ଭୁବନେଶ୍ୱର, ୨୮।୧୦: ରାଜ୍ୟର ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ଼ ଓ ଆଶ୍ୱାସନାଜନକ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଆଡମିଶନ ସମୟରେ ଛାତ୍ରଛାତ୍ରୀମାନେ ଦେଇଥିବା ବଳକା ଆଡମିଶନ ଫି ଫେରସ୍ତ ପ୍ରକ୍ରିୟା ଶେଷ ହୋଇଛି। ବିଭାଗ ପକ୍ଷରୁ ମୋଟ ୧ ଲକ୍ଷ ୧୧ ହଜାର ୬୭୮ ଜଣ ଛାତ୍ରଛାତ୍ରୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ୬୯.୨୩ କୋଟି ଟଙ୍କା ହସ୍ତାନ୍ତର କରାଯାଇଛି।
ନାମଲେଖା ପ୍ରକ୍ରିୟା ସମୟରେ ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ କଲେଜରେ ସିଟ୍ ପରିବର୍ତ୍ତନ କିମ୍ବା ନାମଲେଖା ବାତିଲ ହେତୁ ବଳକା ରହିଥିବା ଅର୍ଥକୁ ବିଭାଗ ପକ୍ଷରୁ ସମ୍ପୂର୍ଣ୍ଣ ସ୍ୱଚ୍ଛତାର ସହ ଆକାଉଣ୍ଟକୁ ପଠାଯାଇଛି। ତେବେ ଯେଉଁ ଛାତ୍ରଛାତ୍ରୀମାନଙ୍କର ଟଙ୍କା କୌଣସି କାରଣରୁ ଏପର୍ଯ୍ୟନ୍ତ ଜମା ହୋଇନାହିଁ, ସେମାନେ SAMS (Student Academic Management System) ପୋର୍ଟାଲ୍କୁ ଯାଇ ନିଜର ଦରଖାସ୍ତ ଓ ବ୍ୟାଙ୍କ ସମ୍ବନ୍ଧୀୟ ତଥ୍ୟ ଆବେଦନ କରିପାରିବେ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।