Posted inଖେଳ

ହିତ୍‌, ଜୟଦେବ ସମ୍ମାନ ରଖିଲେ

କୋଏମ୍ବାଟୁର, ୨୧।୯: ପଶ୍ଚିମାଞ୍ଚଳ ଓ ଦକ୍ଷିଣାଞ୍ଚଳ ମଧ୍ୟରେ ଦୁଲିପ ଟ୍ରଫି କ୍ରିକେଟ ଫାଇନାଲ ବୁଧବାର ଆରମ୍ଭ ହୋଇଛି। ଅଜିଙ୍କ୍ୟ ରାହାନେ ଓ ଶ୍ରେୟସ ଆୟାରଙ୍କ ପରି ତାରକା ବ୍ୟାଟରମାନେ ପ୍ରଭାବୀ ବ୍ୟାଟିଂ କରିବାରେ ବିଫଳ ହୋଇଥିବାବେଳେ ପ୍ରଥମ ଦିବସ ଶେଷ ବେଳକୁ ପଶ୍ଚିମାଞ୍ଚଳ ପ୍ରଥମ ଇନିଂସରେ ୮ ଉଇକେଟ ହରାଇ ୨୫୦ ରନ ସଂଗ୍ରହ କରିଛି। ଗୁଜରାଟର ଯୁବ ଉଇକେଟ କିପର ହିତ୍‌ ପଟେଲ ୯୬ ଓ ଜୟଦେବ ଉନାଡକଟ ୩୯ ରନରେ ଅପରାଜିତ ରହି ଦଳର ସମ୍ମାନ ରଖିଛନ୍ତି।
ଟସ୍‌ ଜିତି ପଶ୍ଚିମାଞ୍ଚଳ ଅଧିନାୟକ ରାହାନେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ମାତ୍ର ଏହାକୁ ଭୁଲ୍‌ରେ ପରିଣତ କରିଥିଲେ ଦକ୍ଷିଣାଞ୍ଚଳ ବୋଲର। ଯୁବ ଓପନର ଯଶସ୍ବି ଜୟସ୍ବାଲ (୧ ରନ) ଓ ଅଭିଜ୍ଞ ପ୍ରିୟଙ୍କ ପଞ୍ଚଲ(୭) ଙ୍କୁ ଶୀଘ୍ର ପ୍ୟାଭିଲିୟନ ପଠାଇ ପଶ୍ଚିମାଞ୍ଚଳର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ ଚିପୁରାପଲ୍ଲୀ ଷ୍ଟିଫେନ। ରାହାନେ ମଧ୍ୟ କ୍ରିଜରେ ତିଷ୍ଠିପାରି ନ ଥିଲେ। ସେ ବ୍ୟକ୍ତିଗତ ୮ ରନ କରି ବାସିଲ ଥାମ୍ପିଙ୍କ ବଲ୍‌ରେ ଆଉଟ ହୋଇଥିଲେ। ଶ୍ରେୟସ ଆୟାର ଓ ସର୍ଫରାଜ ଖାଁ ଭଲ ଆରମ୍ଭ କରିଥିଲେ ହେଁ ତାହାକୁ ବଡ଼ ସ୍କୋରରେ ପରିଣତ କରିପାରି ନ ଥିଲେ। ଆୟାର ୩୭ ଓ ସର୍ଫରାଜ ୩୪ ରନକରି ଗୁଜରାଟର ବାମହାତୀ ସ୍ପିନର ରବିଶ୍ରୀନିବାସନ ସାଇ କିଶୋରଙ୍କ ଶିକାର ହୋଇଥିଲେ। ଶାମ୍ସ ମୁଲାନୀଙ୍କୁ ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ ପଥ ଦେଖାଇଥିଲେ ସାଇ କିଶୋର। ଫଳରେ ପଶ୍ଚିମାଞ୍ଚଳ ୧୦୧ ରନରେ ୬ଷ୍ଠ ଉଇକେଟ ହରାଇ ବିପଦରେ ପଡ଼ିଥିଲା। ମିଡିଲ ଅର୍ଡରରେ ବ୍ୟାଟିଂ କରିବାକୁ ଆସିଥିବା ହିତ୍‌ ପଟେଲ ଧୈର୍ଯ୍ୟର ସହ ପ୍ରତିପକ୍ଷ ବୋଲରଙ୍କୁ ମୁକାବିଲା କରିଥିଲେ। ସେ ୮ ନମ୍ବର ବ୍ୟାଟର ଅତିତ୍‌ ସେଠ୍‌ଙ୍କ ସହ ୬୩ ରନର ଭାଗୀଦାରି ଗଢ଼ି ପଶ୍ଚିମାଞ୍ଚଳକୁ ଲଜ୍ଜାଜନକ ପରିସ୍ଥିତିରୁ ମୁକୁଳାଇ ଥିଲେ। ଅତିତ୍‌ ୨୫ ରନକରି ବାସିଲଙ୍କ ଦ୍ୱିତୀୟ ଶିକାର ହୋଇଥିଲେ। ଲୋୟର ଅର୍ଡରରେ ତନୁଶ କୋଟିଆନ ମାତ୍ର ୨ ରନ କରିବାକୁ ସକ୍ଷମ ହୋଇଥିବାବେଳେ ଅଭିଜ୍ଞତାର ଉପଯୋଗ କରି ଦକ୍ଷିଣାଞ୍ଚଳ ବୋଲରଙ୍କୁ ସଫଳତାର ସହ ମୁକାବିଲା କରିଥିଲେ ସୌରାଷ୍ଟ୍ର ଭେଟେରାନ ଖେଳାଳି ଜୟଦେବ ଉନାଡକଟ। ହିତ୍‌ ପଟେଲ ଓ ଜୟଦେବ ଅସମାପ୍ତ ୯ମ ଉଇକେଟରେ ୮୩ ରନ ଯୋଗକରି କେବଳ ଯେ ପ୍ରଥମ ଦିବସରେ ଦଳକୁ ଅଲ୍‌ଆଉଟ ହେବାରୁ ରକ୍ଷା କରିଥିଲେ ତା’ ନୁହେଁ ଦଳକୁ ଏକ ସମ୍ମାନଜନକ ସ୍କୋର ଦିଗରେ ଅଗ୍ରସର କରାଇଛନ୍ତି। ଷ୍ଟମ୍ପ୍ସ ପ୍ରତ୍ୟାହୃତ ହେବା ବେଳକୁ ହିତ୍‌ ପଟେଲ ୧୭୮ ବଲ୍‌ର ସମ୍ମୁଖୀନ ହୋଇ ୬ ଚୌକା ଓ ୧ ଛକା ସହାୟତାରେ ୯୬ ଓ ଜୟଦେବ ୩୯ (୬୪ ବଲ, ୩ ଚୌକା) ରନରେ ଅପରାଜିତ ରହିଥିଲେ। ଦକ୍ଷିଣାଞ୍ଚଳ ବୋଲରଙ୍କ ମଧ୍ୟରେ ସାଇ କିଶୋର ୩ଟି, ବାସିଲ ଥାମ୍ପି ଓ ଷ୍ଟିଫେନ ୨ଟି ଲେଖାଏ ଏବଂ କ୍ରିଷ୍ଣାପ୍ପା ଗୋଥାମ ଗୋଟିଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ପଶ୍ଚିମାଞ୍ଚଳ ପ୍ରଥମ ଇନିଂସ: ୨୫୦/୮ (ହିତ୍‌ ପଟେଲ-୯୬*, ଜୟଦେବ ଉନାଡକଟ-୩୯*, ଶ୍ରେୟସ ଆୟାର-୩୭, ସର୍ଫରାଜ ଖାଁ-୩୪, ଆର. ସାଇ କିଶୋର-୩/୮୦, ବାସିଲ ଥାମ୍ପି-୨/୪୨, ଚିପୁରାପଲ୍ଲୀ ଷ୍ଟିଫେନ-୨/୨/୩୯, କ୍ରିଷ୍ଣାପ୍ପା ଗୋଥାମ-୧/୭୩)।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ମୋଦିଙ୍କୁ ବଡ଼ ପ୍ରତିଶ୍ରୁତି ଦେଲେ ପୁଟିନ୍‌, ଦେଖିକି ଟ୍ରମ୍ପ କାବା, ଜୟଶଙ୍କର ଗୋଟିଏ ସାକ୍ଷାତରେ…

ଓ୍ବାଶିଂଟନ୍‌,୩।୪: ଆମେରିକା ଏବଂ ଇସ୍ରାଏଲ ବିରୁଦ୍ଧରେ ଇରାନର ଯୁଦ୍ଧ ଏବଂ ହର୍ମୁଜ ପ୍ରଣାଳୀ ଅବରୋଧ ଯୋଗୁ ସୃଷ୍ଟି ହୋଇଥିବା ଶକ୍ତି ସଙ୍କଟ ମଧ୍ୟରେ, ଭାରତକୁ ରୁଷିଆଠାରୁ ଗୁରୁତ୍ୱପୂର୍ଣ୍ଣ…

ପଦରୁ ହଟଯିବା ପରେ ପ୍ରଥମଥର ମୁହଁ ଖୋଲିଲେ ରାଘବ ଚଢା: କହୁ କହୁ କହିଦେଲେ ବଡ଼ କଥା

ନୂଆଦିଲ୍ଲୀ,୩।୪: ଆମ ଆଦମୀ ପାର୍ଟି (AAP) ନେତା ଏବଂ ରାଜ୍ୟ ସଭା ଏମ୍‌ପି ରାଘବ ଚଢା ଉପନେତା ପଦରୁ ହଟିବା ପରେ ପ୍ରଥମ ଥର ପାଇଁ ଏନେଇ…

ବୃଦ୍ଧି ନା ହ୍ରାସ? ଆଜି ଦେଶରେ ପେଟ୍ରୋଲ-ଡିଜେଲର ମୂଲ୍ୟ କେତେ? ଆସିଲା ଅପଡେଟ୍‌

ନୂଆଦିଲ୍ଲୀ,୩।୪: ପଶ୍ଚିମ ଏସିଆରେ ଭୂରାଜନୈତିକ ଉତ୍ତେଜନା ମଧ୍ୟରେ ବିଶ୍ୱ ତୈଳ ବଜାରରେ ଉଲ୍ଲେଖନୀୟ ପରିବର୍ତ୍ତନ ଜାରି ରହିଥିଲେ ମଧ୍ୟ ଭାରତରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ୩…

ଏକମାତ୍ର ଦେଶ ଭାବେ ଭାରତ ହରାଇଛି…ଯୁଦ୍ଧ ମଧ୍ୟରେ ୬୦ ଦେଶକୁ ନେଇ ଚାଲିଥିବା ବୈଠକରେ ହୃଦୟର କଥା କହିଲା ଭାରତ

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଇରାନ ନିୟନ୍ତ୍ରଣରେ ଥିବା ହର୍ମୁଜ ପ୍ରଣାଳୀକୁ ପୁନର୍ବାର ଖୋଲିବା ପାଇଁ ଭାରତ ଦାବି କରିଛି। ଭାରତ ଏହା ମଧ୍ୟ…

ପାଳନ ହେବ ଐତିହାସିକ ଜମ୍ବୁ ମହୋତ୍ସବ: ଅଗ୍ନିଶମ, ବିଦ୍ୟୁତ୍‌, ସ୍ବାସ୍ଥ୍ୟ, ପାନୀୟଜଳକୁ ଗୁରୁତ୍ୱ ଦେଇ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀଙ୍କ ଝାମୁଯାତ୍ରାରେ ଐତିହାସିକ ଜମ୍ବୁ ମହୋତ୍ସବ ପାଳନ କରିବାକୁ ପ୍ରଶାସନିକ…

ସଚେତନତା ହିଁ ଚିନ୍ତାଧାରା ବଦଳାଇବାର ବଡ଼ ମାଧ୍ୟମ

‘ଗୋମାୟା ପେଣ୍ଟ୍‌ସ’ର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଦୁର୍ଗା ପ୍ରିୟଦର୍ଶିନୀ ତାଙ୍କ ବ୍ୟବସାୟିକ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଜଣେ ଗୃହିଣୀ ଭାବେ ସମାଜ ଓ ପରିବେଶ…

ଯୁବକଙ୍କୁ ହତ୍ୟା କରି ଟାଙ୍ଗିଦେଲେ, ଛାନ୍‌ଭିନ୍‌ କରୁଛି ସାଇଣ୍ଟିଫିକ୍‌ ଟିମ୍‌

ବାଲେଶ୍ୱର,୩ା୪(ବାଞ୍ଛାନିଧି ଦେ): ଏକ ପରିତ୍ୟକ୍ତ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ମାଳ ଗାଁରେ ଘଟିଛି ଏପରି ଅଭାବନୀୟ…

IPLରେ ଅଭିଷେକଙ୍କ ବଡ଼ କାରନାମା: ୪ ଛକା ମାରି କଲେ ଅନନ୍ୟ ରେକର୍ଡ

କୋଲକାତା,୩।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ୨୨୮.୫୭ ଷ୍ଟ୍ରାଇକ ରେଟରେ ଖେଳି ଅଭିଷେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri