Posted inଫୁରସତ

ରହିବନି ଅଣ୍ଟାଦରଜ

ବ୍ୟସ୍ତ ଲାଇଫଷ୍ଟାଇଲ୍‌ , କମ୍ପ୍ୟୁଟର ବା ଲାପ୍‌ଟପ୍‌ ଆଗରେ ବେଶି ସମୟ ବସି କାମ କରିବା କିମ୍ବା ଘଣ୍ଟା ଘଣ୍ଟା ଧରି ଛିଡ଼ାହୋଇ ରୋଷେଇ କରିବା ଆଦି ବିଭିନ୍ନ କାରଣରୁ ଆଜିକାଲି ପ୍ରାୟ ସମସ୍ତଙ୍କୁ ଅଣ୍ଟା ଦରଜ ସମସ୍ୟା ଭୋଗିବାକୁ ପଡୁଛି। କିନ୍ତୁ ରୋଷେଇ ଘରେ ମସଲାଭାବେ ବ୍ୟବହାର ହେଉଥିବା ଡାଳଚିନିକୁ ବ୍ୟବହାରକରି ଏଥିରୁ ମୁକ୍ତି ମିଳିପାରିବ।
ଅଣ୍ଟା ଦରଜରୁ ମୁକ୍ତି ପାଇବାକୁ ହେଲେ ୨ ଗ୍ରାମ୍‌ ଡାଳଚିନି ଗୁଣ୍ଡରେ ୧ ଚାମଚ ମହୁ ମିଶାଇ ଖାଆନ୍ତୁ। ଦିନକୁ ଅତିକମ୍‌ରେ ଦୁଇଥର ଏହି ମିଶ୍ରଣକୁ ଖାଇ ଦିଅନ୍ତୁ। କିଛିଦିନ ପରେ ଅଣ୍ଟା ଦରଜ କମ୍‌ ହୋଇଯିବ।
ଅଣ୍ଟା ଦରଜରୁ ମୁକ୍ତି ପାଇବା ପାଇଁ ଡାଳଚିନିର ଏକ ଡ୍ରିଙ୍କ୍‌ ମଧ୍ୟ ତିଆରି କରିପାରିବେ। ଏଥିପାଇଁ ପ୍ରଥମେ ଏକ ପାତ୍ରରେ ପାଣି ନେଇ ସେଥିରେ କିଛି ଡାଳଚିନି ଗୁଣ୍ଡ ପକାଇ ଚୁଲିରେ ବସାଇ ସିଝାଇ ଦିଅନ୍ତୁ। ସିଝିବା ପରେ ଏହି ପାଣିକୁ ଛାଣି ସେଥିରେ ମହୁ ମିଶାଇ ଦିନକୁ ଦୁଇଥର ପିଅନ୍ତୁ। ରାତିରେ ଶୋଇବା ପୂର୍ବରୁ ଏହାକୁ ନିଶ୍ଚୟ ପିଅନ୍ତୁ। ଅଣ୍ଟା ଦରଜ ଭଲ ହୋଇଯିବ।
ସକାଳୁ ଖାଲିପେଟରେ ହିଁ ଡାଳଚିନି ଗୁଣ୍ଡ ଅବା ଡାଳଚିନି ଡ୍ରିଙ୍କ୍‌ ପିଅନ୍ତୁ। ଏହା ଶୀଘ୍ର ଫଳପ୍ରଦ ହେବ। ସେହିପରି ରାତିରେ ମଧ୍ୟ ଖାଲିପେଟରେ ଏହାକୁ ପିଅନ୍ତୁ।
ଡାଳଚିନି ଅଧିକ ଖାଇବା ମଧ୍ୟ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ। କାରଣ ଡାଳଚିନି ଏକ ଉଷ୍ମକାରକ ଜିନିଷ ହୋଇଥିବାରୁ ଏହାକୁ ଅଧିକ ଖାଇବା ଫଳରେ ପେଟ ଖରାପ ହେବା ମଧ୍ୟ ସମ୍ଭାବନା ରହିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ରାସ୍ତା ଖୋଳିଲେ ଭାଜପା ବିଧାୟକ: ଗୁଣବତ୍ତାର ଖୋଲିଲା ପୋଲ୍‌

ଭୋପାଳ,୧୫।୧୨: ମଧ୍ୟପ୍ରଦେଶର ଦିଣ୍ଡୋରୀର ଶାହପୁରା ବିଧାନସଭା ନିର୍ବାଚନମଣ୍ଡଳୀର ଭାଜପା ବିଧାୟକ ତଥା ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ଓମ ପ୍ରକାଶ ଧୁର୍ଭେ ବିଭାଗୀୟ କର୍ମଚାରୀଙ୍କ ପର୍ଦ୍ଦାଫାସ କରୁଛନ୍ତି।...

ଭୁବନେଶ୍ୱରରେ ହେବ ଭିସା ସେଣ୍ଟର, ଆଉ ଯିବାକୁ ପଡିବ ନାହିଁ ଦିଲ୍ଲୀ, କୋଲକତା

ଭୁବନେଶ୍ୱର,୧୫।୧୨: ଭୁବନେଶ୍ୱରରେ ହେବ ଗ୍ଲୋବାଲ ଭିସା ଆପ୍ଲିକେଶନ ସେଣ୍ଟର। ଏନେଇ ରାଜ୍ୟ ସରକାର ୩ ହଜାର ବର୍ଗ ଫୁଟର ଜାଗା ଯୋଗାଇ ଦେବେ। ବରମୁଣ୍ଡା ବସ...

ବଞ୍ଚିବାକୁ ରାହା ଖୋଜୁଛନ୍ତି ବେସାହାରା ଭଉଣୀ-ଭାଇ

ଗଞ୍ଜାମ,୧୫।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ରାମଗଡ଼ ପଞ୍ଚାୟତ ଗଜପତି ନଗର ତିନି ନମ୍ବର ସାହିରେ ସ୍ବର୍ଗତ ଦିନେଶ୍ୱର ବେହେରାଙ୍କ ଘର l ଦିନେଶ୍ୱର ମତ୍ସ୍ୟଜୀବି ପରିବାର...

ତୀର୍ଥଯାତ୍ରାରେ ଗଲେ ୭୪ ବରିଷ୍ଠ ନାଗରିକ

ନୂଆପଡ଼ା,୧୫।୧୨ (ମକାରୁ ବେମାଲ): ନୂଆପଡ଼ା ଜିଲାରୁ ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ୭୪ ଜଣ ରାମେଶ୍ୱର ଅଭିମୁଖେ ଯାତ୍ରା କରିଛନ୍ତି। ଜିଲା ପର୍ଯ୍ୟଟନ...

Post Officeର ଜବରଦସ୍ତ ସ୍କିମ୍‌: ମାସିକ ୫୫୫୦ ଟଙ୍କା ରୋଜଗାର ଗ୍ୟାରେଣ୍ଟି

ପୋଷ୍ଟ ଅଫିସ ଗ୍ରାହକମାନଙ୍କ ପାଇଁ ବିଭିନ୍ନ ପ୍ରକାରର ସଞ୍ଚୟ ଯୋଜନା ପ୍ରଦାନ କରେ। ପୋଷ୍ଟ ଅଫିସ ଏକ ଉଲ୍ଲେଖନୀୟ ଯୋଜନା ହେଉଛି, ମାସିକ ଆୟ ଯୋଜନା...

ପୋକୁଣ୍ଡା ସେକ୍ସନରେ ଦନ୍ତା ହାତୀର ମୃତ୍ୟୁ, ତଦନ୍ତ କରୁଛି ବନବିଭାଗ

ଅନୁଗୋଳ ୧୫୲୧୨(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶି ଠାରେ ସୋମବାର ସକାଳୁ ଏକ ଦନ୍ତା ହାତୀର ମୃତଦେହ ମିଳିଛି...

MGNREGA ପାଇଁ ନୂଆ ଆଇନ ଆଣିବେ ସରକାର: ଏତିକି ଦିନର ମିଳିବ ନିଯୁକ୍ତି ଗ୍ୟାରେଣ୍ଟି

ନୂଆଦିଲ୍ଲୀ,୧୫।୧୨: କେନ୍ଦ୍ର ସରକାର ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଆଇନ (MGNREGA)କୁ ବାତିଲ କରି ଗ୍ରାମୀଣ ନିଯୁକ୍ତି ପାଇଁ ଏକ ନୂତନ ଆଇନ...

ଘନ କୁହୁଡ଼ି ମଧ୍ୟରେ ବିମାନବନ୍ଦର: ୧୦୦ରୁ ଅଧିକ ବିମାନ ବାତିଲ, ଟ୍ରେନ ଚଳାଚଳ ବିଳମ୍ୱ

ନୂଆଦିଲ୍ଲୀ,୧୫।୧୨: ଦିଲ୍ଲୀ ଏନ୍‌ସିଆରରେ ଘନ କୁହୁଡ଼ି ସାଙ୍ଗକୁ ଦୃଶ୍ୟମାନତା ଶୂନ୍ୟ ହ୍ରାସ ଯୋଗୁ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ୧୦୦ରୁ ଅଧିକ ବିମାନ ଉଡ଼ାଣ ବାତିଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri