ଇତିହାସ ଦର୍ପଣ ସଦୃଶ: ଧର୍ମେନ୍ଦ୍ର

ସମ୍ବଲପୁର,୨୪ା୧(ବ୍ୟୁରୋ):ଇତିହାସ ଦର୍ପଣ ଭଳି, ଯେଉଁଥିରେ ପରାକ୍ରମ, ସଂଗ୍ରାମୀ, ପରମ୍ପରା, ସଂସ୍କୃତି ଆଦି ବିଷୟରେ ଜାଣିବାକୁ ମିଳିଥାଏ। ଇତିହାସ ବିନା ଭବିଷ୍ୟତ ପରିକଳ୍ପନା କରାଯାଇ ପାରିବ ନାହିଁ। ପଶ୍ଚିମ ଓଡ଼ିଶାରେ ଊନବିଂଶ ଶତାବ୍ଦୀ ପୂର୍ବର ଇତିହାସ ରହିଛି। ଇଷ୍ଟଦେବୀ ସମଲେଇ, ମହାନଦୀ, ଶକ୍ତି ଓ ସଂଗ୍ରାମୀ ପୀଠଗୁଡିକ ଶତାଧିକ ବର୍ଷ ପୂର୍ବର ଇତିହାସ ସମ୍ପର୍କରେ ସୂଚନା ଦେଉଛି। ସମ୍ବଲପୁରରେ ବୌଦ୍ଧିକ କ୍ଷମତା, ଶିଳ୍ପାୟନ, କୃଷିଭିତ୍ତିକ ଅର୍ଥନୀତି ଭରି ରହିଛି। ଏହା ଏକ ତ୍ରିବେଣୀ ସଙ୍ଗମ। ଫରାସୀ ବିପ୍ଳବ ପୂର୍ବରୁ ସମ୍ବଲପୁରରେ ସ୍ବାଧୀନତା ସଂଗ୍ରାମର ବିଗୁଲ ବଜାଇଥିଲେ ବୀର ସୁରେନ୍ଦ୍ର ସାଏ। ଜୟନ୍ତୀ ଅବସରରେ ଦୁଇ ମହାନ ପୁରୁଷ ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ପ୍ରାତଃ ସ୍ମରଣୀୟ। ଆଜି ମଧ୍ୟ ସମ୍ବଲପୁର
ନିବାସୀ ପି.କେ. ମିଶ୍ରଙ୍କର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପରିଚାଳନା କରିବାରେ ପ୍ରମୁଖ ଭୂମିକା ରହିଛି ବୋଲି ଆଇଆଇଏମ୍‌ ପକ୍ଷରୁ ତପସ୍ବିନୀ ପ୍ରେକ୍ଷାଳୟରେ ସୋମବାର ଆୟୋଜିତ ପରାକ୍ରମ ଦିବସରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।
ସେ ଆହୁରି କହିଥିଲେ, ସୁନ୍ଦରଗଡ ହେଉ କି ମୟୂରଭଞ୍ଜ ସବୁ ଜିଲାରେ ଭିନ୍ନ ପ୍ରସଙ୍ଗ ରହିଛି। ଏହି ପ୍ରସଙ୍ଗକୁ ନେଇ ଆଗକୁ ବଢିବାକୁ ହେବ। ଗବେଷଣା, ତଥ୍ୟ ପ୍ରମାଣ ସହ ଇତିହାସ ଲେଖି ବ୍ୟବସ୍ଥିତ କରିବାକୁ ପଡିବ। ଲୋକକଥାରେ ଇତିହାସକୁ ଜାଣି ହୁଏ ହେଲେ ପ୍ରମାଣିତ କରିହୁଏ ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରିବର୍ତ୍ତନ କରି ଇତିହାସ ଯୋଡିବାକୁ ଯୋଜନା କରିଛନ୍ତି। ପରାଧୀନ ମାନସିକତାରୁ ବାହାରିବାକୁ ପଡିବ। ଗଣତନ୍ତ୍ର, ଜନତନ୍ତ୍ରର ଜନନୀ ଅଟେ ଆମ ଦେଶ। ଏହାକୁ ଆଗକୁ ବଢାଇବାରେ ଆଇଆଇଏମ୍‌ ତା’ର ଭୂମିକା ନିର୍ବାହ କରିବ ବୋଲି ଆଶା କରୁଛି। ସମ୍ବଲପୁରୀ ବସ୍ତ୍ର, ପରମ୍ପରା, ପ୍ରାକୃତିକ ସମ୍ପଦ ଭଳି ଅନେକ ସୁଯୋଗ ସମ୍ବଲପୁରରେ ଆଇଆଇଏମ୍‌ ପାଇଁ ରହିଛି। ଓଡ଼ିଶାର ଚରିତ୍ରକୁ ତିଆରି କରୁ ଆଇଆଇଏମ୍‌। ଶିକ୍ଷାବିଭାଗ ପକ୍ଷରୁ ସହଯୋଗ କରାଯାଉଛି, ଆଗକୁ ମଧ୍ୟ କରାଯିବ ବୋଲି ସେ କହିଥିଲେ। ଆଇଆଇଏମ୍‌ ନିର୍ଦ୍ଦେଶକ ପ୍ରଫେସର ମହଦେଓ ଜୟସ୍ବାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ କେନ୍ଦ୍ରମନ୍ତ୍ରୀ ପ୍ରଧାନ ମୁଖ୍ୟଅତିଥି ଓ ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର, ସମ୍ବଲପୁର ଏମ୍‌ପି ନୀତେଶ ଗଙ୍ଗଦେବ, ରେଙ୍ଗାଲି ବିଧାୟକ ନାଉରୀ ନାଏକ, ପଦ୍ମଶ୍ରୀ ହଳଧର ନାଗ, ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ, ଆଇସିଏସ୍‌ଆର୍‌ ଅଧ୍ୟକ୍ଷ ପ୍ରଫେସର ରଘୁବେନ୍ଦ୍ର ତନୱାର ସମ୍ମାନିତ ଅତିଥିଭାବେ ଉପସ୍ଥିତ ଥିଲେ। ପଦ୍ମଶ୍ରୀ ହଳଧର ନାଗ ବୀର ସୁରେନ୍ଦ୍ର ସାଏଙ୍କ ଜୀବନୀ ଓ ବଳିଦାନ ଉପରେ କବିତା ପାଠ କରିଥିଲେ। ଏହି ଅବସରରେ ସଂଗ୍ରାମୀଙ୍କ ଦାୟାଦଙ୍କୁ ସମ୍ମାନିତ କରାଯିବା ସହ ସେମାନଙ୍କ ଫଟୋଚିତ୍ର ପ୍ରଦର୍ଶନ କରାଯାଇଥିଲା। ଏଥିରେ ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତି, ଶିକ୍ଷାବିତ୍‌, ସାମାଜିକ କର୍ମୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ମଣ୍ଡିରୁ ଉଠୁନି ଧାନ: ବଢୁଛି ଚାଷୀ ଅସନ୍ତୋଷ

ନୂଆପଡ଼ା,୧୨ା୧୨(ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର ନୂଆପଡା...

ନାବାଳିକା ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର, ରେଲଓ୍ବେ ଷ୍ଟେଶନରୁ ଉଦ୍ଧାର ପରେ…

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଞ୍ଚଳର ଏକ ପ୍ରତିଷ୍ଠିତ କଲେଜରେ ଯୁକ୍ତ ୩ରେ ପଢୁଥିବା ଜଣେ ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ...

ଧାନମଳା ମେଶିନରେ ପଶିଗଲା ଯୁବକଙ୍କ ହାତ, ଆଉ ତା’ ପରେ…

ମୋହନା,୧୩ା୧୨(ମନ୍ମଥ ମିଶ୍ର): ଧାନମଳା ମେଶିନରେ ହାତକଟି ଯିବାରୁ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଏଭଳି ଘଟଣା ଘଟିଛି ମୋହନା ବ୍ଲକ ଅନ୍ତର୍ଗତ ପିଣ୍ଡିକି ପଞ୍ଚାୟତ ନିଜୁମା...

ସରକାରୀ ଜମି ଛାଡିଲେ ନାହିଁ : ଜିଦ୍‌ରେ ଅଟଳ ଅନକ ଡୁଙ୍ଗୁରୁ ଗ୍ରାମବାସୀ, ଲାଗିଲା ୧୬୩ ଧାରା

ମୋହନା,୧୩।୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ଅନକଡୁଙ୍ଗୁରୁ ଗାଁ ନିକଟରେଥିବା ବିବାଦୀୟ ସରକାରୀ ଜମିରେ ଲାଗିଲା ବିଏନ୍‌ଏସ୍‌ ଧାରା ୧୬୩ । କିଛିଦିନ ହେଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri