ଐତିହ୍ୟର ମୁଖଶାଳା

ଓଡ଼ିଶାର ଧାରାବାହିକ ଇତିହାସର ପୂର୍ଣ୍ଣତା ଏଯାଏଁ ସମ୍ଭବ ହେଇନି। ୟା’ ବୋଲି ମହାଜନମାନେ ସ୍ଥିର କରିଥିବା ଇତିହାସର ଉପାଦାନ ଯେ ନାହିଁ ତାହା ଶତପ୍ରତିଶତ କହିହେବ ନାହିଁ। ଓଡ଼ିଶାର ଗଁାଠାରୁ ସହର ଗଳି ପର୍ଯ୍ୟନ୍ତ ଇତିହାସ ଉପାଦାନ ବିଛାଡ଼ି ହୋଇ ରହିଛି। ଦୃଷ୍ଟିକୋଣରେ ସାମାନ୍ୟ ପରିବର୍ତ୍ତନ ହେଲେ ଉପାଦାନଗୁଡ଼ିକର ମୂଲ୍ୟାୟନ ହୋଇପାରିବ। ଶାସ୍ତ୍ରୀୟ ପୋଥିକୁ ଆମକୁ ଗ୍ରହଣ କରିବାକୁ ତ ନିଶ୍ଚୟ ହେବ। ୟା’ ବାଦେ ଓଡ଼ିଶାର ନଈ ଉପତ୍ୟକାରୁ, ମହୋଦଧିର ଭଗ୍ନ ବିଲୁପ୍ତପ୍ରାୟ ବନ୍ଦରମାନଙ୍କରୁ, ଗଁାମୁଣ୍ଡ ଦେଉଳ କାନ୍ଥରୁ, ମଠ-ଆଶ୍ରମମାନଙ୍କ ସନନ୍ଦ ଦସ୍ତାବିଜ୍‌ରୁ, ନିପଟ ମଫସଲର କାନ୍ଦଣା ଗୀତର ଢଗ ଢମାଳିରୁ, କାନରୁ କାନକୁ ବ୍ୟାପୀ ଶହ ଶହ ବର୍ଷ ଧରି ବଞ୍ଚତ୍ ରହିଥିବା ଲୋକକଥାରୁ, ପାହାଡ଼ର ଗୁମ୍ଫାରୁ ତ ଚିଲିକାର ବୁଦିବୁଦିକିଆ ଦ୍ୱୀପପୁଞ୍ଜରୁ ଆମକୁ ଉପାଦାନ ମିଳିବ। ଟିକିଏ ନିଷ୍ଠା ଆଉ ଅନ୍ତର୍ଦୃଷ୍ଟି ଲୋଡ଼ା। ଅନୁସନ୍ଧାନର ମାନସିକତା ଆମକୁ ଆଗେଇ ନେବ ୟେ ଦିଗରେ।
ଚିଲିକା ଚକାନାସୀର ଶିଉଳିଲଗା ଖପରା ଖଣ୍ଡରୁ ଆମକୁ ଯେମିତି କିଛି ମିଳିଛି, ଗୁରୁବାଈ ଗଡ଼ର ଲୋଟଣୀ ବରଗଛ ତଳୁ ମହାପ୍ରଭୁଙ୍କ ପୋତି ହୋଇଥିବା ବୈଠିକି ‘ଚକା’ ବି ଇତିହାସକୁ ମଜଭୁତ କରିଛି। ଚିଲିକା କୂଳର ନଇରୀସ୍ଥିତ ହରୀଶ୍ୱର ମଣ୍ଡପ, ବାଣପୁରର ବଡ଼ହନ୍ତୁଆଡ଼ ଓ ଗବପଦର, ଖଲିକୋଟର ଚିକିଲି ଆଜି ମାଦଳା ପାଞ୍ଜିକୁ ବିଶ୍ୱାସ କରିବାକୁ ବାଧ୍ୟ କରିଛି। ନଇରୀର ଗୁଣ୍ଡିଚା କୂଅ, ଗଞ୍ଜାମ ମାରଦାର ମଥୁରା ଶିଳ୍ପୀଙ୍କ ଦ୍ୱାରା ଦି’ ମାସରେ ଗଢ଼ି ଉଠିଥିବା ମନ୍ଦିର ଓ ବ୍ରହ୍ମଗିରି ଗଡ଼କୋକଲର ଭଗବତୀ ମନ୍ଦିର, ଆମ୍ଭର ଅନୁସନ୍ଧାନ ମାନସିକତାକୁ ପ୍ରେରଣା ଯୋଗାଇଛି।
ମହାନଦୀ ଘାଟ ଦଳେଇଙ୍କ ଦଲିଲ ଆମକୁ ବିସ୍ମିତ କରିଛି। ଗଜପତିଙ୍କ ଜଳବାହିନୀ ବା ନୌବାହିନୀ ସେନା ସ୍ଥଳବାହିନୀ ସେନାଙ୍କ ଅପେକ୍ଷା କେତେ ଯେ ହୁସିଆର, ତାହା ହୃଦ୍‌ବୋଧ ହୋଇଛି। ଘାଟ ଦଳେଇଙ୍କ ଐତିହ୍ୟ ଖୋଜୁଖୋଜୁ କଟକ ମହ୍ଲାସାହିର ମଲ୍ଲବୀରମାନଙ୍କ ଦସ୍ତାବିଜ ଦେଖି ପୁଣି ବିଚାରିବାକୁ ପଡ଼ିଛି। ମଲ୍ଲମାନେ ମହ୍ଲା ହୋଇ ବଡ଼ଦାଣ୍ଡରେ ଆସ୍ଥାନଟିଏ ଗଜପତିଙ୍କଠୁ ନେଇ ଗଢ଼ିଦେବା ପରେ ତାହା ଅପଭ୍ରଂଶରେ ‘ମଲେଇମଠ’ରେ ପରିଣତ ହେବାର ଅଣଦେଖା ମାନସିକତା କୋହ ଭରି ଦେଇଛି ମନରେ।
ବାସ୍ତବରେ ହୃଦ୍‌ବୋଧ ହୋଇଛି ଓଡ଼ିଶାର ଶିଉଳିଲଗା ଅପାଙ୍‌କ୍ତେୟ ହୋଇ ପଡ଼ି ରହିଥିବା ପଥର ଖଣ୍ଡକରେ ବି ପ୍ରଚୁର ଐତିହ୍ୟ ଲୁଚି ରହିଛି। ପ୍ରତି ଗଁାର ବୁନିଆଦି ଅଛି। ୟେ ବୁନିଆଦି କିଛି ପୋଥିକି ଆସିଛି, କିଛି ଆସିନି। ୟା’ ମାନେ ନୁହଁ ଯେ ବୁନିଆଦି ନାହିଁ। ପ୍ରତି ଗଁାର ଶାବର ବିଦ୍ୟାର ଗ୍ରାମଦେବୀ, ପୋଥିବିଦ୍ୟାର ଶ୍ରୀଶ୍ରୀ ମହାଦେବଙ୍କର ମନ୍ଦିର ହିଁ ବୁନିଆଦିର ମୂକସାକ୍ଷୀ।
ଓଡ଼ିଶାର ପ୍ରସିଦ୍ଧ ଦେବଦେବୀଙ୍କର କିଛି ନା କିଛି ଗୌରବପୂର୍ଣ୍ଣ ଐତିହ୍ୟ ରହିଛି। ଆମେ ଯେତିକି ଘାଣ୍ଟିଚୁ, ନିଶ୍ଚୟ କିଛି ପାଇଛୁ। ଯାହା ନ ଘାଣ୍ଟିଛୁ ସେଠି ଯେ ନାହିଁ, ସେକଥା ନୁହେଁ। ଲୋପ ହୋଇ ଆସୁଛି ସେସବୁ। ପ୍ରତି ଗଡ଼ର, ପ୍ରତି ଦୁର୍ଗର, ପ୍ରତି ଦୁର୍ଗ ଦେବୀଙ୍କର ରୋମାଞ୍ଚଭରା ଐତିହ୍ୟ ରହିଛି। ତା’ରି ଭିତରେ ଆମ ଇତିହାସ। କାରଣ ଇତିହାସ ଲେଖାରେ ଶାସ୍ତ୍ର/ ପୁରାଣ/ କାହାଣୀ/ କିମ୍ବଦନ୍ତୀ/ ଲୋକକଥା ମଧ୍ୟ ପ୍ରବନ୍ଧ ହୋଇପାରେ।
ସେଥିପାଇଁ ପଣ୍ଡିତ ଗୋପବନ୍ଧୁ ଲେଖିଥିଲେ- ”ଏ ମୂର୍ତ୍ତି ଆମ୍ଭମାନଙ୍କ ଦୃଷ୍ଟିରେ ଜଡ଼-ପିତୁଳା ନୁହନ୍ତି। ସୁକୁମାର ଶିଳ୍ପର ଆଦର୍ଶ ନୁହନ୍ତି କିମ୍ବା ଅନ୍ଧ ଲୋକ ସାଧାରଣଙ୍କର ଧର୍ମବିଶ୍ୱାସକୁ ସୁଦୃଢ଼ ଓ ଚରିତାର୍ଥ କରିବା ଲାଗି କୌଶଳ ନୁହନ୍ତି। ଏହା ଶୁଦ୍ଧ ବୁଦ୍ଧ ପ୍ରେମମୟ ଜୀବନ୍ତ ପ୍ରତିମା। ମୂକସାକ୍ଷୀ ହୋଇ ଉଭା ହୋଇଛନ୍ତି ସତ୍ୟ, କିନ୍ତୁ ସେ ମୁଖରୁ କେତେ ପ୍ରେମର କାହାଣୀ, ଗୌରବର ଇତିହାସ, ଭକ୍ତିର ବୃତ୍ତାନ୍ତ, ନୀରବ ଗମ୍ଭୀର ଭାବରେ ନିଃସୃତ ହେଉଅଛି।“ (ସତ୍ୟବାଦୀ ୧/୨ ସଂଖ୍ୟା, ୧୩୨୨ ସାଲ, ପୃ-୬୨, ୬୩)।
ସାହିତ୍ୟ ଏବଂ ଇତିହାସ ପରସ୍ପର ସଂଶ୍ଳିଷ୍ଟ ହୋଇପାରନ୍ତି, କିନ୍ତୁ ସାହିତ୍ୟ ଯାହା ଇତିହାସ ତା’ ନୁହେଁ। ଐତିହ୍ୟକୁ ଆମେ ସମ୍ପୂର୍ଣ୍ଣ ଇତିହାସ ପର୍ଯ୍ୟାୟରେ ନେଇପାରୁ ନାହୁଁ। ଐତିହ୍ୟ ସଂସ୍କୃତିର ହୋଇପାରେ, ସଭ୍ୟତାର ହୋଇପାରେ, କଳା-ସଙ୍ଗୀତ-ନୃତ୍ୟ-ଗୀତ ଓ ପରମ୍ପରାର ବି ହୋଇପାରେ। କାରଣ ଇତିହାସ ସହିତ ‘ଗୌରବ’କୁ ଯୋଡ଼ିବାକୁ ହୁଏ। ଏଇ ଗୌରବ ଭିତରେ କେବଳ ‘ଭାବନା’ ନ ଥାଏ। ଜାତି ଜାତୀୟତା ଓ ଅତୀତକୁ ନୂଆ କରି ଦେଖିବାକୁ ହୁଏ। ବାଚନିକ ଇତିହାସ ପାଇଁ ମଣିଷର ବିଶ୍ୱାସ ସହିତ ଚଳଣିକୁ ଯୋଡ଼ିବାକୁ ହୁଏ। ସହାବସ୍ଥାନର ଧାରାକୁ ଏଠି ଆଡ଼େଇଦେବା ସମ୍ଭବ ନୁହେଁ। ତେଣୁ ଐତିହ୍ୟକୁ ଇତିହାସର ଉପାଦାନ ପର୍ଯ୍ୟାୟରେ ଆମେ ଗଣତି କରିଅଛୁ। ପରମ୍ପରାର ଐତିହ୍ୟ ମଧ୍ୟ ଏଥିରେ ରହିଛି। ଯାହାକୁ ଜଣେ ଇତିହାସ ପକ୍ଷରେ ସଂଯୋଗ କରିବାରେ କୌଣସି ବାଧା ଉପୁଜିବ ନାହିଁ ବୋଲି ଆମ୍ଭର ବିଶ୍ୱାସ।
ସତ୍ୟବାଦୀର ୧/୨ ସଂଖ୍ୟାରେ ସ୍ପଷ୍ଟ ବି ହୋଇଛି। କିମ୍ବଦନ୍ତୀ କେବଳ ମରୁମରୀଚିକା ନୁହେଁ। ନିସ୍ତରଙ୍ଗ ଅନ୍ଧକାରାଚ୍ଛନ୍ନ ଯୁଗକୁ ଘଟଣାମୟ କରି ଚିତ୍ରିବା ଲାଗି ଅଯଥା ଅସଙ୍ଗତ କଳ୍ପନା ନୁହେଁ। ସେ ସବୁକୁ ଅନାଦର କଲେ ଆଧୁନିକ ଯୁଗ ବହୁ ପୁରା ତତ୍ତ୍ୱରୁ ବଞ୍ଚତ୍ତ ହେବ ଏବଂ ବର୍ତ୍ତମାନ ସହିତ ଅତୀତର ସଂଯୋଜକ ସୂତ୍ର ଅନେକ ସ୍ଥଳେ ମିଳିବ ନାହିଁ। ଭାରତ ପରି ରୋମ, ଗ୍ରୀସ୍‌, ମିଶର, ବାବିଲୋନ୍‌ ପ୍ରଭୃତି ପ୍ରାଚୀନ ଦେଶ ଓ ଜାତିମାନଙ୍କ ଇତିହାସ କାହାଣୀ କିମ୍ବଦନ୍ତୀରୁ ବହୁ ପରିମାଣରେ ଉଦ୍ଧାର କରାଯାଇଛି। ବାଲୁକାରାଶିର ନିମ୍ନରେ ଫଲ୍‌ଗୁ ପ୍ରବାହ ପରି ଏହିସବୁ କିମ୍ବଦନ୍ତୀର ମଜା ଯେ ସାର ସତ୍ୟରେ ଚିରକାଳ ଉଜ୍ଜୀବିତ ରହିଅଛି ତାହା ଅନୁସନ୍ଧାନ କଲେ ଅନାୟାସରେ ଉପଲବ୍ଧି ହେବ (ପୃ.୬୩)।
ଐତିହ୍ୟର ଉପାଦାନ ଉପରେ ଇତିହାସ ଛିଡ଼ା ହେବା ଭାରତରେ କିଛି ନୂଆ କଥା ବି ନୁହେଁ, ଐତିହ୍ୟର ଉପାଦାନକୁ ଇତିହାସରୁ ଆଡ଼େଇ ନେଲେ ସେ ଇତିହାସ ସମୃଦ୍ଧ ଇତିହାସ ହୋଇ ରହିବ ନାହିଁ। ସେଥିରେ ଦାରିଦ୍ର୍ୟର ଛିଟା ଦିଶିବ ହିଁ ଦିଶିବ।
– ଡ. ସୁରେନ୍ଦ୍ର କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

‘ଯାହାଙ୍କ ପାଖରେ ଆଧାରକାର୍ଡ ଅଛି, ତାଙ୍କୁ ମିଳିବ ସୁନା’, ଘୋଷଣା କଲେ PM ମୋଦି? ଜାଣନ୍ତୁ ଭାଇରାଲ ଦାବି ପଛର ସତ୍ୟ

ନୂଆଦିଲ୍ଲୀ, ୧୭।୮: ସୋସିଆଲ ମିଡିଆରେ ପ୍ରତିଦିନ ସରକାରଙ୍କ ସହ ଜଡ଼ିତ ଅନେକ ଯୋଜନା ବିଷୟରେ ସୂଚନା ଦିଆଯାଉଛି। କେତେବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡିଓ ଭାଇରାଲ ହେଉଛି, ତ…

ବୃହସ୍ପତି-ଶନିଙ୍କ ମଧ୍ୟରେ ହେବାକୁ ଯାଉଛି ଅଦ୍ଭୁତ ଯୋଗ: ପୂରା ସେପ୍ଟେମ୍ବରରେ ମାସରେ ଏହି ୫ ରାଶିଙ୍କର ବଲ୍ଲେ-ବଲ୍ଲେ

ସେପ୍ଟେମ୍ବର ୨୦୨୬ ମାସର ଆରମ୍ଭ ଏକ ଶୁଭ ଯୋଗରୁ ହେବାକୁ ଯାଉଛି। ଦ୍ରିକ ପଞ୍ଚାଙ୍ଗ ଅନୁଯାୟୀ, ସେପ୍ଟେମ୍ବର ୧ ତାରିଖରେ ଦେବଗୁରୁ ବୃହସ୍ପତି ଏବଂ ନ୍ୟାୟର ଦେବତା…

ସୁରଟରୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ, ଗାଁରେ ଶୋକାକୁଳ ପରିବେଶ

ହିଞ୍ଜିଳିକାଟୁ,୧୭।୮(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଅଞ୍ଚଳରୁ ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି। ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ମୃତଦେହ ସୋମବାର…

ଚୋର-ପୋଲିସ୍‌ର ଖେଳ ସୋସିଆଲ୍‌ ମିଡିଆରେ ଭାଇରାଲ୍‌: ଚାରି ଥାନାର ପୋଲିସ୍‌କୁ ପାଣି ପିଆଇ…

ପୁରୁଷୋତ୍ତମପୁର, ୧୭।୮ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଘଟିଥିବା ଚୋର-ପୋଲିସ୍‌ ଲଢ଼େଇ ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। ଗତ ଶୁକ୍ରବାର…

ସ୍ତ୍ରୀଙ୍କୁ ହତ୍ୟା କରି ହୋଇଥିଲେ ଫେରାର, ୪ ବର୍ଷ ପରେ ମିଳିଲା ଦଣ୍ଡ

ପାରଳାଖେମୁଣ୍ଡି,୧୭।୮(ଗିରିଧାରୀ ପରିଛା) : ଝିଅର ଚିକିତ୍ସାକୁ ନେଇ ପତ୍ନୀଙ୍କ ସହ ବଚସାରୁ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି । ଗଜପତି ଜିଲା…

ଭାଜପାର ନୂଆ ଟିମ୍‌ରେ ଓଡ଼ିଶାର ଏହି ୨ ନେତା ସାମିଲ: ଜାଣନ୍ତୁ କିଏ କିଏ

ଭୁବନେଶ୍ୱର,୧୭।୮: ଭାଜପାର ନୂତନ ସଭାପତି ନୀତିନ ନବୀନଙ୍କ ନେତୃତ୍ୱରେ ନୂତନ ଜାତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପୀ…

୨୨ ଅଗଷ୍ଟରୁ ତ୍ରିଗ୍ରହୀ ଯୋଗର ପ୍ରଭାବ: ଏହି ୪ ରାଶି ଲୋକଙ୍କ ଭାଗ୍ୟରେ ନୂଆ ମୋଡ଼, ଜାଣନ୍ତୁ କ’ଣ ଘଟିବ…

ଜ୍ୟୋତିଷୀୟ ଗଣନା ଅନୁଯାୟୀ, ଅଗଷ୍ଟ ୨୦୨୬ରେ ସିଂହ ରାଶିରେ ୩ଟି ଗ୍ରହର ଯୁତି ଗଠିତ ହେବାକୁ ଯାଉଛି। ପ୍ରଥମେ କେତୁ ସିଂହ ରାଶିରେ ଅବସ୍ଥିତ ରହିବେ। ଏହାପରେ…

ଗୁଣ୍ଡା ସାହୁ ଅପହରଣ ମାମଲା: ଗିରଫ ୪ ଅଭିଯୁକ୍ତ କୋର୍ଟ ଚାଲାଣ , ଜାମିନ ନାମଞ୍ଜୁର ହେବାରୁ

ବଲାଙ୍ଗୀର, ୧୭।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ଓରଫ୍ ଗୁଣ୍ଡା ସାହୁ ଅପହରଣ ମାମଲାରେ ଗିରଫ ହୋଇଥିବା ୪ ଜଣ ଅଭିଯୁକ୍ତଙ୍କୁ ବଲାଙ୍ଗୀର ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri