Posted inଫୁରସତ

କଥା ଦିଆସିଲିର

ଦିନଥିଲା ପଥରକୁ ପଥର ଘଷି ନିଆଁ ଜଳା ଯାଉଥିଲା। ଯାହାକି ବେଶ୍‌ କଷ୍ଟକର କାମ ଥିଲା। ହଠାତ୍‌ ନିଆଁର ଆବଶ୍ୟକତା ପଡିଲେ ତାହା ପୂରଣ ହେଇପାରୁ ନ ଥିଲା। ତେଣୁ ଦିଆସିଲିର ଆବିଷ୍କାର ହେଲା। ଏକ ଛୋଟିଆ ବାକ୍ସ ଭିତରେ ଛୋଟ ଛୋଟ ବାରୁଦ ଲଗା କାଠି ନିଆଁର ଆବଶ୍ୟକତାକୁ ସବୁ ସମୟରେ ପୂରଣ କରିପାରିଲା। ଜିନିଷଟି ଛୋଟିଆ ହେଲେ ବି ତାହା ବେଶ୍‌ ଜରୁରୀ ପାଲଟିଗଲା।
ଏମିତିକି ଆଜିକାର ଆଧୁନିକ ଯୁଗରେ ବି ଏହାର ଚାହିଦା କମିନି। ଜାଣିବା ସେଇ ଦିଆସିଲିର ଇତିହାସ ସମ୍ପର୍କରେ..

୧୯୭ ବର୍ଷ ପୂର୍ବେ ୧୮୨୬ରେ ବ୍ରିଟେନର କେମିଷ୍ଟ ଓ ଡ୍ରଗିଷ୍ଟ ଜନ୍‌ ଓ୍ବାକର୍‌ ଦିଆସିଲିର ଆବିଷ୍କାର କରିଥିଲେ। ପଥରକୁ ଘଷି ନିଆଁ ଜଳାଇବା ପ୍ରକ୍ରିୟାରେ ପରିବର୍ତ୍ତନ ଆଣି ତାକୁ ଦିଆସିଲିର ରୂପ ଦେବାକୁ ସେ ହିଁ ପ୍ରଥମେ ଚିନ୍ତା କରିଥିଲେ। ଆଉ ଏମିତି ଏକ ବାରୁଦ ଲଗା ଛୋଟ କାଠି ତିଆରି କରିବାରେ ସଫଳ ହେଲେ ଯାହାକୁ ଖଦଡା ସ୍ଥାନରେ ଘଷିଲେ ନିଆଁ ଜଳିଲା। ହେଲେ ପ୍ରାରମ୍ଭିକ ସମୟରେ ଏହା ଘାତକ ସିଦ୍ଧ ହୋଇଥିଲା। ବିପଜ୍ଜନକ ବିସ୍ଫୋଟ ବି ଘଟିଥିଲା। ଆଉ ଅନେକେ ଆହତ ବି ହୋଇଥିଲେ। ତେବେ ଏଭଳି ହେବା ପଛର କାରଣ ଥିଲା- ଦିଆସିଲି କାଠିର ଉପରଭାଗର ବାରୁଦରେ ସେତେବେଳେ ସେ ଆଣ୍ଟିମନି ସଲ୍ଫାଇଡ୍‌, ପଟାସିୟମ କ୍ଲୋରେଟ,ଷ୍ଟାର୍ଚ ଓ ଅଠାର ମିଶ୍ରଣ ବ୍ୟବହାର କରିଥିଲେ। ମିଶ୍ରଣଟି ସୁଖିଗଲା ପରେ ତାହାକୁ ଖଦଡା ସ୍ଥାନରେ ଘଷିଲେ ନିଆଁ ଜଳି ଉଠୁଥିଲା। ହେଲେ ବିସ୍ଫୋଟ କରାଉଥିଲା। ଆଉ ବିସ୍ଫୋଟ ପରେ ଦୁର୍ଗନ୍ଧ ବି ହେଉଥିଲା। ସେ ନିଜର ଏହି ଆବିଷ୍କାରକୁ ପେଟେଣ୍ଟ କରାଇ ନ ଥିଲେ। କେବଳ ଲୋକଙ୍କୁ ଦେଖାଉଥିଲେ। ୧୮୨୭ରେ ସେ ନିଜର ଏହି ଦିଆସିଲିକୁ ବଜାରରେ ବିକ୍ରି କରିବା ପାଇଁ ଚେଷ୍ଟା କରିଥିଲେ। ହେଲେ ବିଶେଷ ସଫଳତା ମିଳିଲା ନାହିଁ। ୧୮୩୧ରେ ଫ୍ରାନ୍ସର ଚାର୍ଲସ ସୌରିୟା ଧଳା ଫସଫରସ୍‌ ବ୍ୟବହାର କରି ଦିଆସିଲି ତିଆରି କଲେ। ଏହାଦ୍ୱାରା ଦିଆସିଲି କାଠି ଜଳିବା ସହଜ ହେଲା। ଜଳିବା ପରେ ବାହାରୁଥିବା ଦୁର୍ଗନ୍ଧ ବି ଦୂର ହେଇଗଲା। କିନ୍ତୁ ଆଉ ଏକ ସମସ୍ୟା ସୃଷ୍ଟି ହେଲା। ସେଥିରୁ ନିର୍ଗତ ଧୁଆଁ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ଥିଲା। ତେବେ ବି ଏହାର ବ୍ୟବହାର ଅନେକ ବର୍ଷ ପର୍ଯ୍ୟନ୍ତ ହେଲା। ୧୮୪୪ରେ ସ୍ବୀଡେନର ଗୁସ୍ତାଫ ପାସ୍‌ ଓ ୧୮୫୫ରେ ସ୍ବୀଡେନର ଜେଇ ଲୁଣ୍ଡଷ୍ଟର୍ମ ସୁରକ୍ଷିତ ଦିଆସିଲି ତିଆରି କଲେ। ଯେଉଁଥିରେ ଲାଲ ଫସଫରସ୍‌ର ବ୍ୟହାର କରାଯାଇଥିଲା। ଆଉ ତାହା ସଫଳ ବି ହେଲା। ଏବେ ମଧ୍ୟ ଦିଆସିଲିରେ ଏହି ରସାୟନର ବ୍ୟବହାର କରାଯାଉଛି। ଦିଆସିଲିର କାଠି ବିଭିନ୍ନ ପ୍ରକାରର କାଠରେ ତିଆରି ହୋଇଥାଏ। ତେବେ ସବୁଠୁ ଭଲ ଦିଆସିଲି କାଠି ଆଫ୍ରିକୀୟ ବ୍ଲାକ୍‌ ଉଡ୍‌ ଗଛରୁ ତିଆରି ହୋଇଥାଏ। ପାଲ୍ପର୍‌ ନାମକ ଗଛର କାଠକୁ ବି ଦିଆସିଲି କାଠି ତିଆରି ପାଇଁ ବ୍ୟବହାର କରାଯାଏ। ଭାରତରେ ୧୯୨୬ରେ ଶିବକାଶୀର ଏ. ଶାନମୁଗା ନାଦାର ଓ ପି. ଅୟା ନାଦାର ଦୁଇ ସମ୍ପର୍କୀୟ ଭାଈ ଗାନ୍ଧିଜୀଙ୍କ ସ୍ବଦେଶୀ ମନ୍ତ୍ରକୁ ଆପଣେଇ କାକା ମ୍ୟାଚ ଇଣ୍ଡଷ୍ଟ୍ରୀ ଓ ଅନିଲ ମ୍ୟାଚ ଫ୍ୟାକ୍ଟୋରୀ ଆରମ୍ଭ କରିଥିଲେ। ଏହା ପୂର୍ବରୁ ଦିଆସିଲି ବିଦେଶରୁ ଆମଦାନୀ ହେଉଥିଲା। ପରେ କିଛି ବିଦେଶୀ କମ୍ପାନୀ ମଧ୍ୟ ଭାରତରେ ପ୍ଲାଣ୍ଟ ଆରମ୍ଭ କରିଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଶାଖାପାଟଣାମ୍‌-ଗୋପାଳପୁର ମଧ୍ୟରେ ଅତିକ୍ରମ କରିବ ଗଭୀର ଅବପାତ: କାଲିଠୁ ରାଜ୍ୟରେ ପବନ ସହ ଭୀଷଣ ବର୍ଷା, ୪ ଜିଲାକୁ…

ଭୁବନେଶ୍ୱର, ୨୨ା୯(ବନ୍ଦନା ସେଠୀ) – କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଥିବା ଅବପାତ ମଙ୍ଗଳବାର ଅପରାହ୍ନ ୫ଟା ୩୦ରେ ଗଭୀର ଅବପାତରେ ପରିଣତ ହୋଇଛି। ସନ୍ଧ୍ୟା ସୁଦ୍ଧା ଏହା…

୨ କିଲୋମିଟର ଘୋଷାଡ଼ି ନେଲା ପିକଅପ୍: ଅତାବିରାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ଜଳଖିଆ ବ୍ୟବସାୟୀଙ୍କ ଜୀବନ

ଅତାବିରା, ୨୨।୯(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର-ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥର ଅତାବିରାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ…

ସୁବଳୟା ମହାନଦୀରୁ ଦୁଇ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଗଞ୍ଜେଇ ମାଫିଆ ହୋଇଥିବା ସନ୍ଦେହ, ପରିଚୟ ଖୋଜୁଛି…

ଅମରପାଲି, ୨୨।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଅପରାହ୍ନରେ ଦୁଇଜଣ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

କଳାହାଣ୍ଡିରେ ଲଗାଣ ବର୍ଷାର ତାଣ୍ଡବ: କାଲି ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି, ୨୫ ଯାଏ ସରକାରୀ କର୍ମଚାରୀଙ୍କ…

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ମଙ୍ଗଳବାର ସକାଳୁ ଘଡ଼ଘଡ଼ି ଓ ବିଜୁଳି…

ଦିଗପହଣ୍ଡିରେ ଲଗାଣ ବର୍ଷା: ଘୋଡ଼ାହାଡ଼ ନଦୀକୂଳିଆ ଗ୍ରାମବାସୀଙ୍କୁ ଆଲର୍ଟ, ଯେକୌଣସି ମୁହୂର୍ତ୍ତରେ ଖୋଲିପାରେ ଡ୍ୟାମ୍ ଗେଟ୍

ଦିଗପହଣ୍ଡି,୨୨।୯(ଅଶେଷ ନାଥ ମିଶ୍ର): ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ଘୂର୍ଣ୍ଣିବଳୟରେ ପରିଣତ ହେବା ଫଳରେ ଦିଗପହଣ୍ଡି ଅଞ୍ଚଳରେ ମଙ୍ଗଳବାର ସକାଳୁ ଅବିଶ୍ରାନ୍ତ ବର୍ଷା…

ରାହୁ-ଚନ୍ଦ୍ରଙ୍କ ଭାରି ଖରାପ ଯୋଗ: ୩ରାଶିରେ ଘଟିବ ଅଶୁଭ, ପାଖରୁ ସରିଯିବ ସବୁ ଟଙ୍କା

ଜ୍ୟୋତିଷ ଶାସ୍ତ୍ରରେ ସମୟ ସମୟରେ ଗ୍ରହମାନଙ୍କ ଯୁତି ଯୋଗୁଁ ଅନେକ ଶୁଭ ତଥା ଅଶୁଭ ଯୋଗ ସୃଷ୍ଟି ହୋଇଥାଏ। ଜ୍ୟୋତିଷରେ ରାହୁ ଏବଂ ଚନ୍ଦ୍ରଙ୍କ ଯୁତିରୁ ‘ଗ୍ରହଣ…

ରାଜ୍ୟ IPS ସ୍ତରରେ ବଡ଼ ଧରଣର ଅଦଳବଦଳ: ସର୍ବଣା ବିବେକ ହେଲେ ଭୁବନେଶ୍ୱର ଡିସିପି, ଅଭିନବ ସୋନକର ବ୍ରହ୍ମପୁର ଏସ୍‌ପି

ଭୁବନେଶ୍ୱର, ୨୨।୯: ରାଜ୍ୟ ପୋଲିସ ପ୍ରଶାସନକୁ ଅଧିକ କ୍ରିୟାଶୀଳ ଓ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ଆଇପିଏସ୍ (IPS) ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ…

ନୂଆପଡ଼ାରେ ଲଜ୍ଜା, ନାବାଳିକାଙ୍କୁ ଟେକି ନେଇ ବଳାତ୍କାର

ନୂଆପଡ଼ା,୨୨ା୯(ମକାରୁ ବେମାଲ): ନୂଆପଡ଼ା ଜିଲା ବେଲଟୁକୁରି ଥାନା ଅଞ୍ଚଳରେ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ପୋଲିସ ମଙ୍ଗଳବାର ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ଭାଲେଶ୍ୱର ପଞ୍ଚାୟତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?