Posted inଜାତୀୟ

ଶତାବ୍ଦୀ ଶେଷ ସୁଦ୍ଧା ୭୫% ବରଫ ହରାଇପାରେ ହିନ୍ଦୁକୁଶ

ନୂଆଦିଲ୍ଲୀ,୩୧ା୫(ପି.ଟି.): ଚଳିତ ଶତାବ୍ଦୀ ଶେଷ ସୁଦ୍ଧା ବିଶ୍ୱ ତାପମାତ୍ରା ଯଦି ୨ ଡିଗ୍ରୀ ସେଲ୍‌ସିୟସ୍‌ ବୃଦ୍ଧି ପାଏ, ତେବେ ହିନ୍ଦୁକୁଶ ହିମାଳୟ ଏହାର ୭୫ ପ୍ରତିଶତ ବରଫ ହରାଇବ ବୋଲି ଏକ ନୂଆ ଅଧ୍ୟୟନରୁ ଜଣାପଡ଼ିଛି। ଏହି ଅଞ୍ଚଳର ଗ୍ଲେସିୟର ହିମାଳୟରୁ ବାହାରିଥିବା ନଦୀଗୁଡ଼ିକୁ ପାଣି ଯୋଗାଇଥାଏ। ଗ୍ଲେସିୟର ତରଳିଗଲେ ଉକ୍ତ ନଦୀଗୁଡ଼ିକ ଉପରେ ନିର୍ଭର କରୁଥିବା ୨୦୦ କୋଟି ଲୋକ ପ୍ରଭାବିତ ହେବେ।
ସାଇନ୍ସ ଜର୍ନାଲରେ ପ୍ରକାଶିତ ଅଧ୍ୟୟନ ଅନୁଯାୟୀ, ଉତ୍ତାପ ବୃଦ୍ଧି ସ୍ତରକୁ ଯଦି ପ୍ରାକ୍‌ ଶିଳ୍ପାୟନ ସ୍ତରରୁ ୧.୫ ଡିଗ୍ରୀ ସେଲ୍‌ସିୟସ୍‌ ଅଧିକ ମଧ୍ୟରେ ସୀମିତ ରଖାଯାଇପାରିବ, ତେବେ ହିମାଳୟ ଏବଂ କୌକାସସ୍‌ ପର୍ବତମାଳାର ୪୦ରୁ ୪୫ ପ୍ରତିଶତ ଗ୍ଲେସିୟର ବରଫ ସଂରକ୍ଷିତ ରହିବ। ତେବେ ବର୍ତ୍ତମାନର ଜଳବାୟୁ ନୀତି ଯଦି ଜାରି ରହେ ଏବଂ ଶତାବ୍ଦୀ ଶେଷ ବେଳକୁ ବିଶ୍ୱ ତାପମାତ୍ରା ୨.୭ ଡିଗ୍ରୀ ସେଲ୍‌ସିୟସ୍‌ ବଢ଼ିଯାଏ, ତେବେ ସାରା ବିଶ୍ୱରେ ମାତ୍ର ୨୫ ପ୍ରତିଶତ ଗ୍ଲେସିୟର ବରଫ ତିଷ୍ଠି ରହିବ। ମାନବ ଜାତି ପାଇଁ ଗ୍ଲେସିୟର ଅଞ୍ଚଳ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ତରଳିଲେ ୟୁରୋପୀୟ ଆଲ୍‌ପସ୍‌ ଏବଂ ପଶ୍ଚିମ ଆମେରିକା, କାନାଡ଼ା ଓ ଆଇସ୍‌ଲାଣ୍ଡର ରକି ପର୍ବତମାଳା ଅଧିକ କ୍ଷତିଗ୍ରସ୍ତ ହେବ ବୋଲି ଅଧ୍ୟୟନରେ କୁହାଯାଇଛି। ୨ ଡିଗ୍ରୀ ସେଲ୍‌ସିୟସ୍‌ ଉତ୍ତାପ ବଢ଼ିଲେ, ଉକ୍ତ ପର୍ବତମାଳାରେ ଥିବା ପ୍ରାୟ ସବୁ ବରଫ ହରାଇବ। ୨୦୨୦ରେ ସେଠାରେ ଯେତିକି ବରଫ ଥିଲା ସେଥିରୁ ମାତ୍ର ୧୦ରୁ ୧୫ ପ୍ରତିଶତ ତିଷ୍ଠି ରହିପାରେ ବୋଲି କୁହାଯାଇଛି। ସ୍କାଣ୍ଡିନେଭିଆରେ ଆଦ୍ରୌ ବରଫ ଗ୍ଲେସିୟର ରହିବ ନାହିଁ ବୋଲି ଆକଳନ କରାଯାଇଛି। ତେବେ ୨୦୧୫ର ପ୍ୟାରିସ୍‌ ଚୁକ୍ତିନାମାରେ ଧାର୍ଯ୍ୟ ହୋଇଥିବା ବର୍ଦ୍ଧିତ ତାପମାତ୍ରାକୁ ଯଦି ୧.୫ ଡିଗ୍ରୀ ସେଲ୍‌ସିୟସ୍‌ ମଧ୍ୟରେ ସୀମିତ ରଖାଯାଇପାରେ, ତେବେ ସବୁ ଅଞ୍ଚଳରେ କିଛି ପରିମାଣରେ ଗ୍ଲେସିୟର ବରଫ ସଂରକ୍ଷିତ ରହିପାରିବ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri