ଜରାଜୀର୍ଣ୍ଣ ଅବସ୍ଥାରେ ଭାଗବତ ଟୁଙ୍ଗି

ବେଗୁନିଆ,୨୯ା୯(ହର ପ୍ରସନ୍ନ ପଣ୍ଡା): ଭାଦ୍ରବ ମାସ ଶୁକ୍ଳ ପକ୍ଷ ଇନ୍ଦ୍ରୋତ୍ସବ ପୂର୍ଣ୍ଣିମାରେ ଶ୍ରୀମଦ୍‌ ଭାଗବତ ଦେବଙ୍କ ଜନ୍ମ। ହିନ୍ଦୁଧର୍ମର ଅଷ୍ଟାଦଶ ପୁରାଣ ମଧ୍ୟରେ ଶ୍ରେଷ୍ଠ ଗ୍ରନ୍ଥ ହେଉଛି ଶ୍ରୀମଦ୍‌ ଭାଗବତ। ତାଳପତ୍ର ପୋଥିରେ ବର୍ଣ୍ଣିତ ହୋଇଥିବା ଗ୍ରନ୍ଥାବଳୀକୁ ପୂଜାର୍ଚ୍ଚନା ଓ ପାଠ କରାଯାଉଥିଲା। ସଞ୍ଜ ନଇଁଲେ ଗାଁ ଗହଳିରେ ରହିଥିବା ଭାଗବତ ଟୁଙ୍ଗିରେ ଭାଗବତର ପ୍ରଥମ ଛନ୍ଦ ‘ନମଇଁ ନୃସିଂହ ଚରଣ, ଅନାଦି ପରମ କାରଣ’ ପଦ ଗୁଞ୍ଜରିତ ହେଉଥିଲା। ଶ୍ରଦ୍ଧାଳୁମାନେ ଏକାଠି ହେବା ସହ ଗ୍ରାମୀଣ ସଂସ୍କୃତି, ପରମ୍ପରା ଓ ଭାଇଚାରାକୁ ବାନ୍ଧି ରଖୁଥିଲେ। ଏଥିସହ ଭାଗବତ ପଦ ଶୁଣି ଶ୍ରଦ୍ଧାଳୁମାନେ କ୍ଳାନ୍ତି ଦୂର କରୁଥିଲେ। ତେବେ ରକ୍ଷଣାବେକ୍ଷଣ ଅଭାବରୁ ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ଅଞ୍ଚଳରେ ରହିଥିବା କେତେକ ଭାଗବତ ଟୁଙ୍ଗି ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିବା ଦେଖିବାକୁ ମିଳିଛି। ଏଠାରେ ସରକାରଙ୍କ ପୁନରୁଦ୍ଧାର ଯୋଜନା ଯେପରି ବାଟବଣା ହୋଇଯାଇଛି।
ପ୍ରକାଶ ଯେ, ୨୦୧୪-୧୫ ଆର୍ଥିକ ବର୍ଷରେ ରାଜ୍ୟ ସରକାର ଭାଗବତ ଟୁଙ୍ଗିର ପୁନରୁଦ୍ଧାର ଯୋଜନା ଆରମ୍ଭ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ୨୫ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ପୁଣି ଶ୍ରଦ୍ଧାଳୁମାନଙ୍କୁ ଉତ୍ସାହିତ କରିବା ପାଇଁ ସହାୟତା ରାଶି ୫୦ ହଜାର ଟଙ୍କାକୁ ବଢ଼ାଯାଇଥିଲା। ପ୍ରତି ଭାଗବତ ଟୁଙ୍ଗିକୁ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ବାରା ପ୍ରକାଶିତ ଓଡ଼ିଆ ଭାଗବତ ବହି ଯୋଗାଇ ଦିଆଯିବ। ଅନ୍ୟାନ୍ୟ ଆନୁଷଙ୍ଗିକ ସହ ମାଇକ୍‌ ସେଟ କିଣାଯିବ ବୋଲି ନିର୍ଦ୍ଦେଶାବଳୀ ଲାଗୁ କରାଯାଇଥିଲା। ଏହାର ଦାୟିତ୍ୱ ଜିଲା ସଂସ୍କୃତି ବିଭାଗକୁ ହସ୍ତାନ୍ତର କରାଯାଇଥିଲା। ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ଅଞ୍ଚଳରେ ଥିବା ୧୬୨ଟି ଟୁଙ୍ଗି ମଧ୍ୟରୁ ୧୭ଟି ଟୁଙ୍ଗିର ପୁନରୁଦ୍ଧାର ପାଇଁ ଶ୍ରଦ୍ଧାଳୁମାନେ ଆବେଦନ କରିଥିଲେ। ବ୍ଲକ ପ୍ରଶାସନ ପକ୍ଷରୁ ଅନୁଧ୍ୟାନ ପରେ ପ୍ରଥମ ପର୍ଯ୍ୟାୟରେ ୬ଟି, ଦ୍ବିତୀୟ ପର୍ଯ୍ୟାୟରେ ୭ଟି ଏବଂ ୩ୟ ପର୍ଯ୍ୟାୟରେ ଆଉ ୧୨ଟି ଟୁଙ୍ଗି ଚୟନ କରାଯାଇଥିଲା। ଟୁଙ୍ଗିର ସଭାପତି, ସମ୍ପାଦକ ଚୟନ କରାଯାଇ ବିଡିଓଙ୍କ ସହିତ ମିଳିତ ବ୍ୟାଙ୍କ ପାସବୁକ ଖୋଲିବାରେ ପ୍ରଶାସନ ପକ୍ଷରୁ ବହୁ ବିଳମ୍ବ କରାଯାଇଥିଲା। ପରେ ବ୍ଲକ ପ୍ରଶାସନ ପକ୍ଷରୁ ୨୦୧୬ରେ ୬ଟି, ୨୦୧୭ରେ ୭ଟି ଏବଂ ୨୦୧୮ରେ ୧୨ଟି ଟୁଙ୍ଗିକୁ ସହାୟତା ପ୍ରଦାନ କରାଯାଇଥିଲା ବୋଲି ବ୍ଲକ କାର୍ଯ୍ୟାଳୟରୁ ସୂଚନା ମିଳିଛି। ଏହା ପରେ ସରକାରଙ୍କ ଏହି ଯୋଜନା ୫ବର୍ଷ ହେଲା କାର୍ଯ୍ୟକାରୀ ନ ହୋଇ ଫାଇଲରେ ଡୋରି ବନ୍ଧା ହୋଇଛି। ଏ ସମ୍ପର୍କରେ ଶ୍ରଦ୍ଧାଳୁ ବନ ବିହାରୀ ପଣ୍ଡା କୁହନ୍ତି, ସରକାରଙ୍କ ଟୁଙ୍ଗି ପୁନରୁଦ୍ଧାର ଯୋଜନା ମହତ୍‌ ଆଭିମୁଖ୍ୟ ଥିଲା। ତେବେ ପ୍ରଶାସନର ଅବହେଳା ଯୋଗୁ ଏହି ଯୋଜନା ବାଟବଣା ହୋଇଯାଇଛି। ସେହିପରି ଦୀନବନ୍ଧୁ ବିଶ୍ବାଳ କହିଛନ୍ତି, ସରକାରଙ୍କ ପକ୍ଷରୁ ଅନୁଧ୍ୟାନ କରାଯାଇ ପୁଣି ଏହି ପୁନରୁଦ୍ଧାର ଯୋଜନାକୁ ଗୁରୁତ୍ୱ ଦିଆଯାଉ ବୋଲି ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?