍ଷରେ ଦୀପିକା ଭାରତୀୟ ମହିଳା ହକି ଦଳର ଜଣେ ପ୍ରମୁଖ ସଦସ୍ୟା ଥିଲେ। ତାଙ୍କ ସମୟରେ ମହିଳା ଦଳ ୨୦୧୮ ଏସିଆନ ଗେମ୍ସ ଏବଂ ୨୦୧୮ ଏସିଆନ ଚାମ୍ପିୟନଶିପ୍‌ରେ ରୌପ୍ୟ ପଦକ ଲାଭ କରିଥିଲା। ଡ୍ରାଗ୍‌ଫ୍ଲିକ ସେନସେସନ ହରମନପ୍ରୀତ ୧୦୦ରୁ ଊର୍ଦ୍ଧ୍ୱ ଅନ୍ତର୍ଜାତୀୟ ମ୍ୟାଚ ଖେଳିସାରିଥିବାବେଳେ ବନ୍ଦନା ୨୦୦ ଅନ୍ତର୍ଜାତୀୟ ଏବଂ ନବଜୋତ ଦେଶ ତରଫରୁ ୧୫୦ରୁ ଅଧିକ ମ୍ୟାଚ ଖେଳି ସାରିଛନ୍ତି। ହକି ଇଣ୍ଡିଆ ସଭାପତି ଜ୍ଞାନେନ୍ଦ୍ରୋ ନିନ୍‌ଗମବାମ୍‌ କହିଛନ୍ତି, ଗତବର୍ଷ ରାଣୀ ରାମପାଲ ଯେତେବେଳେ ରାଜୀବ ଗାନ୍ଧୀ ଖେଳରନତ୍ ପୁରସ୍କାର ପାଇଲେ, ଆମ ପାଇଁ ଗୌରବର ମୁହୂର୍ତ୍ତ ଥିଲା। ଚଳିତ ବର୍ଷ ଆମେ ଦେଶର ଦୁଇଜଣ ଦକ୍ଷ ହକି ଖେଳାଳି ଶ୍ରୀଜେସ୍‌ ଓ ଦୀପିକାଙ୍କ ନାମ ରାଜୀବ ଗାନ୍ଧୀ ଖେଳରନତ୍ ପୁରସ୍କାର ପାଇଁ ସୁପାରିସ କରିଛୁ। ଆହୁରି ମଧ୍ୟ ଖୁସିର ବିଷୟ ଯେ, ଆମେ ଅର୍ଜୁନ ପୁରସ୍କାର ପାଇଁ ହରମନପ୍ରୀତ୍‌ ସିଂ, ବନ୍ଦନା କାଟାରିୟା, ନଭଜୋତ କୌରଙ୍କ ନାମ ସୁପାରିସ କରିଛୁ। ହକି କିମ୍ବଦନ୍ତୀ ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଦିନ ଅବସରରେ ପ୍ରତିବର୍ଷ ଅଗଷ୍ଟ ୨୯ରେ ଜାତୀୟ କ୍ରୀଡ଼ା ପୁରସ୍କାର ଦେଶର କ୍ରୀଡ଼ାବିତ୍‌ମାନଙ୍କୁ ରାଷ୍ଟ୍ରପତିଙ୍କ ଦ୍ୱାରା ଦିଆଯାଇ ଆସୁଛି। ସମସ୍ତ ମନୋନୀତ ଖେଳାଳିଙ୍କୁ ଟ୍ରଫି ଓ ମାନପତ୍ର ସମେତ ଆର୍ଥିକ ପୁରସ୍କାର ଦିଆଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

ଟି-୨୦ ବିଶ୍ୱକପରୁ ବାଦ୍‌ ପଡିଲେ ଏହି ୩ ଷ୍ଟାର ଖେଳାଳି, ଆଇପିଏଲ ନିଲାମରେ କୋଟି କୋଟି ଟଙ୍କା ମିଳି ମଧ୍ୟ…

ନୂଆଦିଲ୍ଲୀ,୩୦।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଇଂଲଣ୍ଡର ଦଳ ଘୋଷଣା କରାଯାଇଛି। ଇସିବି ଅସ୍ଥାୟୀ ଦଳ ପ୍ରକାଶ କରିଛି। ଦଳରେ ହ୍ୟାରି ବ୍ରୁକ (ଅଧିନାୟକ), ଜୋଫ୍ରା...

ବଲିଉଡ ଅଭିନେତ୍ରୀଙ୍କ ବିସ୍ଫୋରକ ବୟାନ, ବିବାହିତ ସୂରିୟାଙ୍କୁ ନେଇ ଚର୍ଚ୍ଚା

ମୁମ୍ବାଇ,୩୦।୧୨: ଭାରତୀୟ ଟି-୨୦ କ୍ରିକେଟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ଚାଞ୍ଚଲ୍ୟକର ଦାବି କରିଛନ୍ତି ବଲିଉଡ ଅଭିନେତ୍ରୀ। ପୂର୍ବରୁ ଅନେକ ଅଭିନେତ୍ରୀଙ୍କ ସହିତ କ୍ରିକେଟରଙ୍କ...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କଲା ଇଂଲଣ୍ଡ, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୩୦।୧୨: ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB) ଭାରତରେ ହେବାକୁ ଥିବା ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଏହାର ଦଳ ଘୋଷଣା କରିଛି। ଆଶ୍ଚର୍ଯ୍ୟଜନକ...

ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦେହାନ୍ତ ଯୋଗୁ ହଠାତ୍‌ ସ୍ଥଗିତ ରହିଲା ୨ଟି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌

ଢାକା,୩୦।୧୨: ଆଜି ସକାଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ପରଲୋକ ଯୋଗୁ ବାଂଲାଦେଶ କ୍ରିକେଟ ବୋର୍ଡ ମଙ୍ଗଳବାର, ଡିସେମ୍ବର ୩୦, ୨୦୨୫ରେ ହେବାକୁ ଥିବା ଉଭୟ...

IPL 2026 ପୂର୍ବରୁ CSKକୁ ବଡ଼ ଝଟକା!

ନୂଆଦିଲ୍ଲୀ,୩୦।୧୨:ଝାଡ଼ଖଣ୍ଡ ଏବଂ ପୁଡୁଚେରୀ ବିଜୟ ହଜାରେ ଟ୍ରଫି ୨୦୨୫-୨୫ର ଗ୍ରୁପ ପର୍ଯ୍ୟାୟରେ ସୋମବାର, ଡିସେମ୍ବର ୨୯, ୨୦୨୫ରେ ମୁହାଁମୁହିଁ ହୋଇଥିଲେ, ଯେଉଁଥିରେ ଝାଡ଼ଖଣ୍ଡ ୧୨୩ ରନର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri