ଟିଭିଏସ୍‌ ରୋନିନ୍‌ର ନୂତନ ଅଭିଯାନ

ଭୁବନେଶ୍ୱର,୩୦।୩: ଟିଭିଏସ୍‌ ମୋଟର କମ୍ପାନୀର ନୂତନ ଅଭିଯାନ ‘ଟେଷ୍ଟ-ରାଇଡ୍‌ କ୍ରିକେଟ ବା ଟିଆର୍‌ସି’ର ଶୁଭାରମ୍ଭ ନିକଟରେ ଘୋଷଣା ହୋଇଥିଲା। ଦେଶରେ କ୍ରିକେଟ ବିଶ୍ୱକପ୍‌ ଉତ୍ସାହକୁ ପାଳନ କରିବା ପାଇଁ ଟିଭିଏସ୍‌ ରୋନିନ୍‌-୨୦୨୩ କ୍ରିକେଟ ବିଶ୍ୱକପ୍‌ ସମୟରେ ଶୁବମନ ଗିଲ୍‌ଙ୍କ ଅଭିନୀତ ‘ମୁଭ୍‌ ଲାଇକ ଏ ରୋନିନ୍‌’ ନାମକ ଏକ ଅଭିଯାନ ମଧ୍ୟ ଆରମ୍ଭ କରିଥିଲା। ଏହି ଅଭିଯାନର ପରୀକ୍ଷାମୂଳକ ପର୍ଯ୍ୟାୟରେ ନାମ ‘ଟେଷ୍ଟ-ରାଇଡ୍‌ କ୍ରିକେଟ’ ରହିଥିଲା, ଯାହା ମୋଟରସାଇକେଲ ପ୍ରେମୀଙ୍କୁ ଟିଭିଏସ୍‌ ରୋନିନ୍‌ ପରୀକ୍ଷା କରିବାର ସୁଯୋଗ ପ୍ରଦାନ କରିଥିଲା। ଉଲ୍ଲେଖଯୋଗ୍ୟ, ଦେଶର ପ୍ରମୁଖ ୫ଟି ସହରରେ କମ୍ପାନୀର ଟିଭିଏସ୍‌ ରୋନିନ୍‌ ଟେଷ୍ଟ-ରାଇଡ୍‌ କ୍ରିକେଟ୍‌ ଅଭିଯାନର ବିଜେତାଙ୍କୁ ନିକଟରେ ସମ୍ବର୍ଦ୍ଧିତ କରାଯାଇଛି। ସେହିଭଳି ମୋଟରସାଇକେଲପ୍ରେମୀଙ୍କ ପାଇଁ ଏହି ଅଭିଯାନ ପ୍ରଥମ ଥର ପାଇଁ କ୍ରିକେଟ ପଡ଼ିଆ ଅଭିଜ୍ଞତା ଥିଲାବେଳେ ମୋଟର ସାଇକେଲରେ ଟେଷ୍ଟ ରାଇଡ୍‌ ଏବଂ କୁଇଜ୍‌ ଆଧାରରେ ଭାରତର ଡିଲରଶିପଗୁଡ଼ିକରେ ରନ୍‌ ସଂଗ୍ରହ କରିଥିଲେ। ଏହି ଅଭିଯାନକୁ ଜବରଦସ୍ତ ପ୍ରତିକ୍ରିୟା ଏବଂ ଅଂଶଗ୍ରହଣ ମିଳିଥିଲା। ଯେଉଁଥିରେ ଭାରତର ଟିଭିଏସ୍‌ ମୋଟର ଡିଲରପଏଣ୍ଟଗୁଡ଼ିକରେ ଶତାଧିକ ଟିଭିଏସ୍‌ ରୋନିନ୍‌ ପ୍ରେମୀଙ୍କଠାରୁ ରେକର୍ଡ ସଂଖ୍ୟକ ଆବେଦନ ଆସିଥିଲା। ଏପରିକି ଶ୍ରେଷ୍ଠ ସ୍କୋରରମାନଙ୍କୁ ସମ୍ମାନିତ କରିବା ପାଇଁ ଟିଭିଏସ୍‌ ରୋନିନ୍‌ ପକ୍ଷରୁ ସାରା ଦେଶରେ ୫ଜଣ ବିଜେତାଙ୍କୁ ବିଶ୍ୱକପ୍‌ ପ୍ରତିଯୋଗିତା ପୁରସ୍କାର ପ୍ରଦାନ କରାଯାଇଛି। ଏ ସମ୍ପର୍କରେ ଟିଭିଏସ୍‌ ମୋଟର କମ୍ପାନୀର ମୁଖ୍ୟ ବ୍ୟବସାୟ (ପ୍ରିମିୟମ) ବିମଳ ସୁମ୍ବଲି କହିଛନ୍ତି, ଟେଷ୍ଟ-ରାଇଡ୍‌ କ୍ରିକେଟ୍‌ ଅଭିଯାନ ଟିଭିଏସ୍‌ ରୋନିନ୍‌ ପାଇଁ ସବୁଠାରୁ ଭଲ ସମୟରେ ଆସିପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରୋଇ ବଜାରରେ ଷ୍ଟାର୍ଟଅପ୍‌ର ଉଲ୍ଲେଖନୀୟ ଅଭିବୃଦ୍ଧି

ଭୁବନେଶ୍ୱର,୨୯।୪ (ଅଭୟ ଦାଶ):କ୍ରମାଗତ ଭାବେ ଘରୋଇ ବଜାରରେ ଷ୍ଟାର୍ଟଅପ ସଂଖ୍ୟାର ଉଲ୍ଲେଖନୀୟ ଅଭିବୃଦ୍ଧି ସହିତ ସଫଳତା ମଧ୍ୟ ହାସଲ କରିଛି। ଏପରିକି ୨୦୧୪ରେ ପ୍ରାୟ ୩୫୦...

SBI ଶେୟାରର କମାଲ, ୪୫ ହଜାର କୋଟି ରୋଜଗାର କଲେ ନିବେଶକ

ମୁମ୍ବାଇ, ୨୭।୪: ଗତ ସପ୍ତାହରେ ସେୟାର ବଜାର ପାଇଁ ବହୁତ ଭଲ ବୋଲି ପ୍ରମାଣିତ ହୋଇଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଜର ଶ୍ରେଷ୍ଠ ୧୦ ଟି କମ୍ପାନୀର...

ପିପିଏଲ୍‌କୁ ‘ବେଷ୍ଟ ଆନୁଆଲ ରିପୋର୍ଟ ଆଓ୍ବାର୍ଡ’

ଭୁବନେଶ୍ୱର ,୨୮।୪ (ଅଭୟ ଦାଶ): ପାରାଦୀପ ଫସ୍‌ଫେଟ ଲିମିଟେଡ୍‌ (ପିପିଏଲ୍‌)କୁ ନିକଟରେ ସମ୍ମାନଜନକ ‘ବେଷ୍ଟ ଆନୁଆଲ ରିପୋର୍ଟ ଆଓ୍ବାର୍ଡ’ ପ୍ରଦାନ କରାଯାଇଛି। ବିଶେଷକରି କର୍ପୋରେଟ ଗଭର୍ନାନ୍ସ...

ସଫେଇ ଦେଲା ଏମଡିଏଚ

ନୂଆଦିଲ୍ଲୀ,୨୮।୪: ମସଲାରେ କ୍ୟାନସର ଭଳି ମାରାତ୍ମକ ରୋଗ ସୃଷ୍ଟି କାରୀ କୀଟନାଶକ ଔଷଧ ମିଳିବା ଖବର ଜଣାପଡିବା ପରେ ବିବାଦ ଦେଖାଦେଇଛି। ଚାଲିଥିବା ବିବାଦ ମଧ୍ୟରେ...

ଅଙ୍କୁରା ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର, ନୂଆ ଜୀବନ ପାଇଲେ ବାଲୁଗାଁର ଯାଆଁଳା ଶିଶୁ

ଭୁବନେଶ୍ୱର ,୨୮।୪: ରାଜ୍ୟର ଅଗ୍ରଣୀ ଘରୋଇ ଚିକିତ୍ସାଳୟ ତଥା ମେଡିକାଲ ଚେନ୍‌ ଅଙ୍କୁରାର ଭୁବନେଶ୍ୱର ଶାଖା (ଅଙ୍କୁରା ହସ୍ପିଟାଲ)ରେ ଏକ ବିରଳ ଅସ୍ତ୍ରୋପଚାର ସଫଳତାର ସହ...

୬ ଦେଶକୁ ରପ୍ତାନି ହେବ ପିଆଜ

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା): ପିଆଜ ରପ୍ତାନି ଉପରେ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ରପ୍ତାନି ଉପରେ ନିଷେଧାଦେଶ ସତ୍ତ୍ୱେ ୬ ଦେଶକୁ ୯୯,୧୫୦ ମେଟ୍ରିକ୍‌...

୧୦ ହଜାର ନବାଗତଙ୍କୁ ନିଯୁକ୍ତି ଦେବା ଏହି ଭାରତୀୟ ଆଇଟି କମ୍ପାନୀ

ନୂଆଦିଲ୍ଲୀ,୨୭।୪: ଭାରତର ତୃତୀୟ ବୃହତ୍ତମ ଆଇଟି କମ୍ପାନୀ ଏଚସିଏଲଟେକ୍ ୨୦୨୫ ଆର୍ଥିକ ବର୍ଷରେ ୧୦,୦୦୦ ରୁ ଅଧିକ ନବାଗତଙ୍କୁ ନିଯୁକ୍ତି ଦେବାକୁ ଯାଉଛି। ଯେଉଁ ସମୟରେ...

ଆମେରିକାରେ ସିଇଓ ହେବାକୁ ହେଲେ ଭାରତୀୟ ହେବା ଆବଶ୍ୟକ, ଜାଣନ୍ତୁ ଏପରି କାହିଁକି କହିଲେ ଆମେରିକାର ରାଷ୍ଟ୍ରଦୂତ ?

ନୂଆଦିଲ୍ଲୀ,୨୭।୪: ଗୁଗ୍‌ଲ, ୟୁଟ୍ୟୁବ୍, ମାଇକ୍ରୋସଫ୍ଟ, ଷ୍ଟାରବକ୍ସ, ଆଇବିଏମ୍ ଏବଂ ଆଡୋବ ଭଳି ଦୁନିଆର ଅନେକ ବଡ କମ୍ପାନୀର ସିଇଓ ଭାରତୀୟ ଅଟନ୍ତି। ବହୁ ଆମେରିକୀୟ କମ୍ପାନୀର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri