ସବୁ ପଞ୍ଚାୟତକୁ ହାଇସ୍ପିଡ୍‌ ଇଣ୍ଟରନେଟ୍‌

ଭୁବନେଶ୍ୱର,୧୪ା୧(ବ୍ୟୁରୋ):ପଞ୍ଚାୟତଗୁଡ଼ିକରେ ହାଇସ୍ପିଡ୍‌ ଇଣ୍ଟରନେଟ୍‌ ସଂଯୋଗ କରିବାକୁ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ମେ ସୁଦ୍ଧା ଏହି କାର୍ଯ୍ୟ ସମ୍ପନ୍ନ କରିବାକୁ ଲକ୍ଷ୍ୟ ରଖାଯାଇଛି । ବୁଧବାର ଡିଜିଟାଲ ମୋଡ୍‌ରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଭାରତ ନେଟ୍‌ ପ୍ରକଳ୍ପର ରାଜ୍ୟସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି। ଗ୍ରାମାଞ୍ଚଳରେ ଇଣ୍ଟରନେଟ୍‌ ସଂଯୋଗ ଏକ ମୌଳିକ ଆବଶ୍ୟକତା। ଏହା ଲୋକମାନଙ୍କୁ ସଶକ୍ତ କରିବା ସହ ଦକ୍ଷତା ବୃଦ୍ଧି ଦିଗରେ ସହାୟତା କରିବ। ଏଥିସହିତ ଗୁଣାତ୍ମକ ଶିକ୍ଷା ଓ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ମଧ୍ୟ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ଇଣ୍ଟରନେଟ୍‌ ସଂଯୋଗ କରାଗଲେ ପଞ୍ଚାୟତଗୁଡ଼ିକୁ ମଧ୍ୟ ଭିଡିଓ କନ୍‌ଫରେନ୍ସରେ ସଂଯୋଗ କରାଯାଇ ପାରିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।
ସମସ୍ତ ସରକାରୀ କାର୍ଯ୍ୟାଳୟ, ସ୍କୁଲ, ମେଡିକାଲ, ବ୍ୟାଙ୍କ ଏବଂ ସାଧାରଣ ସେବା କେନ୍ଦ୍ରଗୁଡ଼ିକୁ ବ୍ରଡ୍‌ବ୍ୟାଣ୍ଡ ସଂଯୋଗ କରାଯିବାକୁ ନିଷ୍ପତ୍ତି ହୋଇଛି। ଟେଲିମେଡିସିନ ସେଣ୍ଟର ଏବଂ କୃଷି କିଓସ୍କୋଗୁଡ଼ିକୁ ବ୍ରଡ୍‌ବ୍ୟାଣ୍ଡ ସଂଯୋଗ ହେଲେ ଜନସାଧାରଣଙ୍କୁ ଲାଭଜନକ କୃଷି ବାଣିଜ୍ୟ, ଇ-ଲର୍ନିଂ ଏବଂ ସ୍ବାସ୍ଥ୍ୟ ସେବା ମିଳିପାରିବ। ଆସନ୍ତା ମେ ସୁଦ୍ଧା ଏହାର କାର୍ଯ୍ୟ ସାରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଇଲେକ୍ଟ୍ରୋନିକ୍ସ ଓ ଟେଲିକମ୍ୟୁନିକେଶନ(ଇ ଆଣ୍ଡ ଆଇଟି) ସଚିବ ମନୋଜ କୁମାର ମିଶ୍ର କହିଛନ୍ତି, ପ୍ରକଳ୍ପ କାର୍ଯ୍ୟ ଶେଷ ହେବା ପରେ ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେଶନ ସେଣ୍ଟର (ଓକାକ୍‌) ଗ୍ରାମାଞ୍ଚଳର ଦୁର୍ଗମ ଅଞ୍ଚଳରେ ମୁଖ୍ୟ ବ୍ରଡ୍‌ବ୍ୟାଣ୍ଡ ସଂଯୋଗକାରୀ ଭାବେ କାର୍ଯ୍ୟ କରିବ।
ଦୁଇଟି ପର୍ଯ୍ୟାୟରେ ଏହି ପ୍ରକଳ୍ପ କାର୍ଯ୍ୟ ଶେଷ ହେବ। ପ୍ରଥମ ପର୍ଯ୍ୟାୟରେ ୩୮୧୦ ପଞ୍ଚାୟତ ଏବଂ ୧୮୧ବ୍ଲକରେ ବ୍ରଡ୍‌ବ୍ୟାଣ୍ଡ କାର୍ଯ୍ୟ ଆରମ୍ଭ କରାଯିବ। ବର୍ତ୍ତମାନ ସୁଦ୍ଧା ୩୭୭୦ ପଞ୍ଚାୟତ ଓ ୧୭୫ ବ୍ଲକରେ ଇଣ୍ଟରନେଟ୍‌ ସଂଯୋଗ କରାଯାଇଛି। ଦ୍ୱିତୀୟ ପର୍ଯ୍ୟାୟରେ ୧୨ଟି ଜିଲାର ୧୩୩ ବ୍ଲକର ୨୯୫୪ପଞ୍ଚାୟତରେ ବ୍ରଡ୍‌ବ୍ୟାଣ୍ଡ ସଂଯୋଗ କରାଯିବ। ଏହି ପର୍ଯ୍ୟାୟରେ ୨୦ ହଜାର କିଲୋମିଟର ଏରିୟଲ ଅପ୍ଟିକାଲ ଫାଇବର ବିଛାଯିବ। ସେଥିରୁ ଏ ପର୍ଯ୍ୟନ୍ତ ୧୩ ହଜାର ୪୦୦ କି.ମି. କାର୍ଯ୍ୟ ଶେଷ ହୋଇଛି। ୩୦୮୭ ସଂଯୋଗ ପଏଣ୍ଟରୁ ୧୬୩୦ରେ ଏଣ୍ଡ ଟୁ ଏଣ୍ଡ ଟେଷ୍ଟିଂ ଶେଷ ହୋଇଛି ବୋଲି ମିଶ୍ର ସୂଚନା ଦେଇଛନ୍ତି। ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟ ଓକାକ୍‌ , ଓପିଟିସିଏଲ୍‌ ଏବଂ ତାରାସଫ୍ଟର ମିଳିତ ସହଯୋଗରେ କାର୍ଯ୍ୟକାରୀ ହେବ। ଏହି ଭିତ୍ତିଭୂମି ଗ୍ରାମାଞ୍ଚଳଗୁଡ଼ିକୁ ଷ୍ଟେଟ୍‌ ଓ୍ବାଇଡ ଏରିଆ ନେଟ୍‌ଓ୍ବର୍କ (ଏସ୍‌ଡବ୍ଲ୍ୟୁଏଏନ୍‌) ପରିସରଭୁକ୍ତ କରିବ। ଟେଲିକମ୍‌ ବିଭାଗ ଏବଂ ଇଣ୍ଟରନେଟ୍‌ ଯୋଗାଉଥିବା ସଂସ୍ଥାଗୁଡ଼ିକ ଠାରୁ ଡାର୍କ ଫାଇବର ସଂଗ୍ରହ କରାଯିବ ବୋଲି ସେ କହିଛନ୍ତି।
ଏହି ବୈଠକରେ ଶକ୍ତି ଭାଗ ସଚିବ ନିକୁଞ୍ଜ ଧଳ, କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ସଚିବ ସୌରଭ ଗର୍ଗ, ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଞ୍ଜୀବ ଚୋପ୍ରା, ପଞ୍ଚାୟତିରାଜ ବିଭାଗ ସଚିବ ଦେଓ ରଞ୍ଜନ କୁମାର ସିଂ , ଆଇଟିି ସ୍ବତନ୍ତ୍ର ସଚିବ ମନୋଜ ପଟ୍ଟନାୟକ, ଯୁଗ୍ମ ସଚିବ ସୁଜିତ ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରେ ବଡ଼ ହଲଚଲ: ୪୦ ପରେ ୩ ନେତାଙ୍କୁ ନେଇ ଚର୍ଚ୍ଚା

ଭୁବନେଶ୍ୱର,୨୧ା୧୨(ସୁନିତ୍‌ ମିଶ୍ର): ବିଜେଡିର ପ୍ରାୟ ୪୦ ଜଣ ପୂର୍ୱତନ ବିଧାୟକ ଏବଂ ୨୦୨୪ରେ ବିଧାୟକ ପ୍ରାର୍ଥୀ ହୋଇଥିବା ନେତା ଭୁବନେଶ୍ୱର ଉପକଣ୍ଠରେ ଶୁକ୍ରବାର ଏକ ଭୋଜି...

ପିୟୁସିସି ନ ଥିଲେ ପେଟ୍ରୋଲ ପମ୍ପରେ ତେଲ ମିଳିବନି

ଭୁବନେଶ୍ୱର/କଟକ,୨୧ା୧୨ (ତ୍ରିନାଥ ମହାନ୍ତି/କାର୍ତ୍ତିକ ସାହୁ): ଦିଲ୍ଲୀ ଭଳି ଭୁବନେଶ୍ୱର ଏବଂ ରାଜ୍ୟର ବିଭିନ୍ନ ସହରରେ ବାୟୁ ପ୍ରଦୂଷଣ ମାତ୍ର ଦିନକୁ ଦିନ ବଢ଼ିବାରେ ଲାଗିଛି। ପ୍ରତିଦିନ...

‘ଉସମାନ ହାଦି ଆମ ହୃଦୟରେ ରହିବେ’ ହାଦିଙ୍କ ଶେଷ ଯାତ୍ରାରେ ଯୋଗଦେଇ ୟୁନୁସ କହିଲେ…

ଢାକା,୨୧।୧୨: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ ଛାତ୍ର ନେତା ଏବଂ ଇନକିଲାବ ମଞ୍ଚର ମୁଖପାତ୍ର ସରିଫ ଓସମାନ ହାଦିଙ୍କ ଆଦର୍ଶକୁ ଆଗକୁ...

୧୮ ମାଓବାଦୀଙ୍କ ନଁାରେ ୮.୪ କୋଟି ପୁରସ୍କାର

ବୌଦ୍ଧ,୨୧ା୧୨(ଅଜିତ କୁମାର ବାରିକ): ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଦେଶରୁ ମାଓବାଦୀ ମୂଳୋତ୍ପାଟନ କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ଏହି କ୍ରମରେ ବୌଦ୍ଧ...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

ଏବେ ବଢ଼ିବନି ରାତି ତାପମାତ୍ରା, ୩ ଜିଲାକୁ କୁହୁଡ଼ି ଓ୍ୱାର୍ନିଂ

ଭୁବନେଶ୍ୱର,୨୧ା୧୨(ବନ୍ଦନା ସେଠୀ): ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ ମିଳୁଛି। ବିଶେଷକରି...

ବର୍ବରତା, ୭ ବର୍ଷର ଝିଅକୁ ଜୀଅନ୍ତା ଜାଳିଦେଲେ ଲୋକେ, ସରକାରଙ୍କୁ ୨୪ ଘଣ୍ଟାର ଅଲ୍ଟିମେଟମ

ଢାକା,୨୧।୧୨: ଛାତ୍ର ନେତା ସରିଫ ଓସମାନ ହାଦିଙ୍କ ମୃତ୍ୟୁ ପରେ ବାଂଲାଦେଶରେ ଘଟିଥିବା ବ୍ୟାପକ ହିଂସା ସମୟରେ ଜଣେ ନିର୍ଦ୍ଦୋଷ ଝିଅକୁ ଜୀବନ୍ତ ଜାଳି ଦିଆଯିବାର...

ଆହୁଜା ନା ନୂଆ: କିଏ ହେବେ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ?

ଭୁବନେଶ୍ୱର,୨୧ା୧୨(ସୁନିତ୍‌ ମିଶ୍ର): ରାଜ୍ୟର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ କିଏ ହେବେ ତାକୁ ନେଇ କିଛିଦିନ ହେଲା ଚର୍ଚ୍ଚା ଜୋର୍‌ ଧରିବାରେ ଲାଗିଛି। ଓଡ଼ିଶା ମୁଖ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri