ଆମେରିକାର କାଲିଫର୍ନିଆରେ ହିନ୍ଦୁ ମନ୍ଦିରରେ ଭଙ୍ଗାରୁଜା: ନିନ୍ଦା କଲା ଭାରତ, କାର୍ଯ୍ୟାନୁଷ୍ଠାନ ଦାବି

ଓ୍ବାଶିଂଟନ,୯।୩: ଆମେରିକାର କାଲିଫର୍ନିଆର ଚିନୋ ହିଲ୍ସରେ ଥିବା ବୋଚାସନବାସୀ ଅକ୍ଷର ପୁରୁଷୋତ୍ତମ ସ୍ବାମୀନାରାୟଣ ସଂସ୍ଥା (BAPS) ମନ୍ଦିରରେ ଅଜ୍ଞାତ ବ୍ୟକ୍ତିମାନେ ଭଙ୍ଗାରୁଜା କରିଛନ୍ତି। ଯାହା ହିନ୍ଦୁମାନଙ୍କ ବିରୋଧରେ ବଢ଼ୁଥିବା ହିଂସାକୁ ଉଜାଗର କରିଛି ଏବଂ ମନ୍ଦିରଗୁଡ଼ିକୁ ସୁରକ୍ଷା ଦେବାରେ ବିଫଳ ଆମେରିକୀୟ ପୋଲିସ ଉପରେ ଅନେକ ପ୍ରଶ୍ନ ଉଠାଇଛି।
BAPSରେ ହୋଇଥିବା ଭଙ୍ଗାରୁଜା ସମ୍ପର୍କରେ, BAPS ପବ୍ଲିକ ଆଫେୟାର୍ସ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ କହିଛି, ଆଉ ଏକ ମନ୍ଦିର ଅପବିତ୍ର ହୋଇଛି। ଏଥର ଘଟଣାଟି କାଲିଫର୍ନିଆର ଚିନୋ ହିଲ୍ସରେ ଘଟିଛି। ହିନ୍ଦୁ ସମ୍ପ୍ରଦାୟ ଘୃଣା ବିରୁଦ୍ଧରେ ଦୃଢ଼ ଭାବରେ ଠିଆ ହୋଇଛି। ଚିନୋ ହିଲ୍ସ ଏବଂ ଦକ୍ଷିଣ କାଲିଫର୍ନିଆର ସମ୍ପ୍ରଦାୟ ଏକତାବଦ୍ଧ, ଏବଂ ଆମେ କେବେ ବି ଘୃଣାକୁ ଜମିବାକୁ ଦେବୁ ନାହିଁ।

ଭାରତ ସରକାର ମଧ୍ୟ ମନ୍ଦିର ଉପରେ ହୋଇଥିବା ଏହି ଆକ୍ରମଣକୁ ଖୋଲାଖୋଲି ବିରୋଧ କରିଛନ୍ତି। ରବିବାର ବୈଦେଶିକ ମନ୍ତ୍ରଣାଳୟ ଏହି ‘ଘୃଣ୍ୟ କାର୍ଯ୍ୟ’କୁ ଦୃଢ଼ ନିନ୍ଦା କରିଛି। ଏକ ସରକାରୀ ବିବୃତ୍ତିରେ ମନ୍ତ୍ରଣାଳୟ ସ୍ଥାନୀୟ ଆଇନ ପ୍ରବର୍ତ୍ତନ କର୍ତ୍ତୃପକ୍ଷଙ୍କୁ ଏହି କାର୍ଯ୍ୟ ପାଇଁ ଦାୟୀ ଲୋକଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏବଂ ପୂଜାସ୍ଥଳଗୁଡ଼ିକର ପର୍ଯ୍ୟାପ୍ତ ସୁରକ୍ଷା ସୁନିଶ୍ଚିତ କରିବାକୁ ଆହ୍ବାନ କରିଛି।

ଉତ୍ତର ଆମେରିକାରେ ହିନ୍ଦୁ ଧର୍ମ ପାଇଁ କାମ କରୁଥିବା ସଂଗଠନ ‘କ୍ୱାଲିସନ ଅଫ ହିନ୍ଦୁସ୍‌ ଅଫ୍‌ ନର୍ଥ ଆମେରିକା’ ପୂର୍ବରୁ ଘଟିଥିବା ସମାନ ଘଟଣା ପ୍ରତି ଦୃଷ୍ଟି ଆକର୍ଷଣ କରିଛି ଏବଂ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ଦାବି କରିଛି।

ତେବେ ଏହା ପ୍ରଥମ ଘଟଣା ନୁହେଁ। ସେପ୍ଟେମ୍ବର ମାସରେ କାଲିଫର୍ନିଆର ସାକ୍ରାମେଣ୍ଟୋରେ ଥିବା BAPS ହିନ୍ଦୁ ମନ୍ଦିରକୁ ଅପବିତ୍ର କରାଯାଇଥିଲା ଏବଂ କାନ୍ଥରେ ’ହିନ୍ଦୁମାନେ ଫେରିଯାଅ!’ ବୋଲି ସ୍ଲୋଗାନ ଲେଖାଯାଇଥିଲା। ତଦନ୍ତରେ ଅଭିଯୁକ୍ତ କିଏ ତାହା ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ।

ସାକ୍ରାମେଣ୍ଟୋ ଘଟଣାର ପ୍ରାୟ ୧୦ ଦିନ ପୂର୍ବରୁ ନ୍ୟୁୟର୍କର ମେଲଭିଲରେ ଥିବା ଆଉ ଏକ BAPS ଶ୍ରୀ ସୱାମୀନାରାୟଣ ମନ୍ଦିରକୁ ଅପବିତ୍ର କରାଯାଇଥିଲା ଏବଂ ଘୃଣାପୂର୍ଣ୍ଣ ବାର୍ତ୍ତା ଲେଖାଯାଇଥିଲା। ନ୍ୟୁୟର୍କରେ ଥିବା ଭାରତୀୟ କନସୁଲେଟ ଜେନେରାଲ ଏହି ଘଟଣାର ଦୃଢ଼ ନିନ୍ଦା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri