Categories: ଖେଳ

ହିମା ଦାସ ସାମୟିକ ସସ୍‌ପେଣ୍ଡ

ନୂଆଦିଲ୍ଲୀ, ୬ା୯(ପି.ଟି.): ନ୍ୟାଶନାଲ ଆଣ୍ଟି ଡୋପିଙ୍ଗ ଏଜେନ୍ସି (ନାଡା) ଭାରତର ଷ୍ଟାର ସ୍ପ୍ରିଣ୍ଟର ହିମା ଦାସଙ୍କୁ ଅସ୍ଥାୟୀ ଭାବେ ସସ୍‌ପେଣ୍ଡ କରିଛି। ୧୨ ମାସରେ ୩ ଥର ତାଙ୍କ ଠିକଣା ଜଣାଇବା (ହୋୟାର ଏବାଉଟ)ରେ ସେ ବିଫଳ ହୋଇଛନ୍ତି। ବର୍ତ୍ତମାନ ଆଘାତଜନିତ ସମସ୍ୟାରେ ଥିବାରୁ ଆସାମର ଏହି ୨୩ ବର୍ଷୀୟା ଧାବିକାଙ୍କୁ ହାଙ୍ଗ୍‌ଝୋ ଏସିଆନ ଗେମ୍ସ ପାଇଁ ଦଳରେ ସାମିଲ କରାଯାଇ ନାହିଁ। ହିମା ଅତି ବେଶିରେ ୨ବର୍ଷ କିମ୍ବା ଅତି କମ୍‌ରେ ଗୋଟିଏ ବର୍ଷ ବାସନ୍ଦ ହୋଇପାରନ୍ତି, ଏହା ତାଙ୍କ ଦୋଷର ମାତ୍ରା ଉପରେ ନିର୍ଭର କରେ। ହିମା ହେଉଛନ୍ତି ୨୦୧୮ ଜାକର୍ତ୍ତା ଏସିଆନ ଗେମ୍ସ ୪୦୦ମିଟର ଦୌଡ଼ରେ ରୌପ୍ୟ ବିଜେତା। ଜାକର୍ତ୍ତାରେ ଆହୁରି ମଧ୍ୟ ସେ ମହିଳା ୪X୪୦୦ ମିଟର ଏବଂ ମିକ୍ସଡ ୪X୪୦୦ ମିଟର ରିଲେ କ୍ୱାର୍ଟରରେ ସ୍ବର୍ଣ୍ଣ ଓ ରୌପ୍ୟ ଜିତିଥିଲେ। ଓ୍ବାଲର୍‌ଡ ଆଥ୍‌ଲେଟିକ୍ସ ଆଣ୍ଟି ଡୋପିଙ୍ଗ (ଓ୍ବାଡା) ନିୟମାନୁସାରେ ୧୨ ମାସରେ ଯଦି ଜଣେ ଆଥ୍‌ଲେଟ ୩ଥର ତାଙ୍କ ଠିକଣା ଜଣାଇବାରେ ବିଫଳ ହୁଅନ୍ତି ତେବେ ସେ ଡୋପିଙ୍ଗ ନିରୋଧୀ ନିୟମ ଉଲ୍ଲଂଘନ କରିଥିବା ବିଚାର କରାଯିବ।

Share