ହିନ୍ଦୁ ସମୁଦାୟଙ୍କ ବଢୁଛି ଚିନ୍ତା: ଦୁର୍ଗାପୂଜା ଛୁଟିକୁ ବିରୋଧ

ଢାକା,୨୬।୯: ବାଂଲାଦେଶରେ ରହୁଥିବା ହିନ୍ଦୁ ସମୁଦାୟଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଦୁର୍ଗାପୂଜା ପାଖେଇ ଆସୁଥିବା ବେଳେ ବାଂଲାଦେଶର କଠୋରପନ୍ଥୀ ଇସ୍‌ଲାମିକ ସଙ୍ଗଠନଗୁଡ଼ିକ ପକ୍ଷରୁ ଏହି ସାର୍ବଜନୀନ ଉତ୍ସବକୁ ବିଭିନ୍ନ ଉପାୟରେ ବିରୋଧ କରାଯାଉଛି। ସେହିପରି ଦୁର୍ଗାପୂଜା ଅବସରରେ ଦେଶବ୍ୟାପୀ ଛୁଟି ଘୋଷଣାକୁ ମଧ୍ୟ ଇସ୍‌ଲାମିକ ସଙ୍ଗଠନଗୁଡ଼ିକ ବିରୋଧ କରିଛନ୍ତି। ଗୁରୁବାର ଏହି ଦାବିକୁ ନେଇ ‘ଇନ୍‌ସାଫ କିମ୍‌କାରୀ ଛାତ୍ର ଜନତା’ ନାମକ ଏକ କଠୋରପନ୍ଥୀ ଇସ୍‌ଲାମିକ ସଙ୍ଗଠନ ଢାକାର ସେକ୍ଟର-୧୩ ଅଞ୍ଚଳରେ ଶୋଭାଯାତ୍ରା କରିବା ସହ ପ୍ରତିବାଦ ସଭାର ଆୟୋଜନ କରିଛି। ଢାକାର ଏକ ଖେଳ ପଡ଼ିଆରେ ଦୁର୍ଗାପୂଜା ପାଇଁ ହିନ୍ଦୁମାନଙ୍କ ପକ୍ଷରୁ ଚାଲିଥିବା ପେଣ୍ଡାଲ ପ୍ରସ୍ତୁତିକୁ ମଧ୍ୟ ଏହି ସଙ୍ଗଠନ ବିରୋଧ କରିଛି। ‘ଇନ୍‌ସାଫ କିମ୍‌କାରୀ ଛାତ୍ର ଜନତା’ର ସଦସ୍ୟମାନେ ବିଭିନ୍ନ ପ୍ରକାର ବ୍ୟାନର ସହ ଗୁରୁବାର ପ୍ରତିବାଦ କରିଛନ୍ତି।

ଉକ୍ତ ବ୍ୟାନରରେ ଲେଖାଯାଇଛି, ରାସ୍ତା ବନ୍ଦ କରି ଦୁର୍ଗାପୂଜା ପାଇଁ ଅନୁମତି ନ ଦିଆଯାଉ, ମୂର୍ତ୍ତି ବିସର୍ଜନକୁ ଅନୁମତି ଦିଆଯାଇ ଜଳ ପ୍ରଦୂଷଣକୁ ବଢ଼ା ନ ଯାଉ। ସେହିପରି ଉକ୍ତ ସଙ୍ଗଠନ ପକ୍ଷରୁ ବାଂଲାଦେଶର ନୂତନ ଅନ୍ତରୀଣ ସରକାରଙ୍କ ଉଦ୍ଦେଶ୍ୟରେ ୧୬ଟି ଦାବିପତ୍ର ଉପସ୍ଥାପନ କରାଯାଇଛି। ପର୍ଯ୍ୟାବରଣକୁ କ୍ଷତି ପହଞ୍ଚୁଥିବା ଦର୍ଶାଇ ମୂର୍ତ୍ତି ବିସର୍ଜନରେ ଶୋଭାଯାତ୍ରାକୁ ଅନୁମତି ନ ଦେବା ପାଇଁ ଏହି ଇସ୍‌ଲାମିକ୍‌ ସଙ୍ଗଠନ ଦାବି କରିଛି।

ସେହିପରି ଦୁର୍ଗାପୂଜାର ଖର୍ଚ୍ଚ ପାଇଁ ସରକାରୀ ରିଲିଫ୍‌ ପାଣ୍ଠିର ବ୍ୟବହାରକୁ ରୋକାଯିବା ଆବଶ୍ୟକ ବୋଲି ଏହି ସଙ୍ଗଠନ କହିଛି। ‘ଇନ୍‌ସାଫ କିମ୍‌କାରୀ ଛାତ୍ର ଜନତା’ ପକ୍ଷରୁ କୁହାଯାଇଛି, ଦେଶରେ ହିନ୍ଦୁମାନଙ୍କର ଜନସଂଖ୍ୟା ୨%ରୁ ମଧ୍ୟ କମ୍‌। ତେଣୁ ଦୁର୍ଗାପୂଜାକୁ ଦେଶରେ ଛୁଟିଦିନ ଭାବରେ ଘୋଷଣା କରିବାର ଆବଶ୍ୟକତା ନାହିଁ। ଏହାଫଳରେ ବହୁ ସଂଖ୍ୟକ ମୁସଲମାନଙ୍କୁ ଅନେକ ସମସ୍ୟାର ସାମ୍‌ନା କରିବାକୁ ପଡ଼ୁଛି। ସେହିପରି ହିନ୍ଦୁମାନଙ୍କର କୌଣସି ପର୍ବପର୍ବାଣିକୁ ମୁସଲମାନମାନେ ସମର୍ଥନ କରିବା ଉଚିତ ନୁହେଁ ବୋଲି ଏହି କଠୋରପନ୍ଥୀ ଇସ୍‌ଲାମିକ ସଙ୍ଗଠନ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?