HIV ହେବାର ପ୍ରାରମ୍ଭିକ ଲକ୍ଷଣ କ’ଣ? ଜାଣନ୍ତୁ କ’ଣ କୁହନ୍ତି ଏକ୍ସପର୍ଟ? ପ୍ରତିକାର…

HIV ବା ହ୍ୟୁମାନ ଇମ୍ୟୁନୋଡେଫିସିଏନ୍ସି ଭାଇରସ ଏକ ଏପରି ସଂକ୍ରମଣ ଯାହା ଶରୀରର ରୋଗ ପ୍ରତିରୋଧ କ୍ଷମତାକୁ ଦୁର୍ବଳ କରିଦିଏ। ଏହି ଭାଇରସ ମୁଖ୍ୟତଃ ଅସୁରକ୍ଷିତ ଯୌନ ସମ୍ପର୍କ, ସଂକ୍ରମିତ ସୂଚୀ ବ୍ୟବହାର, ରକ୍ତ ସଞ୍ଚାରଣ (ବ୍ଲଡ ଟ୍ରାନ୍ସଫ୍ୟୁଜନ) ଏବଂ ମା’ଙ୍କଠାରୁ ଶିଶୁକୁ ଜନ୍ମ କିମ୍ବା ସ୍ତନ୍ୟପାନ ସମୟରେ ସଂକ୍ରମିତ ହୁଏ।
ଏଚ୍‌ଆଇଭି ସଂକ୍ରମଣ ହେଲେ ଶରୀରର ରୋଗ ପ୍ରତିରୋଧ ପ୍ରଣାଳୀ ଧୀରେ ଧୀରେ ଦୁର୍ବଳ ହୁଏ, ଯାହାଫଳରେ ସାଧାରଣ ସଂକ୍ରମଣକୁ ମଧ୍ୟ ଶରୀର ମୁକାବିଲା କରିପାରେ ନାହିଁ। ଅସୁରକ୍ଷିତ ଯୌନ ସମ୍ପର୍କ ରଖୁଥିବା ବ୍ୟକ୍ତି, ମାଦକ ଦ୍ରବ୍ୟ ପାଇଁ ଇଞ୍ଜେକ୍ସନ ବ୍ୟବହାର କରୁଥିବା ଲୋକେ ଏବଂ ଏଚଆଇଭି ପଜିଟିଭ ମା’ଙ୍କ ନବଜାତ ଶିଶୁମାନେ ଏହି ସଂକ୍ରମଣରେ ସବୁଠାରୁ ଅଧିକ ଜୋଖିମରେ ଥାଆନ୍ତି। ତେବେ, ସମୟରେ ଚିହ୍ନଟ ଓ ଚିକିତ୍ସା ଦ୍ୱାରା ଏହି ସଂକ୍ରମଣକୁ ନିୟନ୍ତ୍ରଣ କରାଯାଇପାରେ।
ଏଚ୍‌ଆଇଭି ସଂକ୍ରମଣ ତିନୋଟି ପର୍ଯ୍ୟାୟରେ ବୃଦ୍ଧି ପାଏ:
ଆକ୍ୟୁଟ ଏଚ୍‌ଆଇଭି ଇନଫେକ୍ସନ: ଏହି ପ୍ରଥମ ପର୍ଯ୍ୟାୟରେ ଭାଇରସ ଶରୀରରେ ଦ୍ରୁତ ଗତିରେ ବ୍ୟାପିଥାଏ।
କ୍ଲିନିକାଲ ଲେଟେନ୍ସି: ଏହି ଦ୍ୱିତୀୟ ପର୍ଯ୍ୟାୟରେ ଭାଇରସ ସକ୍ରିୟ ଥାଏ, କିନ୍ତୁ ଲକ୍ଷଣ କମ ଦେଖାଯାଏ।
ଏଡ଼ସ: ଏହା ଅନ୍ତିମ ପର୍ଯ୍ୟାୟ, ଯେଉଁଠାରେ ରୋଗ ପ୍ରତିରୋଧ ପ୍ରଣାଳୀ ଗମ୍ଭୀର ଭାବେ ଦୁର୍ବଳ ହୋଇଯାଏ। ଏହି ସମୟରେ ରୋଗୀଙ୍କୁ ବାରମ୍ବାର ଗମ୍ଭୀର ସଂକ୍ରମଣ ଓ ରୋଗ ହୁଏ। ଏଚଆଇଭି ଧୀରେ ଧୀରେ ଶରୀରର ରୋଗ ପ୍ରତିରୋଧ କ୍ଷମତାକୁ ନଷ୍ଟ କରିଦିଏ, ଯାହାଫଳରେ ସାଧାରଣ ରୋଗ ମଧ୍ୟ ଜୀବନଘାତୀ ହୋଇପାରେ। ସମୟରେ ଚିକିତ୍ସା ନ ହେଲେ ଏହା ଶରୀରର ପ୍ରାୟ ସମସ୍ତ ଅଙ୍ଗକୁ ପ୍ରଭାବିତ କରିପାରେ।
ଏଚ୍‌ଆଇଭିର ପ୍ରାରମ୍ଭିକ ଲକ୍ଷଣ
ଡକ୍ଟରଙ୍କ କହିବା ଅନୁସାରେ, ଏଚଆଇଭିର ପ୍ରାରମ୍ଭିକ ଲକ୍ଷଣ ଅନେକ ସମୟରେ ସାଧାରଣ ଭାଇରାଲ ସଂକ୍ରମଣ ପରି ଦେଖାଯାଏ, ଯାହାକୁ ଲୋକେ ଅଣଦେଖା କରିଦିଅନ୍ତି। ସଂକ୍ରମଣର ୨ ରୁ ୪ ସପ୍ତାହ ମଧ୍ୟରେ ରୋଗୀଙ୍କୁ ଜ୍ୱର, ଗଳା ଖରାପ, ମୁଣ୍ଡବ୍ୟଥା, ମାଂସପେଶୀରେ ଯନ୍ତ୍ରଣା ଏବଂ ଥକ୍କା ଅନୁଭବ ହୋଇପାରେ। କିଛି ଲୋକଙ୍କ ଶରୀରରେ ଲାଲ ଦାଗ, ଲିମ୍ଫ ନୋଡ୍ସ ଫୁଲିଯିବା ଏବଂ ରାତିରେ ଝାଳ ବୋହିବା ମଧ୍ୟ ଦେଖାଯାଏ। ଓଜନ ଦ୍ରୁତ ଗତିରେ କମିବା, ବାରମ୍ବାର ଝାଡ଼ା ହେବା ଏବଂ ନିରନ୍ତର ଦୁର୍ବଳତା ମଧ୍ୟ ସାଧାରଣ ଲକ୍ଷଣ। ପ୍ରାରମ୍ଭିକ ପର୍ଯ୍ୟାୟର ଲକ୍ଷଣ କିଛି ସପ୍ତାହ ମଧ୍ୟରେ ନିଜେ ନିଜେ କମିଯାଇପାରେ, କିନ୍ତୁ ଏହାର ଅର୍ଥ ଏହା ନୁହେଁ ଯେ ଭାଇରସ ଶେଷ ହୋଇଗଲା। ଏହା ଶରୀରରେ ଲୁଚି ରହି ଧୀରେ ଧୀରେ ରୋଗ ପ୍ରତିରୋଧ ପ୍ରଣାଳୀକୁ ନଷ୍ଟ କରେ। ତେଣୁ, ଏପରି ଲକ୍ଷଣ ଦେଖାଦେଲେ ସମୟରେ ଏଚ୍‌ଆଇଭି ପରୀକ୍ଷା କରାଇବା ଅତ୍ୟନ୍ତ ଜରୁରୀ, ଯାହା ଦ୍ୱାରା ସଂକ୍ରମଣର ଶୀଘ୍ର ଚିହ୍ନଟ ଓ ଚିକିତ୍ସା ହୋଇପାରିବ।
ପ୍ରତିକାର କିପରି କରିବେ?  
-ସର୍ବଦା ସୁରକ୍ଷିତ ଯୌନ ସମ୍ପର୍କ ରଖନ୍ତୁ।
-ଇଞ୍ଜେକ୍‌ସନ, ବ୍ଲେଡ ଓ ରେଜର ଅନ୍ୟମାନଙ୍କ ସହ ବାଣ୍ଟିବାକୁ ଏଡ଼ାନ୍ତୁ।
-ଏଚ୍‌ଆଇଭି ପଜିଟିଭ ଗର୍ଭବତୀ ମହିଳାମାନେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଚିକିତ୍ସା କରନ୍ତୁ, ଯାହାଦ୍ୱାରା ସଂକ୍ରମଣ ଶିଶୁକୁ ନ ବ୍ୟାପେ।
-କେବଳ ପରୀକ୍ଷିତ ଓ ସୁରକ୍ଷିତ ରକ୍ତ ସଞ୍ଚାରଣ କରାନ୍ତୁ।
-ମାଦକ ଦ୍ରବ୍ୟ ପାଇଁ ଇଞ୍ଜେକ୍ସନ ବ୍ୟବହାରକୁ ଏଡ଼ାନ୍ତୁ।
-ନିୟମିତ ଅନ୍ତରାଳରେ ଏଚ୍‌ଆଇଭି ପରୀକ୍ଷା କରାନ୍ତୁ।
ସଚେତନତା ହିଁ ସୁରକ୍ଷା
ଏଚ୍‌ଆଇଭି ଏକ ଗମ୍ଭୀର ସଂକ୍ରମଣ, କିନ୍ତୁ ସଠିକ ସଚେତନତା, ସମୟୋଚିତ ଚିହ୍ନଟ ଓ ଚିକିତ୍ସା ଦ୍ୱାରା ଏହାକୁ ନିୟନ୍ତ୍ରଣ କରାଯାଇପାରେ। ସମାଜରେ ଏଚ୍‌ଆଇଭି ସମ୍ପର୍କରେ ସଚେତନତା ବୃଦ୍ଧି କରିବା ଏବଂ ସୁରକ୍ଷିତ ଜୀବନଶୈଳୀ ଅପଣାଇବା ଏହି ସଂକ୍ରମଣରୁ ରକ୍ଷା ପାଇବାର ସବୁଠାରୁ ଉତ୍ତମ ଉପାୟ।

Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?