Posted inଖେଳ

ଫାଇନାଲ ମଝିରେ ତିଲକ-ସୂର୍ଯ୍ୟବଂଶୀଙ୍କ ମଧ୍ୟରେ ହାଇଭୋଲଟେଜ୍‌ ଡ୍ରାମା! ମଇଦାନରେ ଘଟିଲା… ଭିଡିଓ ଭାଇରାଲ

ଚେନ୍ନାଇ,୭।୯: ଚେନ୍ନାଇର ଏମ.ଏ. ଚିଦାମ୍ବରମ ଷ୍ଟାଡିୟମରେ ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯାଉଛି। ମ୍ୟାଚର ପ୍ରଥମ ଦିନରେ କ୍ରିକେଟ ମଇଦାନରେ ଦେଖିବାକୁ ମିଳିଛି ହାଇଭୋଲଟେଜ ଡ୍ରାମା। ଇଷ୍ଟ ଜୋନର ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ ଓ ସାଉଥ ଜୋନର ଅଧିନାୟକ ତିଲକ ବର୍ମାଙ୍କ ମଧ୍ୟରେ ହୋଇଛି ବିବାଦ। ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ମ୍ୟାଚ ସମୟରେ ତିଲକ ବର୍ମା ଓ ବୈଭବ ସୂର୍ଯ୍ୟବଂଶୀଙ୍କ ମଧ୍ୟରେ ପ୍ରଥମେ ହସ-ମଜାକ ଚାଲିଥିଲା। କିନ୍ତୁ ଧୀରେ ଧୀରେ ପରିସ୍ଥିତି ଗରମ ହୋଇଥିଲା। ତିଲକ ବର୍ମା ବୈଭବଙ୍କ ଆଡ଼କୁ ଯାଇ ତୀବ୍ର ଭାବଭଙ୍ଗୀ କରୁଥିବା ଦେଖାଯାଇଥିଲା। ବୈଭବ ମଧ୍ୟ ପଛକୁ ନହଟି ତାଙ୍କ ସାମ୍ନା କରିଥିଲେ। ଦୁଇ ଖେଳାଳିଙ୍କ ମଧ୍ୟରେ ମାହୋଲ ଗରମ ହେବାରୁ ଅମ୍ପାୟାର ତୁରନ୍ତ ହସ୍ତକ୍ଷେପ କରି ଉଭୟଙ୍କୁ ଅଲଗା କରିଥିଲେ।

ଇଷ୍ଟ ଜୋନ ପ୍ରଥମ ପାଳିରେ ବ୍ୟାଟିଂ କରୁଥିବା ବେଳେ ୧୧ତମ ଓଭରରେ ଏହି ଘଟଣା ଘଟିଥିଲା। ତିଲକ ବର୍ମା ବୈଭବଙ୍କୁ ଲଗାତାର ମଜାକ କରୁଥିଲେ। ପ୍ରଥମେ ଏହା ସାଧାରଣ ମଜାକ ଭଳି ଲାଗୁଥିଲେ ମଧ୍ୟ ପରେ ଏହା ତୀବ୍ର ଉତ୍ତେଜନାର ରୂପ ନେଇଥିଲା। ଉଭୟଙ୍କୁ ଏଭଳି ଭାବେ ମୁହାଁମୁହିଁ ହେଉଥିବା ଦେଖି ଅମ୍ପାୟାରଙ୍କୁ ମଝିରେ ପଶିବାକୁ ପଡ଼ିଥିଲା।

ଫାଇନାଲରେ ଇଷ୍ଟ ଜୋନର ଅଧିନାୟକ ଈଶାନ କିଶନ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଓପନର୍‌ ଭାବେ ବୈଭବ ସୂର୍ଯ୍ୟବଂଶୀ ଓ ଅଭିମନ୍ୟୁ ଈଶ୍ୱରନ ଇନିଂସ ଆରମ୍ଭ କରିଥିଲେ। ଉଭୟ ପ୍ରଥମ ଉଇକେଟ୍‌ ପାଇଁ ୧୦୦ ରନର ଦମଦାର ଭାଗିଦାରୀ କରିଥିଲେ।

ବୈଭବ ଦ୍ରୁତ ବ୍ୟାଟିଂ କରି ୩୭ ବଲରେ ୫ଟି ଚୌକା ଓ ଗୋଟିଏ ଛକା ସହ ୪୪ ରନ କରିଥିଲେ। ଅଭିମନ୍ୟୁ ଈଶ୍ୱରନ ୭୨ ରନ କରି ରନଆଉଟ ହୋଇଥିଲେ। ଏହାପରେ ତୃତୀୟ ସ୍ଥାନରେ ଆସିଥିବା ଶିଖର ମୋହନ ମଧ୍ୟ ୮୫ ରନର ଦମଦାର ଇନିଂସ ଖେଳିଥିଲେ।

ପ୍ରଥମ ଦିନର ଖେଳରେ ଇଷ୍ଟ ଜୋନ ଅଧିନାୟକ ଈଶାନ କିଶନ ଚମତ୍କାର ଶତକ ହାସଲ କରିଥିଲେ। ସେ ୧୧୧ ରନ କରି ନଟଆଉଟ ରହିଥିଲେ। କୁମାର କୁଶାଗ୍ର ମଧ୍ୟ ୬୩ ରନ କରି ଅପରାଜିତ ଥିଲେ। ଦିନର ଖେଳ ଶେଷ ସୁଦ୍ଧା ଇଷ୍ଟ ଜୋନ ୪ ଉଇକେଟ୍‌ ହରାଇ ୩୮୫ ରନ ସଂଗ୍ରହ କରିଛି। ସାଉଥ ଜୋନ ପକ୍ଷରୁ ଚାମା ମିଲିନ୍ଦ ସବୁଠାରୁ ସଫଳ ବୋଲର୍‌ ରହିଥିଲେ। ସେ ୧୩ ଓଭର ବୋଲିଂ କରି ୫୬ ରନ ଦେଇ ୨ଟି ଉଇକେଟ୍‌ ନେଇଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଲାଞ୍ଚ ନେବା ବେଳେ ଧରାପଡିଲେ ରାଜସ୍ୱ ଅଧିକାରୀ, ଏକକାଳୀନ ୩ସ୍ଥାନରେ ଚଢ଼ାଉ

ପିପିଲି,୭।୯: ଲାଞ୍ଚ କାରବାର ବିରୋଧରେ ଓଡ଼ିଶା ଭିଜିଲାନ୍ସ ଟିମ୍ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ପୁରୀ ଜିଲା ପିପିଲି ତହସିଲ ଅଧୀନ ସିଉଳା ଆରଆଇ ସର୍କଲର…

ରାଜ୍ୟ ନିର୍ବାଚନ କମିଶନଙ୍କ ବଡ଼ ନିର୍ଦ୍ଦେଶ, ବୁଥର ହେବ ଫିଜିକାଲ ଭେରିଫିକେସନ

ଭୁବନେଶ୍ୱର,୭।୯: ରାଜ୍ୟ ନିର୍ବାଚନ କମିଶନ ସୋମବାର ପଞ୍ଚାୟତ ନିର୍ବାଚନ ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ବୁଥଗୁଡିକ ଠିକ୍‌ ଅଛି ନା ନାହିଁ ଏହାର ଫିଜିକାଲ ଭେରିଫିକେସନ…

ଭଞ୍ଜନଗରରେ ଜିଲାସ୍ତରୀୟ ଜନଅଭିଯୋଗ ଶୁଣାଣି: ୧୮୮ ଅଭିଯୋଗର ଶୁଣାଣି, ୧୦ର ତୁରନ୍ତ ସମାଧାନ

ଭଞ୍ଜନଗର, ୭।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ସୋମବାର ଜିଲା ପ୍ରଶାସନ ପକ୍ଷରୁ ଜିଲାସ୍ତରୀୟ ମିଳିତ ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ…

ଗିଲଙ୍କୁ ୫ ହଜାର ଟଙ୍କା ଦେଲେ ଅଭିଷେକ ଶର୍ମାଙ୍କ ପିତା: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୭।୯: ଟିମ ଇଣ୍ଡିଆର ଅଧିନାୟକ ଶୁବମନ ଗିଲଙ୍କ ମୋଟ ସମ୍ପତ୍ତି ୮୦ କୋଟି ବୋଲି ଆକଳନ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ୫,୦୦୦ ତାଙ୍କ ପାଇଁ ବିଶେଷ…

କୁମ୍ଭ-ବିଛା ସମେତ ୪ ରାଶି ପାଇଁ ଭାଗ୍ୟଶାଳୀ ଏହି ସପ୍ତାହ: ଚାକିରିରେ ପ୍ରମୋସନ ସହ ବଢ଼ିବ ଦରମା!

ଭୁବନେଶ୍ୱର: ନୂଆ ସପ୍ତାହର ଆରମ୍ଭ ବୁଧଙ୍କ ଗୋଚର ସହ ହେଉଛି। ଜ୍ୟୋତିଷ ଗଣନା ଅନୁସାରେ, ଏହି ସପ୍ତାହ କୁମ୍ଭ, ମିଥୁନ, ବିଛା ଓ ମୀନ ରାଶିର ଲୋକଙ୍କ…

ଏହି ଦିନଠୁ ଯାଞ୍ଚ ହେବ ଅଗ୍ନି ସୁରକ୍ଷା

ଭୁବନେଶ୍ୱର,୭।୯: ଚିଫ୍‌ ଫାୟାର ଅଫିସର ଦେବେନ୍ଦ୍ର ସ୍ବାଇଁ ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ସେପ୍ଟେମ୍ବର ୧୫ରୁ ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଅଗ୍ନି ସୁରକ୍ଷା…

ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ୍‌ ଖେଳିବେନି ଆୟର: ତାଙ୍କ ସ୍ଥାନ ନେବେ…

ନୂଆଦିଲ୍ଲୀ,୭।୯: ଭାରତୀୟ ଦଳ ସେପ୍ଟେମ୍ବର ୨୭ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଏକ ଦିନିକିଆ ସିରିଜ ଖେଳିବାର କାର୍ଯ୍ୟକ୍ରମ ରହିଛି। ଏହି ସିରିଜରେ ଟିମ ଇଣ୍ଡିଆର…

ଇତିହାସ ରଚିବା ପରେ ହଠାତ୍‌ ପଡ଼ିଆ ଛାଡ଼ିଦେଲେ ଇଶାନ କିଶାନ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୭।୯: ଭାରତୀୟ ଷ୍ଟାର୍‌ କ୍ରିକେଟର୍‌ ତଥା ପୂର୍ବ ଜୋନର ଅଧିନାୟକ ଇଶାନ କିଶାନ ପୁଣି ଥରେ ପ୍ରମାଣ କରିଛନ୍ତି ଯେ ସେ ଜଣେ ମ୍ୟାଚ ବିଜେତା ଖେଳାଳି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri