ଗୋଟିଏ ମଣ୍ଡପରେ ବିବାହ କଲେ ହିନ୍ଦୁ, ମୁସଲମାନ

ସମ୍ବଲପୁର,୨୩ା୧(ବ୍ୟୁରୋ):ସମ୍ବଲପୁର ସହରସ୍ଥିତ ସୁନାପାଲି ଆଲ୍ଲା ହଜ୍‌ରତ କମିଟି ପକ୍ଷରୁ ସାମୂହିକ ବିବାହ ନିମନ୍ତେ ନିଆରା ପ୍ରୟାସ କରାଯାଇଛି। ରବିବାର ଗୋଟିଏ ବିବାହ ମଣ୍ଡପରେ ୧୧ ଯୋଡା ମୁସଲମାନ ଓ ୨ ଯୋଡା ହିନ୍ଦୁ ଯୁବତୀ ଯୁବକ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ମୁସଲମାନ କନ୍ୟା ବରଙ୍କ ବିବାହ ପାଇଁ ସେମାନଙ୍କ ଧର୍ମର ରୀତିନୀତି ବ୍ୟବସ୍ଥା କରାଯାଇଥିଲା ା ସେହିପରି ହିନ୍ଦୁ କନ୍ୟା ବର ହିନ୍ଦୁ ରୀତିନୀତିରେ ବିବାହ କରିଥିଲେ। ଏହି ବିବାହ ଉତ୍ସବରେ ପ୍ରତିଷ୍ଠିତ ବ୍ୟକ୍ତି, ପ୍ରଶାସନିକ ଅଧିକାରୀ, ସାମାଜିକ ଅନୁଷ୍ଠାନ ସଦସ୍ୟମାନେ ଯୋଗଦେଇ ନବ ଦମ୍ପତିଙ୍କୁ ଆଶୀର୍ବାଦ କରିଥିଲେ। ଅନୁଷ୍ଠାନ ପକ୍ଷରୁ କନ୍ୟାଦାନ ସମୟରେ ଅତ୍ୟାବଶ୍ୟକ ଆସବାବପତ୍ର ଦିଆଯାଇଥିଲା। ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ, ପୂର୍ବତନ ଜିଲା ବିଜେଡି ସଭାପତି ଡ. ପ୍ରମୋଦ ରଥ, ବିଜେଡି ଜିଲା ସଭାପତି ସିର୍ଦ୍ଧାଥ ଦାସ, ପୂର୍ବତନ ଉପନଗରପାଳ ସିଦ୍ଧାର୍ଥ ସାହା, ସଞ୍ଜୟ ବାବୁ, ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ, ଆୟୁବ ଖାନ, ଜିଲା ରେଡକ୍ରସ ସମ୍ପାଦକ ଜୟ ଜଜ୍‌, ଚାଷୀନେତା ଅଶୋକ ପ୍ରଧାନ, ବ୍ୟବସାୟୀ ଅଶୋକ ଜଲାନ, ଅଲିମ କାମଦାର, ଆସଫ ଅଲ୍ଳୀ ଖାନ, ମହମ୍ମଦ ସୁବହାନ, ଅନିତା ପ୍ରଧାନ, ଅନନ୍ୟା ନାୟକ, ହାମିଦ ହସନ ଖାନ୍‌ ପ୍ରମୁଖ ଯୋଗ ଦେଇଥିଲେ। ଏ ସମ୍ପର୍କରେ ଅନୁଷ୍ଠାନର ସମ୍ପାଦକ ଆତିଫ ଆଲମ କହିଛନ୍ତି ଯେ, ପ୍ରାୟ ୫ ବର୍ଷ ହେବ ଏହି ସାମୂହିକ ବିବାହ ଉତ୍ସବର ଆୟୋଜନ କରାଯାଉଛି। କୋଭିଡ୍‌ କଟକଣା ପାଇଁ ୨ ବର୍ଷ ବନ୍ଦ ରହିଥିଲା। ଚଳିତବର୍ଷ ଆରମ୍ଭ ହୋଇଛି। ବହୁ ମାନ୍ୟଗଣ ବ୍ୟକ୍ତି ଏଥିରେ ଯୋଗ ଦେଇଥିଲେ। ଜିଲା ପ୍ରଶାସନ ସହିତ ସହରବାସୀଙ୍କ ସହଯୋଗରେ ପ୍ରୟାସ ସଫଳ ହୋଇଛି। ଆଗକୁ ମଧ୍ୟ ଏହି ପ୍ରଚେଷ୍ଟା ଜାରି ରହିବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍‌ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...

ପୃଥକ ଦୁର୍ଘଟଣା: ଅଟୋ-ବାଇକ୍‌ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, ଜଳିଗଲା କାର୍‌

ବ୍ରହ୍ମଗିରି,୨୮।୧୨: ଜାତୀୟ ରାଜପଥ ବ୍ରହ୍ମଗିରି ପଣଷପଦା ନିକଟରେ ରବିବାର ଏକ ଅଘଟଣ ଘଟିଛି। ଚିଲିକାରୁ ଫେରୁଥିବା ଏକ କାର୍‌ ରାଜପଥରେ ଜଳି ଯାଇଛି। CNG ଗ୍ୟାସ...

ଗଟାମାହା ଜଙ୍ଗଲରେ ଅତର୍କିତ ଚଢ଼ାଉ, ଗଞ୍ଜେଇ ଗଛ ପୋଡ଼ିଦେଲା ପୋଲିସ

ଜି.ଉଦୟଗିରି,୨୮/୧୨( ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ପୋଲିସ ଥାନା ଅନ୍ତର୍ଗତ ଗଟାମାହା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ...

ବାଲେଶ୍ୱରରେ କାଠ ମାଫିଆଙ୍କ ଆତଙ୍କ: ବନ ବିଭାଗ ଗାଡ଼ି ଭଙ୍ଗାରୁଜା ସହ ଜବତ ଗାଡ଼ି ଛଡ଼ାଇ ନେଲେ

ବାଲେଶ୍ୱର,୨୮ା୧୨: ନୀଳଗିରି ବନଖଣ୍ଡରେ କାଠ ମାଫିଆଙ୍କ ଦୌରାତ୍ମ୍ୟ ଚରମ ସୀମାରେ ପହଞ୍ଚିଛି। ବନବିଭାଗ କର୍ମଚାରୀଙ୍କ ଉପରେ ଆକ୍ରମଣ କରି ନେଇଗଲେ ଜବତ ହୋଇଥିବା କାଠ ବୋଝେଇ...

ଦୁର୍ଗମ ଗାଁକୁ ଯାଇ ଉନ୍ନୟନ କାର୍ଯ୍ୟ ତଦାରଖ କଲେ ଏମ୍‌ପି

ଲାଞ୍ଜିଗଡ଼, ୨୮ା୧୨(ରମେଶ ଚନ୍ଦ୍ର ନାୟକ): ରାଜ୍ୟ ସଭା ସଦସ୍ୟ ସୁଜିତ କୁମାର ରବିବାର କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜି ପଞ୍ଚାୟତର ଦୁର୍ଗମ ତୁର୍କା ଗାଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri