ହିଜାବ ଝଡ଼

ହିଜାବ ପ୍ରସଙ୍ଗ ପୁଣି ବିଶ୍ୱରେ ହଇଚଇ ସୃଷ୍ଟି କରିଛି। ହେଡ୍‌ସ୍କାର୍ଫ ନ ପିନ୍ଧିବା ଓ ଡ୍ରେସ୍‌ କୋଡ୍‌କୁ ଅବମାନନା କରିବା ଅଭିଯୋଗରେ ୨୨ ବର୍ଷୀୟା ମହିଳା ମାହସା ଅମିନିଙ୍କୁ ଇରାନ୍‌ ପୋଲିସ ଅଟକ ରଖିବା ପରେ ସେ କୋମାକୁ ଚାଲିଯାଇଥିଲେ। ୧୬ ସେପ୍ଟେମ୍ବରରେ ତାଙ୍କର ମୃତ୍ୟୁ ଘଟିଥିଲା। ପରିବାର ଓ ସମ୍ପର୍କୀୟ ଅଭିଯୋଗ କରିଛନ୍ତି ଯେ, ପୋଲିସ ମାହସାଙ୍କ ଉପରେ ଅତ୍ୟାଚାର କରିବା ପରେ ତାଙ୍କ ପ୍ରାଣ ଯାଇଛି। ଇରାନ୍‌ରେ କିଛି ମାସ ହେବ ସର୍ବସାଧାରଣ ସ୍ଥାନରେ ମହିଳାଙ୍କ ହିଜାବ ପିନ୍ଧା ଉପରେ କଡ଼ାକଡ଼ି ନିୟମ କରାଯିବାରୁ ତାହାକୁ ବିରୋଧ କରାଯାଇଆସୁଥିଲା। ପୋଲିସ ଉଲ୍ଲଂଘନକାରୀଙ୍କ ଉପରେ ଅତ୍ୟଧିକ ଦମନଲୀଳା ଚଳାଇବାରୁ ପ୍ରତିବାଦ ବଢ଼ିଥିଲା। ମାହସାଙ୍କ ମୃତ୍ୟୁ ଫଳରେ ଏହା ଏବେ ଅଧିକ ତେଜି ଉଠିଛି। କେଉଁଠାରେ ମହିଳାମାନେ ସେମାନଙ୍କ ଲମ୍ବା କେଶକୁ କାଟି ଛୋଟ କରି ଦେଉଥିବା ବେଳେ ଆଉ କେଉଁଠି ହିଜାବ ପୋଡ଼ି ଦିଆଯାଉଥିବା ଦେଖିବାକୁ ମିଳିଛି। ଚଳଚ୍ଚିତ୍ର ନିର୍ମାତା, କଳାକାର, ରାଜନୈତିକ ଓ ଏପରିକି ଧର୍ମଗୁରୁମାନେ ମଧ୍ୟ ପୋଲିସ କାର୍ଯ୍ୟକୁ ନିନ୍ଦା କରିଛନ୍ତି। ବିକ୍ଷୋଭକାରୀ ଓ ପୋଲିସ ମଧ୍ୟରେ ସଂଘର୍ଷ ଘଟି ଅନେକେ ଆହତ ହୋଇଛନ୍ତି। ମାହସାଙ୍କ ଅନ୍ତ୍ୟେଷ୍ଟି ପରେ ଦେଶର ଖବରକାଗଜଗୁଡ଼ିକ ପ୍ରଥମ ପୃଷ୍ଠାକୁ ତାଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ଏକ ନୂଆ ବିପ୍ଳବକୁ ଜନ୍ମ ଦେଇଛି। ମାହସାଙ୍କ ନାମ ଏକ ପ୍ରତୀକ ପାଲଟି ଯାଇଛି ବୋଲି ଗଣମାଧ୍ୟମରେ ବର୍ଣ୍ଣନା କରାଯାଇଛି।
ଆଜି ବିଶ୍ୱ ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଥିବା ବେଳେ ଜଳବାୟୁ ପରିବର୍ତ୍ତନ ମଣିଷର ଜୀବନକୁ ଦୁର୍ବିଷହ କରି ପକାଇଛି। ରୁଷିଆ-ୟୁକ୍ରେନ୍‌ ଯୁଦ୍ଧଠାରୁ ଆରମ୍ଭକରି ବିଭିନ୍ନ ଦେଶ ମଧ୍ୟରେ ସଂଘର୍ଷ ଜାରି ରହିଛି। ଏପରି କି ସବୁ ରାଷ୍ଟ୍ର ଭିତରେ ଆଭ୍ୟନ୍ତରୀଣ ସମସ୍ୟା ଯେଭଳି ବଢ଼ି ଚାଲିଛି, ସେଥିରେ ଲୋକେ ସନ୍ତୁଳି ହେଉଛନ୍ତି। ଏଭଳି ସମୟରେ ମହିଳାମାନେ କ’ଣ ପିନ୍ଧିବା ଉଚିତ ତାହାକୁ ନେଇ କଠୋର ପଦକ୍ଷେପ ନିଆଯିବା ନିଶ୍ଚିତ ଭାବେ ପରିତାପର ବିଷୟ। ସେଥିପାଇଁ ହିଜାବକୁ ପ୍ରତିବାଦ କରୁଥିବା ଇରାନୀୟ ମହିଳା ଓ ସଂସ୍କାର ଚାହୁଁଥିବା ବ୍ୟକ୍ତିମାନେ ଲିଙ୍ଗଗତ ବୈଷମ୍ୟକୁ ଆଉ ସହ୍ୟ କରାଯିବ ନାହିଁ ବୋଲି କହି ସୋସିଆଲ୍‌ ମିଡିଆରେ ହାସ୍‌ଟ୍ୟାଗ୍‌ ଦେଇ ଆନ୍ଦୋଳନକୁ ତୀବ୍ରତର କରିଛନ୍ତି। ଏଥିରୁ ବୁଝିବାକୁ ହେବ ଯେ ପୋଷାକ ପରିଚ୍ଛେଦକୁ ନେଇ ମହିଳାଙ୍କୁ ଚାପି ରଖାଯିବାର ମାନସିକତାକୁ ସାଧାରଣରେ ବିରୋଧ କରାଗଲାଣି। କିଛିମାସ ତଳେ ଭାରତର କର୍ନାଟକରେ ମୁସଲମାନ ଛାତ୍ରୀମାନେ ଶିକ୍ଷାନୁଷ୍ଠାନରେ ହିଜାବ ପିନ୍ଧିବାକୁ ଅଡ଼ି ବସିଥିଲେ। ସେହି ଜିଦି ଯୋଗୁ ଆଜି ସୁପ୍ରିମକୋର୍ଟରେ ଏ ସମ୍ପର୍କିତ ମାମଲା ବିଚାରାଧୀନ ଅଛି। କେଉଁଠି କ’ଣ ହେଉଛି ତାହା ସମଗ୍ର ପୃଥିବୀବ୍ୟାପୀ ଆଜି ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରିବା କଥା। ଇରାନ୍‌ ଭଳି କଠୋର ଇସ୍‌ଲାମୀୟ ଦେଶରେ ମହିଳାମାନେ ହିଜାବ ବିରୋଧରେ ସ୍ବର ଉତ୍ତୋଳନ କରି ମୃତ୍ୟୁବରଣ କରୁଥିବା ବେଳେ ଭାରତରେ ବିଶ୍ୱର ଧାରାକୁ ନ ବୁଝି ଅଳ୍ପ କେତେକ ଛାତ୍ରୀ ଭ୍ରାନ୍ତପଥ ଧାରଣ କରିବା ଫଳରେ ତିକ୍ତତା ବୃଦ୍ଧି ପାଉଛି। ଆଜି ଯେତେବେଳେ ଇରାନ୍‌ରେ ହିଜାବକୁ ବିରୋଧ କରାଯାଇ ପୋଲିସ କାର୍ଯ୍ୟକୁ ନିନ୍ଦା କରାଯାଉଛି, ସେଥିରୁ ହୃଦ୍‌ବୋଧ ହେବା କଥା ଯେ ମହିଳାମାନେ ଏଭଳି ପଶ୍ଚାତ୍‌ପଦ ନିୟମକୁ ବିରୋଧ କଲେଣି। ଧର୍ମାନ୍ଧତା ମଣିଷର ଜୀବନକୁ ସୁସ୍ଥରେ ରହିବାକୁ ଦେଉ ନ ଥିବାରୁ ଏଥିପ୍ରତି ସମସ୍ତେ ବୀତସ୍ପୃହ ହେବା ସ୍ବାଭାବିକ। କେବଳ ଇସ୍‌ଲାମ ଧର୍ମରେ ଏହି ଅନ୍ଧାର ଚିନ୍ତାଧାରା ସୀମିତ ରହିନାହିଁ, ଏପରି ନକାରାତ୍ମକ ଭାବନା ଅନ୍ୟ ଧର୍ମ ଓ ବିଶ୍ୱାସରେ ବୁଡ଼ି ରହିଛି। ଉଦାହରଣ ସ୍ବରୂପ, ତଥାକଥିତ ବିକଶିତ ରାଷ୍ଟ୍ର ଆମେରିକାରେ ମହିଳାଙ୍କ ଗର୍ଭପାତ ଅଧିକାରକୁ ସେଠାକାର ଅନେକ ରାଜ୍ୟରେ ଛଡ଼ାଇ ନିଆଯାଉଛି। ଏଥିପାଇଁ ଖ୍ରୀଷ୍ଟିଆନ ଧର୍ମର ଦ୍ୱାହି ଦେଇ ଏଭଳି କରାଯାଉଛି, ଯାହାକି ଜଣେ ମହିଳାଙ୍କ ବ୍ୟକ୍ତିଗତ ସ୍ବାଧୀନତା ଉପରେ ପ୍ରବଳ ଆଞ୍ଚ ଆଣୁଛି। ସେହିଭଳି ଆଫଗାନିସ୍ତାନରେ ଶାସନ କରୁଥିବା ତାଲିବାନ ଉଦାହରଣ ନିଆଯାଇପାରେ। ଆଶା କରାଯାଉଥିଲା ଦୀର୍ଘ ଦୁଇ ଦଶନ୍ଧି ପରେ କ୍ଷମତାକୁ ଫେରିଥିବା ତାଲିବାନ ମହିଳାଙ୍କ ପ୍ରତି ଅଭିମୁଖ୍ୟରେ ପରିବର୍ତ୍ତନ ଆଣିବ। ହେଲେ ତାହା ଦିନକୁ ଦିନ ଅଧିକ କଠୋର ଆଭିମୁଖ୍ୟ ପ୍ରଦର୍ଶନ କରୁଥିବା ଗଣମାଧ୍ୟମରୁ ଶୁଣିବାକୁ ମିଳୁଛି। ନାରୀ ଶିକ୍ଷାରେ ବାଧା ସୃଷ୍ଟି କରାଯାଇଥିବା ବେଳେ ଅନେକାଂଶରେ ମହିଳାଙ୍କୁ ଚାକିରି କରିବାକୁ ଅନୁମତି ଦିଆଯାଉ ନାହିଁ। ଫଳରେ ସେଠାକାର ଜନସଂଖ୍ୟାର ପ୍ରାୟ ଅର୍ଦ୍ଧେକ ମହିଳା ରୋଜଗାରରୁ ବଞ୍ଚତ୍ତ ହେଉଛନ୍ତି। ତାହା ଦ୍ୱାରା ଆଫଗାନିସ୍ତାନ ଅର୍ଥନୀତି ଦୁର୍ବଳ ହୋଇଯାଉଛି। ଏଥିରୁ ବୁଝାଯାଉଛି ଯେ, ଧର୍ମ ସହିତ ପ୍ରଶାସନକୁ ଜଡ଼ିତ କରିଦେଲେ ଅନ୍ଧବିଶ୍ୱାସକୁ ନେଇ ଶାସନ ବ୍ୟବସ୍ଥା ସୃଷ୍ଟି ହୋଇଥାଏ। ସେଭଳି ସ୍ଥିତିରେ ସାଧାରଣ ଲୋକ ପାଇଁ ଅନ୍ୟାୟ ଓ ଅତ୍ୟାଚାର ବୃଦ୍ଧି ପାଇବାର ସମସ୍ତ ଲକ୍ଷଣ ବିଶ୍ୱବ୍ୟାପୀ ଦେଖାଯାଉଛି। ଧର୍ମ ହେବା କଥା ନିଜର ବ୍ୟକ୍ତିଗତ ଜୀବନର ଧାରା। ପ୍ରଶାସନରେ ତାହାର କୌଣସି ସ୍ଥାନ ରହିବା ଉଚିତ ନୁହେଁ।

ଧର୍ମ ସହିତ ପ୍ରଶାସନକୁ ଜଡ଼ିତ କରିଦେଲେ ଅନ୍ଧବିଶ୍ୱାସକୁ ନେଇ ଶାସନ ବ୍ୟବସ୍ଥା ସୃଷ୍ଟି ହୋଇଥାଏ। ସେଭଳି ସ୍ଥିତିରେ ସାଧାରଣ ଲୋକ ପାଇଁ ଅନ୍ୟାୟ ଓ ଅତ୍ୟାଚାର ବୃଦ୍ଧି ପାଇବାର ସମସ୍ତ ଲକ୍ଷଣ ବିଶ୍ୱବ୍ୟାପୀ ଦେଖାଯାଉଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

ପରୀକ୍ଷା ପାଇଁ ପ୍ରସ୍ତୁତି

ଚଳିତ ବର୍ଷ ଫେବୃଆରୀଠାରୁ ଆମ ରାଜ୍ୟରେ ବିଭିନ୍ନ ପରୀକ୍ଷା ଆରମ୍ଭ ହେଉଛି। ଏଥି ନିମନ୍ତେ ପ୍ରତ୍ୟେକ ପରୀକ୍ଷାର୍ଥୀ ଜୋର୍‌ସୋରରେ ପ୍ରସ୍ତୁତି ଚଳାଇଛନ୍ତି। ପରୀକ୍ଷାର୍ଥୀମାନେ ପରୀକ୍ଷା ପାଇଁ ଯେତିକି…

ଗାଈ ସଂଗ୍ରହାଳୟ

ଉତ୍ତର ପ୍ରଦେଶର ଏକ ସରକାରୀ ସଂସ୍ଥା ‘ଉତ୍ତର ପ୍ରଦେଶ ବ୍ରଜ ତୀର୍ଥ ବିକାଶ ପରିଷଦ’ ମଥୁରାଠାରେ ଭାରତର ପ୍ରଥମ ‘କାଓ କଲ୍‌ଚର ମ୍ୟୁଜିୟମ୍‌’ ବା ଗାଈ ସଂସ୍କୃତି…

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri