Posted inରାଜ୍ୟ

ହକି ଗୌରବ ପ୍ରଚ୍ଛଦରେ ଓଡ଼ିଶା

ଜାପାନର ଟୋକିଓରେ ଚାଲିଥିବା ଅଲିମ୍ପିକ୍ସର ୩୨ତମ ସଂସ୍କରଣରେ ଭାରତୀୟ ମହିଳା ଓ ପୁରୁଷ ହକି ଦଳ ସେମିଫାଇନାଲରେ ପ୍ରବେଶ କରି ଦେଶର ହକି ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛି। ଭାରତୀୟ ପୁରୁଷ ଦଳ ଦୀର୍ଘ ୪୯ ବର୍ଷ ବ୍ୟବଧାନରେ ସେମିରେ ପହଞ୍ଚତ୍ବାର ଦିନକ ପରେ ମହିଳା ଦଳ ଇତିହାସ ରଚିଛି। ପୂର୍ବତନ ବିଶ୍ୱ ଚାମ୍ପିୟନ ଅଷ୍ଟ୍ରେଲିଆକୁ ହରାଇ ଭାରତୀୟ ମହିଳା ଦଳ ପ୍ରଥମ ଥରପାଇଁ ଅଲିମ୍ପିକ୍ସର ସେମିଫାଇନାଲରେ ପ୍ରବେଶ କରିଛି। ଉଭୟ ମହିଳା ଓ ପୁରୁଷ ଦଳରେ ଓଡ଼ିଶାର ୨ ଜଣ ଲେଖାଏ ଖେଳାଳି ରହିଛନ୍ତି। ମହିଳା ଦଳରେ ଦୀପ୍‌ ଗ୍ରେସ୍‌ ଏକ୍କା, ନମିତା ଟପ୍ପୋ ଏବଂ ପୁରୁଷ ଦଳରେ ବୀରେନ୍ଦ୍ର ଲାକ୍ରା ଏବଂ ଅମିତ ରୋହିଦାସ ସ୍ଥାନ ପାଇଛନ୍ତି। କେବଳ ସେତିକି ନୁହେଁ, ମହିଳା ଦଳରେ ଦୀପ୍‌ ଗ୍ରେସ ଏବଂ ପୁରୁଷ ଦଳରେ ବୀରେନ୍ଦ୍ର ଉପଅଧିନାୟକ ଦାୟିତ୍ୱ ମଧ୍ୟ ତୁଲାଉଛନ୍ତି।
ପ୍ରାୟୋଜକଭାବେ ଉଦାହରଣ
ଭାରତୀୟ ହକିର ଉତ୍‌ଥାନ ପଥରେ ଓଡ଼ିଶାର ଅନେକ ଅବଦାନ ରହିଛି। ପ୍ରଥମ ରାଜ୍ୟଭାବେ ଓଡ଼ିଶା ୨୦୧୮ରୁ ଭାରତୀୟ ଦଳର ପ୍ରାୟୋଜକ ରହି ଆସିଛି। ୫ ବର୍ଷୀୟା ଚୁକ୍ତି ପାଇଁ ରାଜ୍ୟ ପାଖାପାଖି ୧୫୦ କୋଟି ଟଙ୍କା ଖର୍ଚ୍ଚ କରୁଛି। କ୍ରୀଡ଼ାକୁ ପ୍ରୋତ୍ସାହନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଢ଼ ଇଚ୍ଛାଶକ୍ତି ଯୋଗୁ କଳିଙ୍ଗ ଷ୍ଟାଡିୟମରେ ବିଶ୍ୱସ୍ତରୀୟ ଭିତ୍ତିଭୂମି ଉପଲବ୍ଧ ହୋଇଛି। ଫଳରେ ଏଠାରେ ହକି ବିଶ୍ୱକପ ସମେତ ଏକାଧିକ ଅନ୍ତର୍ଜାତୀୟ ଟୁର୍ନାମେଣ୍ଟ ଆୟୋଜନ ସମ୍ଭବ ହୋଇପାରିଛି। ୨୦୧୮ରେ ଓଡ଼ିଶା ହକି ବିଶ୍ୱକପ ଆୟୋଜନ କରିଥିଲା। ଓଡ଼ିଶାର ଆତିଥ୍ୟ, ଉପଲବ୍ଧ ସୁବିଧା ସୁଯୋଗ ଏବଂ ଉନ୍ନତ ମାନର ଭିତ୍ତିଭୂମି ଯୋଗୁ ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫ୍‌ଆଇଏଚ୍‌) ଦ୍ୱିତୀୟ ଥରପାଇଁ ହକି ବିଶ୍ୱକପ ଆୟୋଜନ ଅଧିକାର ପ୍ରଦାନ କରିଛି। ୨୦୨୩ରେ ହକି ବିଶ୍ୱକପ ଭୁବନେଶ୍ୱର ଓ ରାଉରକେଲାରେ ଅନୁଷ୍ଠିତ ହେବ। ଏଥିପାଇଁ ରାଉରକେଲାରେ ଭାରତର ସବୁଠାରୁ ବଡ଼ ହକି ଷ୍ଟାଡିୟମ ନିର୍ମାଣ ପଥରେ ରହିଛି। କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ବୃହତ୍‌ ଟୁର୍ନାମେଣ୍ଟ ମଧ୍ୟରେ ରହିଛି ହକି ଚାମ୍ପିୟନ୍ସ ଟ୍ରଫି (୨୦୧୪), ପୁରୁଷ ଏଫ୍‌ଆଇଏଚ୍‌ ହକି ଓ୍ବାଲର୍‌ଡ ଲିଗ୍‌(୨୦୧୭), ହକି ବିଶ୍ୱକପ (୨୦୧୮), ପୁରୁଷ ହକି ସିରିଜ ଫାଇନାଲ୍ସ (୨୦୧୯), ମହିଳା ଓ ପୁରୁଷ ହକି ଏଫ୍‌ଆଇଏଚ୍‌ ଅଲିମ୍ପିକ୍‌ କ୍ୱାଲିଫାୟର୍ସ (୨୦୧୯) ଏବଂ ପୁରୁଷ ହକି ପ୍ରୋ ଲିଗ୍‌ (୨୦୨୦)। ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ୨୦୧୯ ନଭେମ୍ବର ୧ ଓ ୨ରେ ଅନୁଷ୍ଠିତ କ୍ୱାଲିଫାୟର୍ସରୁ ହିଁ ଭାରତୀୟ ମହିଳା ଓ ପୁରୁଷ ଦଳ ଟୋକିଓ ଅଲିମ୍ପିକ୍ସ ପାଇଁ ଟିକେଟ ହାସଲ କରିଥିଲା।
ତୃଣମୂଳ ସ୍ତରରୁ ବିକାଶ କାର୍ଯ୍ୟକ୍ରମ
ଭାରତୀୟ ହକିର ଗଡ଼ ଭାବେ ସୁନ୍ଦରଗଡ଼ ପରିଚିତ। ଭାରତୀୟ ଦଳର ପୂର୍ବତନ ଅଧିନାୟକ ଦିଲୀପ ତିର୍କୀଙ୍କଠାରୁ ଆରମ୍ଭ କରି ବର୍ତ୍ତମାନ ଖେଳୁଥିବା ଅମିତ ରୋହିଦାସଙ୍କ ପର୍ଯ୍ୟନ୍ତ ଏଠାରୁ ରାଜ୍ୟର ସବୁଠାରୁ ଅଧିକ ହକି ଖେଳାଳି ଦେଶ ପକ୍ଷରୁ ପ୍ରତିନିଧିତ୍ୱ କରିଛନ୍ତି। ତେଣୁ ଏଠାରେ କିପରି ତୃଣମୂଳସ୍ତରରୁ ହକିର ବିକାଶ ହୋଇପାରିବ ସେଥିପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଏହି ଜିଲାର ପ୍ରତି ବ୍ଲକରେ ଗୋଟିଏ ଲେଖାଏ ଅଷ୍ଟ୍ରୋଟର୍ଫ ଷ୍ଟାଡିୟମ ନିର୍ମାଣ ପାଇଁ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ବିଭିନ୍ନ ସମୟରେ ବିଭାଗୀୟ ଅଧିକାରୀମାନେ ରାଉରକେଲା ଗସ୍ତ କରି ଅଗ୍ରଗତି କାର୍ଯ୍ୟର ତଦାରଖ କରୁଛନ୍ତି।
ହାଇପରଫର୍‌ମାନ୍ସ ସେଣ୍ଟର
ବୈଜ୍ଞାନିକ ପଦ୍ଧତିରେ ଖେଳାଳିଙ୍କୁ ଉଚ୍ଚମାନର ଟ୍ରେନିଂ ସହ ସେମାନଙ୍କ ଶାରୀରିକ ଦକ୍ଷତାର ବିକାଶ ପାଇଁ କଳିଙ୍ଗ ଷ୍ଟାଡିୟମରେ ହାଇପରଫର୍‌ମାନ୍ସ ସେଣ୍ଟର ପ୍ରତିଷ୍ଠା କରାଯାଇଛି। ଏହା ମଧ୍ୟରେ ରହିଛି ଅଭିନବ ବିନ୍ଦ୍ରା ଟାର୍ଗେଟିଂ ହାଇପରଫର୍‌ମାନ୍ସ (ଏବିଟିପି), ଡାଲମିଆ ଭାରତ ଗୋପୀଚାନ୍ଦ ବ୍ୟାଡ୍‌ମିଣ୍ଟନ ଏକାଡେମି, ଜେଏସ୍‌ଡବ୍ଲ୍ୟୁ ସୁଇମିଂ ହାଇପରଫର୍‌ମାନ୍ସ ସେଣ୍ଟର, ଆଥଲେଟିକ୍ସ, ହକି ଓ ଭାରୋତ୍ତୋଳନ ଲାଗି ଖେଲୋ ଇଣ୍ଡିଆ ଷ୍ଟେଟ୍‌ ସେଣ୍ଟର ଅଫ୍‌ ଏକ୍ସିଲେନ୍ସି (କେଆଇଏସ୍‌ସିଇ), ଭାରୋତ୍ତୋଳନ ପାଇଁ କେଜେଏସ୍‌ ଆହାଲୁଓ୍ବାଲିଆ ଆଣ୍ଡ ଟେନ୍‌ଭିକ୍‌ ସ୍ପୋଟର୍‌ସ ହାଇପରଫର୍‌ମାନ୍ସ ସେଣ୍ଟର, ନାଭାଲ ଟାଟା ହକି ଏକାଡେମି(ଏନ୍‌ଟିଏଚ୍‌ଏ), ଓଡ଼ିଶା ଆଦିତ୍ୟ ବିର୍ଲା ଆଣ୍ଡ ଗଗନ ନାରଙ୍ଗ ଶୁଟିଂ ହାଇପରଫରମାନ୍ସ ସେଣ୍ଟର, ରିଲାଏନ୍ସ ଫାଉଣ୍ଡେଶନ ଓଡ଼ିଶା ଆଥଲେଟିକ୍ସ ହାଇପରଫର୍‌ମାନ୍ସ ସେଣ୍ଟର, ସାଇ ରିଜିଓନାଲ ବ୍ୟାଡ୍‌ମିଣ୍ଟନ ଏକାଡେମି, ଉଡାନ ବ୍ୟାଡ୍‌ମିଣ୍ଟନ ଏକାଡେମି ଏବଂ ଏଆଇଏଫ୍‌ଏଫ୍‌ ହାଇପରଫର୍‌ମାନ୍ସ ସେଣ୍ଟର।
ହକି ଗୌରବ
ଭାରତୀୟ ପୁରୁଷ ହକି ଦଳ ୧୯୨୮ ଆମଷ୍ଟରଡାମ, ୧୯୩୨ ଲସ ଆଞ୍ଜେଲ୍ସ, ୧୯୩୬ ବର୍ଲିନ, ୧୯୪୮ ଲଣ୍ଡନ, ୧୯୫୨ ହେଲସିଙ୍କି, ୧୯୫୬ ମେଲବୋର୍ନ, ୧୯୬୪ ଟୋକିଓ, ୧୯୮୦ ମସ୍କୋ ଅଲିମ୍ପିକ୍ସରେ ସ୍ବର୍ଣ୍ଣ, ୧୯୬୦ ରୋମ ଅଲିମ୍ପିକ୍ସରେ ରୌପ୍ୟ ଏବଂ ୧୯୬୮ ମେକ୍ସିକୋ ଏବଂ ୧୯୭୨ ମ୍ୟୁନିଚ୍‌ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ପାଇଥିଲା। ହୃତ ଗୌରବ ଫେରି ପାଇବା ପାଇଁ ଭାରତୀୟ ପୁରୁଷ ଦଳ ଆଉ ମାତ୍ର ଗୋଟିଏ ବିଜୟ ଦୂରରେ ରହିଛି। ସେମିଫାଇନାଲରେ ବିଜୟୀ ହେଲେ ଭାରତର ସ୍ବର୍ଣ୍ଣ କିମ୍ବା ରୌପ୍ୟ ପଦକ ନିଶ୍ଚିତ ହେବ। ପରାଜିତ ହେଲେ ବ୍ରୋଞ୍ଜ ପଦକ ମ୍ୟାଚ ଖେଳିବାକୁ ପଡ଼ିବ। ଅଲିମ୍ପିକ୍ସରେ ଭାରତୀୟ ମହିଳା ହକି ଦଳର ଶ୍ରେଷ୍ଠ ପ୍ରଦର୍ଶନ ହେଉଛି ୪ର୍ଥ ସ୍ଥାନ। ୧୯୮୦ ଅଲିମ୍ପିକ୍ସରେ ଭାରତ ଏହି ସଫଳତା ପାଇଥିଲା, ମାତ୍ର ସେତେବେଳେ ରାଉଣ୍ଡ ରବିନ୍‌ ଫର୍ମାଟରେ ଫାଇନାଲିଷ୍ଟ ନିର୍ଣ୍ଣୟ ହୋଇଥିଲା।

 

କଳିଙ୍ଗରେ ଅନ୍ତର୍ଜାତୀୟ ହକି ପ୍ରତିଯୋଗିତା
ହକି ଚାମ୍ପିୟନ୍ସ ଟ୍ରଫି ୨୦୧୪ ଡିସେମ୍ବର ୬ରୁ ୧୪
ପୁରୁଷ ଏଫ୍‌ଆଇଏଚ୍‌ ହକି ଓ୍ବାଲର୍‌ଡ ଲିଗ୍‌ ୨୦୧୭ ଡିସେମ୍ବର ୧ରୁ ୧୦
ପୁରୁଷ ହକି ବିଶ୍ୱକପ ୨୦୧୮ ନଭେମ୍ବର ୨୮ରୁ ଡିସେମ୍ବର ୧୬
ପୁରୁଷ ହକି ସିରିଜ ଫାଇନାଲ୍ସ ୨୦୧୯ ଜୁନ ୬ରୁ ୧୬
ମହିଳା ଓ ପୁରୁଷ ହକି ଏଫ୍‌ଆଇଏଚ୍‌ ଅଲିମ୍ପିକ୍‌ କ୍ୱାଲିଫାୟର୍ସ ୨୦୧୯ ନଭେମ୍ବର ୧ ଓ ୨
ପୁରୁଷ ହକି ପ୍ରୋ ଲିଗ୍‌ ୨୦୨୦ ଜାନୁୟାରୀ ୧୮ରୁ ମେ ୨୪


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri