ହୋ ଗୀତ ଦେଇଛି ପରିଚୟ

ଯୋଡ଼ା,୨୯ା୯(ମାନସ ମହାନ୍ତି): ପିଲାଟି ବେଳରୁ ଅଭାବ ଅନଟନରେ ଜୀବନ ଯାପନ କରୁଥିଲେ। ମଧ୍ୟବିତ ଓ ବଡ଼ ପରିବାର ହେତୁ ପଢ଼ାରେ ମଧ୍ୟ ସମସ୍ୟା ଉପୁଜିଥିଲା। ମାତ୍ର ପଦ୍ମ ପଙ୍କରୁ ଫୁଟିବା ଭଳି ତାଙ୍କ ପ୍ରତିଭା ମଧ୍ୟ ବହୁ ଦିନ ଲୁଚିପାରି ନ ଥିଲା। ଗୀତ ପ୍ରତି ଦୁର୍ବଳତା ଥିବାରୁ ୟୁ ଟ୍ୟୁବରେ ଚ୍ୟାନେଲ ଖୋଲି ନିଜ ଭାଷା ତଥା ଆଦିବାସୀ ହୋ ଭାଷାରେ ଗୀତ ରେକର୍ଡ କରି ପକାଇଥିଲେ। ତାହା ତାଙ୍କୁ ଏତେ ଲୋକପ୍ରିୟ କରିଥିଲା ଯେ ପରେ ସେ ଓଡ଼ିଆ ସମେତ ଅନ୍ୟାନ୍ୟ ଭାଷାରେ ଗୀତ ଗାଇ ଓଡ଼ିଶା, ଝାଡ଼ଖଣ୍ଡରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଯୋଡ଼ା ବ୍ଲକ୍‌ ଅସେଇଁକଳା ପଞ୍ଚାୟତର ସାନବଡ଼ବିଲର ସୋମା ପୂର୍ତ୍ତି(୨୪)।
ସୋମା ବିଲେଇପଦା ଶିଶୁମନ୍ଦିରରୁ ପ୍ରାଥମିକ ଶିକ୍ଷା ଗ୍ରହଣ କରିଥିବା ବେଳେ ଏବେ ରିମୁଳି କଲେଜରେ ସ୍ନାତକ କରୁଛନ୍ତି। ବାପା ଗୁରୁଚରଣ ପୂର୍ତ୍ତି ଜଣେ ଚାଷୀ ଏବଂ ପାଲାଗାୟକ। ମା’ବାପାଙ୍କ ସହ ପରିବାରରେ ଆଉ ଦୁଇ ଭାଇ ଓ ଜଣେ ଭଉଣୀ ଅଛନ୍ତି। ସ୍ବଳ୍ପ ରୋଜଗାରରେ ଘର ଚଳାଇବା ଓ ପିଲାମାନକୁ ପାଠ ପଢ଼ାଇବା ଗୁରୁଚରଣଙ୍କ ପକ୍ଷେ କଷ୍ଟସାଧ୍ୟ ହୋଇଥିଲା। ପରିବାର ଚଳାଇବା ପାଇଁ ବାପାଙ୍କୁ ସୋମା ଚାଷ କାର୍ଯ୍ୟରେ ସାହାଯ୍ୟ କରୁଥିଲେ। ଯେହେତୁ ୬ଷ୍ଠ ଶ୍ରେଣୀରୁ ତାଙ୍କର ଗୀତ ଗାଇବା ଓ ଲେଖିବା ରୁଚି ରହିଥିଲା,ସେ ସଙ୍ଗୀତକୁ ମାଧ୍ୟମ କରି ୟୁ ଟ୍ୟୁବ ଜରିଆରେ ରୋଜଗାର କରିବା ପାଇଁ ସିଦ୍ଧାନ୍ତ ନେଇଥିଲେ। ସଙ୍ଗୀତ ରେକର୍ଡିଂ ପାଇଁ ଆବଶ୍ୟକ ଅର୍ଥ ଯୋଗାଡ଼ ନିମନ୍ତେ ବିଲେଇପଦା ସାପ୍ତାହିକ ହାଟରେ ପରିବା ବିକ୍ରି କରିଥିଲେ। ଯେଉଁ ଅର୍ଥ ପାଇଥିଲେ, ତାହା ବାପାଙ୍କ ନିର୍ଦ୍ଦେଶକ୍ରମେ ଗୀତ ରେକର୍ଡିଂରେ ଖର୍ଚ୍ଚ କରି ନିଜର ପୂର୍ତ୍ତି ଷ୍ଟାର ନାମକ ଏକ ଚ୍ୟାନେଲ ଆରମ୍ଭ କରିଥିଲେ। ଏହାର ବହୁଳ ପ୍ରସାରଣ ହେବା ପରେ ସେ ହୋ ଭାଷାର ଗାୟକ ଭାବେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ। ପରେ ଆଦିବାସୀ ହୋ ଭାଷର ସହ ସାଦ୍ରି ଓ ଓଡ଼ିଆ ଭାଷାରେ ଗୀତ ଗାଇ ଲୋକପ୍ରିୟତା ହାସଲ କରିପାରିଛନ୍ତି। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଝାଡ଼ଖଣ୍ଡ ରାଜ୍ୟର ରାଞ୍ଚତ୍, ଜାମସେଦପୁର, ଚକ୍ରଧରପୁର, ଚାଇଁବାସା ସମେତ ଓଡ଼ିଶାର ଯାଜପୁର, ବାରିପଦା, ରାଉରକେଲା ଆଦି ଅଞ୍ଚଳରେ ଲାଇଭ ଷ୍ଟେଜ ଶୋ କରି ପ୍ରଶଂସା ସାଉଣ୍ଟିଛନ୍ତି। ସେ ହୋ ଭାଷାରେ ମାଲ ପିୟେଙ୍ଗେ, ମୂର୍ଗି ଟାଙ୍ଗଳି, ବେବୀ ବ୍ୟୁଟିଫୁଲ, ଓଡ଼ିଆରେ ଦିଲ୍‌ଟା ଦିୱାନା ସାଜିଛି ପ୍ରଭୃତି ଗୀତ ଗାଇଛନ୍ତି। ଏପରିକି କିଛି ଗୀତ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଆଲୋଚ୍ୟ ହେଉଛି। ବଡ଼ ବଡ଼ ପ୍ରତିଷ୍ଠିତ ସେଲିବ୍ରିଟି ସୋମାଙ୍କ ଗୀତରେ ସୋସିଆଲ ମିଡିଆରେ ରିଲ୍ସି କରି ନାଚୁଥିବା ଦେଖିବାକୁ ମିଳୁଛି। ସୋମା ଧରିତ୍ରୀକୁ କହିଛନ୍ତି, ଏହି ସ୍ତରକୁ ପହଞ୍ଚତ୍ ଲୋକପ୍ରିୟତା ହାସଲ କରିବେ ବୋଲି ସେ କେବେ ଭାବି ନ ଥିଲେ। ଏହା କେବଳ ମା’ବାପାଙ୍କ ଆଶୀର୍ବାଦ ଓ ଜନସାଧାରଣଙ୍କ ସ୍ନେହ ବୋଲି ସେ କହିଛନ୍ତି। ଭବିଷ୍ୟତରେ ଏକ ନିଜସ୍ବ ଷ୍ଟୁଡିଓ ନିର୍ମାଣ କରିବା ସହ ହୋ ଭାଷା ଓ ଓଡ଼ିଆ ଭାଷାର ଗୀତକୁ ଆହୁରି ପ୍ରଚାରପ୍ରସାର ଦିଗରେ ଉଦ୍ୟମ କରିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri