ଇତିହାସମୁଖୀ ଐତିହ୍ୟ ପ୍ରାଣୀ

ଭୁବନେଶ୍ୱର, ୧୨।୮(ଅସମାପିକା ସାହୁ): ପୃଥିବୀର ବୃହତ୍ତମ ସ୍ଥଳଚର ପ୍ରାଣୀ ହେଉଛି ହାତୀ। ଏହି ଜୀବ ସହ ଭଗବାନ ଗଣେଶଙ୍କ ମୁଖମଣ୍ଡଳର ସାମଞ୍ଜସ୍ୟ ରହିଥିବା କାରଣରୁ ଏହାକୁ ଦେଖିଲେ ମନରେ ଏକ ପ୍ରକାର ଭକ୍ତିଭାବ ସୃଷ୍ଟି ହୋଇଥାଏ। ହେଲେ ଅନେକ ସମୟରେ ଭୟ ମଧ୍ୟ ଉଦ୍ରେକ ହୋଇଥାଏ। ଏହା ଏକ ବୁଦ୍ଧିମାନ ଜୀବ। ମାତ୍ର ବିଭିନ୍ନ କାରଣରୁ ହାତୀ-ମଣିଷ ମଧ୍ୟରେ ହେଉଥିବା ସଂଘର୍ଷରେ ଏହି ଜୀବ ହାରିଯାଉଛି। ୨୦୧୦ ଅକ୍ଟୋବର ୧୩ତାରିଖରେ ଜାତୀୟ ବନ୍ୟପ୍ରାଣୀ ବୋର୍ଡର ଷ୍ଟାଣ୍ଡିଂ କମିଟି ପକ୍ଷରୁ ହାତୀକୁ ଭାରତର ‘ଜାତୀୟ ଐତିହ୍ୟ ପ୍ରାଣୀ’ ବୋଲି ମାନ୍ୟତା ମିଳିଛି, କିନ୍ତୁ ବାସ୍ତବ କ୍ଷେତ୍ରରେ ଏହି ଐତିହ୍ୟ ପଶୁ ଆଜି ବିଲୁପ୍ତପ୍ରାୟ ହେବାକୁ ଯାଉଛି। ପ୍ରତିବର୍ଷ ଅଗଷ୍ଟ ୧୨ତାରିଖରେ ଅନ୍ତର୍ଜାତୀୟ ହସ୍ତୀ ଦିବସ ପାଳନ କରାଯାଉଛି। ହାତୀର ସଂରକ୍ଷଣ ଓ କିପରି ସୁରକ୍ଷା ଦେଇପାରିବା ସେ ଦିଗରେ ସଚେତନ କରିବା ପାଇଁ ଏହି ଦିବସକୁ ପାଳନ କରାଯାଇଥାଏ।

ପ୍ରାକୃତିକ ବାସସ୍ଥଳୀ ଅଭାବ କିମ୍ବା ଦୁର୍ଘଟଣା ବା ମଣିଷ-ହାତୀ ଲଢ଼େଇ କାରଣରୁ ଦିନକୁ ଦିନ ରାଜ୍ୟରେ ହାତୀ ସଂଖ୍ୟା କମିବାରେ ଲାଗିଛି। ଏକ ପରିସଂଖ୍ୟାନରୁ ଜଣାଯାଏ ଯେ, ୧୯୭୯ରେ ରାଜ୍ୟରେ ହାତୀ ସଂଖ୍ୟା ୨,୦୪୪ ଥିଲା। ୨୦୧୭ ଗଣନା ଅନୁଯାୟୀ ଓଡ଼ିଶାରେ ହାତୀ ସଂଖ୍ୟା ୧,୯୭୬ରେ ରହିଛି। ପ୍ରତିବର୍ଷ ବିଭିନ୍ନ କାରଣ ଯୋଗୁ ହାତୀଙ୍କର ମୃତ୍ୟୁ ହେଉଛି। ସବୁଠାରୁ ବଡ଼ କଥା ହେଲା ଚଳିତବର୍ଷ ଅର୍ଥାତ୍‌ ୨୦୨୦ ଜାନୁୟାରୀରୁ ଅଗଷ୍ଟ ୧୧ତାରିଖ ମଧ୍ୟରେ ୩୫ ହାତୀର ମୃତ୍ୟୁ ଘଟିଲାଣି। ଜାନୁୟାରୀରେ ୭ଟି ହାତୀଙ୍କ ମୃତ୍ୟୁ ଘଟିଥିବାବେଳେ ଫେବୃୟାରୀରେ ୫, ମାର୍ଚ୍ଚରେ ୬, ଏପ୍ରିଲରେ ୬, ମେ’ରେ ୩, ଜୁନ୍‌ରେ ୭, ଜୁଲାଇରେ ଗୋଟେ ହାତୀର ମୃତ୍ୟୁ ହୋଇଛି। ଓଡ଼ିଶାର ୧୪ଟି ବନଖଣ୍ଡରୁ ଏହି ୩୫ହାତୀଙ୍କ ମୃତ୍ୟୁ ଘଟିଛି। ଖୋର୍ଦ୍ଧା, ଅନୁଗୋଳ, ଢେଙ୍କାନାଳ, ରେଢ଼ାଖୋଲ ଓ କେନ୍ଦୁଝର ବନଖଣ୍ଡରୁ ୫ଟି ଲେଖାଏ ହାତୀଙ୍କର ମୃତ୍ୟୁ ଘଟିଥିବାବେଳେ ରାଉରକେଲାରେ ୨, ବଲାଙ୍ଗୀର, ବାମରା, ଗାମ ଜିଲାର ଘୁମୁସର ଉତ୍ତର, କେନ୍ଦୁଝର ୱାଇଲ୍ଡଲାଇଫ୍‌, ବୌଦ୍ଧ, ବାଲେଶ୍ୱର, ଆଠଗଡ଼ ଓ ସୋନପୁର ବନଖଣ୍ଡରେ ଗୋଟିଏ ଲେଖାଏ ହାତୀର ମୃତ୍ୟୁ ହୋଇଛି। ରାଜ୍ୟରେ ହାତୀ ମୃତ୍ୟୁ ଯେଉଁଭଳି ଭାବେ ବଢ଼ିବାରେ ଲାଗିଛି ତାହା ଚିନ୍ତାଜନକ ହେଲାଣି। ବନ ବିଭାଗର ଖାମ୍‌ଖିଆଲ ମନୋଭାବ ଯୋଗୁ ଆଜି ଐତିହ୍ୟ ପ୍ରାଣୀ ବିପଦରେ ରହିଛି। ଯଦି ଏହିଭଳି ଲାଗି ରହିବ ହୁଏତ ଆଗାମୀ ଶତାଦ୍ଦୀରେ ଓଡ଼ିଶାରେ ପିଲାମାନେ କେବଳ ଇତିହାସ ବହିରେ ହାତୀକୁ ଦେଖିବାକୁ ପାଇବେ।
ହାତୀ ମୃତ୍ୟୁ ହାର ବୃଦ୍ଧି
ଓଡ଼ିଶାରେ ହାତୀ ମୃତ୍ୟୁ ହାର ଉଦ୍‌ବେଗଜନକ ଭାବେ ବୃଦ୍ଧି ପାଉଛି। ଏହି ମୃତ୍ୟୁହାର ୧୯୯୯-୨୦୦୦ରେ ବାର୍ଷିକ ୩୩ ଥିବା ବେଳେ ୨୦୦୦ରୁ ୨୦୧୦ ମଧ୍ୟରେ ବାର୍ଷିକ ୪୬କୁ ବଢ଼ିଯାଇଥିଲା। ୨୦୧୦ ପରଠାରୁ ବାର୍ଷିକ ମୃତ୍ୟୁହାର ୭୮ରେ ପହଞ୍ଚତ୍ଲାଣି। ୨୦୦୦ରୁ ୨୦୧୦ ମଧ୍ୟରେ ୪୬୩ଟି ହାତୀ ମରିଥିବା ବେଳେ ୨୦୧୦ରୁ ୨୦୨୦ମଧ୍ୟରେ ୭୮୪ଟି ହାତୀ ମଲେଣି। ଗତ ୧୦ବର୍ଷରେ ମରିଥିବା ୭୮୪ ହାତୀଙ୍କ ମଧ୍ୟରୁ ୨୮୧ଟି ହାତୀଙ୍କ ଅସ୍ବାଭାବିକ ମୃତ୍ୟୁ ହୋଇଥିବା ବେଳେ ୧୬୦ଟି ଘଟଣାରେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରି ନାହିଁ।
ମୁଣ୍ଡବିନ୍ଧା ସାଜିଛି ହାତୀ ଶିକାର
ହାତୀ ମୃତ୍ୟୁ ବିଭିନ୍ନ କାରଣ ଯୋଗୁ ହୋଇଥାଏ। ଅନେକ କ୍ଷେତ୍ରରେ ହାତୀକୁ ଶିକାର ମଧ୍ୟ କରାଯାଇଥାଏ। ରାଜ୍ୟରେ ଗତ ୧୦ବର୍ଷ ମଧ୍ୟରେ ମରିଥିବା ୭୮୪ହାତୀଙ୍କ ମଧ୍ୟରୁ ୧୧୪ଟି ହାତୀଙ୍କୁ ଶିକାର କରାଯାଇ ମରାଯାଇଥିବା ଜଣାପଡ଼ିଛି। ମୁଖ୍ୟତଃ ଦାନ୍ତ ପାଇଁ ହାତୀ ଶିକାର କରାଯାଉଛି। ଏହା ବନ ବିଭାଗ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି।
ବିଦ୍ୟୁତ୍‌ ତାର ବିପଦ
ବନ୍ୟଜନ୍ତୁ ଶିକାର ପାଇଁ ଇଲେକ୍ଟ୍ରିକ କରେଣ୍ଟର ବ୍ୟବହାର ଦିନକୁ ଦିନ ବିଷମ ପରିସ୍ଥିତି ସୃଷ୍ଟି କଲାଣି। ବାର୍‌ହା, ଶମ୍ବର ବା ଅନ୍ୟ ବନ୍ୟପ୍ରାଣୀଙ୍କୁ ମାରିବା ଉଦ୍ଦେଶ୍ୟରେ ଶିକାରୀମାନେ ଉଚ୍ଚ କ୍ଷମତାସମ୍ପନ୍ନ ବିଦ୍ୟୁତ୍‌ ତାର ବ୍ୟବହାର କରିଥାନ୍ତି। ଏପରି କି ଫସଲକୁ ହାତୀ ଓ ଅନ୍ୟ ବନ୍ୟପ୍ରାଣୀଙ୍କ କବଳରୁ ରକ୍ଷା ପାଇଁ ମଧ୍ୟ ସେହି କରେଣ୍ଟ ଅନେକ ସମୟରେ ବ୍ୟବହାର କରାଯାଉଛି। ଫଳରେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଅନେକ ହାତୀଙ୍କ ମୃତ୍ୟୁ ଘଟୁଛି।
ହାତୀ କରିଡର ନଷ୍ଟ
ରାଜ୍ୟ ସରକାର ୨୦୧୦ଜାନୁୟାରୀରେ ୧୪ଟି ହାତୀ କରିଡର ବା ହାତୀ ଚଲାପଥ ଚିହ୍ନଟ କରିଥିଲେ, ଯାହାକି ୮୭୦ବର୍ଗ କିଲୋମିଟର ପରିବ୍ୟାପ୍ତ ଥିଲା। ଏହା ପଶ୍ଚିମବଙ୍ଗ, ଛତିଶଗଡ଼ ଓ ଝାଡ଼ଖଣ୍ଡ ଆଦି ୩ଟି ରାଜ୍ୟକୁ ସଂଯୋଗୁ କରୁଥିଲା। ଯଦିଓ ଏସବୁ କରିଡର ଉନ୍ନତି ପାଇଁ ୨୦କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା, କିନ୍ତୁ କରିଡରଗୁଡ଼ିକୁ ଏପର୍ଯ୍ୟନ୍ତ ଆଇନଗତ ସୁରକ୍ଷା ମିଳିପାରିନାହିଁ। ଫଳରେ ଏଗୁଡ଼ିକ ନଷ୍ଟ ହେବାରେ ଲାଗିଛି।
ହାତୀ ରିଜର୍ଭ
ରାଜ୍ୟରେ ଟାଇଗର ରିଜର୍ଭ ପରି କିଛି ସ୍ଥାନରେ ହାତୀ ରିଜର୍ଭ ମଧ୍ୟ ଚିହ୍ନଟ ହୋଇଥିଲା। ଚିହ୍ନଟ ହୋଇଥିବା ୫ଟି ସ୍ଥାନ ମଧ୍ୟରୁ ମାତ୍ର ୩ଟିକୁ ରିଜର୍ଭର ମାନ୍ୟତା ମିଳିଛି। ସେଗୁଡ଼ିକ ହେଲା ମହାନଦୀ, ମୟୂରଭଞ୍ଜ ଓ ସମ୍ବଲପୁର ରିଜର୍ଭ। ତେବେ ଅନ୍ୟ ୨ଟି ହାତୀ ରିଜର୍ଭ ଯଥା ଦକ୍ଷିଣ ଓଡ଼ିଶା ରିଜର୍ଭ ଓ ବୈତରଣୀ ରିଜର୍ଭକୁ ଏପର୍ଯ୍ୟନ୍ତ ମାନ୍ୟତା ମିଳିନାହିଁ।
ବାଟବଣା କୁମ୍‌କୀ ପ୍ରଶିକ୍ଷଣ
ଭୁବନେଶ୍ୱର ଉପକଣ୍ଠରେ ଏହା ଅବସ୍ଥିତ। ଏକଦା ଚନ୍ଦକାରେ ୬୦ଟି ହାତୀ ବାସ କରୁଥିଲେ। କିନ୍ତୁ
ବନ ବିଭାଗର ଭୁଲ୍‌ ପରିଚାଳନା ଯୋଗୁ ୨୦୧୨ଗଣନାରେ ମାତ୍ର ଗୋଟିଏ ହାତୀ ଥିବା ରିପୋର୍ଟ କରାଯାଇଥିଲା। ଚନ୍ଦକାରେ କୁମ୍‌କୀ ପ୍ରଶିକ୍ଷଣ ନାମରେ ଏକ କାର୍ଯ୍ୟକ୍ରମ ଚାଲୁଛି। କିନ୍ତୁ ଏହାର କୌଣସି ସୁଫଳ ମିଳୁନାହିଁ। ଯାଜପୁରରୁ ଉଦ୍ଧାର ହୋଇ ଆସିଥିବା ଦନ୍ତା ହାତୀଟି ବନ କର୍ମଚାରୀଙ୍କ ଅବହେଳା ଯୋଗୁ ମରିଗଲା। ଆଉ ଏକ ଦନ୍ତା ‘ଶଙ୍କର’ ଗୋଡ଼ରେ ଶିକୁଳି ପଡ଼ି ମୃତ୍ୟୁର ଦିନ ଗଣୁଛି।


Enter your email to get our daily news in your inbox.

All Right Reserved By Dharitri.Com

୫ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ: ବାନ୍ଧିଲା ପୋଲିସ

ବାରିପଦା,୨୭ା୧୨: ଜଣେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ଜଣେ ଶିକ୍ଷକ। ଏପରି ଏକ ନିନ୍ଦନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲା-ଝାରପୋଖରିଆ ଥାନା...

World Richest Indian-Origin: ବିଶ୍ୱର ସବଠାରୁ ଧନୀ ଭାରତୀୟ ମୂଳ ବାସିନ୍ଦା CEO ହେଲେ ଜୟଶ୍ରୀ ଉଲ୍ଲାଲ,ପଛରେ ରହିଗଲେ…

ନୂଆଦିଲ୍ଲୀ,୨୭।୧୨: ବହୁ ବର୍ଷ ଧରି, ଯେତେବେଳେ ବି ବିଶ୍ୱ ଟେକ ଇଣ୍ଡଷ୍ଟ୍ରି ବା ଶିଳ୍ପ ସବୁଠାରୁ ଧନୀ ଭାରତୀୟ ବଂଶୋଦ୍ଭବ ସିଇଓଙ୍କ ବିଷୟରେ ଆଲୋଚନା କରୁଥିଲା,...

ସଲମାନଙ୍କ ଜନ୍ମଦିନରେ ଏମିତି କହି ଶୁଭେଚ୍ଛା ଜଣାଇଲେ କ୍ୟାଟ୍ରିନା

ବଲିଉଡ ସୁପରଷ୍ଟାର ସଲମାନ ଖାନ ୬୦ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। ଅନେକ ବଲିଉଡ ସେଲିବ୍ରିଟି ମଧ୍ୟ...

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ମହିଳାଙ୍କୁ ICMRର ଚେତାବନୀ, ସ୍ତନ କର୍କଟ ପାଇଁ କେବଳ…

ନୂଆଦିଲ୍ଲୀ,୨୭।୧୨: ଭାରତରେ ସ୍ତନ କର୍କଟ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ICMR ର ଏକ ଅଧ୍ୟୟନ ଅନୁଯାୟୀ, ନିରାମିଷ ଖାଦ୍ୟ, ଖରାପ ନିଦ୍ରା...

ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ମୁଖ୍ୟମନ୍ତ୍ରୀ ବସ୍‌ସେବା, ମାଗଣାରେ ପିଲାଙ୍କୁ ମିଳିବ…

ଭୁବନେଶ୍ୱର,୨୭ା୧୨: ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ମୁଖ୍ୟମନ୍ତ୍ରୀ ବସ ସେବା ବା ଏମ୍‌ବିଏସ୍‌। ଏନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା ସୂଚନା ଦେଇଛନ୍ତି। ବିଦ୍ୟାଳୟ ଓ...

ମୟୂରଭଞ୍ଜ ଜିଲାରେ ଖୋଲିଲା ଧାନମଣ୍ଡି

ମୋରଡ଼ା,୨୭ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ଚିତ୍ରଡ଼ା ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ପରିସରରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଜିଲାସ୍ତରୀୟ ଖରିଫ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri