ଏଚ୍‌ଏମ୍‌ଆଇଏଫ୍‌ର ‘ଆର୍ଟ ଫର୍‌ ହୋପ୍‌-ସିଜନ ୩’

ଭୁବନେଶ୍ୱର,୩୦।୩: ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ଲିମିଟେଡ୍‌ର ସାମାଜିକ ପ୍ରତିଷ୍ଠାନ ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ଫାଉଣ୍ଡେଶନ(ଏଚ୍‌ଏମ୍‌ଆଇଏଫ୍‌)ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ‘ଆର୍ଟ ଫର୍‌ ହୋପ୍‌-ସିଜନ୩’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଏଚ୍‌ଏମ୍‌ଆଇଏଫ୍‌ର ଏମ୍‌ଡି ତଥା ସିଇଓ ଉନ୍‌ ସୋ କିମ୍‌,ଇଣ୍ଡିଆନ କାଉନସିଲ ଫର୍‌ କଲ୍‌ଚରାଲ ରିଲେଶନ୍ସ(ଆଇସିସିଆର୍‌)ର ମହାନିର୍ଦ୍ଦେଶକ କୁମାର ତୁହିନଙ୍କ ସମେତ ପଦ୍ମଶ୍ରୀ କମଳିନୀ ଏବଂ ନଳିନୀ ଆସ୍ଥାନା ପ୍ରମୁଖ ଉଦ୍‌ଘାଟନୀ ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଉଲ୍ଲେଖଯୋଗ୍ୟ,ନୂଆଦିଲ୍ଲୀର ତ୍ରିବେଣୀ କଳାସଙ୍ଗମଠାରେ ‘ଆର୍ଟ ଫର୍‌ ହୋପ୍‌-ସିଜନ ୩’ଅନୁଷ୍ଠିତ ହେଉଛି। ଏହି ସଂସ୍କରଣ ୨୦୨୪ମାର୍ଚ୍ଚ ୨୮ରୁ ୩୧ ପର୍ଯ୍ୟନ୍ତ ଜାରି ରହିବ। ଏହି ୪ଦିନିଆ ପ୍ରଦର୍ଶନୀ ଏବଂ କର୍ମଶାଳା ସହ ଉଦୀୟମାନ କଳାକାର, ଯୁବକ, ମହିଳା, ସମ୍ପ୍ରଦାୟ ଏବଂ ସ୍ଥାନୀୟ ପ୍ରତିଭାମାନଙ୍କ ପାଇଁ ଏକ ଉପଯୁକ୍ତ ପ୍ଲାଟ୍‌ଫର୍ମ ପ୍ରଦାନ କରିବ। ବିଶେଷକରି ଆର୍ଟ ଫର୍‌ ହୋପ୍‌ ଭାରତର ସମୃଦ୍ଧ ପାରମ୍ପରିକ କଳା, ହସ୍ତଶିଳ୍ପ ଏବଂ ସଂସ୍କୃତିର ପୋଷଣ ତଥା ପ୍ରୋତ୍ସାହନ ଉପରେ ଗୁରୁତ୍ୱାରୋପ କରିଥାଏ; ଯାହା ସମଗ୍ର ଭାରତର କଳାକାରମାନଙ୍କ ଉଲ୍ଲେଖନୀୟ ପ୍ରତିଭା ପ୍ରଦର୍ଶନ ପାଇଁ ଏକ ପ୍ଲାଟ୍‌ଫର୍ମ ଭାବେ କାର୍ଯ୍ୟ କରିଥାଏ। ଏପରିକି ଓଡ଼ିଶାର କଳାକୃତି ହରିକଥା ପରମ୍ପରାକୁ ପୁନଃ ପ୍ରୋତ୍ସାହିତ କରୁଥିବା ନିର୍ଗୁଣ ଟ୍ରଷ୍ଟ ଭାରତର ୨୦ଟି ଅଞ୍ଚଳରୁ ୪୦ଜଣ ଅନୁଦାନ ପ୍ରାପ୍ତକାରୀଙ୍କ ମଧ୍ୟରେ ସ୍ଥାନ ହାସଲ କରିଛି। ଏହି ପଦକ୍ଷେପ ଭିଜୁଆଲ ଆର୍ଟ, ଡିଜିଟାଲ ଆର୍ଟ, ପ୍ରଦର୍ଶନ କଳା, ପାରମ୍ପରିକ ଲୋକକଳା ଏବଂ ସାଂସ୍କୃତିକ ସମ୍ପ୍ରଦାୟ କଳା ସହିତ ବିଭିନ୍ନ କଳାତ୍ମକ ଡୋମେନ ବିସ୍ତାର କରିଥାଏ। ଏ ସମ୍ପର୍କରେ ଏଚ୍‌ଏମ୍‌ଆଇଏଫ୍‌ର ଏମ୍‌ଡି ତଥା ସିଇଓ ଉନ୍‌ ସୋ କିମ୍‌ କହିଥିଲେ, ଏଚ୍‌ଏମ୍‌ଆଇଏଫ୍‌ ସାମାଜିକ କାର୍ଯ୍ୟ ଜାରି ରଖିଛି। ଏପରିକି ବିଭିନ୍ନ ବଞ୍ଚତ୍ତ ବ୍ୟକ୍ତିଙ୍କ ପାଇଁ ସୁଯୋଗ ଏବଂ ଜୀବିକା ସୃଷ୍ଟି କରୁଛି। ବିଶେଷକରି କଳା ଏବଂ କଳାକାରଙ୍କ ପ୍ରତି ଗଭୀର ସମ୍ମାନ ସହ ଆମେ ବିଭିନ୍ନ ସମ୍ପ୍ରଦାୟ ସହିତ ଯୋଡ଼ିହୋଇଛୁ ଏବଂ ଆର୍ଟ ଫର୍‌ ହୋପ୍‌ର ପ୍ରଥମ ୨ଟି ସଂସ୍କରଣରେ ଆମେ ସଙ୍ଗୀତର କଳା ସଙ୍ଗଠକ ଭାବେ ଯୋଡି ହୋଇଥିଲୁ। ଚଳିତ ବର୍ଷ ଆମେ ଆମର ଉଦ୍ୟମକୁ ବୃଦ୍ଧିକରି ଅଧିକ ଲୋକଙ୍କ ଜୀବନକୁ ସମୃଦ୍ଧ କରିବା ପାଇଁ ଆମର ପ୍ରୟାସରେ ସ୍ବତନ୍ତ୍ର ଦକ୍ଷ କଳାକାରମାନଙ୍କୁ ଅନ୍ତର୍ଭୁକ୍ତ କରିଛୁ। ଆମେ ସେମାନଙ୍କର ଏହି ଉଦ୍ୟମକୁ ପ୍ରଶଂସା କରୁଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଠିକଣା ପଚାରିବା ଆଳରେ ଅପହରଣ ଉଦ୍ୟମ: ରାୟଗଡ଼ାରେ ଅଳ୍ପକେ ବର୍ତ୍ତିଲା ୧୨ ବର୍ଷର ପିଲା, ସହରରେ ଚାଞ୍ଚଲ୍ୟ

ରାୟଗଡା, ୨୪।୩(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡା ସହର ଅଞ୍ଚଳରେ ଏକ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି। ଆଜି ରାତ୍ର ପ୍ରାୟ ସାଢେ ୮ଟା ସମୟରେ ଜଣେ ୧୨…

IPL ଇତିହାସର ସବୁଠାରୁ ବଡ଼ ଡିଲ: ରାଜସ୍ଥାନ ରୟାଲ୍ସ ପରେ ବିକ୍ରି ହୋଇଗଲା RCB, ରେକର୍ଡ ୧୬,୬୬୦ କୋଟିରେ କିଣିଲେ…

ନୂଆଦିଲ୍ଲୀ, ୨୪।୩: ଆଇପିଏଲ୍‌ ୧୯ତମ ସିଜନ ଆରମ୍ଭ ହେବାକୁ ମାତ୍ର ୪ ଦିନ ବାକି ଥିବା ବେଳେ କ୍ରିକେଟ ଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି।…

୪୦ ବର୍ଷ ଭିତରେ କେବେ ଘଟିନଥିଲା! ୨୦% କମିଲା ସୁନା ଦର, 22k କିଣିଲେ GST ଓ ମେକିଂ ଚାର୍ଜ ବାଦରେ ଦେବେ…

ନୂଆଦିଲ୍ଲୀ,୨୪।୩: ୪୦ ବର୍ଷ ମଧ୍ୟରେ ସୁନାର ମୂଲ୍ୟ ସବୁଠାରୁ ଅଧିକ ହ୍ରାସ ପାଇଛି। ବିଶ୍ୱ ବଜାରରେ, ସୁନାର ମୂଲ୍ୟ ହ୍ରାସ ପାଇଛି। ତଥାପି ଇରାନ ଯୁଦ୍ଧ ଆରମ୍ଭ…

ଯୁଦ୍ଧ ଭିତରେ ହରମୁଜରେ ଫସିଲା ୯୨ହଜାର ଟନ୍‌ LPG ଥିବା ଜାହାଜ, ଭାରତୀୟ ଜାହାଜକୁ ଘେରିଗଲେ…

ନୂଆଦିଲ୍ଲୀ,୨୪।୩: ଭାରତୀୟ ନୌସେନା ଦୁଇଟି ଭାରତୀୟ ଏଲପିଜି ଜାହାଜକୁ ସୁରକ୍ଷିତ ଭାବରେ ଜଗ ବସନ୍ତ ଏବଂ ପାଇନ ଗ୍ୟାସ ହରମୁଜ ପ୍ରଣାଳୀ ଦେଇ ଗତି କରିଛି ଏବଂ…

ଆଇପିଏଲ୍‌ରୁ ଓହରିଲେ ଓପନିଂ ବ୍ୟାଟର ଡକେଟ

ନୂଆଦିଲ୍ଲୀ,୨୪ା୩: ଇଂଲଣ୍ଡର ଓପନିଂ ବ୍ୟାଟର ବେନ ଡକେଟ ଆଗାମୀ ଆଇପିଏଲ୍‌ରୁ ଓହରି ଯାଇଛନ୍ତି। ନିଜ କ୍ୟାରିୟର ଉପରେ ଧ୍ୟାନ ଦେବା ପାଇଁ ସେ ଏଭଳି ନିଷ୍ପତ୍ତି ନେଇଥିବା…

ଅଭିଭାବକ, ଶିକ୍ଷକ ମଧ୍ୟରେ ସମନ୍ବୟ ରହିଲେ…

ଭଞ୍ଜନଗର,୨୪।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଗାମୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ମାନେ ଯୋଗଦେଇ ଅଭିଭାବକ,…

ଯୋଡ଼ାରେ ବିଦେଶୀ ପକ୍ଷୀ

ଯୋଡା,୨୪ା୩(ମାନସ ମହାନ୍ତି)- କେନ୍ଦୁଝର ଜିଲା ଯୋଡ଼ା ସହରରେ ବିରଳ ଆଇବିସ ପକ୍ଷୀ ଦେଖିବାକୁ ମିଳିଛି। ଯୋଡ଼ା ଭଳି ଖଣି ଓ ଶିଳ୍ପ ଅଞ୍ଚଳରେ ଦେଖାଦେଇଥିବା ଏହି ବିଦେଶୀ…

ମୋଦିଙ୍କୁ ଫୋନ କଲେ ଟ୍ରମ୍ପ, ଯୁଦ୍ଧ ନେବ ଭୟଙ୍କର ମୋଡ!

ନୂଆଦିଲ୍ଲୀ,୨୪।୩: ଯୁଦ୍ଧ ଭିତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରାଚ୍ୟରେ ସଂଘର୍ଷ ସମ୍ପର୍କରେ ଫୋନରେ କଥା ହୋଇଛନ୍ତି। ଉଭୟ ନେତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri