ହାଙ୍ଗଝୋ,୪ା୧୦(ପି.ଟି.): ଏସିଆନ୍ ଗେମ୍ସ ୨୦୨୩ରେ ଭାରତ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଆଡକୁ ଅଗ୍ରସର ହେଉଛି। ୨୦୧୮ ସଂସ୍କରଣରେ ସର୍ବାଧିକ ୭୦ ପଦକ ହାସଲ କରିଥିବା ବେଳେ ଚଳିତ ବର୍ଷ ଅଦ୍ୟାବଧି ୬୯ ପଦକ ହାସଲ କରି ସାରିଛି ଦଳ। ମଙ୍ଗଳବାର କାନୋଇଂ ଓ କାୟାକିଂ ସହିତ ଡେକାଥଲନ ଇଭେଣ୍ଟରେ ଭାରତ ପଦକ ହାସଲ କରିଛି। କାନୋଇଂ ୧୦୦୦ ମିଟର ଡବଲ୍ସ ସ୍ପ୍ରିଣ୍ଟରେ ସୁନୀଲ ସିଂ ଓ ଅର୍ଜୁନ୍ ସିଂ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଉଭୟ ୩:୫୩.୩୨୯ ସେକେଣ୍ଡର ସମୟ ନେଇ ପଦକ ବିଜୟୀ ହୋଇଥିବା ବେଳେ କାନୋଇଂ ଇଭେଣ୍ଟରେ ଏହା ଭାରତର ଦ୍ୱିତୀୟ ପଦକ। ଶେଷ ଥର ପାଇଁ ୧୯୯୪ର ହିରୋସୀମା ସଂସ୍କରଣରେ ଭାରତ ଏହାର ପ୍ରଥମ ପଦକ ହାସଲ କରିଥିଲା। ସମାନ ଇଭେଣ୍ଟରୁ ସିଜି ସଦାନନ୍ଦନ ଓ ଜନି ରୋମେଲ ଏହି ପଦକ ହାସଲ କରିତିଲେ। ଭାରତୀୟ ହାଇଜମ୍ପର ତେଜସ୍ବିନ ଶଙ୍କର ଏସିଆନ୍ ଗେମ୍ସରେ ପ୍ରଥମ ଥର ପାଇଁ ଡେକାଥଲନରେ ଭାଗ ନେଇ ଐତିହାସିକ ରୌପ୍ୟ ପଦକ ବିଜୟୀ ହୋଇଛନ୍ତି। ହାଇଜମ୍ପରେ ରାଜ୍ୟଗୋଷ୍ଠୀ ରୌପ୍ୟ ପଦକ ବିଜେତା ତେଜସ୍ବିନ୍ ମଙ୍ଗଳବାର ୭୬୬୬ ପଏଣ୍ଟ ସ୍କୋର ଜାତୀୟ ରେକର୍ଡ ଭାଙ୍ଗିବା ସହିତ ଦ୍ୱିତୀୟ ସ୍ଥାନରେ ରହି ରୌପ୍ୟ ପଦକ ଅର୍ଜନ କରିଥିଲେ। ଡେକାଥଲନରେ ଏହା ଭାରତର ଦ୍ୱିତୀୟ ପଦକ। ଶେଷ ଥର ପାଇଁ ୧୯୭୪ ମସିହାରେ ବିଜୟ ସିଂ ଚୌହାନ ପ୍ରଥମ ତଥା ଏକମାତ୍ର ପଦକ ବିଜେତା ରହିଥିଲେ। ସେହିପରି ଭରତିନ୍ଦର ସିଂଙ୍କ ନାମରେ ରହିଥିବା ୭୬୫୮ ପଏଣ୍ଟର ଜାତୀୟ ରେକର୍ଡ ମଧ୍ୟ ସେ ଭାଙ୍ଗିଛନ୍ତି। ୧୫୦୦ ମିଟର ଦୌଡ ଇଭେଣ୍ଟରେ ସେ ଚତୁର୍ଥ ସ୍ଥାନରେ ରହି ଅଭିଯାନ ଶେଷ କରିଥିଲେ।
ପୁରୁଷ ୮୦୦ ମିଟର ଦୌଡ ଇଭେଣ୍ଟରେ ମହମ୍ମଦ ଅଫଜଲ ପୁଲିକ୍କାଲାକାଥ ମଧ୍ୟ ରୌପ୍ୟ ପଦକ ଅର୍ଜନ କରିଛନ୍ତି। ଅଫଜଲ ୧:୪୮.୪୩ ସେକେଣ୍ଡର ସମୟ ନେଇ ଦ୍ୱିତୀୟ ସ୍ଥାନରେ ରେସ୍ ସମାପ୍ତ କରିଥିଲେ। ସେହିପରି ଟ୍ରିପଲ ଜମ୍ପର ପ୍ରବୀଣ ଚିତ୍ରଭେଲ ୧୬.୬୮ ମିଟରର ଜମ୍ପ ସହିତ ଏକ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ମହିଳା ୪୦୦ ମିଟର ବାଧାଦୌଡରେ ପି.ଟି. ଉଷାଙ୍କ ଜାତୀୟ ରେକର୍ଡର ସମକକ୍ଷ ହୋଇଥିବା ବିଦ୍ୟା ରାମରାଜ ଏକ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ବିଦ୍ୟା ୫୫.୬୮ ସେକେଣ୍ଡର ସମୟ ସହ ତୃତୀୟ ସ୍ଥାନରେ ରହିଥିଲେ।
ICCର ବଡ଼ ଘୋଷଣା: ନେପାଳରେ ଖେଳାଯିବ ବିଶ୍ୱକପ୍…
ନୂଆଦିଲ୍ଲୀ,୭।୧୧: ୨୦୨୭ ଆଇସିସି ପୁରୁଷ ଦିନିକିଆ ବିଶ୍ୱକପକୁ ନେଇ ବଡ଼ ଘୋଷଣା କରିଛି ଆଇସିସି। ଆସନ୍ତା ଡିସେମ୍ବର ୪ରୁ ନେପାଳରେ ଆରମ୍ଭ ହେବ ୱାଲର୍ଡ କପ କ୍ୱାଲିଫାୟର…
W, W, W, W…୪ ବଲ୍ରେ ୪ ଉଇକେଟ! ଡବଲ ହ୍ୟାଟ୍ରିକ ନେଇ ଇତିହାସ ରଚିଲେ ବୈଷ୍ଣବୀ
ନ୍ୟୁ ଚଣ୍ଡୀଗଡ଼,୭।୧୧: ଭାରତୀୟ ମହିଳା କ୍ରିକେଟ୍ରେ ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି ଷ୍ଟାର ସ୍ପିନର ବୈଷ୍ଣବୀ ଶର୍ମା। ମାତ୍ର ୪ଟି ବଲ୍ରେ ଲଗାତାର ୪ଟି ଉଇକେଟ ନେଇ…
ସନ୍ନ୍ୟାସ ଘୋଷଣା କଲେ ମହମ୍ମଦ ଶାମି: ଭାରତୀୟ ଦଳକୁ ଫେରିବା ସ୍ବପ୍ନରେ ପଡ଼ିଲା ପୂର୍ଣ୍ଣଚ୍ଛେଦ, ଭାବପ୍ରବଣ ହୋଇ କହିଲେ…
ନୂଆଦିଲ୍ଲୀ,୭।୧୧: ଭାରତୀୟ କ୍ରିକେଟ ଦଳର ଅନ୍ୟତମ ଷ୍ଟାର୍ ଦ୍ରୁତ ବୋଲର ମହମ୍ମଦ ଶାମି ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଶୁକ୍ରବାର (ନଭେମ୍ବର ୬) ଶାମି ସୋସିଆଲ…
ମୁସ୍ତାକ ଅଲୀ ଟ୍ରଫି: ବିହାର ସିନିୟର ଦଳର ନେତୃତ୍ୱ ନେବେ ବୈଭବ ସୂର୍ଯ୍ୟବଂଶୀ
ପାଟନା,୬ା୧୧: ନଭେମ୍ବର ୧୪ରୁ ଆରମ୍ଭ ହେବାକୁଥିବା ସୟଦ ମୁସ୍ତାକ ଅଲି ଟ୍ରଫିର ପ୍ରଥମ ଦୁଇଟି ମ୍ୟାଚ ପାଇଁ ସ୍ବଳ୍ପ ବୟସ୍କ ବ୍ୟାଟିଂ ପ୍ରତିଭା ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ରଥମ…
୪ ବର୍ଷ ବାସନ୍ଦ ହେଲେ ଏହି ଅଲିମ୍ପିକ ବିଜେତା, ଜାଣନ୍ତୁ…
ଲାଉସାନେ,୧୧ା୬: ଡୋପ୍ ଟେଷ୍ଟରେ ଧରାପଡ଼ିବାରୁ ଅଲିମ୍ପିକ ଭାରୋତ୍ତୋଳକ ବ୍ରୋଞ୍ଜ ପଦକ ବିଜେତା ବୋଝିଦାର ଦିମିତ୍ରୋଭ ଆନ୍ଦ୍ରିଭଙ୍କୁ ଶୁକ୍ରବାର ୪ବର୍ଷ ପର୍ଯ୍ୟନ୍ତ ବାସନ୍ଦ କରାଯାଇଛି। ଫଳରେ ସେ ୨୦୨୮…
ସେହୱାଗଙ୍କ ପୁଅ ଆର୍ଯ୍ୟବୀରଙ୍କ ଦମଦାର ଇନିଂସ; ନେପାଳକୁ ଧୂଳି ଚଟାଇ୧୦ ୱିକେଟରେ ଜିତିଲା ଭାରତ
ନୂଆଦିଲ୍ଲୀ,୬।୧୧: ୨୦୨୬ ଅଣ୍ଡର-୧୯ ଏସିଆ କପରେ, ଭାରତୀୟ ଦଳ ନେପାଳ ବିପକ୍ଷରେ ନିଜର ପ୍ରଥମ ମ୍ୟାଚ ଖେଳିଥିଲା। ଶୁକ୍ରବାର (ନଭେମ୍ବର ୬) ‘ଅଲ ଆମେରାଟ କ୍ରିକେଟ ଗ୍ରାଉଣ୍ଡ’…
ଟିମ୍ଇଣ୍ଡିଆକୁ ମିଳିଗଲା ନୂଆ ସୁପରଷ୍ଟାର: ସେହ୍ବାଗ-ଦ୍ରାବିଡଙ୍କ ପୁଅ ଉପସ୍ଥିତି ସତ୍ତ୍ୱେ କଲେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ
ନୂଆଦିଲ୍ଲୀ,୬।୧୧: ଅଣ୍ଡର-୧୯ ଏସିଆ କପ ୨୦୨୬ରେ ଭାରତୀୟ ଯୁବ ବୋଲର ଇଶାନ ସୁଦଙ୍କଚମତ୍କାର ପ୍ରଦର୍ଶନ। ଭାରତ ଅଣ୍ଡର-୧୯ ଓ ନେପାଳ ଅଣ୍ଡର-୧୯ ମଧ୍ୟରେ ଆଲ ଆମିରାତ୍ରେ ଖେଳାଯାଉଥିବା…
Video: ପୂର୍ବତନ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ପରିବାରକୁ ଭେଟିଲେ ପ୍ରଧାନମନ୍ତ୍ରୀ; କୁନି ଝିଅ କଣ୍ଠରୁ ଶୁଣିଲେ ଭଜନ
ନୂଆଦିଲ୍ଲୀ,୬।୧୧: ଭାରତୀୟ ଟି-୨୦ ଦଳର ପୂର୍ବତନ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ନିଜ ପରିବାର ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ଏହି ସମୟରେ ସୂର୍ଯ୍ୟକୁମାରଙ୍କ ପତ୍ନୀ ଦେବିଷା…

