ଜେଲ ଗଲେ ହିନ୍ଦୋଳ ଏସ୍‌ଡିପିଓ

ଢେଙ୍କାନାଳ ଅଫିସ୍‌, ୩।୬ ବିଭିନ୍ନ ମାମଲାରେ ଅଭିଯୁକ୍ତଙ୍କୁ ବାନ୍ଧି ହାଜତ ଠିକଣା ଦେଖାଉଥିଲେ। ଏବେ ଜଣେ ପଥର କ୍ୱାରି ଲିଜ୍‌ଧାରୀଙ୍କଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇ ଜେଲ ଯାଇଛନ୍ତି ଢେଙ୍କାନାଳ ଜିଲା ହିନ୍ଦୋଳ ଏସ୍‌ଡିପିଓ ତଥା ଓଡ଼ିଶା ପୋଲିସ ସେବାର ବରିଷ୍ଠ ଅଧିକାରୀ ମଳୟ କିଶୋର ନାୟକ। ଅଭିଯୁକ୍ତ ଏସ୍‌ଡିପିଓଙ୍କୁ ଗିରଫ କରାଯିବା ପରେ ଗୁରୁବାର ଅପରାହ୍ନ ୧ଟା ରେ ଢେଙ୍କାନାଳ ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତରେ ହାଜର କରାଯାଇଥିଲା। ତେବେ ସମ୍ପୃକ୍ତ କୋର୍ଟର ବିଚାରପତି ଛୁଟିରେ ଥିଲେ। ତାଙ୍କ ଦାୟିତ୍ୱରେ ଥିବା ବିଚାରପତି ମଳୟଙ୍କୁ ୭ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ଅନ୍ୟପଟେ ଭିଜିଲାନ୍ସ ଟିମ୍‌ ଅଭିଯୁକ୍ତ ଏସ୍‌ଡିପିଓଙ୍କୁ ୩ଦିନିଆ ରିମାଣ୍ଡରେ ନେବା ପାଇଁ ଆବେଦନ କରିଛି। ଶୁକ୍ରବାର ଏହାର ଶୁଣାଣି ହେବ।
ରାସୋଳ ଥାନା କାରନ୍ଦା ଅଞ୍ଚଳରେ ଦୁଃଖବନ୍ଧୁ ସାହୁ ନାମକ ଜଣେ ପଥର ଖାଦାନ ଲିଜ୍‌ଧାରୀଙ୍କଠାରୁ ୩୦ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ କଟକ ଭିଜିଲାନ୍ସ ଟିମ୍‌ ହାତରେ ଧରାପଡ଼ିଥିଲେ ମଳୟ। ଏହାପରେ ତାଙ୍କର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ କରିବାକୁ ଭିଜିଲାନ୍ସ ପକ୍ଷରୁ ଢେଙ୍କାନାଳ, ଭୁବନେଶ୍ୱର, ପୁରୀ, ଅନୁଗୋଳ, ସମ୍ବଲପୁର ଅଞ୍ଚଳରେ ଏକକାଳୀନ ଚଢ଼ାଉ କରାଯାଇଥିଲା। ସେ ଚାକିରି କରୁଥିବା ବିଭିନ୍ନ ଜିଲାର ବ୍ୟାଙ୍କଗୁଡ଼ିକରେ ଥିବା ଡିପୋଜିଟ୍‌ ସମ୍ପର୍କରେ ଖୋଳତାଡ଼ ଆରମ୍ଭ ହୋଇଛି। ଭିଜିଲାନ୍ସ ପକ୍ଷରୁ ଏହି ମାମଲାକୁ ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ରାକେଶ ସାହୁ ଏବଂ ଅଭିଯୁକ୍ତଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ କୃଷ୍ଣଚନ୍ଦ୍ର ସାହୁ ପରିଚାଳନା କରୁଛନ୍ତି।
ସ୍ତ୍ରୀଙ୍କ ସନ୍ଧାନ ମିଳୁନାହିଁ
ଲାଞ୍ଚ ନେଉଥିବାବେଳେ ଏସ୍‌ଡିପିଓ ସ୍ବାମୀ ଭିଜିଲାନ୍ସ ହାତରେ ଧରାପଡ଼ିଥିବା ସୂଚନା ମିଳିବା ପରେ ହିନ୍ଦୋଳ ପୋଲିସ କ୍ୱାର୍ଟର୍ସରେ ରହୁଥିବା ତାଙ୍କ ସ୍ତ୍ରୀ ରୀତା ମହାପାତ୍ର ଏକ ସୁଟ୍‌କେଶରେ ଜରୁରୀ ସାମଗ୍ରୀ, କାଗଜପତ୍ର, ବ୍ୟାଙ୍କ ପାସ୍‌ବୁକ ଧରି ଫେରାର ହୋଇଯାଇଛନ୍ତି। ଅଦ୍ୟାବଧି ତାଙ୍କର ସନ୍ଧାନ ମିଳୁନାହିଁ। ଫଳରେ ସମ୍ପତ୍ତିର ସମ୍ପୂର୍ଣ୍ଣ ଆକଳନ କରାଯାଇପାରିନାହିଁ। ରୀତାଙ୍କୁ ଠାବ କରିବାକୁ ଭିଜିଲାନ୍ସ ପକ୍ଷରୁ ଉଦ୍ୟମ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସହରରେ ବୁଲୁଛି ଦନ୍ତା, ଲୋକେ ଭୟଭୀତ

ଭୁବନ,୩ା୪(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସିର ବିଭିନ୍ନ ସ୍ଥାନରେ ଦନ୍ତାହାତୀ ଜନଗହଳିରେ ଯାତାୟାତ କରୁଥିବା ଦେଖିବାକୁ ମିଳିଛି। ଦନ୍ତାହାତୀଟି ସୁକିନ୍ଦା ଅଞ୍ଚଳରୁ ଆସି ଭୁବନ…

ଫିଲ୍ମ ଷ୍ଟାଇଲ୍‌ରେ ଗୋରୁ ଗାଡ଼ିକୁ ୧୨ କିଲୋମିଟର ଗୋଡ଼ାଇ ଗୋଡ଼ାଇ ଶେଷରେ ପୋଲିସ…

ପରଜଙ୍ଗ,୨ା୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ପୋଲିସ ଫିଲ୍ମ ଷ୍ଟାଇଲରେ ପ୍ରାୟ ୧୨ କିଲୋମିଟର ରାସ୍ତା ଗୋଡ଼ାଇ ଗୋଡ଼ାଇ ଗୋରୁ ଗାଡ଼ି ଧରିବାରେ…

ବାଇକରେ ଯାଉଥିବାବେଳେ ହଠାତ୍‌ ସାମ୍ନାକୁ ଚାଲିଆସିଲା କୁକୁର, ଘଟଣାସ୍ଥଳରେ…

ପରଜଙ୍ଗ, ୩୧।୩(ନିଗମାନନ୍ଦ ଦଳବେହେରା) : ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗ ଫାଣ୍ଡି ଅଧୀନ ୫୩ ନଂ ଜାତୀୟ ରାଜପଥର ଦୁର୍ଗା ହୋଟେଲ ସମ୍ମୁଖରେ ମଙ୍ଗଳବାର ପୂର୍ବାହ୍ନରେ…

ଧାନମଣ୍ଡିରେ ବ୍ୟାପକ ଅନିୟମିତତା: ରାସ୍ତାରେ ଧାନ ରଖି ପ୍ରତିବାଦ କଲେ ଚାଷୀ

ପରଜଙ୍ଗ,୩୦ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକସ୍ଥିତ ସାଆନ୍ଦା କୃଷି ସମବାୟ ସମିତି କାର୍ଯ୍ୟାଳୟ ଅଧିନରେ ହେଉଥିବା ଧାନମଣ୍ଡିରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି। ଯେଉଁ ଚାଷୀମାନେ…

ସମାଜର ମୁଖ୍ୟସ୍ରୋତରେ ସାମିଲ ହେବେ ଦିବ୍ୟାଙ୍ଗ, ନିଜେ ଆତ୍ମନିର୍ଭରଶୀଳ ହୋଇ…

ପରଜଙ୍ଗ,୨୬ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ମହେଶ୍ଚନ୍ଦ୍ର ସୁବାହୁସିଂହ ନୋଡାଲ ବିଦ୍ୟାପୀଠ ପରିସରରେ ଗୁରୁବାର ଆୟୋଜକ ପରଜଙ୍ଗ ବ୍ଲକ ପ୍ରଶାସନ ଏବଂ ଜିଲା ସାମାଜିକ ସୁରକ୍ଷା ଓ…

 ପଡୋଶୀ ଘର ଅଳିଆ ଗଦାରୁ ବ୍ୟାପିଲା ନିଆଁ: ଜଳିଗଲା….

ପରଜଙ୍ଗ,୨୩।୩ ( ନିଗମାନନ୍ଦ ଦଳବେହେରା): ଢ଼େଙ୍କାନାଳ ଜିଲା  ପରଜଙ୍ଗ ବ୍ଲକ ପିତିରି ପଞ୍ଚାୟତ ପଡିିଆଭଙ୍ଗା ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ରମେଶ ଜେନାଙ୍କ  ଦୁଇ…

ମା‘ ତାରିଣୀ ମନ୍ଦିରର ବାର୍ଷିକ ଉତ୍ସବ: ଚଳଚଞ୍ଚଳ ପରଜଙ୍ଗ ଗାଁ

ପରଜଙ୍ଗ,୨୨।୩ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବଜାର ମଧ୍ୟରେ ମା’ ତାରିଣୀଙ୍କ ମନ୍ଦିର ରହିଛି ।ଏହି ମନ୍ଦିରରେ ୩ ଦିନ ଧରି ହେବାକୁ ଥିବା ୧୨…

କାମାକ୍ଷାନଗର କଲେଜ ଛାତ୍ରୀଙ୍କୁ ବଳାତ୍କାର ପରେ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଧରିଲା ପୋଲିସ, ଓଗାଳିଲେ ସବୁ ସତ

କାମାକ୍ଷାନଗର,୨୧ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ବହୁ ଚର୍ଚ୍ଚିତ କଲେଜ ଛାତ୍ରୀ ବଳାତ୍କାର ଓ ହତ୍ୟା ଘଟିବାର ତିନିଦିନ ପରେ ମୁଖ୍ୟ ଅଭିଯୁକ୍ତଙ୍କୁ ପୋଲିସ ଧରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri