ସାତଦିନରେ ଭାରତ ଇତିହାସ

ଭାରତର ଇତିହାସକୁ ସଂକ୍ଷିପ୍ତ କରି ଏକ ସପ୍ତାହରେ ସୀମିତ ରଖାଗଲେ ସେଥିରୁ ଆମକୁ ଅତୀତର ଖୁବ୍‌ ରୋଚକ ଦୃଷ୍ଟିକୋଣ ଦେଖିବାକୁ ମିଳେ। ଭାରତ ଇତିହାସର ଅବଧି ପ୍ରାଚୀନ ହରପ୍ପା ସଭ୍ୟତା ସମୟରୁ ଏପର୍ଯ୍ୟନ୍ତ ପ୍ରାୟ ୫,୦୦୦ ବର୍ଷ। ଏହାକୁ ସାତଦିନରେ ସଂକ୍ଷିପ୍ତ କଲେ ପ୍ରତି ସପ୍ତାହର ପ୍ରତ୍ୟେକ ଦିନ ପାଖାପାଖି ୭୦୦ ବର୍ଷ ହେବ। ପ୍ରଥମେ ହରପ୍ପା ସଭ୍ୟତାର ଯୁଗ ରବିବାର। ଏହି ସମୟରେ ଉତ୍ତର ଭାରତରେ କୃଷି କାର୍ଯ୍ୟ ଆରମ୍ଭ ହୋଇଛି। କୃଷିକୁ ଭିତ୍ତିକରି ହରପ୍ପାର ସୁବ୍ୟବସ୍ଥିତ ସହରଗୁଡ଼ିକ ସିନ୍ଧୁ ଉପତ୍ୟକା ଏବଂ ଗୁଜରାଟ ଉପକୂଳ, ରାଜସ୍ଥାନ ଓ ହରିୟାଣାରେ ଗଢିଉଠିଥିଲା। ଏହିସବୁ ସହରରେ ବ୍ରୋଞ୍ଜ ଯୁଗ ବାଣିଜି୍ୟକ ସମ୍ପର୍କର ଝଲକ ଦେଖିବାକୁ ମିଳେ। ରାଶି, କୁକୁଡ଼ା, ରନତ୍ଖଚିତ ହାର ଏବଂ କପା ଏଠାରୁ ପ୍ରାଚ୍ୟକୁ ରପ୍ତାନି ହେଉଥିଲା। ବିଭିନ୍ନ ପ୍ରକାର ଭାବ ଭଙ୍ଗି ପ୍ରକାଶ କରୁଥିବା ଛବି (ଇମୋଜି) ଏବଂ ୟୁନିକର୍ନ (ଧଳାଘୋଡା ଭଳି ଏକଶିଙ୍ଗିଆ ଜୀବ)ର ପ୍ରତିକୃତି ଥିବା ସିଲ୍‌ ବା ମୋହରକୁ ବ୍ୟବସାୟ ସଞ୍ଚାଳନ ଉଦ୍ଦେଶ୍ୟରେ ବ୍ୟବହାର କରାଯାଉଥିଲା। ରବିବାର ଅର୍ଥାତ୍‌ ହରପ୍ପା ସଭ୍ୟତା ସମୟରେ ଭାରତ ଘୋଡା ସମ୍ପର୍କରେ କିଛି ଜାଣି ନ ଥିଲା। ଧୀରେ ଧୀରେ ହରପ୍ପା ସହରଗୁଡ଼ିକର ପତନ ଦେଖିଲା ସୋମବାର । ଭାରତ ଇତିହାସର ସୋମବାର ଦିନ କାସ୍ପିଆନ୍‌ ସାଗରର ଉତ୍ତରରେ ଘୋଡ଼ା ପାଳନ ଆରମ୍ଭ ହୋଇଥିଲା। ଏହି ସମୟ ବ୍ରୋଞ୍ଜ ଯୁଗୀୟ ବ୍ୟବସାୟିକ ତଥା ସାମାଜିକ ସମ୍ପର୍କ ସାରା ବିଶ୍ୱରେ ପ୍ରକାଶ ପାଇଥିଲା। ସେତେବେଳେ ବିଶ୍ୱରେ ଏକ ଅବ୍ୟବସ୍ଥିତ ସ୍ଥିତି ରହିଥିଲା। ତା’ପରେ ମଙ୍ଗଳବାରରେ ସାରା ବିଶ୍ୱରେ ଇଜିପ୍ଟ, ଗ୍ରୀସ୍‌, ମଧ୍ୟପ୍ରାଚ୍ୟ, ଚାଇନା ଏପରି କି ଭାରତରେ ଘୋଡ଼ାଟଣା ଗାଡ଼ି ବା ରଥରେ ବୀରମାନଙ୍କୁ ଦେଖିବାକୁ ମିଳିଥିଲା। ଏହି ଦିନ ୟୁରୋପର ପରିସଂସ୍ଥାପୂର୍ଣ୍ଣ ତୃଣଭୂମି ଅଞ୍ଚଳ( ୟୁରାସିଆନ ଷ୍ଟିପ୍ପର୍ସ)ରୁ ଘୋଡ଼ା ଉପରେ ବସି ପୁରୁଷମାନେ ପଞ୍ଜାବରେ ପହଞ୍ଚିଥିଲେ।ୟୁରାସିଆନ ଷ୍ଟିପ୍ପର୍ସରେ କେନ୍ଦ୍ରୀୟ ଏସିଆର ଅକ୍ସୁସ ସଭ୍ୟତା ଗଢ଼ିଉଠିଥିଲା ଓ ସେଠାକାର ଲୋକେ କିଛି ପିଢି ଅତିବାହିତ କରିବା ପରେ ହିଁ ପଞ୍ଜାବକୁ ଆସିଥିଲେ। ସେମାନେ ପଞ୍ଜାବର ମହିଳାମାନଙ୍କୁ ବିବାହ କରିଥିଲେ। ସେମାନଙ୍କ ପିଲାମାନେ ୟୁରାସିଆ, ଅକ୍ସୁସ ଏବଂ ସିନ୍ଧୁ ଓ ହରପ୍ପ୍‌ା ସଭ୍ୟତା ସମୟର ଅନ୍ତର୍ନିହିତ ସ୍ମୃତିକୁ ଭିତ୍ତିକରି ସଂସ୍କୃତ ଭାଷା ସୃଷ୍ଟି କରିଥିଲେ। ସେତେବେଳେ ସେମାନେ ଆର୍ଯ୍ୟ ନାମରେ ପରିଚିତ ଥିଲେ ଓ ସ୍ବର୍ଗବାସୀ ଦେବଦେବୀଙ୍କୁ ସ୍ତୁତି କରୁଥିଲେ। ପରେ ସେମାନେ ଗାଙ୍ଗେୟ ସମତଳ ଭୂମିକୁ ଆସିଥିଲେ। ସେଠାରେ ସେମାନେ ଯାଯାବର ଭାବେ ପଶୁପାଳନ ଜୀବନ କଟାଉଥିଲେ। ପରେ ଏହି ପେସା ସେମାନଙ୍କୁ ଏକ ସ୍ଥାୟୀ କୃଷିଗତ ଜୀବନ ଜିିଇବା ଲାଗି ବାଟ ଦେଖାଇଥିଲା। ଉକ୍ତ ଅଞ୍ଚଳର ଉର୍ବର ମାଟି ଯୋଗୁ ଏହା ସମ୍ଭବ ହୋଇଥିଲା ଓ ସେହି ସମୟରେ ବି ଲୁହା ଆବିଷ୍କାର ହୋଇଥିଲା। ଦକ୍ଷିଣରେ ସେହି ସମୟରେ ପଶୁପାଳକ ଗୋଷ୍ଠୀମାନେ ବଡ଼ ମାଟିପାତ୍ରରେ ସମାଧି ଦେବା, ପ୍ରସ୍ତରର ବିରାଟ ସ୍ମୃତିସ୍ତମ୍ଭ ନିର୍ମାଣ କରିବା ଦେଖିବାକୁ ପାଉ। ଏହା ବ୍ୟତୀତ ସେମାନଙ୍କ ଦ୍ୱାରା ସୃଷ୍ଟ ଭସ୍ମର ସ୍ତୂପ ମଧ୍ୟ ଦୃଷ୍ଟିଗୋଚର ହୋଇଥାଏ। ଉକ୍ତ ପଶୁପାଳକମାନଙ୍କ ସହିତ ଉତ୍ତର ଭାରତର ଆର୍ଯ୍ୟମାନଙ୍କର ସମ୍ପର୍କ ନ ଥିଲା।
ଏଥର ଆସିବା ଇତିହାସର ସଂକ୍ଷିପ୍ତ ବୁଧବାରକୁ। ଏହି ସମୟରେ ଗାଙ୍ଗେୟ ସମତଳ ଅଞ୍ଚଳରେ ବେଦିକ୍‌ ସଂସ୍କୃତି ବିକାଶର ଅୟମାରମ୍ଭ ହୋଇଥିଲା। ବଣିକମାନେ ବାଣିଜ୍ୟ କରୁଥିଲେ। ସେମାନେ ହାତୀ ଓ କପା ଆଦି ଜିନିଷକୁ ପର୍ସିଆନ ସାମ୍ରାଜ୍ୟକୁ ରପ୍ତାନି କରୁଥିଲେ । ସେହି ସମୟରେ ଭାରତର ପୁରାତନ ମୁଦ୍ରା (କାର୍ଷାପଣ) କାରବାର କରାଯାଉଥିଲା। ସେତେବେଳେ ସହରର ବ୍ୟବସାୟିକ କାର୍ଯ୍ୟକଳାପ ଓ ଶାସନକୁ କିଛି ପ୍ରଭାବଶାଳୀ ତଥା ଧନୀକ ଗୋଷ୍ଠୀର ଲୋକ ନିୟନ୍ତ୍ରଣ କରୁଥିଲେ। ଏହା ଏଭଳି ଏକ ସମୟ ଯାହା ବୁଦ୍ଧଙ୍କ ଭଳି ଯୁବରାଜଙ୍କୁ ସନ୍ନ୍ୟାସୀ ହେବା ଦେଖିଥିଲା ଏବଂ ଧନ ଓ ବିଳାସ ଦୃଷ୍ଟିରୁ ବି ଏହି ଯୁଗ ଚମତ୍କାର ଥିଲା। ପୁନର୍ଜନର ବିଶ୍ୱାସ ଦୃଢ଼ୀଭୂତ ହୋଇଥିଲା। ଋଣ କାରବାର ଏବଂ ସ୍ବାଧୀନତା ଗ୍ରହଣୀୟ ବିଷୟ ହୋଇପାରିଥିଲା। ସମ୍ରାଟ ଆଲେକ୍‌ଜାଣ୍ଡରଙ୍କ ସାହସିକ କାର୍ଯ୍ୟ ପ୍ରକାଶ ପାଇଥିଲା। ସେ ପାର୍ସି ସାମ୍ରାଜ୍ୟକୁ ଆକ୍ରମଣ କରି ଧ୍ୱସ୍ତବିଧ୍ୱସ୍ତ କରିଦେଇଥିଲା ଯାହା ପାଟଳିପୁତ୍ରର ସାମ୍ରାଜି୍ୟକ ମହତ୍ତ୍ୱାକାଂକ୍ଷାଗୁଡ଼ିକୁ ଅନୁପ୍ରାଣିତ କରିଥିଲା। ବୁଦ୍ଧ ଏବଂ ଜୈନ ସନ୍ନ୍ୟାସୀ ଏବଂ ବ୍ରାହ୍ମଣ ପୁରୋହିତମାନେ ଦକ୍ଷିଣର ନର୍ମଦା,ମହାନଦୀ, ଗୋଦାବରୀ, କୃଷ୍ଣା ଏବଂ କାବେରୀ ନଦୀ ଅବବାହିକାରେ ଗଢି ଉଠିଥିବା ସଭ୍ୟତାକୁ ପ୍ରଭାବତି କରିବା ଆରମ୍ଭ କରିଥିଲେ।
ଗୁରୁବାର ମଧ୍ୟ ଭାରତ ଇତିହାସର ଏକ ସମୟକୁ ସୂଚିତ କରେ ଯେତେବେଳେ ବେଦିକ୍‌ ଉପାସନା କରୁଥିବା ନାସିକ୍‌ର ସାତବାହାନ ରାଜାମାନେ ଜୈନ ଓ ବୁଦ୍ଧ ଧର୍ମାବଲମ୍ବୀ ବଣିକମାନଙ୍କୁ ଆନ୍ଧ୍ରରୁ କପା ନେଇ ସୋପରା( ଏବକାର ମୁମ୍ବାଇ) ବାଟ ଦେଇ ରୋମକୁ ରପ୍ତାନି କରିବା ପାଇଁ ସକ୍ଷମ କରାଇପାରିଥିତ୍ଲା। ଉତ୍ତର ଭାରତରେ ଗ୍ରୀକ୍‌,ସ୍କିଥିଆନ, ପାର୍ଥିଆନ୍‌, କେନ୍ଦ୍ରୀୟ ଏସିଆର କୁଷାଣ ଏବଂ ହୁନମାନଙ୍କ ଭଳି ବିଦେଶୀ ଜନଜାତିର ଲୋକେ ରାଜପଥଗୁଡ଼ିକୁ ନିୟନ୍ତ୍ରଣ କରୁଥିଲେ। ସେମାନେ ବୈଦ୍ଧ ମଠଗୁଡ଼ିକୁ ସହଯୋଗ କରିବା ସହ ସଂସ୍କୃତ ଭାଷାର ସଂରକ୍ଷଣ ତଥା ବିକାଶ ମଧ୍ୟ କରିଥିଲେ। ଦକ୍ଷିଣରେ ପ୍ରେମୀ ଓ ଯୋଦ୍ଧାମାନଙ୍କ ଭାବାବେଗପୂର୍ଣ୍ଣ କବିତା ଏବଂ ସ୍ତ୍ରୀ, ଗଣିକା ଓ ତପସ୍ବିନୀମାନଙ୍କର ପ୍ରେମରସାମତ୍କ କାବ୍ୟ ତାମିଲ ଓ ପ୍ରାକୃତି ଭାଷାରେ ଶୁଣିବାକୁ ମିଳିଥିଲା। ହିନ୍ଦୁତ୍ୱର ଏକ ନୂଆ ରୂପ ପ୍ରକାଶ ପାଇଥିଲା ସେହି ସମୟରେ, ଯାହା ବିଷ୍ଣୁ, ଶିବ ଓ ଦୁର୍ଗାଙ୍କ କଥା ବଖାଣେ।
ଶୁକ୍ରବାର ହେଉଛି ଭାରତ ଇତିହାସର ସେହି ଯୁଗ ଯେଉଁ କାଳରେ ଦକ୍ଷିଣରେ ଡେକାନ୍‌( ନର୍ମଦା ନଦୀର ଦକ୍ଷିଣରେ ଥିବା ବିଶାଳ ଉପଦ୍ୱୀପ)ର ଚାଲୁକ୍ୟ, ରାଷ୍ଟ୍ରକୂଟ, ଛେରା, ଚୋଲା , ହୋୟାସାଲା, କାକଟିୟା, ପାଲା ଏବଂ ସେନାମାନେ ମନ୍ଦିର ଆଧାରିତ ଦ୍ରାବିଡ଼ ସାମ୍ରାଜ୍ୟଗୁଡ଼ିକ(ରାଜମଣ୍ଡଳ) ଗଢ଼ିଉଠିଥିଲା। କନ୍ନଡ଼, ମରାଠୀ, ତେଲୁଗୁ, ଓଡ଼ିଆ, ବେଙ୍ଗଲୀ ଶକ୍ତିଶାଳୀ ସ୍ଥାନୀୟ ଭାଷା ଭାବେ ପ୍ରକାଶ ପାଇଥିଲା। ଏହା ଆଦି ଶଙ୍କରାଚାର୍ଯ୍ୟ, ରାମାନୁଜ ଓ ମାଧବଙ୍କ ଯୁଗ। ଏହି ସମୟରେ ବ୍ରାହ୍ମଣ ସଂସ୍କୃତି ଅଧିକ ଶକ୍ତିଶାଳୀ ହେବା ସହ ବୌଦ୍ଧ ଓ ଜୈନ ଧର୍ମକୁ ଦବାଇ ଦେଇଥିଲା। ଶେଷରେ ଭାରତ ଇତିହାସର ଯେଉଁ ସମୟକୁ ଶନିବାରରେ ସଂକ୍ଷିପ୍ତ କରାଯାଇଛି ତାହା ହେଉଛି ଭକ୍ତି, ଶିଳ୍ପକରଣ ଏବଂ ଗଣତନ୍ତ୍ରର ଯୁଗ। ଏହି ସମୟରେ ଦିଲ୍ଲୀ ଓ ବାହାମଣି ସମ୍ରାଟ, ରାଜପୁତ ଏବଂ ଗୁଜରାଟୀମାନଙ୍କ ସମ୍ପର୍କରେ ଶୁଣିବାକୁ ମିଳେ। ଏହା ବ୍ୟତୀତ ବିଜୟନଗର(ବିଜୟନଗରମ୍‌), ମୋଗଲ, ମରାଠା ଏପରି କି ଇଂରେଜ ସାମ୍ରାଜ୍ୟ ଓ ସ୍ବାଧୀନତା ସଂଗ୍ରାମର ଉତ୍‌ଥାନ ଏବଂ ପତନକୁ ଏହି ଯୁଗ ଦେଖିଛି।

  • ଦେବଦତ୍ତ ପଟ୍ଟନାୟକ
    devdutt.pattanaik@gmail.com

Enter your email to get our daily news in your inbox.

All Right Reserved By Dharitri.Com

ପ୍ରକୃତି ଭୋଗ୍ୟ ନୁହେଁ, ସୁରକ୍ଷାଯୋଗ୍ୟ

ବିକାଶର ଦୌଡ଼ରେ ଆମେ ପ୍ରାୟ ଭୁଲିଯାଉଛୁ ଯେ ନୀରବଥିବା ଏହି ପ୍ରକୃତି ଅସୀମ ନୁହେଁ। ଆମେ ଭାବୁଛୁ ପ୍ରକୃତିରେ ଯାହା କିଛି ନଷ୍ଟ ହେଉଛି, ସେସବୁ ଧୀରେ…

ସମ୍ବଳ ପାଇଁ ଅଧିକ ଋଣ

ଫେବୃଆରୀ ୧ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଲୋକ ସଭାରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି। ଏହି ବଜେଟକୁ ନେଇ ମିଶ୍ରିତ…

ପିଲା ଏବେ ଭାବପ୍ରବଣ

ଗୋଟିଏ ସପ୍ତାହ ଭିତରେ ଦୁଇଟି ଆତ୍ମହତ୍ୟାଜନିତ ଘଟଣା ଏବେ ଦେଶର ବିବେକକୁ ଦୋହଲାଇ ଦେଇଛି। ୪ ଫେବୃଆରୀରେ ଉତ୍ତରପ୍ରଦେଶର ଗାଜିଆବାଦରେ ଏକ ବହୁତଳ ପ୍ରାସାଦର ୯ମ ମହଲାରୁ…

ଏଇ ଭାରତରେ

ନିଷ୍ଠା ଓ ପ୍ରତିବଦ୍ଧତା ସଫଳତା ଆଣେ, ଯାହା ପ୍ରମାଣ କରିପାରିଛନ୍ତି ଉତ୍ତରାଖଣ୍ଡର ସୁଶାନ୍ତ ୟୁନିଆଲ ଏବଂ ତାଙ୍କ ଭାଇ। ଦୁଇ ଭାଇ ସବୁଠୁ ବଡ଼ ଛତୁ ଛତ୍ପାଦନ…

ଡିଜିଟାଲ ଗଣମାଧ୍ୟମ ଓ ଶିଶୁ

ନିକଟରେ ବିଶ୍ୱର ପ୍ରଥମ ଦେଶ ରୂପେ ଅଷ୍ଟ୍ରେଲିଆ ଆଇନ କରିଛି ୧୬ ବର୍ଷରୁ କମ୍‌ ବୟସ୍କ ପିଲାଙ୍କ ପାଇଁ ୧୦ ବଡ଼ ବଡ଼ ଡିଜିଟାଲ ଗଣମାଧ୍ୟମକୁ ନିଷିଦ୍ଧ…

ଗମ୍ଭୀର ସ୍ଥିତିରେ ବାୟୁ ପ୍ରଦୂଷଣ

ସମ୍ପ୍ରତି ବାୟୁ ପ୍ରଦୂଷଣ ଏକ ଜଟିଳ, ବୈଶ୍ୱିକ ଜରୁରିକାଳୀନ ପରିସ୍ଥିତି ପାଲଟିଛି। ଭାରତ ପରିପ୍ରେକ୍ଷୀରେ ଏହା ସ୍ବାସ୍ଥ୍ୟ ନିମନ୍ତେ ପରିବେଶୀୟ ବିପଦ ଭାବରେ ଉଭା ହୋଇଛି। ନିକଟରେ…

ଆଇସ୍‌କ୍ରିମ୍‌ ଖାଇଲେ

କଟକ ଜିଲା ବାଙ୍କୀ ତହସିଲ ଅନ୍ତର୍ଗତ କୁମୁସର ଗାଁରେ ୯ ଫେବୃଆରୀରେ ଅନୁଷ୍ଠିତ ଏକ ଅଷ୍ଟପ୍ରହରୀ କାର୍ଯ୍ୟକ୍ରମରେ ଆଇସ୍‌କ୍ରିମ ଖାଇ ୧୮ ଜଣ ପିଲା ଅସୁସ୍ଥ ହୋଇଥିବା…

ଏଇ ଭାରତରେ

ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଏକ ଟିମର ବର୍ଜ୍ୟପରିଚାଳନା ଅତ୍ୟନ୍ତ ପ୍ରଶଂସନୀୟ। କର୍ନାଟକ ବେଙ୍ଗାଲୁରୁ ନିକଟରେ ଥିବା ବିଲାପୁରା ଗାଁକୁ ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ କରାଯାଇପାରିଛି। ଦେଖିବାକୁ ଗଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri