ଶଙ୍ଖ ଭବନରେ ସମ୍ବିତଙ୍କ ସହ ଅସନ୍ତୁଷ୍ଟଙ୍କ ଯୁକ୍ତିତର୍କ

ଜଗତ୍‌ସିଂହପୁର, ୧୧ା୪ (ପ୍ରମୋଦ କୁମାର ନାୟକ)ପାରାଦୀପ ନିର୍ବାଚନମଣ୍ଡଳୀ ବିଜେଡି କଳି ଛିଡିବା ପରିବର୍ତ୍ତେ ଦିନକୁଦିନ ବଢ଼ିବାରେ ଲାଗିଛି। ଏହି କଳି ଏବେ ପାରାଦୀପରୁ ଶଙ୍ଖ ଭବନରେ ପହଞ୍ଚତ୍ଲାଣି। ବଡ କଥା ହେଲା ଶଙ୍ଖ ଭବନରେ ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳଙ୍କ ନଁାରେ ବିଧାୟକ ସମ୍ବିତ ରାଉତରାୟ ଆକ୍ଷେପମୂଳକ ବକ୍ତବ୍ୟ ବୁଧବାର ନିଆରା ପରିବେଶ ସୃଷ୍ଟି କରିଥିଲା। ଏପରି କି ବିଧାୟକଙ୍କ ସହ ତାଙ୍କ ଉପରେ ଅସନ୍ତୁଷ୍ଟ ଥିବା ନେତା ଓ କର୍ମୀମାନେ ଯୁକ୍ତି କରିଥିଲେ। ଏ ପରିସ୍ଥିତିରେ ବିଜେଡି ଜଗତ୍‌ସିଂହପୁର ଜିଲା ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ଅରୁଣ ସାହୁ ବୁଝାବୁଝି କରି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିବା କୁହାଯାଇଛି। ଆଗକୁ ଦେଖିବାର ଅଛି ସ୍ଥିତିରେ ପରିବର୍ତ୍ତନ ଆସୁଛି କି ବଢୁଛି।
ପାରାଦୀପରେ ଏ ପର୍ଯ୍ୟନ୍ତ ବିଜେଡି ପ୍ରାର୍ଥୀ ଘୋଷଣା କରିପାରିନାହିଁ। ପ୍ରାର୍ଥୀ ଘୋଷଣାରେ ଯେତିକି ବିଳମ୍ବ ହେଉଛି ନିର୍ବାଚନମଣ୍ଡଳୀରେ ବିଧାୟକ ସମ୍ବିତଙ୍କ ବିରୋଧରେ ଅସନ୍ତୋଷ ସେତିକି ବଢିବାରେ ଲାଗିଛି। ଏପରି କି ଅନେକ ଲୋକ ପ୍ରତିନିଧି ଓ ଦଳୀୟ ନେତା, କର୍ମୀ ସମ୍ବିତଙ୍କୁ ଶାଣିତ ସମାଲୋଚନା କରୁଛନ୍ତି। ନିକଟରେ ସମ୍ବିତ ଦଳୀୟ ଶୃଙ୍ଖଳା ଭଙ୍ଗ କରିଥିବା ଅଭିଯୋଗ କରି ଏହି ନେତା, କର୍ମୀମାନେ ମେଳି ହେବାରେ ଲାଗିଛନ୍ତି। ସମ୍ବିତ କିମ୍ବା ତାଙ୍କ ପରିବାରର କାହାରିକୁ ପ୍ରାର୍ଥୀ ନ କରିବା ପାଇଁ ଅଡି ବସିଛନ୍ତି। ଏହା ଭିତରେ ସେମାନେ ଏକାଧିକ ଥର ବୈଠକ କରି ସାରିଲେଣି। ସମ୍ଭାବ୍ୟ ପରିସ୍ଥିତିକୁ ଦେଖି ଦଳ ନେତୃତ୍ୱ ସମାଧାନ ପାଇଁ ଗତ ୮ ତାରିଖରେ ନବୀନ ନିବାସକୁ ଡାକିଥିଲେ। ପ୍ରସ୍ତୁତି ମୁତାବକ ସେଠାରେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଜଗତ୍‌ସିଂହପୁର ଜିଲା ପର୍ଯ୍ୟବେକ୍ଷକ ଅରୁଣ ସାହୁ, ସହ ପର୍ଯ୍ୟବେକ୍ଷକ ଗିରିଶ ଦାସ ଓ ନିର୍ବାଚନମଣ୍ଡଳୀ ପର୍ଯ୍ୟବେକ୍ଷକ ସନ୍ତୋଷ ବେଜ୍‌ ଅସନ୍ତୁଷ୍ଟମାନଙ୍କ ସହ ନବୀନ ନିବାସ ଯାଇଥିଲେ। ତା’ ପରେ ସେଠାରେ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ସାକ୍ଷାତ କରି ସେମାନଙ୍କ ଅସନ୍ତୋଷ ବଖାଣି ଥିଲେ। ବିଶେଷକରି ସ୍ବର୍ଗତ ଦାମୋଦର ରାଉତ ଦୀର୍ଘ ୪୦ବର୍ଷ ଧରି କ୍ଷମତା ଉପଭୋଗ କରିଥିଲେ। ପରେ ଅର୍ଥାତ୍‌ ୨୦୧୯ରେ ଭାଜପାରେ ମିଶି ଏହି ଦଳରୁ ବାଲିକୁଦା-ଏରସମାରୁ ପ୍ରାର୍ଥୀ ହୋଇଥିଲେ। ସେତେବେଳେ ସେ ବିଜେଡି ବିରୋଧରେ ବର୍ଷୁଥିଲେ ସୁଦ୍ଧା ନିଜର ରାଜନୈତିକ ବିଚକ୍ଷଣତା ବଳରେ ପୁଅ ସମ୍ବିତଙ୍କୁ ପାରାଦୀପରେ ବିଜେଡି ପ୍ରାର୍ଥୀ କରାଇବାରେ ସଫଳ ହୋଇଥିଲେ। ତାଙ୍କ ମୃତ୍ୟୁ ପରେ ଏବେ ସମ୍ବିତ ପତ୍ନୀଙ୍କୁ ବିଜେଡି ପ୍ରାର୍ଥୀ କରିବେ ବୋଲି ଆଗୁଆ ଘୋଷଣା କରି ସାରିଲେଣି। ଯାହା ଦଳୀୟ ଶୃଙ୍ଖଳା ଭଙ୍ଗ କରୁଛି। ନିର୍ବାଚନମଣ୍ଡଳୀରେ ଲୋକଙ୍କ ସହ ସମ୍ପର୍କ ନ ରଖି ଦଳୀୟ ନେତା ଓ କର୍ମୀଙ୍କୁ ଦୁର୍ବ୍ୟବହାର କରିବା ପ୍ରକାରାନ୍ତରେ ବିଜେଡିର ଲୋକପ୍ରିୟତା ଉପରେ ଆଞ୍ଚ ଆଣିଛି। ପାରାଦୀପରେ ବିଜେଡିର କେହି ନେତୃତ୍ୱ ନ ଥିଲା ଭଳି ଗୋଟିଏ ପରିବାର ଉପରେ ଦଳ ଭରସା କରିବା ସେମାନଙ୍କୁ କଷ୍ଟ ଦେଉଛି। ସମ୍ବିତଙ୍କ ପରିବାର ବାଦ ଅନ୍ୟ ଯିଏ ପ୍ରାର୍ଥୀ ହେଲେ କୌଣସି ଅସୁବିଧା ନାହିଁ ବୋଲି ଏହି ନେତୃତ୍ୱମାନେ ଅନୁରୋଧ କରିଥିଲେ। ତେବେ ବ୍ୟସ୍ତ ନ ହୋଇ ସଙ୍ଗଠନ ପାଇଁ କାମ କରିବାକୁ ପାଣ୍ଡିଆନ ପରାମର୍ଶ ଦେଇଥିବା କେତେଜଣ ପ୍ରତିକ୍ରିୟାରେ କହିଛନ୍ତି। ଏହାପରେ ପୁଣି ବୁଧବାର ଶଙ୍ଖ ଭବନରେ ଉଭୟପକ୍ଷ ସାମ୍ନାସାମ୍ନି ବସି ଆଲୋଚନା କରିବାକୁ ସ୍ଥିର ହୋଇଥିଲା। ସମ୍ବିତ ଓ ତାଙ୍କ ସପକ୍ଷବାଦୀ କମ୍‌ ସଂଖ୍ୟକ ଯାଇଥିବା ବେଳେ ବିରୋଧୀ ସଂଖ୍ୟା ଅଧିକ ଥିଲା। ଦଳ ଜିଲା ପର୍ଯ୍ୟବେକ୍ଷକ, ସହ ପର୍ଯ୍ୟବେକ୍ଷକ ଓ ନିର୍ବାଚନମଣ୍ଡଳୀ ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ଆଲୋଚନା ବେଳେ ହଠାତ୍‌ ବିଧାୟକ ସମ୍ବିତ ଉତ୍‌କ୍ଷିପ୍ତ ହୋଇ ପାରାଦୀପ ପୌରାଧ୍ୟକ୍ଷ ବସନ୍ତଙ୍କ ନଁା ନେଇ ଆକ୍ଷେପମୂଳକ ମନ୍ତବ୍ୟ ଦେଇଥିଲେ। ଏଥିରେ ଅସନ୍ତୁଷ୍ଟମାନେ ପ୍ରତିକ୍ରିୟାଶୀଳ ହୋଇ ପଡିଥିଲେ। ଯାହା କଥା ହେବା କଥା ସାମ୍ନାସାମ୍ନି କରିବା ପରିବର୍ତ୍ତେ ଅନୁପସ୍ଥିତ ଥିବା ଜଣେ ନେତାଙ୍କୁ ସମାଲୋଚନା ଗ୍ରହଣୀୟ ନୁହେଁ ବୋଲି ପ୍ରତିବାଦ କରିଥିଲେ। ତେବେ ପର୍ଯ୍ୟବେକ୍ଷକଙ୍କ ହସ୍ତକ୍ଷେପ ଯୋଗୁ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। ଏହି ଆଲୋଚନା ସମୟରେ କୁଜଙ୍ଗ ବ୍ଲକର ପୂର୍ବତନ ଅଧ୍ୟକ୍ଷ ସ୍ମୃତିରଞ୍ଜନ ବେହେରା, ପୂର୍ବତନ ସରପଞ୍ଚ ସଂଗ୍ରାମ ମନ୍ତ୍ରୀ, ତପନ ସାମନ୍ତରାୟ, ସରପଞ୍ଚ ସରୋଜ ସେଠୀ, ପୂର୍ବତନ ସରପଞ୍ଚ ଶିଶିର ଦାସ, ପାରାଦୀପର ଏକାଧିକ କାଉନସିଲର ଓ ପୂର୍ବତନ କାଉନସିଲରଙ୍କ ସମେତ ଶତାଧିକ ଦଳୀୟ ନେତା ଓ କର୍ମୀ ଯୋଗ ଦେଇଥିଲେ। ଆଗକୁ ଦେଖିବାର ଅଛି ପରିସ୍ଥିତି କେଉଁ ମୋଡ ନେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ

କଟକ,୨୦।୯(ଶିଳ୍ପା ପ୍ରିୟଦର୍ଶିନୀ) କଟକ ବାଲିଯାତ୍ରା ଉପର ପଡିଆରେ ଗଣେଶ ମହୋତ୍ସବ ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ଉତ୍ସବରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଯୋଗଦେଇଥିଲେ। ଏହାପରେ...

ଭରତପୁର ଥାନା ଘଟଣା: ଉଦ୍‌ବେଗ ପ୍ରକାଶ କଲେ ରାହୁଲ ଗାନ୍ଧି

ଭୁବନେଶ୍ୱର,୨୦ା୯: ଭରତପୁର ଥାନାରେ ମେଜର ଏବଂ ତାଙ୍କ ବାନ୍ଧବୀଙ୍କ ପୋଲିସର ଅତ୍ୟାଚାର ଏବଂ ଯୌନ ନିର୍ଯାତନା ଅଭିଯୋଗ ମାମଲା ଓଡ଼ିଶାକୁ ସାରା ଦେଶରେ ଲଜ୍ଜିତ କରିଛି।...

ବୋନସ ଦାବି ତେଜିଲା…

ରାଉରକେଲା,୨୦।୯(ସଙ୍ଗୀତା ଜେନା): କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ ସିଟୁ ସମର୍ଥିତ ଷ୍ଟିଲ୍‌ ଏମ୍ପ୍ଲୟିଜ୍‌ ଟ୍ରେଡ୍‌ ୟୁନିୟନ ତଥା ରାଉରକେଲା କଣ୍ଟ୍ରାକ୍ଟର ୱାର୍କର୍ସ ୟୁନିୟନ ପକ୍ଷରୁ ଶୁକ୍ରବାର ପାୱାରଗେଟ୍‌...

ନିଆରା ଅନ୍ଦାଜରେ ମୁଖ୍ୟମନ୍ତ୍ରୀ: କ୍ରୀଡାବିତଙ୍କୁ କଲେ ଉତ୍ସାହିତ

କେନ୍ଦୁଝର ,୨୦ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା କରଞ୍ଜିଆପଡା ଖେଳପଡିଆରେ ଆୟୋଜିତ ୧୮ ତମ ନକ ଆଉଟ୍ ଫୁଟବଲ ପ୍ରତିଯୋଗିତାରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ...

ଦିବ୍ରୁଗଡ଼ ଚେକ୍‌ପୋଷ୍ଟ ସିଲ୍‌ କଲେ ପଶ୍ଚିମବଙ୍ଗ ସରକାର: ରାସ୍ତାରେ ଅଟକିଛି ହଜାର ହଜାର ଟ୍ରକ୍‌

ରାଞ୍ଚି,୨୦ା୯: ପଶ୍ଚିମବଙ୍ଗ ସରକାର ଦିବ୍ରୁଗଡ଼ ଚେକ୍‌ପୋଷ୍ଟ ସିଲ୍‌ କରିଦେଇଥିବାରୁ ଝାଡ଼ଖଣ୍ଡରୁ ଯାଉଥିବା ହଜାର ହଜାର ଭାରୀଯାନ ୧୯ ନମ୍ବର ଜାତୀୟ ରାଜପଥରେ ଅଟକି ରହିଛି। ଆନ୍ତଃରାଜ୍ୟ...

ଝାଡ଼ାବାନ୍ତିରେ ୩ ମୃତ, ୩୦ରୁ ଊର୍ଦ୍ଧ୍ୱ ହସ୍ପିଟାଲରେ ଭର୍ତ୍ତି 

ବାରିପଦା,୨୦ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅଧୀନ ଗୁଡ଼ିଆଲବନ୍ଧ ପଞ୍ଚାୟତ ଆଲବନ୍ଧ ଗ୍ରାମ ବାଥୁଡ଼ିସାହିରେ ଝାଡ଼ାବାନ୍ତି ଜନିତ ରୋଗରେ ୩ ଜଣଙ୍କର ମୃତ୍ୟୁ...

ବଂଶଧାରା ନଦୀରେ ମିଶିଲା କାରଖାନାର ବିଷାକ୍ତ ରାସାୟନିକ ପାଣି: ଜଳ ଯୋଗାଣ ବନ୍ଦ ଲୋକେ ହନ୍ତସନ୍ତ

କାଶୀନଗର,୨୦ା୯(ଟି. କ୍ରିଷ୍ଣା ରାଓ): ଗଜପତି ଜିଲା କାଶୀନଗର ଦେଇ ପ୍ରବାହିତ ବଂଶଧାରା ନଦୀ ପାଣିରେ ବେଦାନ୍ତ କାରଖାନାର କାଷ୍ଟିକ ପୋଖରୀ ହୁଡା ଭାଙ୍ଗି କ୍ଷୟକାରୀ ବିଷାକ୍ତ...

ଭରତପୁର ଥାନା ଘଟଣା: ଓଡ଼ିଶା ସରକାରଙ୍କୁ କଡ଼ା ସମାଲୋଚନା କଲେ ପ୍ରିୟଙ୍କା ଗାନ୍ଧି

ଭୁବନେଶ୍ୱର,୧୯।୯: ଭରତପୁର ଥାନା ଘଟଣାକୁ ନେଇ ଓଡ଼ିଶା ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ। ଏକ୍ସରେ ଏକ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri