Posted inଖେଳ

ଇତିହାସ ରଚିଲେ ପନ୍ତ: ଟି-୨୦ରେ ଏମିତି ରେକର୍ଡ କରିବାରେ ପ୍ରଥମ ଖେଳାଳି

ନୂଆଦିଲ୍ଲୀ,୨୫।୪: ଅଧିନାୟକ ରିଷଭ ପନ୍ତଙ୍କ ଅପରାଜିତ ୮୮ ରନ ଯୋଗୁ ଦିଲ୍ଲୀ କ୍ୟାପିଟାଳ୍ସ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଚାରି ଉଇକେଟ ପାଇଁ ୨୨୪ ରନ ସଂଗ୍ରହ କରିଛି। ଏକ ସମୟରେ ଦିଲ୍ଲୀ ୪୪ ରନ ପାଇଁ ତିନୋଟି ଉଇକେଟ ହରାଇଥିଲା, କିନ୍ତୁ ଅକ୍ଷର ପଟେଲ ଏବଂ ପନ୍ତ ଚତୁର୍ଥ ଉଇକେଟ ପାଇଁ ୬୮ ବଲରେ ୧୧୩ ରନର ଶତକ ଭାଗିଦାରୀ କରି ଦିଲ୍ଲୀକୁ ଉଦ୍ଧାର କରିଥିଲେ। ଶେଷ ୫ ଓଭରରେ ପନ୍ତ ବହୁତ ଦ୍ରୁତ ଗତିରେ ଖେଳିଥିଲେ। ସେ ଶେଷ ଓଭରରେ ଚାରି ଛକା ଓ ଚୌକା ମାରିଥିଲେ। ଶେଷ ପାଞ୍ଚ ଓଭରରେ ଦିଲ୍ଲୀ ୯୭ ରନ ସଂଗ୍ରହ କରିଥିଲା। ଅକ୍ଷର ୬୬ ରନ ସ୍କୋର କରିଥିଲେ, ଯାହାକି ଆଇପିଏଲରେ ତାଙ୍କର ସର୍ବାଧିକ ସ୍କୋର ହୋଇଥିବାବେଳେ ପନ୍ତ ତାଙ୍କ ଇନିଂସରେ ପାଞ୍ଚ ଚୌକା ଓ ୮ ଛକା ମାରିଥିଲେ।
ତାଙ୍କ ଇନିଂସ ସମୟରେ ପନ୍ତ ଏକ ଟି-୨୦ ମ୍ୟାଚ୍‌ରେ ଜଣେ ବୋଲରଙ୍କ ବିପକ୍ଷରେ ସର୍ବାଧିକ ରନ ସଂଗ୍ରହ କରି ଏକ ପ୍ରମୁଖ ବିଶ୍ୱ ରେକର୍ଡ ସୃଷ୍ଟି କରିଥିଲେ। ଭେଟେରାନ ଭାରତୀୟ ଦ୍ରୁତ ବୋଲର ମୋହିତ ଶର୍ମାଙ୍କଠାରୁ ୨୬ ବର୍ଷୀୟ ପନ୍ତ ୧୮ଟି ବଲରେ ୬୨ ରନ ସଂଗ୍ରହ କରିଥିଲେ, ଯେଉଁଥିରେ ସାତ ଚୌକା ଓ ତିନି ଛକା ସାମିଲ ଥିଲା। ଏହା କେବଳ ବିଶ୍ୱର ଯେକୌଣସି ଟି-୨୦ ମ୍ୟାଚରେ ଜଣେ ବୋଲରଙ୍କ ବିପକ୍ଷରେ କୌଣସି ବ୍ୟାଟ୍ସମ୍ୟାଙ୍କେ ଦ୍ୱାରା ସର୍ବାଧିକ ରନ ନୁହେଁ, ବରଂ ଗୋଟିଏ ଇନିଂସରେ ଜଣେ ବୋଲରଙ୍କ ବିରୋଧରେ ୬୦+ ରନ ସ୍କୋର କରିବାରେ ପ୍ରଥମ ରେକର୍ଡ ଅଟେ।
ଏଥି ସହିତ ବିରାଟ କୋହଲି (ଉମେଶ ଯାଦବ) ଏବଂ ହାସିମ ଆମଲା (ଲାସିଥ ମାଲିଙ୍ଗା) ଙ୍କ ପରେ ପନ୍ତ ଆଇପିଏଲ ଇତିହାସରେ ପ୍ରଥମ ଖେଳାଳି ହୋଇଥିଲେ। ଲିଗର ୧୭ସିଜନ ଇତିହାସରେ ପନ୍ତ କେବଳ ତୃତୀୟ ଖେଳାଳି ଯିଏକି ଏକ ଆଇପିଏଲ ମ୍ୟାଚରେ ଜଣେ ବୋଲରଙ୍କ ବିପକ୍ଷରେ ୫୦+ ରନ ସ୍କୋର କରିଛନ୍ତି। ତେବେ ପନ୍ତ ବିରାଟ ଏବଂ ଆମଲାଙ୍କୁ ଛାଡି ଲିଗରେ ପ୍ରଥମ ଥର ପାଇଁ ଜଣେ ବୋଲରଙ୍କ ବିପକ୍ଷରେ ୬୦ରୁ ଅଧିକ ରନ ସଂଗ୍ରହ କରିଥିଲେ। ବିରାଟ ଏବଂ ଆମଲା ଏହି ଆକଳନକୁ ଛୁଇଁ ପାରିଲେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ପ୍ରସିଦ୍ଧ କ୍ରିକେଟର୍‌ଙ୍କ ପରଲୋକ: କ୍ରିକେଟ୍‌ ଜଗତରେ ଖେଳିଗଲା ଶୋକର ଛାୟା

ଲଣ୍ଡନ,୨୯।୧୨: ଇଂଲଣ୍ଡ କ୍ରିକେଟକୁ ଏକ ବଡ଼ ଝଟକା ଲାଗିଛି। ପୂର୍ବତନ ଇଂଲଣ୍ଡ କ୍ରିକେଟର ଏବଂ ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB)ର ପୂର୍ବତନ ସିଇଓ...

ରାତି ଅନିଦ୍ରା ହୋଇ ୪ ଚୋରଙ୍କୁ ଧରିଲେ ଗ୍ରାମବାସୀ, ଆଉ ତା’ ପରେ…

ଜଗନ୍ନାଥପ୍ରସାଦ,୨୯ା୧୨: ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଅଳସୁ ଗ୍ରାମରେ ୪ ଜଣଙ୍କୁ ଚୋର ଭାବି ଗାଁ ଲୋକେ ଧରି ପୋଲିସ ଜିମା ଦେଇଛନ୍ତି। ୪...

ବଡ଼ ଟ୍ରେନ ଦୁର୍ଘଟଣା: ୧୩ ମୃତ୍ୟୁ, ଟ୍ରେନ୍‌ରେ ଥିଲେ ୨୪୧ ଯାତ୍ରୀ

ମେକ୍ସିକୋ,୨୯।୧୨: ମେକ୍ସିକୋରେ ଏକ ବଡ଼ ଟ୍ରେନ ଦୁର୍ଘଟଣା ଘଟିଛି। ଦେଶର ଓଆକ୍ସାକା ରାଜ୍ୟରେ ଏକ ଅନ୍ତଃସାଗରୀୟ ଟ୍ରେନ ଲାଇନଚ୍ୟୁତ ହେବା ଫଳରେ ଅତି କମରେ ୧୩...

ବନ୍ଦ ହେବ ରୁଷିଆ-ୟୁକ୍ରେନ ଯୁଦ୍ଧ! ୩ ଘଣ୍ଟା ଚାଲିଲା ଟ୍ରମ୍ପ-ଜେଲେନସ୍କି ସାକ୍ଷାତ, ଜାଣନ୍ତୁ କ’ଣ କହିଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୯।୧୨:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଏହି ବୈଠକ ୟୁକ୍ରେନ-ରୁଷିଆ ଯୁଦ୍ଧର ଅନ୍ତ ପାଇଁ...

ବିବାହ କରିବାକୁ ଯାଉଥିଲେ ନିଶ୍ଚିତ ଯାଞ୍ଚ କରନ୍ତୁ ଏସବୁ, ନଚେତ୍‌ ପରେ କରିବେ ପଶ୍ଚାତାପ

ବିବାହ ହେଉଛି ଜୀବନର ସବୁଠାରୁ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରୁ ଗୋଟିଏ। ଏହା କେବଳ ଦୁଇଟି ଲୋକ ମଧ୍ୟରେ ସୀମିତ ସମ୍ପର୍କ ନୁହେଁ। ଦୁଇଟି...

କଂସ ବ୍ୟସ୍ତବିବ୍ରତ, ଆଜି ରଙ୍ଗସଭା

ମଥୁରାନଗରୀ/ଗୋପପୁର,୨୯ା୧୨ (ପ୍ରେମାନନ୍ଦ ଖମାରୀ:ରବିବାର ଥିଲା ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ପଞ୍ଚମ ଦିବସ। ଉଭୟ ମଥୁରାନଗରୀ ଏବଂ ଗୋପପୁର ଦୃଶ୍ୟାଭିନୟ ଚିତ୍ତାକର୍ଷକ ଥିଲା।...

ଫ୍ରେଞ୍ଚ ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କ ପରଲୋକ

ପ୍ୟାରିସ୍‌,୨୯ା୧୨:୫୦ ଦଶକରେ ଫ୍ରେଞ୍ଚ୍‌ ସିନେମାରେ ବିପ୍ଳବ ଆଣିବା ସହ ଯୌନ ଉଦାରତାର ପ୍ରତୀକ ପାଲଟିଥିବା ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କର ପରଲୋକ ହୋଇଯାଇଛି। ତାଙ୍କୁ ୯୧ ବର୍ଷ...

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର: ଖୋଲିଲା ଶିଖରଚଣ୍ଡୀ

ଭୁବନେଶ୍ୱର,୨୯ା୧୨: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଖୋଲିଲା ଶିଖରଚଣ୍ଡୀ ପୀଠ। ପାହାଡ଼ରୁ ଦନ୍ତା ବିଦା ହେବା ପରେ ଖୋଲିଛି ଶିଖରଚଣ୍ଡୀ ପୀଠ। ମା’ଙ୍କ ଦର୍ଶନ ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri