Posted inଜାତୀୟ

୬ ଡିସେମ୍ବରରେ ମଥୁରା ମସଜିଦ୍‌ରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ପ୍ରତିମା ସ୍ଥାପନ କରିବ ହିନ୍ଦୁ ମହାସଭା…

ମଥୁରା,୧୮।୧୧: ପ୍ରଭୁ ଶ୍ରୀକୃଷ୍ଣଙ୍କ ପ୍ରତିମା ୬ ଡିସେମ୍ବରରେ ମଥୁରା ମସଜିଦ୍‌ରେ ସ୍ଥାପନ କରିବା ଲାଗି ହିନ୍ଦୁ ମହାସଭା ପକ୍ଷରୁ ଘୋଷଣା କରାଯାଇଛି। ପ୍ରଭୁଙ୍କ ବାସ୍ତବିକ ଜନ୍ମସ୍ଥାନରେ ପ୍ରତିମା ସ୍ଥାପନ ଲାଗି ମହାସଭା କହିଛି। ଏହା ସହିତ ଶାହି ମସଜିଦ୍‌ ଇଦ୍‌ଗାହରେ ଲଡୁ ଗୋପାଳଙ୍କ ଜଳାଭିଷେକ କରାଯିବା ଲାଗି ମହାସଭା ପକ୍ଷରୁ କୁହାଯାଇଛି। ଏହି ଉପଲକ୍ଷେ ଦେଶର ବିଭିନ୍ନ ପବିତ୍ର ନଦୀର ଜଳ ନେଇ ମହାସଭାର ପଦାଧିକାରୀ ମଥୁରାରେ ପହଞ୍ଚିବେ।

ସ୍ଥାନୀୟ ଅଦାଲତରେ ୧୭ ଶତାବ୍ଦୀର ମସଜିଦ୍‌କୁ କଟରା କେଶବ ଦେବ ମନ୍ଦିର ନିକଟରୁ ହଟାଇବା ପାଇଁ ଏକ ମାମଲାର ବିଚାର ଜାରି ରହିଛି।

ହିନ୍ଦୁ ମହାସଭା ପକ୍ଷରୁ ରାଜଶ୍ରୀ ଚୌଧରୀ କହିଛନ୍ତି ଯେ, ଏହି ସ୍ଥାନକୁ ’ଶୁଦ୍ଧ’ କରିବା ପାଇଁ ’ମହା ଜଳ ଅଭିଷେକ’ ପରେ ଡିସେମ୍ବର ୬ରେ ପ୍ରତିମା ସ୍ଥାପନ କରାଯିବ। ମସଜିଦ ଭିତରେ ମୂର୍ତ୍ତି ସ୍ଥାପନ ପାଇଁ ମନୋନୀତ ହୋଇଥିବା ତାରିଖ ୧୯୯୨ ଡିସେମ୍ବର ୬ରେ ଅଯୋଧ୍ୟାରେ ବାବ୍ରି ମସଜିଦ ଭାଙ୍ଗିବାର ବାର୍ଷିକୀ ସହିତ ମେଳ ଖାଉଛି। ତେବେ ୧୯୯୨ ଘଟଣା ଏବଂ ମଥୁରା ଯୋଜନା ମଧ୍ୟରେ କୌଣସି ସମ୍ପର୍କ ନାହିଁ ବୋଲି ରାଜଶ୍ରୀ ଚୌଧୁରୀ କହିଛନ୍ତି।

ସେ କହିଛନ୍ତି ଯେ ଆମକୁ ଏପର୍ଯ୍ୟନ୍ତ ରାଜନୈତି ସ୍ବାଧୀନତା ମିଳିଛି, କିନ୍ତୁ ଆଧ୍ୟାତ୍ମିକ, ଅଥନୈତିକ ଏବଂ ସାଂସ୍କୃତିକ ସ୍ବାଧୀନତା ଏପର୍ଯ୍ୟନ୍ତ ହାସଲ ହୋଇପାରି ନାହିଁ। ସେ କହିଛନ୍ତି ଯେ ମହାସଭାର ଉଦ୍ଦେଶ୍ୟ ହେଉଛି ସ୍ବାଧୀନ ଭାରତକୁ ସନାତନ ଭାରତକୁ ଫେରାଇ ଆଣିବା। ମହାସଭା ଚାହୁଁଛି ଏକ ସ୍ବାଧୀନ ଭାରତ ସୃଷ୍ଟି ହେଉ। ମସଜିଦ କିମ୍ବା କୌଣସି ପରିସର ସହିତ ଆମର କିଛି  ସମ୍ପର୍କ ନାହିଁ। ଏହା ଏକ ମସଜିଦ ନୁହେଁ। ଏକ ଇଦ୍‌ଗାହ। ଏହାର ଅର୍ଥ ହେଉଛି ଏକ ସାଧାରଣ ସଭା ସ୍ଥାନ। ତେଣୁ ଏହାକୁ ନେଇ ବିବାଦ କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି। ଯେକେହି ଯେ କୌଣସି ସମୟରେ ଏଠାକୁ ଯାଇପାରିବେ। ଯଦି ଇଦ୍‌ଗାହ ଖୋଳାଯିବ ତେବେ ସେଠାରୁ ଠାକୁର କେଶବ ଦେବ ମନ୍ଦିର ସହିତ ଜଡିତ ମୂର୍ତ୍ତି ବାହାରିବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହୋସବାଲେଙ୍କ ଚିତ୍ରର ଭିନ୍ନ ରଙ୍ଗ

ନୂଆଦିଲ୍ଲୀ,୩ା୧୦: ଦେଶରେ ଦାରିଦ୍ର୍ୟ, ବେକାରି ଏବଂ ଅର୍ଥନୈତିକ ଅସମାନତା ଭଳି ଗୁରୁତ୍ୱପୂର୍ଣ୍ଣ ସାମାଜିକ ଦୁଃସ୍ଥିତିରେ ସୁଧାର ଆଣିବା ପାଇଁ ୨୦୧୪ ଲୋକ ସଭା ନିର୍ବାଚନ ସମୟରେ...

ଭାରତ-ପାକିସ୍ତାନରେ ୫୦ ଲକ୍ଷରୁ ଅଧିକ ଲୋକଙ୍କ ଉପରେ ବନ୍ୟା ବିପଦ: ରିପୋର୍ଟ…

ନୂଆଦିଲ୍ଲୀ/ଇସଲାମାବାଦ,୧୪।୨ : ଗତ ବର୍ଷ ଉଭୟ ଭାରତ ଏବଂ ପଡୋଶୀ ଦେଶ ପାକିସ୍ତାନ ଭୟଙ୍କର ବନ୍ୟା ପରିସ୍ଥିତିରେ ଉପୁଜିଥିଲା। ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଏକ...

ବୁଲା କୁକୁରଙ୍କୁ ଆସାମ ପଠାଇ ଦିଅ, ସେଠାରେ ଲୋକେ ଏମାନଙ୍କର ମାଂସ ଖାଆନ୍ତି: ବିଧାୟକଙ୍କ ମନ୍ତବ୍ୟ ନେଇ ବିବାଦ…

ମୁମ୍ବାଇ,୫।୩ : ମହାରାଷ୍ଟ୍ର ବିଧାନସଭାର ବିଧାୟକ ତଥା ପ୍ରହାର ଜନଶକ୍ତି ପାର୍ଟିର ମୁଖ୍ୟ ବଚ୍ଚୁ କାଦୁ କହିଛନ୍ତି ଯେ ଆସାମର ଲୋକମାନେ କୁକୁର ମାଂସ ଖାଉଛନ୍ତି।...

କୁନୋ ନ୍ୟାଶନାଲ ପାର୍କରେ ଆଉ ଏକ ଚିତାର ମୃତ୍ୟୁ

ଭୋପାଳ,୨୩।୪: ମଧ୍ୟପ୍ରଦେଶର କୁନୋ ନ୍ୟାଶନାଲ ପାର୍କରେ ଆଉ ଗୋଟିଏ ଚିତାର ମୃତ୍ୟୁ ଘଟିଛି। ଏନେଇ ଜଙ୍ଗଲର ମୁଖ୍ୟ ସଂରକ୍ଷଣକାରୀ ଜେ.ଏସ ଚୌହାନ ସୂଚନା ଦେଇଛନ୍ତି। ଚିକିତ୍ସାଧୀନ...

ମନୋଜ ତିଓ୍ବାରିଙ୍କୁ ହତ୍ୟା ଧମକ

ନୂଆଦିଲ୍ଲୀ,୨୩।୬: ଦିଲ୍ଲୀର ଭାଜପା ଅଧ୍ୟକ୍ଷ ମନୋଜ ତିଓ୍ବାରିଙ୍କୁ ହତ୍ୟା ଧମକ ମିଳିଥିବା ନିଜେ ମନୋଜ କହିଛନ୍ତି। ତାଙ୍କ ଫୋନକୁ ଏକ ଏସ୍‌ଏମ୍‌ଏସ୍‌ ଦେଇ ଜଣେ ବ୍ୟକ୍ତି...

ଲକ୍‌ଡାଉନ୍‌ ସମୟରେ ଫସଲ ଅମଳ କରିପାରିବେ ଚାଷୀ: କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୮।୩: କରୋନା ଭାଇରସ୍‌ ଯୋଗୁ ସାରା ଦେଶରେ ୨୧ ଦିନ ଯାଏଁ କେନ୍ଦ୍ର ସରକାର ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଲୋକମାନେ ବାହାରକୁ ବାହାରି ପାରୁ ନ...

ନୌସେନାର ଶକ୍ତିରେ ବୃଦ୍ଧି, ସର୍ବେକ୍ଷଣ ଜାହାଜ ଇକ୍ଷକ ସାମିଲ…

ଚେନ୍ନାଇ,୨୬।୧୧ : ଭାରତୀୟ ନୌସେନାର ଶକ୍ତି ଆହୁରି ବୃଦ୍ଧି ପାଇଛି। ବାସ୍ତବରେ, ଚେନ୍ନାଇର କଟ୍ଟୁପାଲ୍ଲୀରେ ସର୍ବେକ୍ଷଣ ଜାହାଜ ଇକ୍ଷକକୁ ଶନିବାର ଫ୍ଲାଇଟ ଅଫିସର କମାଣ୍ଡିଂ-ଇନ-ଚିଫ, ସାଉଥ...

ହଂକଂ ପଠାଯାଇଛି ୧୦୩୮ କୋଟି କଳାଧନ: ୫୧ ସଂସ୍ଥା ବିରୋଧରେ ସିବିଆଇ ମାମଲା

ନୂଆଦିଲ୍ଲୀ,୭ା୧(ପି.ଟି.): ଗତ ୨୦୧୪-୧୫ ବର୍ଷରେ ଭାରତରୁ ହଂକଂକୁ ୧୦୩୮ କୋଟି ୩୪ ଲକ୍ଷ ଟଙ୍କାର କଳାଧନ ପଠାଯାଇଥିବା ଅଭିଯୋଗରେ ସିବିଆଇ ୫୧ଟି ସଂସ୍ଥା ବିରୋଧରେ ମାମଲା...

Advertisement
Archives

Model This Week