ହିନ୍ଦୋଳ ଆସନକୁ ନେଇ ଅଙ୍କ ଛିଡୁନି

ଢେଙ୍କାନାଳ,୧୧ା୪(ରତନ ନାୟାର)ଢେଙ୍କାନାଳ ଏମ୍‌ପି ନିର୍ବାଚନ ପାଇଁ ବିଜେଡି ଓ ଭାଜପା ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇସାରିଛି। ସେହିପରି ଜିଲାର ୪ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଢେଙ୍କାନାଳ, ପରଜଙ୍ଗ ଓ କାମାକ୍ଷାନଗର ପାଇଁ ମଧ୍ୟ ଉଭୟ ଦଳ ପ୍ରାର୍ଥୀ ଦେଇସାରିଛନ୍ତି। ହେଲେ ହିନ୍ଦୋଳ ସଂରକ୍ଷିତ ଆସନ ପାଇଁ ବିଜେଡି ଓ ଭାଜପା ଏଯାଏ ପ୍ରାର୍ଥୀ ଘୋଷଣା କରି ନ ଥିବାରୁ ଆଶାୟୀମାନେ ଆଶା ଓ ଆଶଙ୍କା ମଧ୍ୟରେ ରହିଛନ୍ତି। ସେହିପରି କଂଗ୍ରେସ ଜିଲାରେ ପ୍ରାର୍ଥୀ ଘୋଷଣାରେ ପୂରା ପଛରେ ପଡ଼ିଛି।
ବିଶେଷକରି ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି କାହାକୁ ପ୍ରାର୍ଥୀ କରିବ ତାହା ଉପରେ ଭାଜପା ସତର୍କ ନଜର ରଖିଛି। ସେହିପରି ଭାଜପା ମଧ୍ୟ କାହାକୁ ପ୍ରାର୍ଥୀ କରିବ ତାହାକୁ ବିଜେଡି ଚାହିଁ ରହିଥିବା ଆଲୋଚନା ହେଉଛି। ଉଭୟ ଦଳରୁ ଯଦି ପ୍ରାର୍ଥୀ ହେବାରୁ କୌଣସି ପ୍ରମୁଖ ନେତା ବଞ୍ଚିତ ହୁଅନ୍ତି, ତାହେଲେ ଏହାକୁ ନେଇ ଉଭୟଦଳ ରଣନୀତି ସ୍ଥିର କରିବେ ବୋଲି କୁହାଯାଉଛି। ହିନ୍ଦୋଳ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡିରୁ ବିଧାୟିକା ସୀମାରାଣୀ ନାଏକଙ୍କ ସମେତ ଏମ୍‌ପି ମହେଶ ସାହୁ, ଅଶୋକ ନାଏକଙ୍କ ନାମ ଆଲୋଚନା ହେଉଥିବା ବେଳେ ଭାଜପାରୁ ପୂର୍ବତନ ମନ୍ତ୍ରୀ ଅଞ୍ଜଳୀ ବେହେରା ଓ ମନୋରଞ୍ଜନ ନାଏକଙ୍କ ନାମ ନେଇ ଚର୍ଚ୍ଚା ହେଉଛି। ତେବେ ହିନ୍ଦୋଳ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା ହୋଇ ନ ଥିବାରୁ ଉଭୟ ଦଳର ଏମ୍‌ପି ପ୍ରାର୍ଥୀ ନିର୍ବାଚନ ପାଇଁ ସାଙ୍ଗଠନିକ ବୈଠକରେ ଯୋଗଦେଇ କର୍ମୀମାନଙ୍କୁ ସଙ୍ଗଠିତ କରିବାରେ ସମସାର ସମ୍ମୁଖୀନ ହେଉଛନ୍ତି। ଅନ୍ୟପକ୍ଷରେ କଂଗ୍ରେସ ପକ୍ଷରୁ ଜିଲାର ୪ଟି ଯାକ ବିଧାନସଭା ଏବଂ ଲୋକ ସଭା ପ୍ରାର୍ଥୀ ବର୍ତ୍ତମାନ ସୁଦ୍ଧା ଘୋଷଣା ହୋଇପାରି ନାହିଁ। ଫଳରେ ରାଜନୈତିକ ବାତାବରଣ ସରଗରମ ହୋଇପାରୁନାହିଁ। ଜିଲା କଂଗ୍ରେସ କମିଟିର ସୂଚନା ମୁତାବକ ଢେଙ୍କାନାଳ ଲୋକ ସଭା ପାଇଁ ଅଖିଳ ଭାରତୀୟ କଂଗ୍ରେସ କମିଟି ସମ୍ପାଦିକା ସସ୍ମିତା ବେହେରା ଆଶାୟୀ ଥିବା ବେଳେ ଢେଙ୍କାନାଳ ରାଜ ପରିବାର ପକ୍ଷରୁ ମଧ୍ୟ ଜଣେ ଆଶାୟୀ ପ୍ରାର୍ଥୀ ହେବାର ସମ୍ଭାବନା ରହିଥିବା ଆଲୋଚନା ହେଉଛି। ସେହିପରି ଢେଙ୍କାନାଳ ବିଧାନସଭା ପାଇଁ ସୁସ୍ମିତା ସିଂହଦେଓଙ୍କ ସମେତ ଜିଲା ସଭାପତି ସୁନୀଲ ଦାଶ, ଯୁବ କଂଗ୍ରେସ ସଭାପତି ଶୁଭମ ଦାଶ, ଜିଲା ମହିଳା କଂଗ୍ରେସ ସଭାପତି ସ୍ମିତାରାଣୀ ସାମଲ ପ୍ରମୁଖ ଆଶାୟୀ ରହିଛନ୍ତି। କାମାକ୍ଷାନଗର ବିଧାନସଭା ନିର୍ବାଚନମଣ୍ଡଳୀରେ ବିଶିଷ୍ଟ ଶିକ୍ଷକ ନେତା ବିପ୍ରବର ସାହୁ, ପ୍ରଭୁଦତ୍ତ ଭଟ୍ଟ ଓ ପିସିସି ସାଧାରଣ ସମ୍ପାଦକ ଆଦିତ୍ୟ ମହାପାତ୍ରଙ୍କ ନାମ ଆଶାୟୀ ପ୍ରାର୍ଥୀଭାବେ ରହିଛି। ହିନ୍ଦୋଳ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଗୋବର୍ଦ୍ଧନ ଶେଖର ନାଏକ ଓ କୈଳାସ ନାଏକ, ପରଜଙ୍ଗ ବିଧାନସଭା ନିର୍ବାଚନମଣ୍ଡଳୀରେ ରଣଜିତ ସାହୁ ଓ ବିଜୟ ରାଉତରାୟଙ୍କ ନାମ ଚର୍ଚ୍ଚା ହେଉଥିବା ଜଣାପଡିଛି। ହିନ୍ଦୋଳକୁ ଛାଡି ବାକି ଆସନରେ ବିଜେଡି ଓ ଭାଜପା ପ୍ରାର୍ଥୀମାନେ ଏକପ୍ରକାର ପ୍ରଚାର କାମ ଆରମ୍ଭ କରିଥିବା ବେଳେ କଂଗ୍ରେସର ପ୍ରାର୍ଥୀ ଘୋଷଣା ହୋଇ ନ ଥିବାରୁ ଦଳର ପ୍ରାର୍ଥୀମାନେ କେବେ ପ୍ରଚାରରେ ସାମିଲ ହେବେ ତାହା ଆଲୋଚନାର ବିଷୟ ହୋଇଛି। ଏ ସଂକ୍ରାନ୍ତରେ ଜିଲା କଂଗ୍ରେସ ସଭାପତି ସୁନୀଲ ଦାଶ କହିଛନ୍ତି, ଜିଲା କଂଗ୍ରେସ ପକ୍ଷରୁ ସମସ୍ତ ତାଲିକା ହାଇକମାଣ୍ଡଙ୍କ ନିକଟକୁ ପଠାଯାଇଛି। ଚୂଡ଼ାନ୍ତ ନିଷ୍ପତ୍ତିି ହାଇକମାଣ୍ଡଙ୍କ ହାତରେ। ଜିଲା ବିଜେଡି ସଭାପତି ତଥା ପରଜଙ୍ଗ ବିଧାୟକ ଡା. ନୃସିଂହ ଚରଣ ସାହୁ କହିଛନ୍ତି, ବିଳମ୍ବ ତ ହେଉଛି। କେବେ ଘୋଷଣା ହେବ ଅପେକ୍ଷା କରିଛୁ। ଜିଲା ଭାଜପା ସଭାପତି ନରେଶଚନ୍ଦ୍ର ମହାପାତ୍ର କହିଛନ୍ତି, ଦଳର ସର୍ବଭାରତୀୟ ସ୍ତରରେ ପ୍ରାର୍ଥୀ ଚୂଡ଼ାନ୍ତ କରାଯାଉଛି। ତେଣୁ ନିଷ୍ପତ୍ତି ଅପେକ୍ଷାରେ ରହିଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri