ଚନ୍ଦକାରେ ପ୍ରାଗୈତିହାସିକ ଗୁମ୍ଫା

ଭୁବନେଶ୍ୱର, ୧୨।୧୨(ବ୍ୟୁରୋ): ରାଜଧାନୀ ଉପକଣ୍ଠ ଚନ୍ଦକା-ଡମପଡ଼ା ଅଭୟାରଣ୍ୟ ଭିତରେ ରହିଛି ଏକାଧିକ ଗୁମ୍ଫା। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପ୍ରତ୍ନତତ୍ୱ ବିଭାଗର ନଜର ଆଢୁଆଳରେ ରହିଥିବା ଏହି ଗୁମ୍ଫାଗୁଡ଼ିକର ଐତିହାସିକ ଗୁରୁତ୍ୱ ଓ ବିଶେଷତ୍ତ୍ୱ ରହିଥିଲେ ମଧ୍ୟ ତାହା ଲୋକଲୋଚନକୁ ଆସିପାରି ନାହିଁ। ଭୁବନେଶ୍ୱରଠାରୁ ୩୫ କି.ମି. ଦୂର ଜଙ୍ଗଲ ଭିତରେ ଏଭଳି କିଛି ଗୁମ୍ଫାକୁ ଠାବ କରିଛନ୍ତି ସେଣ୍ଟର ଫର୍‌ ରୁରାଲ ଟୁରିଜମ୍‌ ଆଣ୍ଡ୍‌ ଡେଭଲପ୍‌ମେଣ୍ଟ (ସିଆର୍‌ଟିଡି)ର ସମ୍ପାଦକ ଲଳିତ ମୋହନ ପଣ୍ଡା। ଶୁକ୍ରବାର ଲଳିତଙ୍କ ସହ ଏକ ତିନିଜଣିଆ ଟିମ୍‌ ସେଠାରେ ପହଞ୍ଚତ୍ ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁମ୍ଫାଗୁଡ଼ିକର ପ୍ରାଥମିକ ସର୍ବେକ୍ଷଣ କରିଥିଲେ। ଲଳିତଙ୍କ ଟିମ୍‌ ଡମପଡା ପ୍ରବେଶ ପଥରେ ପଶି ଗୁମ୍ଫା ନିକଟରେ ପହଞ୍ଚତ୍ ବିଭିନ୍ନ ସ୍ଥାନର ଫଟୋ ଉଠାଇବା ସହିତ ଭିଡିଓ ମଧ୍ୟ କରିଛନ୍ତି। ଏଥିସହ ଗୁମ୍ଫାଗୁଡ଼ିକର ସ୍ଥିତି, ଶିଳାଲିପିରୁ ଏସବୁ ପ୍ରାକ୍‌ ଐତିହାସିକ ଯୁଗର ବୋଲି ସେ ଦାବି କରିଛନ୍ତି।
ତାଙ୍କ ସୂଚନାନୁସାରେ, ଗୋଟିଏ ସ୍ଥାନରେ ପାଖାପାଖି ହୋଇ ତିନୋଟି ବଡ଼ ଗୁମ୍ଫା, ଶେଲ୍‌ଟର ବେଡ୍‌ (ଆଦି ମାନବମାନେ ଶୋଉଥିଲେ) ଓ ଏକ ବୃହତ୍‌ ଗୁମ୍ଫା ରହିଛି। ସ୍ଥାନୀୟ ଲୋକେ କେତେକ ଗୁମ୍ଫା ସହ ଚଳପ୍ରଚଳ ହେଉଥିଲେ ମଧ୍ୟ ସେଗୁଡ଼ିକର ଐତିହାସିକ ପୃଷ୍ଠଭୂମି ସମ୍ପର୍କରେ କିଛି ଜାଣି ନାହାନ୍ତି। ଗୋଟିଏ ଗୁମ୍ଫାର ଗର୍ତ୍ତ ବହୁତ ବଡ଼ ହୋଇଥିବାରୁ ଏହାକୁ ଅନ୍ଧାରି ଗୁମ୍ଫା ବୋଲି କୁହାଯାଉଛି। ଏହାକୁ ଲାଗି ଆଉ ଏକ ଗୁମ୍ଫା ରହିଛି। ସେହି ଗୁମ୍ଫାରୁ ଏକ ଜଳ ଉତ୍ସ ବାହାରି ଥିବା ଦେଖିବାକୁ ମିଳିଛି, ଯାହାକୁ ସ୍ଥାନୀୟ ଲୋକ ଶ୍ୱେତ ଗଙ୍ଗା ବୋଲି କହୁଛନ୍ତି। ଏହି ଝରର ପାଣି ଅତି ସ୍ବଚ୍ଛ। ଗୁମ୍ଫାଟି ଲମ୍ବା ସୁଡ଼ଙ୍ଗ ସଦୃଶ ହୋଇଛି। ତେଣୁ ସ୍ଥାନୀୟ ଲୋକମାନେ ଏଠାରେ ହୁଳହୁଳି ଓ ଘଣ୍ଟନାଦ କଲେ ଇନ୍ଦ୍ର ଦେବ ପ୍ରସନ୍ନ ହୋଇ ବୃଷ୍ଟି କରାଇଥା’ନ୍ତି ବୋଲି ଅଭୟାରଣ୍ୟ ମଧ୍ୟରେ ଥିବା ୫ଟି ରାଜସ୍ବ ଗାଁର ବାସିନ୍ଦା ମତ ଦେଇଛନ୍ତି। ପୁରାତନ କାଳରେ ନିଶ୍ଚିତ ଏହି ସ୍ଥାନରେ ଏକ ମାନବ ସଭ୍ୟତା ଥିବା ଜଣାପଡୁଛି। ସେହିପରି ମଧ୍ୟପ୍ରଦେଶର ଭୀମବେଟ୍‌କାର ଶିଳା ଚିତ୍ର ସହ ଏହାର ସାମଞ୍ଜସ୍ୟ ଥିବାରୁ ଏହି ଗୁମ୍ପାକୁ ପ୍ରାକ୍‌ ଐତିହାସିକ ସମୟର କୁହାଯାଇପାରିବ ବୋଲି ଲଳିତ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଏଥିସହ ସେ କହିଛନ୍ତି, ଗୁମ୍ଫାଗୁଡ଼ିକ ନୂତନ ପ୍ରସ୍ତର ଯୁଗର ହୋଇଥିବା ଅଧିକ ସମ୍ଭାବନା ରହିଛି। ଏଠାରେ ଫୁଲର ସାଙ୍କେତିକ ଚିତ୍ର ରହିଥିବା ଦେଖାଯାଇଛି। ଗବେଷକଙ୍କ ମତରେ ଏହା ୩୦୦୦ରୁ ୪୦୦୦ ଖ୍ରୀଷ୍ଟ ପୂର୍ବର ବୋଲି ସୂଚନା ମିଳୁଛି। ଏ ନେଇ ଆର୍କିଓଲୋଜିକାଲ୍‌ ସର୍ଭେ ଅଫ୍‌ ଇଣ୍ଡିଆ(ଏଏସ୍‌ଆଇ)ର ଗବେଷକଙ୍କୁ ମଧ୍ୟ ମୁଁ ଅବଗତ କରିଛି। ତେବେ ସିଆର୍‌ଟିଡି ତରଫରୁ ମଧ୍ୟ ଆଗକୁ ଏଠାରେ ଅଧିକ ଗବେଷଣା ଜାରି ରଖିବୁ ବୋଲି ଲଳିତ କହିଛନ୍ତି। ଉଲ୍ଲେଖଯୋଗ୍ୟ, ପୂର୍ବରୁ ଚନ୍ଦକା ବାହାରେ ଅର୍ଥାତ୍‌ ଅଭୟାରଣ୍ୟକୁ ଲାଗି ରହିଥିବା ଅଞ୍ଚଳରେ ବହୁ ପୁରାତନ ଗୁମ୍ଫାକୁ ସିଆର୍‌ଟିଡି ପକ୍ଷରୁ ଠାବ କରାଯିବା ସହ ସେହି ସ୍ଥାନର ପୁରାତନ ସାଙ୍କେତିକ ଚିତ୍ରକୁ ସର୍ବସାଧାରଣରେ ଉନ୍ମୋଚନ କରାଯାଇଥିଲା। ସେଗୁଡ଼ିକ ହେଲା ଦୁଆର-ଖୋଲ, ବାଘ ଗୁମ୍ଫା, ଗୟଳ ବାଙ୍କରେ ଥିବା ଜାରିଆ ଗୁମ୍ଫା, ଚାଞ୍ଚଲ୍ୟ ଗୁମ୍ଫା, ପାଣ୍ଡବ-ବଖରା ଗୁମ୍ଫା, ଦକ୍ଷିଣ-କବାଟ ଗୁମ୍ଫା, କାଳିଆ-ତଳିଆ ଗୁମ୍ଫା, ନରହରି ଗୁମ୍ଫା, ହାଡ଼ୁ ଦାସ ଗୁମ୍ଫା ଓ ଅନାହତ ଗୁମ୍ଫା। ତେବେ ନୂଆକରି ଠାବ ହୋଇଥିବା ଗୁମ୍ଫାଗୁଡ଼ିକ ଚନ୍ଦକା ଅଭୟାରଣ୍ୟର କୋର୍‌ ଏରିଆରେ ଥିବାରୁ ଏହା ଉପରେ କାହାର ନଜର ପଡୁ ନ ଥିଲା। ଅଭୟାରଣ୍ୟ ସୀମା ବାହାରେ ଥିବା ଗୁମ୍ଫାଗୁଡ଼ିକରେ ଫୁଲ, ତେଣ୍ଟା, ନିଆଁ ଆଦି ସାଙ୍କେତିକ ଚିତ୍ର ରହିଥିବାବେଳେ ଅଭୟାରଣ୍ୟ ଭିତରେ ଥିତ୍ତ୍ବା ଏହି ପ୍ରାକ୍‌ ଐତିହାସିକ ଅନ୍ଧାରି-ଗୁମ୍ଫାରେ କେବଳ ଫୁଲର ଚିତ୍ର ଦେଖିବାକୁ ମିଳିଛି। ଏହି ଗୁମ୍ଫା ପ୍ରାକ୍‌-ଐତିହାସିକ ସମୟର ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାଇତି ରଖିଥିବାରୁ ଏହାର ସଂରକ୍ଷଣର ଆଶ୍ୟକତା ରହିଛି। ତେଣୁ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ଏହାର ସଂରକ୍ଷଣ ଭାର ହାତକୁ ନେବା ସହ ଏହାକୁ ସଂରକ୍ଷିତ ପ୍ରାକ୍‌-ଐତିହାସିକ ଗୁମ୍ଫା ମାନ୍ୟତା ଦେବା ପାଇଁ ଲଳିତ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

ପରକୀୟା ପ୍ରୀତି: ସ୍ତ୍ରୀଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ, ଜେଲ ଗଲେ ସ୍ବାମୀ

ଦିଗପହଣ୍ଡି,୨୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳ କଲୋନୀ ପ୍ରଥମ ଲେନର ଚନ୍ଦନ ପାତ୍ରଙ୍କ ପରକୀୟା ପ୍ରୀତି ପଦାରେ ପଡ଼ିଛି। ବିବାହିତା ସ୍ତ୍ରୀ ଥାଉ...

ଋଷିକୂଲ୍ୟା ରେଳ ବ୍ରିଜ ଉପରେ ଚଢ଼ିଗଲେ ଯୁବକ, ଓହ୍ଲାଇବାକୁ ନାକେଦମ ହେଲା ପୋଲିସ, ସ୍ଥାନୀୟ ଲୋକେ ପହଞ୍ଚି… 

ଗଞ୍ଜାମ,୨୭।୧୨(ବିଦ୍ୟାଧର ସାହୁ ): ମାନସିକ ବିକୃତ ଯୁବକଙ୍କ ଉନ୍ମତ କାଣ୍ଡ। ତାଙ୍କ ପାଇଁ ନାକେଦମ ହେଲା ପୋଲିସ। ଏଭଳି ଏକ ଘଟଣା ଶନିବାର ଅପରାହ୍ନରେ ଗଞ୍ଜାମରେ...

ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଲା ବଲାଙ୍ଗୀର ପୋଲିସ: ଦେଶୀ ବନ୍ଧୁକ, ବାଇକ୍‌ ଜବତ

ବଲାଙ୍ଗୀର,୨୭।୧୨(ସୁନିଲ ମହାନ୍ତି): ବଲାଙ୍ଗୀର ଟାଉନ ଥାନା ପୋଲିସଏକ ସ୍ବତନ୍ତ୍ର ଟିମ୍‌ ଶନିବାର ଏକ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଛି l ଏ ନେଇ ବଲାଙ୍ଗୀର ଏସ୍‌ପି...

ଅଧା ଭଙ୍ଗା ଘରେ କଟୁଛି ଓକିଲଙ୍କ ଜୀବନ

ଚକାପାଦ,୨୭ା୧୨(ପ୍ରତାପ କିଶୋର ବେହେରା): ଚକାପାଦ ବ୍ଲକ୍‌ ଅନ୍ତର୍ଗତ ବପଲମେଣ୍ଡି(ଲା) ଡେଲିପଙ୍ଗା ଗ୍ରାମର ଓକିଲ ଡିଗାଲ (୬୫)ଙ୍କ ୨ ପୁଅ ନିଜ ନିଜ ସଂସାରକୁ ନେଇ ଚଳୁଛନ୍ତି।...

ବିରଞ୍ଚିଙ୍କ ଏଏସଆଇକୁ ପଦୋନ୍ନତି: କଠିନ ପରିଶ୍ରମ ଆଣିଦେଲା ସଫଳତା

ଗଞ୍ଜାମ,୨୭।୧୨(ବିଦ୍ୟାଧର ସାହୁ):ଗଞ୍ଜାମ ଜିଲା ଛତ୍ରପୁରସ୍ଥିତ ଜିଲା ଆରକ୍ଷୀ କାର୍ଯ୍ୟାଳୟରେ କନଷ୍ଟେବଳ ଭାବେ କାର୍ଯ୍ୟରତ ଥିବା ବିରଞ୍ଚି ନାରାୟଣ ପଲେଇଙ୍କ ପଦୋନ୍ନତି ହୋଇଛି। କନେଷ୍ଟବଳରୁ ଏଏସଆଇକୁ ପଦୋନ୍ନତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri