ବଜାରରେ ଏଚ୍‌ଏମ୍‌ଏସ୍‌ଆଇର ସାଇନ ୧୨୫

ନୂଆଦିଲ୍ଲୀ,୧୭।୨: ହୋଣ୍ଡା ମୋଟର ସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)ର ନୂତନ ମଡେଲ ୨୦୨୫ ସାଇନ ୧୨୫ର ଅନାବରଣ ନିକଟରେ ହୋଇଯାଇଛି।
ଏ ସମ୍ପର୍କରେ ହୋଣ୍ଡା ମୋଟର ସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ତଥା ସଭାପତି ଏବଂ ସିଇଓ ସୁଟୁସୁମୁ ଓଟାନି କହିଛନ୍ତି, ଆମେ ଆମର ନୂତନ ଓବିଡି୨ବି ନିୟାମକ ଅନୁରୂପ ସାଇନ ୧୨୫କୁ ଅନାବରଣ ସହ ବଜାର ପ୍ରବେଶ କରାଇ ବେଶ ଉତ୍ସାହିତ ଅଛୁ। ୨୦୦୬ରୁ ଡେବୁଟ ହୋଇଥିବା ସାଇନ ଏହାର ବିଭାଗରେ ସବୁଠାରୁ ପସନ୍ଦଯୋଗ୍ୟ ମୋଟରସାଇକେଲ ଭାବେ ସମସ୍ତଙ୍କର ପ୍ରିୟଭାଜନ ହୋଇଥିବାବେଳେ ଲକ୍ଷ ଲକ୍ଷ ଭାରତୀୟ ଗ୍ରାହକଙ୍କର ବିଶ୍ୱାସର ପ୍ରତୀକ ହୋଇପାରିଛି। ବର୍ଷ ବର୍ଷ ଧରି ଏହା ନୂଆ ମାନକ ତଥା କର୍ମଦକ୍ଷତାକୁ ଅପରିବର୍ତ୍ତନୀୟ ରଖିବା ସହିତ ଆରାମଦାୟକ ତଥା ବିଶ୍ୱସନୀୟତାକୁ ଜାରି ରଖିଛି। ସର୍ବାଧୁନିକ ନୂତନ ଜ୍ଞାନକୌଶଳରେ ପରିପ୍ରକାଶ କରିଥିବା ଏହି ସାଇନ୧୨୫ ସମସ୍ତ ଆକାଂକ୍ଷିତ ଚାଳକଙ୍କର ଇଚ୍ଛାକୁ ପରିପୂରଣ କରିପାରିବ ଏହା ଆମର ଦୃଢ଼ ବିଶ୍ୱାସ।
ନୂତନ ସାଇନ ୧୨୫ରେ ଆକର୍ଷଣୀୟ ଡିଜାଇନ, ରଙ୍ଗ ତଥା ଉଚ୍ଚ ବୈଶିଷ୍ଟ୍ୟ ଯୁକ୍ତ ଜ୍ଞାନକୌଶଳ ସାମିଲ ରହିଛି। ନୂତନ ସାଇନ ୧୨୫ ନିଜର ଏହି ଗଠନ ତଥା ବୈଶିଷ୍ଟ୍ୟଯୁକ୍ତ ଶୈଳୀକୁ ନେଇ ସମସ୍ତଙ୍କର ପ୍ରିୟଭାଜନ ହୋଇଥିବାବେଳେ ବର୍ତ୍ତମାନ ଏଥିରେ ନୂତନ ରଙ୍ଗର ଯୋଜନା ତଥା ଏକ ସତେଜଭରା ଚମକ ସହିତ ଆସିଛି। ୬ଟି ରଙ୍ଗର ବିକଳ୍ପକୁ ନେଇ ଏହା ବଜାର ଆସିଛି ଅତିରିକ୍ତ ଭାବରେ ମୋଟରସାଇକେଲରେ ବର୍ତ୍ତମାନ ୯୦ଏମଏମର ଚଉଡ଼ା ପଛ ଟାୟାରର ଉଭୟ ଦୃଶ୍ୟମାନକୁ ବୃଦ୍ଧିକରିବା ସହିତ ସଡ଼କ ସ୍ଥିରତା ଏଥିରେ ଦେଖା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାଦ ଭିତରେ ବି ବାଂଲାଦେଶରେ ଭାରତର ଏହି ଖାଦ୍ୟର ଚାହିଦା ଅଧିକ, ଏତେ ହୋଇଛି ରପ୍ତାନୀ

ନୂଆଦିଲ୍ଲୀ,୨୩।୩: ଉତ୍ତର ପ୍ରଦେଶର ମୁଜାଫରନଗରରୁ ଜିଆଇ ଟ୍ୟାଗ ବାଜିଥିବା 30 ଟନ ଗୁଡ଼ ବାଂଲାଦେଶକୁ ପଠାଯାଇଛି। ଶନିବାର ଏକ ସରକାରୀ ବିବୃତ୍ତିରେ ଏହି ସୂଚନା ଦିଆଯାଇଛି।...

ଖରାଦିନେ ବଢିଯିବ ପିଆଜ ଦର! ଜାଣନ୍ତୁ ସରକାରଙ୍କ କ’ଣ ରହିଛି ପ୍ଲାନ

ନୂଆଦିଲ୍ଲୀ,୨୩।୩: ଆଗାମୀ ଗ୍ରୀଷ୍ମ ଋତୁରେ ମହଙ୍ଗା ହୋଇପାରେ ପିଆଜ! ଗ୍ରୀଷ୍ମ ଋତୁରେ ପିଆଜର ଚାହିଦା ବୃଦ୍ଧି ପାଏ, ତେଣୁ ଏହାର ଯୋଗାଣ ଏବଂ ମୂଲ୍ୟକୁ ନିୟନ୍ତ୍ରଣରେ...

Post Officeର ଏହି ଦମଦାର ସ୍କିମ୍‌ର ଲାଭ ଉଠାଇପାରିବେ ମହିଳା, ମିଳିବ ମୋଟା ଅଙ୍କର ଲାଭ

ନୂଆଦିଲ୍ଲୀ,୨୩।୩: ମହିଳାମାନଙ୍କୁ ଆର୍ଥିକ ଭାବରେ ସଶକ୍ତ କରିବା ପାଇଁ ସରକାର ଅନେକ ପ୍ରକାରର ଯୋଜନା ଚଲାଉଛନ୍ତି। ଏଥିମଧ୍ୟରୁ ଗୋଟିଏ ହେଉଛି ମହିଳା ସମ୍ମାନ ସଞ୍ଚୟ ପ୍ରମାଣପତ୍ର...

ଓଡ଼ିଶା ବଜାର ସମ୍ଭାବନାରେ ପରିପୂର୍ଣ୍ଣ

ଫର୍ନିଚର ମାନୁଫାକ୍ଚରିଂ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜିଥିବା ବ୍ୟକ୍ତିତ୍ୱ ଜଣକ ହେଲେ ଦେବାଶିଷ ପଟ୍ଟନାୟକ। ପ୍ରଥମେ ଏୟାରକ୍ରାଫ୍ଟ ଇଞ୍ଜିନିୟର ଭାବେ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ। ମାତ୍ର...

ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର, ବଢିଲା DA, ଏପ୍ରିଲ ୧ରୁ ଖାତାକୁ ଆସିବ…

ନୂଆଦିଲ୍ଲୀ,୨୨।୩: ସରକାରୀ କର୍ମଚାରୀଙ୍କ ପାଇଁ ଖୁସିଖବର। ଶୁକ୍ରବାର ତ୍ରିପୁରା ବିଧାନସଭାରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରୁଥିବାବେଳେ ମୁଖ୍ୟମନ୍ତ୍ରୀ ମାଣିକ ଶାହ ରାଜ୍ୟର...

ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ, ୧୭ଲକ୍ଷ ହ୍ବାଟସଆପ ଆକାଉଣ୍ଟ ବ୍ଲକ୍‌

ନୂଆଦିଲ୍ଲୀ,୨୨।୩: ଟେଲିକମ ଠକେଇର ମୁକାବିଲା କରିବା ପାଇଁ ଭାରତ ସରକାର ଶୁକ୍ରବାର କହିଛନ୍ତି ଯେ, ସଞ୍ଚାର ସାଥୀ ପୋର୍ଟାଲ ମାଧ୍ୟମରେ ଏପର୍ଯ୍ୟନ୍ତ ୩.୪ କୋଟିରୁ ଅଧିକ...

30 ଲକ୍ଷ ଟଙ୍କାରେ ନିଲାମ ହେଲା ଟ୍ବିଟରର ଆଇକନିକ ଲୋଗୋ ‘ବ୍ଲୁ ବାର୍ଡ’

ନୂଆଦିଲ୍ଲୀ,୨୨।୩: ପୂର୍ବରୁ ଟ୍ବିଟର ନୀଳ ପକ୍ଷୀ ଭାବରେ ପରିଚିତ ଥିଲା। କିନ୍ତୁ ଯେବେଠାରୁ ଏଲନ ମସ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ବିଟରକୁ ହାତକୁ ନେଇଛନ୍ତି, ସେବେଠାରୁ...

ଉତ୍ସର୍ଗୀକୃତ ମନୋଭାବ ସଫଳତା ଆଣିଦେବ

୧୯୭୯ ମସିହାରେ ବଲାଙ୍ଗୀରରେ ଯୁବୋଦ୍ୟୋଗୀ ବ୍ରିଜେଶ ମେହେରଙ୍କ ଜନ୍ମ। ବ୍ୟବସାୟ କ୍ଷେତ୍ରରେ ଏକାଗ୍ରତା ଓ କଠିନ ପରିଶ୍ରମ ଉପରେ ଗୁରୁତ୍ୱ ଦେଉଥିବା ବ୍ରିଜେଶ ମିନରବା ଜୁଏଲର୍ସରୁ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri