ଶଙ୍ଖ ଭବନରେ ସମ୍ବିତଙ୍କ ସହ ଅସନ୍ତୁଷ୍ଟଙ୍କ ଯୁକ୍ତିତର୍କ

ଜଗତ୍‌ସିଂହପୁର, ୧୧ା୪ (ପ୍ରମୋଦ କୁମାର ନାୟକ)ପାରାଦୀପ ନିର୍ବାଚନମଣ୍ଡଳୀ ବିଜେଡି କଳି ଛିଡିବା ପରିବର୍ତ୍ତେ ଦିନକୁଦିନ ବଢ଼ିବାରେ ଲାଗିଛି। ଏହି କଳି ଏବେ ପାରାଦୀପରୁ ଶଙ୍ଖ ଭବନରେ ପହଞ୍ଚତ୍ଲାଣି। ବଡ କଥା ହେଲା ଶଙ୍ଖ ଭବନରେ ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳଙ୍କ ନଁାରେ ବିଧାୟକ ସମ୍ବିତ ରାଉତରାୟ ଆକ୍ଷେପମୂଳକ ବକ୍ତବ୍ୟ ବୁଧବାର ନିଆରା ପରିବେଶ ସୃଷ୍ଟି କରିଥିଲା। ଏପରି କି ବିଧାୟକଙ୍କ ସହ ତାଙ୍କ ଉପରେ ଅସନ୍ତୁଷ୍ଟ ଥିବା ନେତା ଓ କର୍ମୀମାନେ ଯୁକ୍ତି କରିଥିଲେ। ଏ ପରିସ୍ଥିତିରେ ବିଜେଡି ଜଗତ୍‌ସିଂହପୁର ଜିଲା ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ଅରୁଣ ସାହୁ ବୁଝାବୁଝି କରି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିବା କୁହାଯାଇଛି। ଆଗକୁ ଦେଖିବାର ଅଛି ସ୍ଥିତିରେ ପରିବର୍ତ୍ତନ ଆସୁଛି କି ବଢୁଛି।
ପାରାଦୀପରେ ଏ ପର୍ଯ୍ୟନ୍ତ ବିଜେଡି ପ୍ରାର୍ଥୀ ଘୋଷଣା କରିପାରିନାହିଁ। ପ୍ରାର୍ଥୀ ଘୋଷଣାରେ ଯେତିକି ବିଳମ୍ବ ହେଉଛି ନିର୍ବାଚନମଣ୍ଡଳୀରେ ବିଧାୟକ ସମ୍ବିତଙ୍କ ବିରୋଧରେ ଅସନ୍ତୋଷ ସେତିକି ବଢିବାରେ ଲାଗିଛି। ଏପରି କି ଅନେକ ଲୋକ ପ୍ରତିନିଧି ଓ ଦଳୀୟ ନେତା, କର୍ମୀ ସମ୍ବିତଙ୍କୁ ଶାଣିତ ସମାଲୋଚନା କରୁଛନ୍ତି। ନିକଟରେ ସମ୍ବିତ ଦଳୀୟ ଶୃଙ୍ଖଳା ଭଙ୍ଗ କରିଥିବା ଅଭିଯୋଗ କରି ଏହି ନେତା, କର୍ମୀମାନେ ମେଳି ହେବାରେ ଲାଗିଛନ୍ତି। ସମ୍ବିତ କିମ୍ବା ତାଙ୍କ ପରିବାରର କାହାରିକୁ ପ୍ରାର୍ଥୀ ନ କରିବା ପାଇଁ ଅଡି ବସିଛନ୍ତି। ଏହା ଭିତରେ ସେମାନେ ଏକାଧିକ ଥର ବୈଠକ କରି ସାରିଲେଣି। ସମ୍ଭାବ୍ୟ ପରିସ୍ଥିତିକୁ ଦେଖି ଦଳ ନେତୃତ୍ୱ ସମାଧାନ ପାଇଁ ଗତ ୮ ତାରିଖରେ ନବୀନ ନିବାସକୁ ଡାକିଥିଲେ। ପ୍ରସ୍ତୁତି ମୁତାବକ ସେଠାରେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଜଗତ୍‌ସିଂହପୁର ଜିଲା ପର୍ଯ୍ୟବେକ୍ଷକ ଅରୁଣ ସାହୁ, ସହ ପର୍ଯ୍ୟବେକ୍ଷକ ଗିରିଶ ଦାସ ଓ ନିର୍ବାଚନମଣ୍ଡଳୀ ପର୍ଯ୍ୟବେକ୍ଷକ ସନ୍ତୋଷ ବେଜ୍‌ ଅସନ୍ତୁଷ୍ଟମାନଙ୍କ ସହ ନବୀନ ନିବାସ ଯାଇଥିଲେ। ତା’ ପରେ ସେଠାରେ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ସାକ୍ଷାତ କରି ସେମାନଙ୍କ ଅସନ୍ତୋଷ ବଖାଣି ଥିଲେ। ବିଶେଷକରି ସ୍ବର୍ଗତ ଦାମୋଦର ରାଉତ ଦୀର୍ଘ ୪୦ବର୍ଷ ଧରି କ୍ଷମତା ଉପଭୋଗ କରିଥିଲେ। ପରେ ଅର୍ଥାତ୍‌ ୨୦୧୯ରେ ଭାଜପାରେ ମିଶି ଏହି ଦଳରୁ ବାଲିକୁଦା-ଏରସମାରୁ ପ୍ରାର୍ଥୀ ହୋଇଥିଲେ। ସେତେବେଳେ ସେ ବିଜେଡି ବିରୋଧରେ ବର୍ଷୁଥିଲେ ସୁଦ୍ଧା ନିଜର ରାଜନୈତିକ ବିଚକ୍ଷଣତା ବଳରେ ପୁଅ ସମ୍ବିତଙ୍କୁ ପାରାଦୀପରେ ବିଜେଡି ପ୍ରାର୍ଥୀ କରାଇବାରେ ସଫଳ ହୋଇଥିଲେ। ତାଙ୍କ ମୃତ୍ୟୁ ପରେ ଏବେ ସମ୍ବିତ ପତ୍ନୀଙ୍କୁ ବିଜେଡି ପ୍ରାର୍ଥୀ କରିବେ ବୋଲି ଆଗୁଆ ଘୋଷଣା କରି ସାରିଲେଣି। ଯାହା ଦଳୀୟ ଶୃଙ୍ଖଳା ଭଙ୍ଗ କରୁଛି। ନିର୍ବାଚନମଣ୍ଡଳୀରେ ଲୋକଙ୍କ ସହ ସମ୍ପର୍କ ନ ରଖି ଦଳୀୟ ନେତା ଓ କର୍ମୀଙ୍କୁ ଦୁର୍ବ୍ୟବହାର କରିବା ପ୍ରକାରାନ୍ତରେ ବିଜେଡିର ଲୋକପ୍ରିୟତା ଉପରେ ଆଞ୍ଚ ଆଣିଛି। ପାରାଦୀପରେ ବିଜେଡିର କେହି ନେତୃତ୍ୱ ନ ଥିଲା ଭଳି ଗୋଟିଏ ପରିବାର ଉପରେ ଦଳ ଭରସା କରିବା ସେମାନଙ୍କୁ କଷ୍ଟ ଦେଉଛି। ସମ୍ବିତଙ୍କ ପରିବାର ବାଦ ଅନ୍ୟ ଯିଏ ପ୍ରାର୍ଥୀ ହେଲେ କୌଣସି ଅସୁବିଧା ନାହିଁ ବୋଲି ଏହି ନେତୃତ୍ୱମାନେ ଅନୁରୋଧ କରିଥିଲେ। ତେବେ ବ୍ୟସ୍ତ ନ ହୋଇ ସଙ୍ଗଠନ ପାଇଁ କାମ କରିବାକୁ ପାଣ୍ଡିଆନ ପରାମର୍ଶ ଦେଇଥିବା କେତେଜଣ ପ୍ରତିକ୍ରିୟାରେ କହିଛନ୍ତି। ଏହାପରେ ପୁଣି ବୁଧବାର ଶଙ୍ଖ ଭବନରେ ଉଭୟପକ୍ଷ ସାମ୍ନାସାମ୍ନି ବସି ଆଲୋଚନା କରିବାକୁ ସ୍ଥିର ହୋଇଥିଲା। ସମ୍ବିତ ଓ ତାଙ୍କ ସପକ୍ଷବାଦୀ କମ୍‌ ସଂଖ୍ୟକ ଯାଇଥିବା ବେଳେ ବିରୋଧୀ ସଂଖ୍ୟା ଅଧିକ ଥିଲା। ଦଳ ଜିଲା ପର୍ଯ୍ୟବେକ୍ଷକ, ସହ ପର୍ଯ୍ୟବେକ୍ଷକ ଓ ନିର୍ବାଚନମଣ୍ଡଳୀ ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ଆଲୋଚନା ବେଳେ ହଠାତ୍‌ ବିଧାୟକ ସମ୍ବିତ ଉତ୍‌କ୍ଷିପ୍ତ ହୋଇ ପାରାଦୀପ ପୌରାଧ୍ୟକ୍ଷ ବସନ୍ତଙ୍କ ନଁା ନେଇ ଆକ୍ଷେପମୂଳକ ମନ୍ତବ୍ୟ ଦେଇଥିଲେ। ଏଥିରେ ଅସନ୍ତୁଷ୍ଟମାନେ ପ୍ରତିକ୍ରିୟାଶୀଳ ହୋଇ ପଡିଥିଲେ। ଯାହା କଥା ହେବା କଥା ସାମ୍ନାସାମ୍ନି କରିବା ପରିବର୍ତ୍ତେ ଅନୁପସ୍ଥିତ ଥିବା ଜଣେ ନେତାଙ୍କୁ ସମାଲୋଚନା ଗ୍ରହଣୀୟ ନୁହେଁ ବୋଲି ପ୍ରତିବାଦ କରିଥିଲେ। ତେବେ ପର୍ଯ୍ୟବେକ୍ଷକଙ୍କ ହସ୍ତକ୍ଷେପ ଯୋଗୁ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। ଏହି ଆଲୋଚନା ସମୟରେ କୁଜଙ୍ଗ ବ୍ଲକର ପୂର୍ବତନ ଅଧ୍ୟକ୍ଷ ସ୍ମୃତିରଞ୍ଜନ ବେହେରା, ପୂର୍ବତନ ସରପଞ୍ଚ ସଂଗ୍ରାମ ମନ୍ତ୍ରୀ, ତପନ ସାମନ୍ତରାୟ, ସରପଞ୍ଚ ସରୋଜ ସେଠୀ, ପୂର୍ବତନ ସରପଞ୍ଚ ଶିଶିର ଦାସ, ପାରାଦୀପର ଏକାଧିକ କାଉନସିଲର ଓ ପୂର୍ବତନ କାଉନସିଲରଙ୍କ ସମେତ ଶତାଧିକ ଦଳୀୟ ନେତା ଓ କର୍ମୀ ଯୋଗ ଦେଇଥିଲେ। ଆଗକୁ ଦେଖିବାର ଅଛି ପରିସ୍ଥିତି କେଉଁ ମୋଡ ନେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପହଲଗାମ ଆକ୍ରମଣର ପ୍ରତିଶୋଧ ନେଲା ଭାରତ: ଟଳିପଡ଼ିଲେ ମୂସା

ଶ୍ରୀନଗର,୩୦।୯: ଜମ୍ମୁ-କଶ୍ମୀରର ବଡଗାମ ଜିଲାରେ ସୁରକ୍ଷାବାହିନୀକୁ ବଡ଼ ସଫଳତା ମିଳିଛି। ୟୁସମର୍ଗ ଅଞ୍ଚଳରେ ଚାଲିଥିବା ତଲାସୀ ଅଭିଯାନ ବେଳେ ପାକିସ୍ତାନ ଭିତ୍ତିକ ଆତଙ୍କୀ ସଂଗଠନ ଲସ୍କର-ଏ-ତୋଏବା (LeT)ର…

ଓଡ଼ିଶା ପାଇଁ ଗୌରବ ଆଣିଲେ ଆଶୀର୍ବାଦ: ମାଉଣ୍ଟ ମଚୋଇ-୨ ଶିଖରରେ ଉଡ଼ାଇଲେ ତ୍ରିରଙ୍ଗା

ବରଗଡ଼,୩୦।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ କୁଲିତା ଟୁକୁରା ଗ୍ରାମର ପର୍ବତାରୋହୀ ଆଶୀର୍ବାଦ ମହାପାତ୍ର ପ୍ରାୟ ୫,୧୩୦ ମିଟର(୧୬,୮୩୦ ଫୁଟ) ଉଚ୍ଚତାବିଶିଷ୍ଟ ଜମ୍ମୁ-କଶ୍ମୀରର ମାଉଣ୍ଟ ମଚୋଇ-୨…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ଦିଲ୍ଲୀରେ କନ୍ଧମାଳ ହଳଦୀର ଚାହିଦା: ଗୌରବ ବଢ଼ାଇଲେ ଦାରିଙ୍ଗବାଡ଼ିର ମହିଳା ଉଦ୍ୟୋଗୀ

ଦାରିଙ୍ଗବାଡ଼ି, ୩୦।୯ (ଅରୁଣ ସାହୁ): କନ୍ଧମାଳର ପାରମ୍ପରିକ ହଳଦୀକୁ ଜାତୀୟସ୍ତରରେ ପରିଚିତ କରାଇବା ଦିଗରେ ଆଉ ଏକ ପଦକ୍ଷେପ। ଦାରିଙ୍ଗବାଡ଼ି ବ୍ଲକର ମହିଳା ଉଦ୍ୟୋଗୀ ଝରଣା ସାହୁ…

ଏସିଆନ ଗେମ୍ସରେ ଚମତ୍କାର କଲେ ଭାରତୀୟ ତୀରନ୍ଦାଜ ଟିମ୍‌: ଚାଇନାକୁ ହରାଇ ରଚିଲେ ଇତିହାସ

ନୂଆଦିଲ୍ଲୀ,୩୦।୯: ୨୦୨୬ ଏସିଆନ ଗେମ୍ସରେ ଭାରତକୁ ମିଳିଛି ସପ୍ତମ ସ୍ବର୍ଣ୍ଣ ପଦକ। କମ୍ପାଉଣ୍ଡ ତୀରନ୍ଦାଜୀର ମହିଳା ଟିମ ଇଭେଣ୍ଟରେ ଭାରତ ଚାଇନାକୁ ୨୩୮-୨୩୪ ପଏଣ୍ଟରେ ପରାସ୍ତ କରି…

୬ ବର୍ଷ ପରେ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର: ଶ୍ରଦ୍ଧାଳୁଙ୍କ ସହ ପ୍ରବେଶ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ,୩୦ା୯(ଅଜିତ୍‌ କୁମାର ମହାନ୍ତି)ଦୀର୍ଘଦିନ ଧରି ଭକ୍ତଙ୍କ ପାଇଁ ବନ୍ଦ ରହିଥିବା ମହାପ୍ରଭୁଙ୍କ ଜନ୍ମବେଦି ଶ୍ରୀଗୁଣ୍ଡିଚା ମନ୍ଦିର ବୁଧବାରଠାରୁ ଖୋଲିଛି। ପୂଜାର୍ଚ୍ଚନା ପରେ ୭ଟା ୪୫ ମିନଟ୍‌ରେ ସର୍ବସାଧାରଣଙ୍କ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?