ହିନ୍ଦୀ, ଖେଳ ଶିକ୍ଷକ ପଢ଼ାଇବେ ସାହିତ୍ୟ, ଇତିହାସ, ଭୂଗୋଳ

ଢେଙ୍କାନାଳ ଅଫିସ, ୧୪ ।୮: ପ୍ରଧାନ ଶିକ୍ଷକଙ୍କ ବିନା ଅନୁମତିରେ ବିଦ୍ୟାଳୟକୁ ଗଣମାଧ୍ୟମ ପ୍ରତିନିଧି ପ୍ରବେଶ କରିପାରିବେ ନାହିଁ। କିଛିଦିନ ତଳେ ଢେଙ୍କାନାଳ ଜିଲା ଶିକ୍ଷା ବିଭାଗ ପକ୍ଷରୁ ଜାରି କରାଯାଇଥିବା ଏଭଳି ଏକ ଚିଠିକୁ ନେଇ ରାଜ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଥିଲା। ପରବର୍ତ୍ତୀ ସମୟରେ ଏହାକୁ ନେଇ ଜିଲାପାଳଙ୍କୁ ସ୍ପଷ୍ଟୀକରଣ ଦେବାକୁ ପଡ଼ିଥିଲା। ଏବେ ଅନୁରୂପ ଏକ ନିର୍ଦ୍ଦେଶନାମାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଜିଲାରେ ହିନ୍ଦୀ, କଳା ଓ କ୍ରୀଡ଼ା ଶିକ୍ଷକମାନେ ଏଣିକି ହାଇସ୍କୁଲର ଛାତ୍ରୀଛାତ୍ରଙ୍କୁ ସାହିତ୍ୟ, ଇତିହାସ, ଭୂଗୋଳ ପଢ଼ାଇବେ। ଗତ ୧୧ ତାରିଖରେ ଜିଲା ଶିକ୍ଷାଧିକାରୀ (ଡିଇଓ)ଙ୍କ କାର୍ଯ୍ୟାଳୟର ପତ୍ର ନଂ. ୧୧୨୭୭ରେ ଅନୁଯାୟୀ ସମସ୍ତ ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ହିନ୍ଦୀ, କଳା ଏବଂ କ୍ରୀଡ଼ା ଶିକ୍ଷକମାନେ ଆବଶ୍ୟକ ସଂଖ୍ୟକ କ୍ଲାସ୍‌ କରୁନାହାନ୍ତି। ତେଣୁ ସେମାନଙ୍କୁ ସାହିତ୍ୟ, ଇତିହାସ ଏବଂ ଭୂଗୋଳ ପଢ଼ାଇବା ପାଇଁ ଡିଇଓ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।
ଅନ୍ୟପଟେ ଶିକ୍ଷା ବିଭାଗର ଏଭଳି ନିଷ୍ପତ୍ତିକୁ ନେଇ ଶିକ୍ଷୟିତ୍ରୀଶିକ୍ଷକମାନେ ଖୋଲାଖୋଲି ବିରୋଧ କରୁ ନ ଥିଲେ ମଧ୍ୟ ସେମାନଙ୍କ ଭିତରେ ଅସନ୍ତୋଷ ସୃଷ୍ଟି ହୋଇଛି।
ଏ ସଂକ୍ରାନ୍ତରେ ଜିଲା ଶିକ୍ଷାଧିକାରୀ ନିବେଦିତା ପାଣି କୁହନ୍ତି, ଏହା ଏକ ବଡ଼ ଇସ୍ୟୁ ନୁହେଁ। ବିଦ୍ୟାଳୟଗୁଡ଼ିକରେ ଶିକ୍ଷକ ପଦବୀ ଖାଲି ପଡ଼ିଛି। ତେଣୁ ଉକ୍ତ ବିଷୟରେ ପାଠ ପଢ଼ାଇବା ଲାଗି ଆଡ୍‌ଜଷ୍ଟ କରିବା ପାଇଁ ପ୍ରଧାନ ଶିକ୍ଷକମାନଙ୍କୁ କୁହାଯାଇଛି। ଏ ନେଇ ଶିକ୍ଷକ ସଂଘର କର୍ମକର୍ତ୍ତାଙ୍କ ସହିତ ଆଲୋଚନା ମଧ୍ୟ କରାଯାଇଛି। ତେବେ ଏହା ଏହା ବାଧ୍ୟତାମୂଳକ ନୁହେଁ ବୋଲି ସେ ପ୍ରତିକ୍ରିୟାରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିପଦପୂର୍ଣ୍ଣ ଅବସ୍ଥାରେ ଟ୍ରାନ୍ସଫର୍ମର: ଅଭିଯୋଗ ପରେ ବି ଶୁଣୁନାହାନ୍ତି ବିଭାଗୀୟ ଅଧିକାରୀ

ଗଞ୍ଜାମ,୪।୪(ଅନାଥ ତରାଇ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ସୂର୍ଯ୍ୟନାରାୟଣପୁର ଓଡ଼ିଆର୍ପି କଲୋନୀରେ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି ଟ୍ରାନ୍ସଫର୍ମର। ଇଲେକ୍ଟ୍ରି ଟ୍ରାନ୍ସଫର୍ମର ସ୍ଥାନୀୟ ବାସିନ୍ଦା ସୁଦର୍ଶନ ପ୍ରଧାନଙ୍କ…

ସାଙ୍ଗମାନଙ୍କ ସହ ମିଶି ଗାଧୋଇବାକୁ ଯାଇଥିଲେ ନାବାଳକ, ଖସିଗଲା ଗୋଡ, ଖୋଜାଖୋଜି ପରେ ମିଳିଲା…

ଆନନ୍ଦପୁର/ହାଟଡିହି,୪l୪ (ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାଏକ ): ବୈତରଣୀ ନଦୀରେ ବୁଡ଼ିଯାଇ କେନ୍ଦୁଝର ଜିଲା ରାମଚନ୍ଦପୁରୁ ଥାନା ଅନ୍ତର୍ଗତ ଅଞ୍ଜିରା ଗ୍ରାମର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ…

ରେଳ ଷ୍ଟେଶନରୁ ୪୦ ଲକ୍ଷ ଜବତ: ଯୁବକଙ୍କୁ ଅଟକ ରଖିଲା ପୋଲିସ

କେସିଙ୍ଗା,୪।୪(ତୁମେଶ୍ୱର ସାହୁ): ସମ୍ବଲପୁର ରେଲୱେ ଡିଭିଜନ ଅନ୍ତର୍ଗତ କେସିଙ୍ଗା ରେଲୱେ ଷ୍ଟେଶନରେ ଜଣେ ଯୁବକଙ୍କଠାରୁ ଟିଟିଲାଗଡ ରେଲୱେ ପୋଲିସ ୪୦ ଲକ୍ଷ ଟଙ୍କା ଜବତ ଜଣେ ଆସାମୀକୁ…

ଜାଲ୍‌ ଶିକ୍ଷକ ନିଯୁକ୍ତି କରି ଟଙ୍କା ଆତ୍ମସାତ୍‌ ଅଭିଯୋଗ: ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ଶିକ୍ଷକ

ନୂଆପଡ଼ା,୪ା୪ (ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି କଲେଜରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜାଲ୍‌ ଶିକ୍ଷକ ନିଯୁକ୍ତି କରି ଦରମା ଟଙ୍କା ଆତ୍ମସାତ୍‌ କରିଥିବା ସିନାପାଲି…

ରାତି ହେଲେ ଅବକାରୀ ଥାନା ବନ୍ଦ: ଡିସ୍‌ପ୍ଲେ ବୋର୍ଡ ଜଳୁଛି, କାର୍ଯ୍ୟାଳୟରେ ତାଲା ଝୁଲୁଛି

ଲୋଇସିଂହା,୪।୪(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ଅବକାରୀ ଥାନାରେ ରାତି ସମୟରେ କେହି ଷ୍ଟାଫ ରହୁ ନ ଥିବା ଅଭିଯୋଗ ହେଉଛି ା ବୁଧବାର ସନ୍ଧ୍ୟାରେ କାର୍ଯ୍ୟାଳୟର ଡିସପ୍ଲେ…

ଜବରଦଖଲରେ ସରକାରୀ ଜମି: ୯ ଏପ୍ରିଲରେ ଡିମାର୍କେଶନ ନିର୍ଦ୍ଧାରିତ

ବଞ୍ଚୋ,୪।୪(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଚୋରଗାଡ଼ିଆ ଗ୍ରାମରେ ସରକାରୀ ଜମି ଜବରଦଖଲ ନେଇ ସମସ୍ୟା ଗୁରୁତର ରୂପ ନେଇଥିଲା । ଏହି…

ସୌନ୍ଦର୍ଯ୍ୟ ହରାଇଲାଣି ଚିଲଡ୍ରେନ ପାର୍କ: ପ୍ରଶାସନ ଦୃଷ୍ଟି ଦେବାକୁ ଦାବି

ପଦ୍ମପୁର,୪ା୪(ପ୍ରଦୀପ୍ତ ଦାଶ ):ସହରକୁ ସରସ ସୁନ୍ଦର କରିବା ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମାତ୍ର ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଏ ସବୁ…

ବାରଣ୍ଡାରେ ଶୋଇଥିଲେ ମା’, ବିଷ ଦେଇଦେଲେ ପୁଅ: ଆଉ ତା’ପରେ…

ଭୋଗରାଇ,୪ା୪(ପ୍ରଦୀପ ଦାସ):ଘରେ ପୁଅଟିଏ ଜନ୍ମ ହେଲେ କୁଳ ରକ୍ଷା ହେବ। ପରିଣତ ବୟସରେ ମା’ବାପାଙ୍କ ସାହାରା ହେବା ସହ ମୃତ୍ୟୁ ପରେ ମୁଖାଗ୍ନି ଦେବ, ଏଭଳି ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri