Posted inଫୁରସତ

ସ୍ବେଚ୍ଛାଚାରୀ ଶାସକ ଭାବେ ପରିଚିତ ହିଟଲର୍‌ଙ୍କୁ ବି ହୋଇଥିଲା ପ୍ରେମ: ଜାଣନ୍ତୁ ତାଙ୍କ ରୋଚକ ପ୍ରେମକାହାଣୀ

ସତରେ ! ପ୍ରେମ କାହାକୁ ବି ହୋଇପାରେ, ସେଇଥିପାଇଁ ବୋଧେ ସମଗ୍ର ବିଶ୍ୱରେ କ୍ରୁର ଓ ସ୍ବେଚ୍ଛାଚାରୀ ଶାସକଭାବେ ପରିଚିତ ହିଟଲର୍‌ ବି ଏଥିରୁ ବାଦ୍‌ ଯାଇ ନ ଥିଲେ…

ପ୍ରେମିକ କହିବା ମାତ୍ରେ ହିଁ ଆମେ କଳ୍ପନା କରିଥାଉ ଜଣେ ନରମ ସ୍ବଭାବର ପୁରୁଷ, କିନ୍ତୁ ସମଗ୍ର ବିଶ୍ୱର ଆତଙ୍କ ତଥା ନାଜି ବାହିନୀର ଲିଡର୍‌ ସ୍ବେଚ୍ଛାଚାରୀ ହିଟଲର୍‌ଙ୍କ ଜୀବନରେ ବି ପ୍ରେମ ଥିଲା ସେକଥା ଶୁଣିବା ମାତ୍ରେ ଅବାକ୍‌ ହେବାକୁ ପଡ଼ିଥାଏ।
ଭୟଙ୍କର ମଣିଷଙ୍କ ପ୍ରେମରେ ପଡ଼ିଥିଲେ ଏକାଧିକ ନାରୀ । ସେମାନଙ୍କ ମଧ୍ୟରୁ ଇଭା ବ୍ରାଉନ ଥିଲେ ଅନ୍ୟତମ ।
ଯେତେବେଳେ ଇଭାଙ୍କ ସହିତ ହିଟ୍‌ଲରଙ୍କ ପରିଚୟ ହୋଇଥିଲା ସେତେବେଳେ ତାଙ୍କର ବୟସ ଥିଲା ମାତ୍ର ୧୭ ବର୍ଷ ଏବଂ ହିଟଲର୍‌ ଥିଲେ ୪୦ବର୍ଷର ଯୁବକ । ସେତେବେଳେ ଇଭା ଜଣେ ଫଟୋଗ୍ରାଫରଙ୍କ ସହକାରୀ ଓ ମଡେଲ ଭାବରେ କାମ କରୁଥିଲେ । ପ୍ରଥମ ସାକ୍ଷାତ୍‌ ବେଳେ ହିଟ୍‌ଲରଙ୍କ ଅସଲ ପରିଚୟ ଜାଣି ନ ଥିଲେ ଇଭା । ତଥାପି ପ୍ରଥମ ସାକ୍ଷାତ୍‌ରେ ହିଁ ସେ ହିଟଲରଙ୍କ ପ୍ରେମରେ ପଡ଼ିଥିଲେ । ହିଟ୍‌ଲର ମଧ୍ୟ ତାଙ୍କ ସୁନ୍ଦର ଆଖି ଦେଖି ରହିଯାଇଥିଲେ । ଏହାପରେ ଧୀରେ ଧୀରେ ହିଟ୍‌ଲରଙ୍କ ସହିତ ଇଭାଙ୍କର ଦେଖାସାକ୍ଷାତ୍‌ ବଢୁଥାଏ। ଆଉ ତା’ଭିତରେ ସେମାନଙ୍କ ଭିତରର ପ୍ରେମ ବି। ସେତେବେଳେ ଅବଶ୍ୟ ହିଟଲର୍‌ ସ୍ବେଚ୍ଛାଚାରୀ ନ ଥିଲେ ।
ଅନେକଙ୍କ ମତରେ ଇଭାଙ୍କ ସହିତ ଜଡିତ ହେବା ପୂର୍ବରୁ ହିଟ୍‌ଲର ତାଙ୍କର ସାବତ ଭଉଣୀ ଏଞ୍ଜେଲାଙ୍କ ଝିଅ ଗେଲି ରୋବାଲଙ୍କ ପ୍ରତି ଦୁର୍ବଳ ହୋଇ ପଡ଼ିଥିଲେ । ଲୁଡଉଇଗ ମ୍ୟାକ୍ସମିଲାନ ୟୁନିଭର୍ସିଟିରେ ମେଡିସିନ ନେଇ ପଢ଼ିବା ସମୟରେ ହିଟ୍‌ଲରଙ୍କ ଘରେ ଆସି ରହୁଥିଲେ ଗେଲି । ଆଉ ସେତେବେଳେ ହିଁ ହିଟ୍‌ଲର ଗେଲିଙ୍କ ଉପରେ କର୍ତ୍ତୃତ୍ୱ ଜାହିର କରିବା ଆରମ୍ଭ କରନ୍ତି ଏବଂ ତାଙ୍କ ପ୍ରତି ଦୁର୍ବଳ ହୋଇପଡ଼ନ୍ତି । କିନ୍ତୁ ତରୁଣୀ ଗେଲି ହିଟ୍‌ଲରଙ୍କ ବ୍ୟକ୍ତିଗତ ଗାଡ଼ି ଚାଳକ ଏମିଲ ମରିସଙ୍କୁ ଭଲପାଇ ବସିଥିଲେ। ଏକଥା ଜାଣିପାରି ହିଟ୍‌ଲର ମରିସଙ୍କୁ ଚାକିରିରୁ ବରଖାସ୍ତ କରିବା ସହ ଗେଲିଙ୍କ ପଛରେ ଜଣେ ଲୋକଙ୍କୁ ଲଗାଇଥିଲେ। ତାଙ୍କୁ ଏକପ୍ରକାର ନଜରବନ୍ଦୀ କରି ରଖିଥିଲେ ହିଟ୍‌ଲର। ଗେଲି ଭିଏନାକୁ ଚାଲିଯିବାକୁ ଚାହିଁଥିଲେ, କିନ୍ତୁ ହିଟ୍‌ଲର ସେଥିରେ ମଧ୍ୟ ବାଧା ଦେଇଥିଲେ। ୧୯୩୧ ମସିହା ସେପ୍ଟେମ୍ବର ୧୮ ତାରିଖ ଦିନ ହିଟ୍‌ଲର ଏବଂ ଗେଲିଙ୍କ ଭିତରେ ଚରମ ଅଶାନ୍ତି ହୁଏ ଏବଂ ଗେଲି ମାତ୍ର ୨୩ ବର୍ଷ ବୟସରେ ହିଟଲରଙ୍କ ରାଇଫଲ ନେଇ ନିଜ ଛାତିରେ ଗୁଳିବିଦ୍ଧ କରି ଆତ୍ମହତ୍ୟା କରନ୍ତି । ଗେଲିଙ୍କ ଆତ୍ମହତ୍ୟା ପରେ ହିଟଲର୍‌ ଖୁବ୍‌ ଭାଙ୍ଗି ପଡ଼ିଥିଲେ ଏବଂ ଏହି ସମୟରେ ତାଙ୍କ ଜୀବନକୁ ଆସିଥିଲେ ଇଭା ବ୍ରାଉନ୍‌।
ପ୍ରାଥମିକ ଅବସ୍ଥାରେ ଇଭାଙ୍କୁ ନେଇ ହିଟ୍‌ଲରଙ୍କ ମନରେ ସନ୍ଦେହ ଥିଲା। ସେ ଭାବୁଥିଲେ ଯେ ଇଭାଙ୍କ ଦେହରେ ଇହୁଦି ରକ୍ତ ପ୍ରବାହିତ ହେଉଛି। ତେଣୁ ସେ ଗୋଇନ୍ଦା ଲଗାଇ ଇଭାଙ୍କ ପରିବାର ବିଷୟରେ ବୁଝି ଜାଣିଲେ ଯେ ଇଭା ଏରିୟାନ ଅର୍ଥାତ୍‌ ଆର୍ଯ୍ୟ ରକ୍ତର ଅଧିକାରିଣୀ ।
ହିଟ୍‌ଲର ଇହୁଦିମାନଙ୍କୁ ଘୃଣା କରିବା ପଛରେ ମଧ୍ୟ ରହିଛି ଗୋଟିଏ ପ୍ରେମ କାହାଣୀ । ୧୯୦୬ ମସିହା, ଭିଏନାର ଫୁଟ୍‌ପାଥ୍‌ରେ ବସି ଚିତ୍ର ଆଙ୍କୁଥିଲେ ଜଣେ ଶିଳ୍ପୀ, ଯାହାଙ୍କ ବୟସ ଥିଲା ମାତ୍ର ୧୮ ବର୍ଷ । ଦିନେ ସେହି ଶିଳ୍ପୀଙ୍କ ପାଖକୁ ଚିତ୍ର ଆଙ୍କିବା ପାଇଁ ଆସିଲେ ଜଣେ ଷୋହଳ ବର୍ଷୀୟା ସୁନ୍ଦରୀ କନ୍ୟା। ଯାହାଙ୍କୁ ଦେଖି ଏକତରଫା ପ୍ରେମରେ ପଡିଯାଆନ୍ତି ସେହି ଶିଳ୍ପୀ। ଏହା ପରଠାରୁ ସେ ସେହି ଝିଅର ଘରପାଖରେ ଅନବରତ ଘୂରି ବୁଲିଲେ। ସୁଯୋଗ ପାଇ ଦିନେ ନିଜର ଭଲପାଇବା କଥା କହିଲେ ସେ ଝିଅକୁ । କିନ୍ତୁ ଝିଅଟିର କୌଣସି ଉତ୍ତର ନ ଥିଲା । ସେହି ଝିଅଟିର ନାମ ଥିଲା ଷ୍ଟିଫାନି ଆଇଜାକ, ସେ ଥିଲେ ଜଣେ ଇହୁଦି ବଡ଼ ବ୍ୟବସାୟୀଙ୍କ ଝିଅ । ଆଉ ସେହି ଶିଳ୍ପୀଙ୍କ ନାମ ଥିଲା ଆଡ୍‌ଲଫ୍‌ ହିଟ୍‌ଲର । ସେତେବେଳେ ହିଟ୍‌ଲରଙ୍କ ସ୍ବପ୍ନ ଥିଲା ଯେ ସେ ଜଣେ ବିଖ୍ୟାତ ଚିତ୍ରଶିଳ୍ପୀ ହେବେ । ହିଟ୍‌ଲର ଷ୍ଟିଫାନିଙ୍କୁ ମନ କଥା କହିବା ପରେ ମଧ୍ୟ ଯେତେବେଳେ କୌଣସି ଉତ୍ତର ପାଇ ନ ଥିଲେ, ତେଣୁ ସେ ମଝିରେ ମଝିରେ ନିଜ ପୋଷା କୁକୁର ମୁହଁରେ ପ୍ରେମପତ୍ର ଦେଇ ତାକୁ ଷ୍ଟିଫାନିଙ୍କ ଗେଟ ଭିତରେ ପୂରାଇ ଦେଉଥିଲେ। ଏହି ଘଟଣା ଷ୍ଟିଫାନିଙ୍କ ପରିବାର ଲୋକଙ୍କ ନଜରରେ ପଡ଼େ । ଗୋଟିଏ ସାଧାରଣ ଯୁବକ, ଯାହାର କୌଣସି ପାରିବାରିକ ମର୍ଯ୍ୟାଦା ନାହିଁ, ସେ ପୁଣି ଇହୁଦି ନୁହେଁ, ସେଭଳି ଜଣେ ଯୁବକ ଯେ ତାଙ୍କ ଝିଅକୁ ପ୍ରେମ ନିବେଦନ କରିବ ଏକଥା ଷ୍ଟିଫାନିଙ୍କ ପିତା ଗ୍ରହଣ କରିପାରି ନ ଥିଲେ । ଆଉ ତାଙ୍କୁ ଘର ଆଗରେ ବୁଲାବୁଲି କରିବା ପାଇଁ ବାରଣ କରନ୍ତି। ବାରଣ ସତ୍ତ୍ୱେ ମଧ୍ୟ ହିଟ୍‌ଲର ନିୟମିତ ପ୍ରେମପତ୍ର ପଠାଉଥାନ୍ତି । ଦିନେ ହିଟ୍‌ଲର କୁକୁର ପାଟିରେ ପ୍ରେମପତ୍ର ପଠାନ୍ତି କିନ୍ତୁ ଦିନ ଶେଷ ହୋଇ ରାତି ହେବା ପରେ ମଧ୍ୟ ତାଙ୍କର ପ୍ରିୟ କୁକୁର ଆଉ ଫେରେ ନାହିଁ । ପରଦିନ ସକାଳେ ତାଙ୍କ ପ୍ରିୟ କୁକୁରର ମୃତଦେହ ମିଳେ ଷ୍ଟିଫାନିଙ୍କ ଘର ଆଗରେ। କୁକୁରଟି ଥିଲା ହିଟ୍‌ଲରଙ୍କ ଅତି ପ୍ରିୟ କାରଣ ସେ ଥିଲା ତାଙ୍କ ମା’ ଦେଇଥିବା ଶେଷ ଉପହାର । ଏହା ପରଠାରୁ ହିଟ୍‌ଲର ଆଉ କୌଣସି ଦିନ ଷ୍ଟିଫାନିଙ୍କ ଘର ଆଗକୁ ଯାଇ ନାହାନ୍ତି ।
ଐତିହାସିକମାନେ ମନେକରନ୍ତି ଯେ ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ହିଟ୍‌ଲର ୬୩ ଲକ୍ଷ ଇହୁଦିଙ୍କୁ ହତ୍ୟା କରିଥିଲେ, ତାହା ପଛରେ ହୁଏତ ଷ୍ଟିଫାନିଙ୍କ ପ୍ରତି ହିଟ୍‌ଲରଙ୍କ ପ୍ରେମ ମିଶ୍ରିତ ଘୃଣା ହିଁ ଦାୟୀ ।
ଷ୍ଟିଫାନିଙ୍କ ପରେ ସମ୍ଭବତଃ ଯେଉଁ ନାରୀଙ୍କ ସହିତ ହିଟ୍‌ଲରଙ୍କ ଘନିଷ୍ଠ ସମ୍ପର୍କ ଗଢ଼ିଉଠିଥିଲା ସେ ହେଉଛନ୍ତି ଜଣେ ବ୍ରିଟିଶ ରମଣୀ। ତାଙ୍କର ନାମ ଉଇନିଫ୍ରେଡ ଓୟାଗନାର୍‌। ସମସ୍ତେ ମନେ କରୁଥିଲେ ଯେ ହିଟ୍‌ଲର ବୋଧହୁଏ ଏଥର ବିଧବା ଉଇନିଫ୍ରେଡଙ୍କୁ ବିବାହ କରିବେ। କିନ୍ତୁ ତାହା ହୋଇ ନ ଥିଲା। ସେ କେବଳ ଶେଷଯାଏ ବନ୍ଧୁ ହୋଇ ରହିଥିଲେ।
ଇଭା ବ୍ରାଉନଙ୍କ ସହିତ ଜଡ଼ିତ ହେବା ପୂର୍ବରୁ ଏବଂ ପରେ ଏକାଧିକ ନାରୀଙ୍କ ସହିତ ହିଟ୍‌ଲରଙ୍କ ସମ୍ପର୍କ ଥିବା ଶୁଣିବାକୁ ମିଳେ। ସେହି ନାରୀମାନଙ୍କ ମଧ୍ୟରୁ ଅନ୍ୟତମ ଥିଲେ ମାଗଦା ଗୋୟେବଲସ। ଏହି ମାଗଦା ଥିଲେ ନାଜି ବାହିନୀର ପ୍ରୋପାଗଣ୍ଡା ମିନିଷ୍ଟର ଜୋସେଫ ଗୋୟେବଲସଙ୍କ ସ୍ତ୍ରୀ । ହିଟ୍‌ଲରଙ୍କ ସହିତ ମାଗଦାଙ୍କ ଘନିଷ୍ଠ ସମ୍ପର୍କ କଥା ସ୍ବାମୀ ଜୋସେଫ ଜାଣିଥିଲେ । ହିଟ୍‌ଲରଙ୍କ ମୃତ୍ୟୁ ପରେ ମାଗଦା ଏବଂ ଓ ଜୋସେଫ ଆତ୍ମହତ୍ୟା କରିବା ସହ ନିଜର ୬ ସନ୍ତାନଙ୍କୁ ହତ୍ୟା କରିଥିଲେ। ହିଟ୍‌ଲରଙ୍କ ସହିତ ଜଡିତ ଥିଲେ ଆଉଜଣେ ନାରୀ । ତାଙ୍କର ନାମ ଥିଲା ଏମି ଗୋୟେରିଂ । ଏମି ଜଣେ ଜର୍ମାନ ଅଭିନେତ୍ରୀ ଥିଲେ ଏବଂ ନାଜି ଲୁଫଟୟାଫେ ବାହିନୀର କମାଣ୍ଡର ଇନ୍‌ ଚିଫ୍‌ ହରମ୍ୟାନ ଗୋୟେରିଂଙ୍କର ସ୍ତ୍ରୀ । ଏମି ଏବଂ ହିଟ୍‌ଲରଙ୍କ ଘନିଷ୍ଠ ସମ୍ପର୍କର କଥା ଇଭା ବ୍ରାଉନ ଜାଣିଥିଲେ । ସେଥିପାଇଁ ସେ ଏମିଙ୍କୁ ଆଦୌ ପସନ୍ଦ କରୁ ନ ଥିଲେ ।
ଏହା ବ୍ୟତୀତ ମଧ୍ୟ ତତ୍କାଳୀନ ଜନପ୍ରିୟ ନାୟିକା ରେନାଟେ ମୁଲାରଙ୍କ ସହିତ ମଧ୍ୟ ହିଟଲରଙ୍କର ଘନିଷ୍ଠ ସମ୍ପର୍କ ଥିଲା। ଏହି ନାୟିକା ମଧ୍ୟ ଆତ୍ମହତ୍ୟା କରିଥିଲେ ।
ହିଟ୍‌ଲରଙ୍କ ଏତେ ସବୁ ସମ୍ପର୍କ ପରେ ମଧ୍ୟ ଇଭା ବ୍ରାଉନ ତାଙ୍କୁ ଛାଡି ଯାଇ ନ ଥିଲେ। କିନ୍ତୁ ମାନ ଅଭିମାନ କରିବା ସହ ଦୁଇଥର ଆତ୍ମହତ୍ୟା କରିବାକୁ ଚେଷ୍ଟା ମଧ୍ୟ କରିଥିଲେ। ଶେଷଥର ଆତ୍ମହତ୍ୟା ପଦକ୍ଷେପ ନେଇ ବଞ୍ଚତ୍ୟିବା ପରେ ହିଟ୍‌ଲର ଇଭାଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ ସେ ତାଙ୍କୁ ସମୟ ଦେବେ । ଇଭା ଏବଂ ହିଟଲରଙ୍କ ଏତେ ଗଭୀର ସମ୍ପର୍କ ଥିବା ସତ୍ତ୍ବେ ଜର୍ମାନର ସାଧାରଣ ଜନତା ଏ ସମ୍ପର୍କରେ କିଛି ଜାଣି ନ ଥିଲେ । ଇଭାଙ୍କର ଅଧିକାଂଶ ସମୟ ଓବାରସାଲଜବାର୍ଗରେ କଟୁଥିଲା। ଯେଉଁଠି ହିଟ୍‌ଲର ଅବସର ସମୟ କାଟୁଥିଲେ। ଇଭାଙ୍କ ଡାଏରୀରୁ ଜଣାଯାଏ, ଇଭାଙ୍କୁ ମଦ୍ୟପାନ ଓ ଧୂମପାନ କରିବା, ସାଧାରଣ ଜନତାଙ୍କ ସମ୍ମୁଖକୁ ଯିବା, ମିଶିବା, ପାର୍ଟିରେ ନୃତ୍ୟ କରିବା ଆଦି ପାଇଁ ବାରଣ କରୁଥିଲେ ହିଟଲର୍‌ ।
ଏପରି କି ସେମାନେ କେତେବେଳେ ଘନିଷ୍ଠ ହେବେ ତାହା ମଧ୍ୟ ନିର୍ଭର କରୁଥିଲା ହିଟ୍‌ଲରଙ୍କ ମର୍ଜି ଉପରେ। ହିଟ୍‌ଲରଙ୍କୁ ବହୁତ ଭଲ ପାଉଥିବାରୁ ଇଭା ସବୁକିଛି ମାନି ନେଉଥିଲେ। ଯେତେବେଳେ ଦ୍ବିତୀୟ ବିଶ୍ବଯୁଦ୍ଧ ଶେଷ ହେବାକୁ ବସିଲା ଏବଂ ଜର୍ମାନୀର ପରାଜୟ ନିଶ୍ଚିତ, ସେତେବେଳେ ନାଜି ନେତାମାନେ ଜର୍ମାନୀ ଛାଡି ପଳାୟନ କରିଥିଲେ ମଧ୍ୟ ଇଭା ବ୍ରାଉନ କୁଆଡ଼େ ଯାଇ ନ ଥିଲେ । ବର୍ଷ ବର୍ଷ ଧରି ଏକତ୍ର ବସବାସ କରୁଥିଲେ ମଧ୍ୟ ସେମାନେ ବିବାହ କରି ନ ଥିଲେ। ଅବଶ୍ୟ ଇଭାଙ୍କ ବିବାହର ସ୍ବପ୍ନ ଜୀବନର ଶେଷ ଅଧ୍ୟାୟରେ ପୂରଣ ହୋଇଥିଲା।
୧୯୪୫ ମସିହା ଏପ୍ରିଲ ୨୮ ତାରିଖ ମଧ୍ୟରାତିରେ କେଇଜଣ ଅତି ଘନିଷ୍ଠଙ୍କ ଉପସ୍ଥିତିରେ ଫିଉରାର ବଙ୍କରରେ ଆଡ୍‌ଲଫ୍‌ ହିଟ୍‌ଲର ଏବଂ ଇଭା ବ୍ରାଉନଙ୍କର ରେଜିଷ୍ଟ୍ରି ବିବାହ ହୁଏ। ରେଜିଷ୍ଟ୍ରେଶନ କରିବା ସମୟରେ ଇଭା ତାଙ୍କ ନାମ ପାଖରେ ବ୍ରାଉନ ଲେଖିବା ପରେ ବ୍ରାଉନ କାଟି ହିଟ୍‌ଲର ଲେଖିଥିଲେ। ଏହାପରେ ଏପ୍ରିଲ ୩୦ ଦିନ ଦ୍ବିପହରରେ ମାତ୍ର କେଇ ଘଣ୍ଟାର ବିବାହିତ ଦମ୍ପତି ହିଟ୍‌ଲର ଓ ଇଭା ପ୍ରିୟଜନଙ୍କଠାରୁ ବିଦାୟ ନିଅନ୍ତି। ଇଭା ସିଆନାଇଡ ଖାଆନ୍ତି, ଆଉ ହିଟ୍‌ଲର ସିଆନାଇଡ ଖାଇସାରିବା ପରେ ନିଜ ମୁଣ୍ଡକୁ ଗୁଳି କରନ୍ତି। ହିଟ୍‌ଲରଙ୍କ ଶେଷ ଇଚ୍ଛାପତ୍ର ଅନୁସାରେ ଘନିଷ୍ଠ ବନ୍ଧୁମାନେ ଇଭା ଓ ହିଟ୍‌ଲରଙ୍କ ଦେହକୁ ଦାହ କରି ଦିଅନ୍ତି ।
ଆଉ ଏଭଳି ଭାବରେ ବିଶ୍ବର ସର୍ବଶ୍ରେଷ୍ଠ ଖଳନାୟକଙ୍କର ପ୍ରେମକାହାଣୀର ପରିସମାପ୍ତି ଘଟେ ।
ମୋ:୯୪୩୭୫୩୪୭୭୩

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସୁନା ବଜାରରେ ନିଆଁ: ହଠାତ ଏତିକି ବଢ଼ିଗଲା ସୁନା ଦର, ରୂପା ବି… ଏକ୍ସପର୍ଟ ଚକିତ!

ନୂଆଦିଲ୍ଲୀ, ୨୫।୩: ଅନ୍ତର୍ଜାତୀୟ ବଜାରରେ ସୁନା ଓ ରୂପା ଦରରେ ବୃଦ୍ଧି ଯୋଗୁ ଘରୋଇ ବଜାରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଦିଲ୍ଲୀ ସର୍ରଫା ବଜାରରେ ବୁଧବାର…

ଜୀବନ ବଞ୍ଚାନ୍ତୁ, ପୁରସ୍କାର ପାଆନ୍ତୁ: ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ସାହାଯ୍ୟ କଲେ ସରକାର ଦେବେ ୨୫,୦୦୦ ଟଙ୍କା!

ନୂଆଦିଲ୍ଲୀ,୨୫।୩: ସାଧାରଣତଃ ସଡ଼କ ଦୁର୍ଘଟଣା ସମୟରେ ପୋଲିସ କିମ୍ବା ଆଇନଗତ ଝାମେଲାରେ ପଡ଼ିବା ଭୟରେ ଲୋକମାନେ ଆହତଙ୍କୁ ସାହାଯ୍ୟ କରିବାକୁ ପଛଘୁଞ୍ଚା ଦିଅନ୍ତି। କିନ୍ତୁ ଏବେ ସରକାର…

ଥୁଆମୂଳ ରାମପୁରରେ କଲାପତରିଆ ବାଘ ଆତଙ୍କ: ମୁଖ୍ୟ ରାସ୍ତାରେ ମୁହାଁମୁହିଁ ହେଲେ କାର ଚାଳକ, Video ଭାଇରାଲ

ଥୁଆମୂଳ ରାମପୁର, ୨୫/୦୩ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ତଳଆମ୍ବ ପଦର ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଏକ କଲାପତରିଆ ବାଘ ବୁଲୁଥିବା ଖବର…

ଥାନା ସମ୍ମୁଖରେ ଯୁବକଙ୍କୁ ଆକ୍ରମଣ ଘଟଣା, ୪ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ…

ବରଗଡ଼,୨୫।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ସମ୍ମୁଖ ହାଟପଦାରେ ମଙ୍ଗଳବାର ସନ୍ଧ୍ୟାରେ ସଂଘଟିତ ଆକ୍ରମଣ ଘଟଣାର ୪ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ,…

ଛତ୍ରପୁରରେ ଆରମ୍ଭ ହେଲା ୨୧ ଦିନିଆ ଦଣ୍ଡନାଚ, ମେରୁ ସଂକ୍ରାନ୍ତିରେ….

ଛତ୍ରପୁର,୨୫ା୩(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲାର ଏକ ପ୍ରସିଦ୍ଧ ପର୍ବ ଦଣ୍ଡଯାତ୍ରା । ଏହି ଯାତ୍ରାରେ ଶିବ ଓ କାଳୀଙ୍କୁ ପୂଜା କରାଯାଇଥାଏ । ଏହି ଯାତ୍ରା…

କାଳ ହେଲା କାଳବୈଶାଖୀ; ଉଡେଇଲା-ବୁଡେଇଲା, ୧୫ରୁ ଉର୍ଦ୍ଧ ପରିବାର ସର୍ବସ୍ବାନ୍ତ

ଆନନ୍ଦପୁର,୨୫ା୩(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ରେ ବୁଧବାର ଅପରାହ୍ନ ୩ ଟା ସମୟରେ ହୋଇଥିବା କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି…

ସାନଖେମୁଣ୍ଡିରେ ସ୍କୁଲ ପ୍ରବେଶ ଉତ୍ସବ, ଖଡ଼ିଛୁଆଁ ପାଇଁ ବଣ୍ଟାଗଲା ନିମନ୍ତ୍ରଣ ପତ୍ର 

ଦିଗପହଣ୍ଡି,୨୫ା୩(ଅଶେଷ ନାଥ ମିଶ୍ର): ୨୦୨୬-୨୭ ଶିକ୍ଷାବର୍ଷ ପ୍ରାରମ୍ଭରେ ଶିଶୁବାଟିକା ଓ ପ୍ରଥମ ଶ୍ରେଣୀ ନାମଲେଖା ପାଇଁ ସାନଖେମୁଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍କୁଲ ପ୍ରବେଶ…

ପୁଣି ଯୁଦ୍ଧ ଆରମ୍ଭ! ଆମେରିକାର ଯୁଦ୍ଧଜାହାଜ ଉପରେ ଆକ୍ରମଣ କଲା ଇରାନ, ସମ୍ପୂର୍ଣ୍ଣ ଧ୍ୱଂସ….

ନୂଆଦିଲ୍ଲୀ,୨୫।୩: ଇରାନ ପୁଣି ଥରେ ଭୂମଧ୍ୟସାଗରରେରେ ଆମେରିକୀୟ ଯୁଦ୍ଧଜାହାଜକୁ ଟାର୍ଗେଟ କରିଛି । ୟୁଏସଏସ ଆବ୍ରାହମ ଲିଙ୍କନକୁ ବାଲିଷ୍ଟିକ୍ ମିଶାଇଲରେ ଆକ୍ରମଣ କରି ଟାର୍ଗେଟ କରିଛି । ଭିଡିଓରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri