ସବୁ ପଞ୍ଚାୟତକୁ ହାଇସ୍ପିଡ୍‌ ଇଣ୍ଟରନେଟ୍‌

ଭୁବନେଶ୍ୱର,୧୪ା୧(ବ୍ୟୁରୋ):ପଞ୍ଚାୟତଗୁଡ଼ିକରେ ହାଇସ୍ପିଡ୍‌ ଇଣ୍ଟରନେଟ୍‌ ସଂଯୋଗ କରିବାକୁ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ମେ ସୁଦ୍ଧା ଏହି କାର୍ଯ୍ୟ ସମ୍ପନ୍ନ କରିବାକୁ ଲକ୍ଷ୍ୟ ରଖାଯାଇଛି । ବୁଧବାର ଡିଜିଟାଲ ମୋଡ୍‌ରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଭାରତ ନେଟ୍‌ ପ୍ରକଳ୍ପର ରାଜ୍ୟସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି। ଗ୍ରାମାଞ୍ଚଳରେ ଇଣ୍ଟରନେଟ୍‌ ସଂଯୋଗ ଏକ ମୌଳିକ ଆବଶ୍ୟକତା। ଏହା ଲୋକମାନଙ୍କୁ ସଶକ୍ତ କରିବା ସହ ଦକ୍ଷତା ବୃଦ୍ଧି ଦିଗରେ ସହାୟତା କରିବ। ଏଥିସହିତ ଗୁଣାତ୍ମକ ଶିକ୍ଷା ଓ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ମଧ୍ୟ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ଇଣ୍ଟରନେଟ୍‌ ସଂଯୋଗ କରାଗଲେ ପଞ୍ଚାୟତଗୁଡ଼ିକୁ ମଧ୍ୟ ଭିଡିଓ କନ୍‌ଫରେନ୍ସରେ ସଂଯୋଗ କରାଯାଇ ପାରିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।
ସମସ୍ତ ସରକାରୀ କାର୍ଯ୍ୟାଳୟ, ସ୍କୁଲ, ମେଡିକାଲ, ବ୍ୟାଙ୍କ ଏବଂ ସାଧାରଣ ସେବା କେନ୍ଦ୍ରଗୁଡ଼ିକୁ ବ୍ରଡ୍‌ବ୍ୟାଣ୍ଡ ସଂଯୋଗ କରାଯିବାକୁ ନିଷ୍ପତ୍ତି ହୋଇଛି। ଟେଲିମେଡିସିନ ସେଣ୍ଟର ଏବଂ କୃଷି କିଓସ୍କୋଗୁଡ଼ିକୁ ବ୍ରଡ୍‌ବ୍ୟାଣ୍ଡ ସଂଯୋଗ ହେଲେ ଜନସାଧାରଣଙ୍କୁ ଲାଭଜନକ କୃଷି ବାଣିଜ୍ୟ, ଇ-ଲର୍ନିଂ ଏବଂ ସ୍ବାସ୍ଥ୍ୟ ସେବା ମିଳିପାରିବ। ଆସନ୍ତା ମେ ସୁଦ୍ଧା ଏହାର କାର୍ଯ୍ୟ ସାରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଇଲେକ୍ଟ୍ରୋନିକ୍ସ ଓ ଟେଲିକମ୍ୟୁନିକେଶନ(ଇ ଆଣ୍ଡ ଆଇଟି) ସଚିବ ମନୋଜ କୁମାର ମିଶ୍ର କହିଛନ୍ତି, ପ୍ରକଳ୍ପ କାର୍ଯ୍ୟ ଶେଷ ହେବା ପରେ ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେଶନ ସେଣ୍ଟର (ଓକାକ୍‌) ଗ୍ରାମାଞ୍ଚଳର ଦୁର୍ଗମ ଅଞ୍ଚଳରେ ମୁଖ୍ୟ ବ୍ରଡ୍‌ବ୍ୟାଣ୍ଡ ସଂଯୋଗକାରୀ ଭାବେ କାର୍ଯ୍ୟ କରିବ।
ଦୁଇଟି ପର୍ଯ୍ୟାୟରେ ଏହି ପ୍ରକଳ୍ପ କାର୍ଯ୍ୟ ଶେଷ ହେବ। ପ୍ରଥମ ପର୍ଯ୍ୟାୟରେ ୩୮୧୦ ପଞ୍ଚାୟତ ଏବଂ ୧୮୧ବ୍ଲକରେ ବ୍ରଡ୍‌ବ୍ୟାଣ୍ଡ କାର୍ଯ୍ୟ ଆରମ୍ଭ କରାଯିବ। ବର୍ତ୍ତମାନ ସୁଦ୍ଧା ୩୭୭୦ ପଞ୍ଚାୟତ ଓ ୧୭୫ ବ୍ଲକରେ ଇଣ୍ଟରନେଟ୍‌ ସଂଯୋଗ କରାଯାଇଛି। ଦ୍ୱିତୀୟ ପର୍ଯ୍ୟାୟରେ ୧୨ଟି ଜିଲାର ୧୩୩ ବ୍ଲକର ୨୯୫୪ପଞ୍ଚାୟତରେ ବ୍ରଡ୍‌ବ୍ୟାଣ୍ଡ ସଂଯୋଗ କରାଯିବ। ଏହି ପର୍ଯ୍ୟାୟରେ ୨୦ ହଜାର କିଲୋମିଟର ଏରିୟଲ ଅପ୍ଟିକାଲ ଫାଇବର ବିଛାଯିବ। ସେଥିରୁ ଏ ପର୍ଯ୍ୟନ୍ତ ୧୩ ହଜାର ୪୦୦ କି.ମି. କାର୍ଯ୍ୟ ଶେଷ ହୋଇଛି। ୩୦୮୭ ସଂଯୋଗ ପଏଣ୍ଟରୁ ୧୬୩୦ରେ ଏଣ୍ଡ ଟୁ ଏଣ୍ଡ ଟେଷ୍ଟିଂ ଶେଷ ହୋଇଛି ବୋଲି ମିଶ୍ର ସୂଚନା ଦେଇଛନ୍ତି। ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟ ଓକାକ୍‌ , ଓପିଟିସିଏଲ୍‌ ଏବଂ ତାରାସଫ୍ଟର ମିଳିତ ସହଯୋଗରେ କାର୍ଯ୍ୟକାରୀ ହେବ। ଏହି ଭିତ୍ତିଭୂମି ଗ୍ରାମାଞ୍ଚଳଗୁଡ଼ିକୁ ଷ୍ଟେଟ୍‌ ଓ୍ବାଇଡ ଏରିଆ ନେଟ୍‌ଓ୍ବର୍କ (ଏସ୍‌ଡବ୍ଲ୍ୟୁଏଏନ୍‌) ପରିସରଭୁକ୍ତ କରିବ। ଟେଲିକମ୍‌ ବିଭାଗ ଏବଂ ଇଣ୍ଟରନେଟ୍‌ ଯୋଗାଉଥିବା ସଂସ୍ଥାଗୁଡ଼ିକ ଠାରୁ ଡାର୍କ ଫାଇବର ସଂଗ୍ରହ କରାଯିବ ବୋଲି ସେ କହିଛନ୍ତି।
ଏହି ବୈଠକରେ ଶକ୍ତି ଭାଗ ସଚିବ ନିକୁଞ୍ଜ ଧଳ, କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ସଚିବ ସୌରଭ ଗର୍ଗ, ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଞ୍ଜୀବ ଚୋପ୍ରା, ପଞ୍ଚାୟତିରାଜ ବିଭାଗ ସଚିବ ଦେଓ ରଞ୍ଜନ କୁମାର ସିଂ , ଆଇଟିି ସ୍ବତନ୍ତ୍ର ସଚିବ ମନୋଜ ପଟ୍ଟନାୟକ, ଯୁଗ୍ମ ସଚିବ ସୁଜିତ ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri