୬ରୁ ଖୋଲିବ ହଷ୍ଟେଲ୍‌, ୭ରୁ ସ୍କୁଲ

ଭୁବନେଶ୍ବର,୪।୨(ବ୍ୟୁରୋ): କରୋନା ଲାଗି ପିଲାଙ୍କ ଅଫ୍‌ଲାଇନ୍‌ ପାଠପଢ଼ା ବନ୍ଦ ରହିଥିଲା। ହେଲେ ଆସନ୍ତା ୭ ତାରିଖରୁ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକରେ କ୍ଲାସ୍‌ରୁମ୍‌ ପାଠପଢ଼ା ଆରମ୍ଭ ହେବ। ୧୪ରୁ କେଜିରୁ ନେଇ ସପ୍ତମ ଯାଏ କ୍ଲାସ ଖୋଲିବ । ଏହାକୁ ଦୃଷ୍ଟିରେ ରଖି ଏବେ ସମସ୍ତ ହଷ୍ଟେଲ ଖୋଲିବା ପାଇଁ ଗୁରୁବାର ଘୋଷଣା କରାଯାଇଛି। ତଦନୁଯାୟୀ ଉଚ୍ଚ ଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ବିଶ୍ୱବିଦ୍ୟାଳୟ, ଡିଗ୍ରୀ କଲେଜ ଏବଂ ଶିକ୍ଷକ ପ୍ରଶିକ୍ଷଣ ଅନୁଷ୍ଠାନଗୁଡ଼ିକୁ ୬ ତାରିଖରୁ ହଷ୍ଟେଲ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଘୋଷଣା ପରେ ତତ୍ପରତା ପ୍ରକାଶ ପାଇଛି।