Posted inଜାତୀୟ

ଶତାବ୍ଦୀ ଶେଷ ସୁଦ୍ଧା ୭୫% ବରଫ ହରାଇପାରେ ହିନ୍ଦୁକୁଶ

ନୂଆଦିଲ୍ଲୀ,୩୧ା୫(ପି.ଟି.): ଚଳିତ ଶତାବ୍ଦୀ ଶେଷ ସୁଦ୍ଧା ବିଶ୍ୱ ତାପମାତ୍ରା ଯଦି ୨ ଡିଗ୍ରୀ ସେଲ୍‌ସିୟସ୍‌ ବୃଦ୍ଧି ପାଏ, ତେବେ ହିନ୍ଦୁକୁଶ ହିମାଳୟ ଏହାର ୭୫ ପ୍ରତିଶତ ବରଫ ହରାଇବ ବୋଲି ଏକ ନୂଆ ଅଧ୍ୟୟନରୁ ଜଣାପଡ଼ିଛି। ଏହି ଅଞ୍ଚଳର ଗ୍ଲେସିୟର ହିମାଳୟରୁ ବାହାରିଥିବା ନଦୀଗୁଡ଼ିକୁ ପାଣି ଯୋଗାଇଥାଏ। ଗ୍ଲେସିୟର ତରଳିଗଲେ ଉକ୍ତ ନଦୀଗୁଡ଼ିକ ଉପରେ ନିର୍ଭର କରୁଥିବା ୨୦୦ କୋଟି ଲୋକ ପ୍ରଭାବିତ ହେବେ।
ସାଇନ୍ସ ଜର୍ନାଲରେ ପ୍ରକାଶିତ ଅଧ୍ୟୟନ ଅନୁଯାୟୀ, ଉତ୍ତାପ ବୃଦ୍ଧି ସ୍ତରକୁ ଯଦି ପ୍ରାକ୍‌ ଶିଳ୍ପାୟନ ସ୍ତରରୁ ୧.୫ ଡିଗ୍ରୀ ସେଲ୍‌ସିୟସ୍‌ ଅଧିକ ମଧ୍ୟରେ ସୀମିତ ରଖାଯାଇପାରିବ, ତେବେ ହିମାଳୟ ଏବଂ କୌକାସସ୍‌ ପର୍ବତମାଳାର ୪୦ରୁ ୪୫ ପ୍ରତିଶତ ଗ୍ଲେସିୟର ବରଫ ସଂରକ୍ଷିତ ରହିବ। ତେବେ ବର୍ତ୍ତମାନର ଜଳବାୟୁ ନୀତି ଯଦି ଜାରି ରହେ ଏବଂ ଶତାବ୍ଦୀ ଶେଷ ବେଳକୁ ବିଶ୍ୱ ତାପମାତ୍ରା ୨.୭ ଡିଗ୍ରୀ ସେଲ୍‌ସିୟସ୍‌ ବଢ଼ିଯାଏ, ତେବେ ସାରା ବିଶ୍ୱରେ ମାତ୍ର ୨୫ ପ୍ରତିଶତ ଗ୍ଲେସିୟର ବରଫ ତିଷ୍ଠି ରହିବ। ମାନବ ଜାତି ପାଇଁ ଗ୍ଲେସିୟର ଅଞ୍ଚଳ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ତରଳିଲେ ୟୁରୋପୀୟ ଆଲ୍‌ପସ୍‌ ଏବଂ ପଶ୍ଚିମ ଆମେରିକା, କାନାଡ଼ା ଓ ଆଇସ୍‌ଲାଣ୍ଡର ରକି ପର୍ବତମାଳା ଅଧିକ କ୍ଷତିଗ୍ରସ୍ତ ହେବ ବୋଲି ଅଧ୍ୟୟନରେ କୁହାଯାଇଛି। ୨ ଡିଗ୍ରୀ ସେଲ୍‌ସିୟସ୍‌ ଉତ୍ତାପ ବଢ଼ିଲେ, ଉକ୍ତ ପର୍ବତମାଳାରେ ଥିବା ପ୍ରାୟ ସବୁ ବରଫ ହରାଇବ। ୨୦୨୦ରେ ସେଠାରେ ଯେତିକି ବରଫ ଥିଲା ସେଥିରୁ ମାତ୍ର ୧୦ରୁ ୧୫ ପ୍ରତିଶତ ତିଷ୍ଠି ରହିପାରେ ବୋଲି କୁହାଯାଇଛି। ସ୍କାଣ୍ଡିନେଭିଆରେ ଆଦ୍ରୌ ବରଫ ଗ୍ଲେସିୟର ରହିବ ନାହିଁ ବୋଲି ଆକଳନ କରାଯାଇଛି। ତେବେ ୨୦୧୫ର ପ୍ୟାରିସ୍‌ ଚୁକ୍ତିନାମାରେ ଧାର୍ଯ୍ୟ ହୋଇଥିବା ବର୍ଦ୍ଧିତ ତାପମାତ୍ରାକୁ ଯଦି ୧.୫ ଡିଗ୍ରୀ ସେଲ୍‌ସିୟସ୍‌ ମଧ୍ୟରେ ସୀମିତ ରଖାଯାଇପାରେ, ତେବେ ସବୁ ଅଞ୍ଚଳରେ କିଛି ପରିମାଣରେ ଗ୍ଲେସିୟର ବରଫ ସଂରକ୍ଷିତ ରହିପାରିବ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?