ବଜାରରେ ଏଚ୍‌ଏମ୍‌ଏସ୍‌ଆଇର ସାଇନ ୧୨୫

ନୂଆଦିଲ୍ଲୀ,୧୭।୨: ହୋଣ୍ଡା ମୋଟର ସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)ର ନୂତନ ମଡେଲ ୨୦୨୫ ସାଇନ ୧୨୫ର ଅନାବରଣ ନିକଟରେ ହୋଇଯାଇଛି।
ଏ ସମ୍ପର୍କରେ ହୋଣ୍ଡା ମୋଟର ସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ତଥା ସଭାପତି ଏବଂ ସିଇଓ ସୁଟୁସୁମୁ ଓଟାନି କହିଛନ୍ତି, ଆମେ ଆମର ନୂତନ ଓବିଡି୨ବି ନିୟାମକ ଅନୁରୂପ ସାଇନ ୧୨୫କୁ ଅନାବରଣ ସହ ବଜାର ପ୍ରବେଶ କରାଇ ବେଶ ଉତ୍ସାହିତ ଅଛୁ। ୨୦୦୬ରୁ ଡେବୁଟ ହୋଇଥିବା ସାଇନ ଏହାର ବିଭାଗରେ ସବୁଠାରୁ ପସନ୍ଦଯୋଗ୍ୟ ମୋଟରସାଇକେଲ ଭାବେ ସମସ୍ତଙ୍କର ପ୍ରିୟଭାଜନ ହୋଇଥିବାବେଳେ ଲକ୍ଷ ଲକ୍ଷ ଭାରତୀୟ ଗ୍ରାହକଙ୍କର ବିଶ୍ୱାସର ପ୍ରତୀକ ହୋଇପାରିଛି। ବର୍ଷ ବର୍ଷ ଧରି ଏହା ନୂଆ ମାନକ ତଥା କର୍ମଦକ୍ଷତାକୁ ଅପରିବର୍ତ୍ତନୀୟ ରଖିବା ସହିତ ଆରାମଦାୟକ ତଥା ବିଶ୍ୱସନୀୟତାକୁ ଜାରି ରଖିଛି। ସର୍ବାଧୁନିକ ନୂତନ ଜ୍ଞାନକୌଶଳରେ ପରିପ୍ରକାଶ କରିଥିବା ଏହି ସାଇନ୧୨୫ ସମସ୍ତ ଆକାଂକ୍ଷିତ ଚାଳକଙ୍କର ଇଚ୍ଛାକୁ ପରିପୂରଣ କରିପାରିବ ଏହା ଆମର ଦୃଢ଼ ବିଶ୍ୱାସ।
ନୂତନ ସାଇନ ୧୨୫ରେ ଆକର୍ଷଣୀୟ ଡିଜାଇନ, ରଙ୍ଗ ତଥା ଉଚ୍ଚ ବୈଶିଷ୍ଟ୍ୟ ଯୁକ୍ତ ଜ୍ଞାନକୌଶଳ ସାମିଲ ରହିଛି। ନୂତନ ସାଇନ ୧୨୫ ନିଜର ଏହି ଗଠନ ତଥା ବୈଶିଷ୍ଟ୍ୟଯୁକ୍ତ ଶୈଳୀକୁ ନେଇ ସମସ୍ତଙ୍କର ପ୍ରିୟଭାଜନ ହୋଇଥିବାବେଳେ ବର୍ତ୍ତମାନ ଏଥିରେ ନୂତନ ରଙ୍ଗର ଯୋଜନା ତଥା ଏକ ସତେଜଭରା ଚମକ ସହିତ ଆସିଛି। ୬ଟି ରଙ୍ଗର ବିକଳ୍ପକୁ ନେଇ ଏହା ବଜାର ଆସିଛି ଅତିରିକ୍ତ ଭାବରେ ମୋଟରସାଇକେଲରେ ବର୍ତ୍ତମାନ ୯୦ଏମଏମର ଚଉଡ଼ା ପଛ ଟାୟାରର ଉଭୟ ଦୃଶ୍ୟମାନକୁ ବୃଦ୍ଧିକରିବା ସହିତ ସଡ଼କ ସ୍ଥିରତା ଏଥିରେ ଦେଖା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚୁରମାର ହେଲା ୟୁନିର୍ଭସିଟି ପ୍ରତିଷ୍ଠା ସ୍ୱପ୍ନ! ଜମି ବିକିଦେଲେ ଖାନ ସାର୍‌! ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୧।୨:ନିକଟରେ ସୋସିଆଲ ମିଡିଆରେ ଖବର ପ୍ରକାଶ ପାଇଥିଲା ଯେ ଖାନ ସାର୍‌ କୋଏଲୱାରରେ ଏକ ବଡ଼ ଜମି କିଣି ସେଠାରେ ଏକ ବିଶ୍ୱବିଦ୍ୟାଳୟ ନିର୍ମାଣ କରିବାକୁ ଯୋଜନା…

ଚାନ୍ଦା ନ ଦେବାରୁ ଠିକାଦାରଙ୍କୁ ହତ୍ୟା, ଅଭିଯୋଗ ଆଣି ପୁଅ କହିଲେ ମୋ’ ବାପାଙ୍କୁ…

ଆନନ୍ଦପୁର,୨୧ା୨(ସୁଶାନ୍ତ କୁମାର ସାହୁ): ଠିକା କାମରେ ଚାନ୍ଦା ନ ଦେବାରୁ ଠିକାଦାରଙ୍କୁ କିଛି ଅସାମାଜିକ ହତ୍ୟା କରିଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି। କେନ୍ଦୁଝର ଜିଲା…

ନାବାଳିକାଙ୍କୁ ଗର୍ଭବତୀ କରିଥିଲେ ୭୦ ବର୍ଷର ବୃଦ୍ଧ: ମା’ ହେବା ପରେ ସିଲ୍‌ ହେଲା ଲକ୍ଷ୍ମୀ ହସ୍ପିଟାଲ

ଯାଜପୁରରୋଡ଼/ଧର୍ମଶାଳା,୨୧।୨(ପବିତ୍ର ରଞ୍ଜନ ମହାନ୍ତି/ଶିବ ପ୍ରସାଦ ମହାନ୍ତି): ନାବାଳିକା ପ୍ରସବ ଘଟଣାରେ ଜିଲା ପ୍ରଶାସନ ପକ୍ଷରୁ ଯାଜପୁର ରୋଡସ୍ଥିତ ଲକ୍ଷ୍ମୀ ହସ୍ପିଟାଲକୁ ଶନିବାର ସିଲ୍‌ କରାଯାଇଛି । ଏହା…

ଖରାପ ଫର୍ମ ପାଇଁ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚରୁ ବାଦ ପଡିବେ ଅଭିଷେକ? କ୍ୟାପଟେନ ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୨୧।୨: ୨୦୨୬ ଟି୨୦ ବିଶ୍ୱକପ ସୁପର ୮ରେ ଭାରତର ପ୍ରଥମ ମ୍ୟାଚ ରବିବାର, ଫେବୃଆରୀ ୨୨ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ। ଏହା ପୂର୍ବରୁ, ଶନିବାର ଏକ ସାମ୍ବାଦିକ…

୪ ମାସ ବିତିନି ପୁଣି ବାଣ ବିସ୍ଫୋରଣ: ଲୋକେ ଭୟଭୀତ

ବୌଦ୍ଧ,୨୧ା୨(ଅଜିତ କୁମାର ବାରିକ): ବୌଦ୍ଧ ଜିଲା ପୁରୁଣା କଟକ ଥାନା ଜିଆକଟା ଗ୍ରାମରେ ବାଣ ବିସ୍ଫୋରଣ ଘଟଣାକୁ ୪ ମାସ ବିତି ନ ଥିବା ବେଳେ ପୁଣି…

ଜିରୋ ବାଲାନ୍ସ ଆକାଉଣ୍ଟରୁ ଉଠାଇପାରିବେ ୧୦ହଜାର ଟଙ୍କା, ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨୧।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ କାର୍ଯ୍ୟକାଳର ସବୁଠାରୁ ଲୋକପ୍ରିୟ ଯୋଜନାଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ଜନ ଧନ (ପ୍ରଧାନମନ୍ତ୍ରୀ ଜନ ଧନ) ଆକାଉଣ୍ଟ। ଏହି ଯୋଜନା…

‘AI ସମ୍ମିଳନୀରେ କଂଗ୍ରେସର ସାର୍ଟଲେସ ପ୍ରତିବାଦ ନେପାଳର GenZ ଆନ୍ଦୋଳନ ଦ୍ୱାରା ଅନୁପ୍ରାଣିତ’, ଦିଲ୍ଲୀ ପୋଲିସର ବଡ଼ ଦାବି

ନୂଆଦିଲ୍ଲୀ,୨୧।୨: ଦିଲ୍ଲୀର ଭାରତ ମଣ୍ଡପମରେ ଇଣ୍ଡିଆ ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀରେ ଯୁବ କଂଗ୍ରେସ କର୍ମୀଙ୍କ ପ୍ରତିବାଦ ଦେଶରେ ରାଜନୀତିକୁ ଉଷ୍ମ କରିଛି। ବିଭିନ୍ନ ରାଜ୍ୟର ଭାଜପା…

ଯନ୍ତ୍ରୀ-ଠିକାଦାରଙ୍କୁ ଏକାଠି ବସାଇ ବୁଝାମଣା ପ୍ରୟାସ: ୩ ଘଣ୍ଟା ପରେ ବି କେସ୍‌ ରୁଜୁ କରିନି ପୋଲିସ

ବଲାଙ୍ଗୀର,୨୧ା୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ରାସ୍ତା ଓ କୋଠା ବିଭାଗ ନିର୍ବାହୀ ଯନ୍ତ୍ରୀ ଓ ଠିକାଦାରମାନେ ମୁହାଁମୁହିଁ ହୋଇଛନ୍ତି। ପରସ୍ପର ବିରୋଧରେ ଉଭୟ ପକ୍ଷ ଟାଉନ ଥାନାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri