ହାଙ୍ଗଝୋ,୪ା୧୦(ପି.ଟି.): ଏସିଆନ୍ ଗେମ୍ସ ୨୦୨୩ରେ ଭାରତ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଆଡକୁ ଅଗ୍ରସର ହେଉଛି। ୨୦୧୮ ସଂସ୍କରଣରେ ସର୍ବାଧିକ ୭୦ ପଦକ ହାସଲ କରିଥିବା ବେଳେ ଚଳିତ ବର୍ଷ ଅଦ୍ୟାବଧି ୬୯ ପଦକ ହାସଲ କରି ସାରିଛି ଦଳ। ମଙ୍ଗଳବାର କାନୋଇଂ ଓ କାୟାକିଂ ସହିତ ଡେକାଥଲନ ଇଭେଣ୍ଟରେ ଭାରତ ପଦକ ହାସଲ କରିଛି। କାନୋଇଂ ୧୦୦୦ ମିଟର ଡବଲ୍ସ ସ୍ପ୍ରିଣ୍ଟରେ ସୁନୀଲ ସିଂ ଓ ଅର୍ଜୁନ୍ ସିଂ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଉଭୟ ୩:୫୩.୩୨୯ ସେକେଣ୍ଡର ସମୟ ନେଇ ପଦକ ବିଜୟୀ ହୋଇଥିବା ବେଳେ କାନୋଇଂ ଇଭେଣ୍ଟରେ ଏହା ଭାରତର ଦ୍ୱିତୀୟ ପଦକ। ଶେଷ ଥର ପାଇଁ ୧୯୯୪ର ହିରୋସୀମା ସଂସ୍କରଣରେ ଭାରତ ଏହାର ପ୍ରଥମ ପଦକ ହାସଲ କରିଥିଲା। ସମାନ ଇଭେଣ୍ଟରୁ ସିଜି ସଦାନନ୍ଦନ ଓ ଜନି ରୋମେଲ ଏହି ପଦକ ହାସଲ କରିତିଲେ। ଭାରତୀୟ ହାଇଜମ୍ପର ତେଜସ୍ବିନ ଶଙ୍କର ଏସିଆନ୍ ଗେମ୍ସରେ ପ୍ରଥମ ଥର ପାଇଁ ଡେକାଥଲନରେ ଭାଗ ନେଇ ଐତିହାସିକ ରୌପ୍ୟ ପଦକ ବିଜୟୀ ହୋଇଛନ୍ତି। ହାଇଜମ୍ପରେ ରାଜ୍ୟଗୋଷ୍ଠୀ ରୌପ୍ୟ ପଦକ ବିଜେତା ତେଜସ୍ବିନ୍ ମଙ୍ଗଳବାର ୭୬୬୬ ପଏଣ୍ଟ ସ୍କୋର ଜାତୀୟ ରେକର୍ଡ ଭାଙ୍ଗିବା ସହିତ ଦ୍ୱିତୀୟ ସ୍ଥାନରେ ରହି ରୌପ୍ୟ ପଦକ ଅର୍ଜନ କରିଥିଲେ। ଡେକାଥଲନରେ ଏହା ଭାରତର ଦ୍ୱିତୀୟ ପଦକ। ଶେଷ ଥର ପାଇଁ ୧୯୭୪ ମସିହାରେ ବିଜୟ ସିଂ ଚୌହାନ ପ୍ରଥମ ତଥା ଏକମାତ୍ର ପଦକ ବିଜେତା ରହିଥିଲେ। ସେହିପରି ଭରତିନ୍ଦର ସିଂଙ୍କ ନାମରେ ରହିଥିବା ୭୬୫୮ ପଏଣ୍ଟର ଜାତୀୟ ରେକର୍ଡ ମଧ୍ୟ ସେ ଭାଙ୍ଗିଛନ୍ତି। ୧୫୦୦ ମିଟର ଦୌଡ ଇଭେଣ୍ଟରେ ସେ ଚତୁର୍ଥ ସ୍ଥାନରେ ରହି ଅଭିଯାନ ଶେଷ କରିଥିଲେ।
ପୁରୁଷ ୮୦୦ ମିଟର ଦୌଡ ଇଭେଣ୍ଟରେ ମହମ୍ମଦ ଅଫଜଲ ପୁଲିକ୍କାଲାକାଥ ମଧ୍ୟ ରୌପ୍ୟ ପଦକ ଅର୍ଜନ କରିଛନ୍ତି। ଅଫଜଲ ୧:୪୮.୪୩ ସେକେଣ୍ଡର ସମୟ ନେଇ ଦ୍ୱିତୀୟ ସ୍ଥାନରେ ରେସ୍ ସମାପ୍ତ କରିଥିଲେ। ସେହିପରି ଟ୍ରିପଲ ଜମ୍ପର ପ୍ରବୀଣ ଚିତ୍ରଭେଲ ୧୬.୬୮ ମିଟରର ଜମ୍ପ ସହିତ ଏକ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ମହିଳା ୪୦୦ ମିଟର ବାଧାଦୌଡରେ ପି.ଟି. ଉଷାଙ୍କ ଜାତୀୟ ରେକର୍ଡର ସମକକ୍ଷ ହୋଇଥିବା ବିଦ୍ୟା ରାମରାଜ ଏକ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ବିଦ୍ୟା ୫୫.୬୮ ସେକେଣ୍ଡର ସମୟ ସହ ତୃତୀୟ ସ୍ଥାନରେ ରହିଥିଲେ।
କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍ର ପ୍ରଥମ ବିଜୟ
କୋଲକାତା,୨ା୪: ହେନରିଚ୍ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍(ଏସ୍ଆର୍ଏଚ୍) ୬୫ ରନରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର)କୁ ପରାସ୍ତ…
୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…
ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…
IPL ମଧ୍ୟରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ଏହି ଷ୍ଟାର ବ୍ୟାଟସ୍ମ୍ୟାନ, ୩୭ ବର୍ଷ ବୟସରେ…
ନୂଆଦିଲ୍ଲୀ,୨।୪: କ୍ରିକେଟ ଜଗତ ବର୍ତ୍ତମାନ IPL ୨୦୨୬ ଉପରେ ଧ୍ୟାନ ଦେଇଛି। ଇଣ୍ଡିଆନ ପ୍ରିମିୟର ଲିଗ ୨୮ ମାର୍ଚ୍ଚରୁ ଆରମ୍ଭ ହୋଇଛି ଏବଂ ପ୍ରତିଦିନ ପ୍ରମୁଖ ମ୍ୟାଚ…
IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍ଦାର ବିଜୟ ଦେଲେ ସମୀର ରିଜଭୀ…
ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…
ଜୁଲାଇରେ ଜିମ୍ବାୱେ ଗସ୍ତ କରିବ ଟିମ୍ ଇଣ୍ଡିଆ, ଟି-୨୦ ସିରିଜରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିବ କି ସୁଯୋଗ ?
ନୂଆଦିଲ୍ଲୀ,୧।୪: ଟିମ୍ ଇଣ୍ଡିଆର ଜିମ୍ବାୱେ ଗସ୍ତର କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଭାରତୀୟ ଦଳର ଏହି ଗସ୍ତ ଜୁଲାଇରେ ହେବାକୁ ଯାଉଛି। ଏହି ଗସ୍ତ ସମୟରେ ତିନି ମ୍ୟାଚ୍…
ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି
ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…
ପୁଣି ଭାଙ୍ଗିଗଲା ଇଟାଲୀର ଫିଫା ବିଶ୍ୱକପ ସ୍ବପ୍ନ: ଲଗାତାର ତୃତୀୟ ଥର ପାଇଁ ଯୋଗ୍ୟତା ଅର୍ଜନ କରିପାରିଲା ନାହିଁ
ରୋମ,୧।୪: ଚାରିଥର ଫିଫା ବିଶ୍ୱକପ ଚାମ୍ପିଅନ ଇଟାଲୀ ଆଉ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳ ଲଗାତାର ତୃତୀୟ ଥର ପାଇଁ ଫିଫା ବିଶ୍ୱକପ ପାଇଁ…
ଅନ୍ତର୍ଜାତୀୟ ସ୍ତରର ଅପମାନ ପାଇଲା ପାକିସ୍ତାନ, ଭିଡିଓ ହେଉଛି ଭାଇରାଲ
ଇସଲାମାବାଦ,୧।୪: PSL 2026 ରେ, ପାକିସ୍ତାନ ପାଇଁ ଅନ୍ତର୍ଜାତୀୟ ଲଜ୍ଜାର କାରଣ ପାଲଟିଥିବା ଘଟଣାଗୁଡ଼ିକର ଏକ ଶୃଙ୍ଖଳା ସାମ୍ନାକୁ ଆସିଛି। ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚରେ, ଜର୍ସିରୁ ରଙ୍ଗ…
Archives

