Posted inଖେଳ

ବିଶ୍ୱକପ ଦଳ ଘୋଷଣା କଲା ହକି ଇଣ୍ଡିଆ: ହରମନ୍‌ପ୍ରୀତଙ୍କୁ ଅଧିନାୟକ ଦାୟିତ୍ୱ

ନୂଆଦିଲ୍ଲୀ,୨୩ା୧୨: ହକି ଇଣ୍ଡିଆ ପକ୍ଷରୁ ଶୁକ୍ରବାର ହକି ବିଶ୍ୱକପ ପାଇଁ ୧୮ ଜଣିଆ ଦଳ ଘୋଷଣା କରାଯାଇଛି। ଜାନୁୟାରୀ ୧୩ରୁ ୨୯ ଯାଏ ଭୁବନେଶ୍ୱର-ରାଉରକେଲାରେ ହେବାକୁ ଥିବା ଏହି ମେଗା ଟୁର୍ନାମେଣ୍ଟ ପାଇଁ ହରମନ୍‌ପ୍ରୀତ୍‌ ସିଂଙ୍କୁ ଅଧିନାୟକ ଭାବେ ଘୋଷଣା କରାଯାଇଛି। ଓଡ଼ିଆ ପୁଅ ଅମିତ ରୋହିଦାସଙ୍କୁ ଉପ ଅଧିନାୟକ ଭାବେ ଘୋଷଣା କରାଯାଇଛି। ଏହା ସହିତ ନୀଲମ ସଞ୍ଜୀପ ଖେସ୍‌ ଅନ୍ୟତମ ଖେଳାଳି ଭାବେ ୧୮ ଜଣିଆ ଦଳରେ ସ୍ଥାନ ପାଇଛନ୍ତି।

ଭାରତ ଗ୍ରୁପ୍‌ ଡି’ରେ ଇଂଲଣ୍ଡ, ସ୍ପେନ୍‌ ଓ ଓ୍ବେଲ୍ସ ସହିତ ସ୍ଥାନ ପାଇଥିବା ବେଳେ ଜାନୁୟାରୀ ୧୩ ତାରିଖରେ ନବନିର୍ମିତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରୁ ନିଜର କ୍ୟାମ୍ପେନ୍‌ ଆରମ୍ଭ କରିବ। ଟିମ୍‌ରେ ଉଭୟ ଅଭିଜ୍ଞ ଏବଂ ଯୁବ ଖେଳାଳି ସ୍ଥାନ ପାଇଥିବା ବେଳେ ଦଳକୁ ପୋଡିୟମ ଫିନିଶରେ ସାହାଯ୍ୟ କରିବ ବୋଲି ହକି ଇଣ୍ଡିଆ ପକ୍ଷରୁ କୁହାଯାଇଛି। କ୍ରିଷନ୍‌ ବାହାଦୂର ପାଠକ ଓ ପି. ଆର. ଶ୍ରୀଜେସଙ୍କୁ ଗୋଲ ରକ୍ଷକ ଭାବେ ଦଳରେ ସାମିଲ କରାଯାଇଛି। ଶ୍ରୀଜେସଙ୍କର ଏହା ୪ର୍ଥ ବିଶ୍ୱକପ ହୋଇଥିବା ବେଳେ ଘରୋଇ ମାଟିରେ ତୃତୀୟ ବିଶ୍ୱକପ୍‌। ହରମନ୍‌ପ୍ରୀତ୍‌ ସିଂ, ଅମିତ ରୋହିଦାସ, ସୁରେନ୍ଦର କୁମାର, ବରୁଣ କୁମାର, ଜର୍ମନପ୍ରୀତ ସିଂ ଓ ନୀଲମ୍‌ ସଞ୍ଜୀପ ଖେସ୍‌ଙ୍କୁ ଡିଫେଣ୍ଡର ଦାୟିତ୍ୱ ପ୍ରଦାନ କରାଯାଇଛି। ବିବେକ ସାଗର ପ୍ରସାଦ ଦଳକୁ ଫେରିଥିବା ବେଳେ ମନପ୍ରୀତ ସିଂ, ହାର୍ଦ୍ଦିକ୍‌ ସିଂ, ନୀଳକଣ୍ଠ ଶର୍ମା, ଶମସେର ସିଂ ଓ ଆକାଶଦୀପ ସିଂଙ୍କୁ ମଧ୍ୟ ମିଡଫିଲ୍ଡର ଭାବେ ଦଳରେ ରଖାଯାଇଛି। ମନଦୀପ ସିଂ, ଲଳିତ କୁମାର ଉପାଧ୍ୟାୟ, ଅଭିଷେକ ଓ ସୁଖଜିତ ସିଂଙ୍କୁ ଫରଓ୍ବାର୍ଡ ଲାଇନ ଅପରେ ରଖାଯାଇଥିବା ବେଳେ ରାଜକୁମାର ପାଲ ଓ ଯୁଗରାଜ ସିଂଙ୍କୁ ବଦଳ ଖେଳାଳି ଭାବରେ ସାମିଲ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ସ୍ଥାନ, ଯେଉଁଠି ବିବାହ ପରେ କନ୍ୟା ନୁହନ୍ତି, ବର ଯାଆନ୍ତି ଶାଶୁଘର

ଭାରତରେ ଜାତି, ଧର୍ମ, ବର୍ଣ୍ଣ ସମେତ ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ପରମ୍ପରା ରହିଛି। ଏହି ଅନନ୍ୟ ପରମ୍ପରା ଭାରତକୁ ଅନ୍ୟ ଦେଶଠାରୁ ସ୍ବତନ୍ତ୍ର କରେ। ଭାରତରେ...

ଚାଇନାକୁ ପଛରେ ପକାଇ ବିଶ୍ୱର ଶୀର୍ଷ ଧାନ ଉତ୍ପାଦନକାରୀ ଦେଶ ହେଲା ଭାରତ, ରହିଛି ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଭୂମିକା

ନୂଆଦିଲ୍ଲୀ, ୩୧ା୧୨: କୃଷି କ୍ଷେତ୍ରରେ ଭାରତ ଏକ ଐତିହାସିକ ସଫଳତା ହାସଲ କରିଛି। ବର୍ଷ ବର୍ଷ ଧରି ଧାନ ଉତ୍ପାଦନରେ ଚାଇନାର ରହିଥିବା ଆଧିପତ୍ୟକୁ ଶେଷ...

କୁକୁର ମୁଁହରୁ ହରିଣକୁ ଉଦ୍ଧାରକଲେ ସରପଞ୍ଚ ପ୍ରତିନିଧି, ଚିକିତ୍ସା ପରେ ବନବିଭାଗକୁ କଲେ ହସ୍ତାନ୍ତର

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ ): କୁକୁର ମୁଁହରୁ ଆହତ ହରିଣକୁ ଉଦ୍ଧାର କଲେ ମଲାଡ଼ ସରପଞ୍ଚ ପ୍ରତିନିଧି ସୁଦାମ ବେହେରା । ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ...

ଭୋଜି ଖାଇ ୧୦୦ରୁ ଊର୍ଦ୍ଧ୍ୱ ଝାଡ଼ାବାନ୍ତିରେ ଆକ୍ରାନ୍ତ, ଡାକ୍ତର କହିଲେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବେଲଖଣ୍ଡି ଗ୍ରାମର କଲୋନୀରେ ଏକ ଭୋଜି ଭାତ ଖାଇ ଶତାଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ କେସିଙ୍ଗା ଗୋଷ୍ଠୀ...

ସୁନ୍ଦରଗଡ଼ରେ ଅଭାବନୀୟ ଘଟଣା, ବାର୍ଷିକ କ୍ରୀଡ଼ାରେ ଦୌଡୁଥିବା ବେଳେ ଟଳିପଡ଼ିଲେ ଛାତ୍ର

ସୁନ୍ଦରଗଡ,୩୧/୧୨(ଜୟ ନାରାୟଣ ମେଣ୍ଡୁଳି): ଆଜି ଅର୍ଥାତ୍ ଡିସେମ୍ବର ୩୧ ତାରିଖ ପୂର୍ବାହ୍ନ ୧୧ଟା ପାଖାପାଖି ସମୟରେ ସୁନ୍ଦରଗଡ ଭବାନୀପୁର ଏକଲବ୍ୟ ମଡେଲ ସ୍କୁଲରେ ଘଟିଛି ଏକ...

ଜରି ଅଖାରେ ଧାନ ନେଲାନି ସୋସାଇଟି, ଚାଷୀ ରାସ୍ତା ଅବରୋଧ କରି…

ବୌଦ୍ଧ,୩୧ା୧୨(ଅଜିତ କୁମାର ବାରିକ): ସୋସାଇଟି ପକ୍ଷରୁ ଜରି ଅଖାରେ ଧାନ ନେବାକୁ ମନା କରାଯିବାରୁ ଏହାର ପ୍ରତିବାଦରେ ଚାଷୀ ରାସ୍ତାରୋକୋ କରିଛନ୍ତି। ସୂଚନା ମୁତାବକ ବୌଦ୍ଧ...

ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ କଲବଲ କରିବ କୁହୁଡ଼ି, ୯ ଜିଲ୍ଲାକୁ ଅରେଞ୍ଜ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୩୧ା୧୨: ଗତ କିଛି ଦିନ ହେବ ରାଜ୍ୟରେ ଘନ କୁହୁଡ଼ି ଦେଖାଯାଉଥିବା ବେଳେ ଏପରି ସ୍ଥିତି ଆହୁରି କିଛିଦିନ ଲାଗି ରହିବ । ଏନେଇ...

ଅନ୍ୟ ଧର୍ମର ହୋଇଥିବାରୁ ଗାଁ ଶ୍ମଶାନରେ ସମାଧି ଦେବାକୁ ମନା, ପ୍ରଶାସନ ଉପସ୍ଥିତିରେ…

ପାଟଣା,୩୧ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ବାଇଦବଜାରେ ଡିସେମ୍ବର ୧୬ ତାରିଖ ରାତି ୧୨ଟାରେ ଟିବି ରୋଗରେ ଆକ୍ରାନ୍ତ ହୋଇଥିବା ତଥା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri