Posted inଫୁରସତ

ଐତିହାସିକ କ୍ଷେତ୍ର ଆଭାନେରୀ

ରାଜସ୍ଥାନର ଦୌସା ଜିଲା ଅନ୍ତର୍ଗତ ଏକ ମନୋରମ ପର୍ଯ୍ୟଟନସ୍ଥଳୀ ହେଉଛି ଆଭାନେରୀ। ଆକୃତି ଦୃଷ୍ଟିରୁ ଛୋଟ ହୋଇଥିଲେ ବି ଏହା ନିଜର ଅପୂର୍ବ ଐତିହାସିକ କୀର୍ତ୍ତିରାଜି ତଥା କଳା, ସଂସ୍କୃତି ପାଇଁ ଦେଶବିଦେଶରେ ବେଶ୍‌ ନାଁ କରିପାରିଛି। ତା’ଛଡ଼ା ଏକାଧିକ ପାହାଚ ବିଶିଷ୍ଟ ଆକର୍ଷଣୀୟ ଚାନ୍ଦ ବାଓରୀ କୂଅ ଏବଂ ହର୍ଷତ ମାତା ମନ୍ଦିର ହେଉଛି ଏଠାକାର ଦୁଇ ପ୍ରମୁଖ ଆକର୍ଷଣ। ସେଥିପାଇଁ ବର୍ଷସାରା ଏଠାରେ ପର୍ଯ୍ୟଟକଙ୍କର ଭିଡ଼ ପରିଲକ୍ଷିତ ହୋଇଥାଏ।

ଇତିହାସ
ଇତିହାସ ପୃଷ୍ଠା ଓଲଟାଇଲେ ଜଣାଯାଏ ଯେ, ଏହି ସ୍ଥାନଟି ପ୍ରଥମେ ‘ଆଭା ନଗରୀ’ ନାଁରେ ପରିଚିତ ଥିଲା। କିନ୍ତୁ ସମୟକ୍ରମେ ଲୋକଙ୍କ ଦ୍ୱାରା ଭୁଲ୍‌ ଉଚ୍ଚାରଣ ହୋଇ ଏହା ଆଭାନେରୀ ନାମରେ ପରିଚିତ ହେବାକୁ ଲାଗିଲା। ତେବେ ଏହି ଅଞ୍ଚଳଟି ମୁସଲମାନ ତଥା ମୋଗଲଙ୍କ ଅକ୍ତିଆରରେ ବେଶ୍‌ କିଛିବର୍ଷ ରହିବା ପରେ ମରାଠାମାନଙ୍କ ହାତକୁ ଆସିଥିଲା; ଯଦ୍ଦ୍ବାରା ଏହାର ପ୍ରସିଦ୍ଧି କ୍ରମେ ବଢିବାକୁ ଲାଗିଥିଲା। ଆକାର ଦୃଷ୍ଟିରୁ ଦେଖିଲେ ଆଭାନେରୀ ଏକ ଛୋଟିଆ ଅଞ୍ଚଳ ହୋଇପାରେ, କିନ୍ତୁ ଏହା ନିଜର ଗୌରବଶାଳୀ ଅତୀତ ତଥା ସଂସ୍କୃତି ପାଇଁ ଦେଶବିଦେଶର ପର୍ଯ୍ୟଟକଙ୍କୁ ନିଜ ଆଡକୁ ଆକର୍ଷିତ କରିଥାଏ।

କ’ଣ ଦେଖିବେ
ଆଭାନେରୀର ପର୍ଯ୍ୟଟନ କଥା ଉଠିଲେ, ପ୍ରଥମେ ଆଖି ଆଗକୁ ଆସେ ଚାନ୍ଦ୍‌ ବାଓରୀର କଥା। ତା’ସହିତ ହର୍ଷତ ମାତା ମନ୍ଦିର ବି ଏଠାକାର ଅନ୍ୟତମ ଆକର୍ଷଣ।
* ଚାନ୍ଦ୍‌ ବାଓରୀ: ପ୍ରକୃତପକ୍ଷେ ଏହା ଏକାଧିକ ପାହାଚ ବିଶିଷ୍ଟ ଏକ ଆକର୍ଷଣୀୟ କୂଅ । ଇତିହାସରୁ ଯାହା ଜଣାଯାଏ, ଏହାକୁ ରାଜା ମିହିର ଭୋଜ (ଯିଏକି ଚାନ୍ଦ ନାମରେ ମଧ୍ୟ ପରିଚିତ) ନିର୍ମାଣ କରାଇଥିଲେ; ସେଥିପାଇଁ ଏହାର ନାମ ଚାନ୍ଦ ବାଓରୀ ରଖାଯାଇଛି। ସାଧାରଣତଃ ବର୍ଷାଜଳକୁ ସଞ୍ଚୟ କରି ରଖି ତାକୁ ଖରାଦିନେ ବ୍ୟବହାର କରିବା ପାଇଁ ଏହି କୂଅଟିକୁ ନିର୍ମାଣ କରାଯାଇଥିଲା। ତେବେ ଦୁନିଆର ସବୁଠାରୁ ଗଭୀରତମ କୂଅ ଭାବେ ଏହା ଜଣାଶୁଣା। ଆଉ ଏହି କୂଅର ଉପରି ଭାଗରୁ ତଳପର୍ଯ୍ୟନ୍ତ ସ୍ତର ସ୍ତର ହୋଇ ଅନେକ ପାହାଚ ରହିଛି; ଯଦ୍ଦ୍ବାରା ଉକ୍ତ କୂଅରେ ଯେତେ କମ୍‌ ପାଣି ଥିଲେ ବି ଜଣେ ଏହି ପାହାଚ ସାହାଯ୍ୟରେ ଆରାମରେ ତଳକୁ ଯାଇ ପାଣି ଆଣିପାରିବେ। କେବଳ ସେତିକି ନୁହେଁ ଏହି କୂଅର ଆଉ ଏକ ବିଶେଷତ୍ୱ ହେଉଛି ଏଥିତ୍ରେ ନିର୍ମାଣ କରାଯାଇଥିବା ସୁଡ଼ଙ୍ଗ। ଅର୍ଥାତ୍‌ ଏହି କୂଅରେ ଗୁପ୍ତ ଭାବେ କେତୋଟି ସୁଡ଼ଙ୍ଗ ମଧ୍ୟ ରହିଛି, ଯାହାକୁ ଯୁଦ୍ଧ ତଥା ଆପତକାଳୀନ ପରିସ୍ଥିତିରେ ରାଜା ତଥା ସୈନ୍ୟମାନେ ସୁରକ୍ଷା ପାଇଁ ବ୍ୟବହାର କରୁଥିଲେ। ତେଣୁ ଏହିଥିରୁ ଅନୁମାନ କରିପାରୁଥିବେ, ଚାନ୍ଦ୍‌ ବାଓରୀର ବାସ୍ତୁକଳା କେତେ ସ୍ବତନ୍ତ୍ର ଆଉ ଆକର୍ଷଣୀୟ ା

* ହର୍ଷତ ମାତା ମନ୍ଦିର: ଏହା ସ୍ଥାନୀୟ ଏକ ପ୍ରାଚୀନ ମନ୍ଦିର; ଯାହା ମା’ ହର୍ଷତଙ୍କୁ ସମର୍ପିତ। କିନ୍ତୁ ଅନେକେ ଏହାକୁ ଖୁସି ତଥା ଉଲ୍ଲାସର ଉତ୍ସ ସ୍ଥଳୀ ବୋଲି ବି କହିଥାନ୍ତି। ଏହାର ନିର୍ମାଣ ମଧ୍ୟ ରାଜା ମିହିର ଭୋଜ ବା ରାଜା ଚାନ୍ଦ କରାଇଥିଲେ। ତାଙ୍କ ନଗରରେ ଓ ନଗରବାସୀଙ୍କ ଭିତରେ ଯେଉଁ ଖୁସି ଆଉ ଶାନ୍ତି ରହିଥିଲା ତାହା ମାତାଙ୍କ କୃପାରୁ ସମ୍ଭବ ହୋଇପାରିଥିଲା ବୋଲି ସିଏ ବିଶ୍ୱାସ କରୁଥିଲେ। ସେଥିପାଇଁ ସିଏ ମାତାଙ୍କୁ ସମର୍ପିତ ଏହି ଭବ୍ୟ ମନ୍ଦିରଟିକୁ ନିର୍ମାଣ କରାଇଥିଲେ।

ଲୋକନୃତ୍ୟର ଝଲକ
କଳା, ସଂସ୍କୃତି କ୍ଷେତ୍ରରେ ବି ଆଭାନେରୀ ବେଶ୍‌ ପରିଚିତ। ଖାସ୍‌କରି ପର୍ଯ୍ୟଟକ ଏଠାରେ ବିଭିନ୍ନ ପ୍ରକାରର ରାଜସ୍ଥାନୀ ଲୋକନୃତ୍ୟର ଝଲକ ଦେଖିବାକୁ ପାଇପାରିବେ।

କେବେ ଓ କେମିତି ଯିବେ
ଏଠାକୁ ବୁଲି ଯିବା ପାଇଁ ସବୁଠୁ ଉପଯୁକ୍ତ ସମୟ ହେଉଛି ଅକ୍ଟୋବରରୁ ମାର୍ଚ୍ଚ। କାରଣ ଏହି ସମୟରେ ଏଠାକାର ପାଣିପାଗ ବୁଲାବୁଲି କରିବା ନିମନ୍ତେ ବେଶ୍‌ ଅନୁକୂଳ ରହିଥାଏ। ସେହିପରି ଏଠାକୁ ଯିବା ପାଇଁ ଗମନାଗମନର ମଧ୍ୟ ସୁବ୍ୟବସ୍ଥା ରହିଛି। ରାଜସ୍ଥାନର ରାଜଧାନୀ ଜୟପୁରଠାରୁ ମାତ୍ର ୯୫ କି.ମି. ଦୂରରେ ଅବସ୍ଥିତ ଆଭାନେରୀ। ତେଣୁ ପର୍ଯ୍ୟଟକ ଚାହିଁଲେ ପ୍ରଥମେ ବସ୍‌, ଟ୍ରେନ୍‌ କିମ୍ବା ବିମାନ ଯୋଗେ ଜୟପୁରରେ ପହଞ୍ଚତ୍, ସେଠାରୁ ସୁବିଧାରେ ଯାଇ ଆଭାନେରୀରେ ପହଞ୍ଚତ୍ପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri