ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ବାଧ୍ୟ

ଭୁବନେଶ୍ୱର,୨୮।୫(ବ୍ୟୁରୋ): ପୁରୁଣା ଗାଡ଼ିରେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେଶନ ପ୍ଲେଟ୍‌ (ଏଚ୍‌ଏସ୍‌ଆର୍‌ପି) ଲଗାଇବାକୁ ରାଜ୍ୟ ସରକାର ବାଧ୍ୟତାମୂଳକ କରିଛନ୍ତି। କେନ୍ଦ୍ରୀୟ ମୋଟର ଯାନ ଆଇନ ରୁଲ୍ସ-୧୯୮୯ର ରୁଲ୍ସ-୫୦ ଅନୁଯାୟୀ ରାଜ୍ୟ ପରିବହନ କର୍ତ୍ତୃପକ୍ଷ(ଏସ୍‌ଟିଏ)ଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ୨୦୨୨ ଅଗଷ୍ଟ ୩୧ରୁ ଡେଡ୍‌ଲାଇନ ପ୍ରକ୍ରିୟା ଆରମ୍ଭ ହେବ। ତଦନୁଯାୟୀ ଗାଡ଼ିମାଲିକଙ୍କ ଉପରେ ଜରିମାନା ଲାଗୁ ହେବ।
ଯେଉଁ ଯାନବାହନଗୁଡ଼ିକର ପଞ୍ଜୀକରଣ ନମ୍ବର ଶେଷ ଅକ୍ଷର ୧ ଓ ୨ ରହିଛି, ସେମାନଙ୍କ ପାଇଁ ଏଚ୍‌ଏସ୍‌ଆରପି ଲଗାଇବା ନିମନ୍ତେ ଅଗଷ୍ଟ ୩୧ ଧାର୍ଯ୍ୟ କରାଯାଇଥିବା ବେଳେ ଶେଷ ଅକ୍ଷର ୩ ଓ ୪ ପାଇଁ ସେପ୍ଟେମ୍ବର ୩୦, ୫ ଓ ୬ ପାଇଁ ଅକ୍ଟୋବର ୩୧ ଏବଂ ୭ ଓ ୮ ପାଇଁ ନଭେମ୍ବର ୩୦ ଏବଂ ଶେଷ ଅକ୍ଷର ୯ ଓ ୦ ପାଇଁ ଡିସେମ୍ବର ୩୧କୁ ଡେଡ୍‌ଲାଇନ ଧାର୍ଯ୍ୟ କରାଯାଇଛି। ଶେଷ ତାରିଖ ଯାଏ ଅପେକ୍ଷା ନ କରି ମାଲିକମାନେ ଯଥାଶୀଘ୍ର ନିଜ ନିଜ ଗାଡ଼ିରେ ଏଚ୍‌ଏସ୍‌ଆରପି ଲଗାଇବାକୁ ପରାମର୍ଶ ଦିଆଯାଇଛି। ଧାର୍ଯ୍ୟ ସମୟ ପରେ ଜରିମାନା ବାବଦରେ ମୋଟର ଯାନ ଆଇନ-୧୯୮୮ର ସେକ୍ସନ ୧୯୨ ଅନୁଯାୟୀ ୫ ହଜାରରୁ ୧୦ ହଜାର ଟଙ୍କାର ଇ-ଚାଲାଣ କଟାଯିବ ବୋଲି ଚେତାବନୀ ଦିଆଯାଇଛି।
ଗାଡ଼ିରେ ଏଚ୍‌ଏସ୍‌ଆରପି କେବଳ ଗାଡ଼ି ନିର୍ମାତାଙ୍କ ଦ୍ୱାରା ସ୍ବୀକୃତିପ୍ରାପ୍ତ ସଂସ୍ଥା କିମ୍ବା ଭେଣ୍ଡର ଲଗାଇବେ। ଯାନବାହନ ନିର୍ମାତା ଏହି ନମ୍ବର ପ୍ଲେଟ୍‌ ଯୋଗାଇଦେବେ। ଗାଡ଼ି ମାଲିକମାନେ ନମ୍ବର ପ୍ଲେଟ୍‌ ଲଗାଇବା ପାଇଁ ଅନ୍‌ଲାଇନ ପୋର୍ଟାଲ ଜରିଆରେ ବୁକ୍‌ କରିପାରିବେ। ଏହାଦ୍ୱାରା ସ୍ବଚ୍ଛତା ବଜାୟ ରହିପାରିବ। ଡିଲରମାନେ ଅଧିକ ଟଙ୍କା ଦାବି କରିପାରିବେ ନାହିଁ। ଯାନ ନିର୍ମାତାମାନେ ସେହି ପୋର୍ଟାଲକୁ ସ୍ବୀକୃତି ଦେବା ସହ ଗାଡ଼ି ମାଲିକମାନେ କେଉଁ ଡିଲର, କେଉଁ ଜାଗାରେ ଓ କେତେବେଳେ ନମ୍ବର ପ୍ଲେଟ୍‌ ଲଗାଇବେ ତାହା ସୂଚିତ କରିବେ। ଡିଲରମାନେ ନମ୍ବର ପ୍ଲେଟ୍‌ ବଦଳାଇବା ପାଇଁ କେତେ ଟଙ୍କା ନେଉଛନ୍ତି ତାହା ଏକ ଡିସ୍‌ପ୍ଲେ ବୋର୍ଡରେ ଉଲ୍ଲେଖ କରିବେ। ଏଥିସହିତ ପୋର୍ଟାଲରେ ମଧ୍ୟ ତାହା ଉଲ୍ଲେଖ ରହିବ। ଯଦି ଗାଡ଼ି ମାଲିକ ଚାହିଁବେ ତେବେ ସର୍ଭିସ୍‌ ଚାର୍ଜ ଦେଇ ଡିଲର ଜରିଆରେ ଘରେ ମଧ୍ୟ ଲଗାଇପାରିବେ। ଏଚ୍‌ଏସ୍‌ଆରପି ଲଗାଇବା ପରେ ଭେଣ୍ଡରମାନେ ପରିବହନ ଲେଜର କୋଡ୍‌ ପରିବହନ ବିଭାଗ ଓ୍ବେବ୍‌ସାଇଟ ‘ବାହାନ’ ପୋର୍ଟାଲ ସହିତ ଅପ୍‌ଡେଟ୍‌ ହୋଇଛି କି ନାହିଁ ତାହା ନିଶ୍ଚିତ କରିବେ। ନମ୍ବର ପ୍ଲେଟ୍‌ ପାଇଁ ବୁକ୍‌ କରିଥିବା ଗାଡ଼ି ମାଲିକଙ୍କୁ ଏସ୍‌ଏମ୍‌ଏସ୍‌ ଜରିଆରେ ସମସ୍ତ ସୂଚନା ପ୍ରଦାନ କରିବେ। ଯଦି କୌଣସି ଯାନର ବୈଧ ପଞ୍ଜୀକରଣ ସାର୍ଟିିଫିକେଟ ନ ଥିବ କିମ୍ବା ଟିକସ ବାକି ରହିଥିବ ତେବେ ସେମାନଙ୍କୁ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ଲଗାଇବାକୁ ଅନୁମତି ମିଳିବ ନାହିଁ। ସେହିପରି ଯାନ ନିର୍ମାତାଙ୍କ ଦ୍ୱାରା ସ୍ବୀକୃତିପ୍ରାପ୍ତ ସଂସ୍ଥା ବ୍ୟତୀତ ଅନ୍ୟ କୌଣସି ଡିଲର କିମ୍ବା ବ୍ୟକ୍ତି ଯଦି ଏଚ୍‌ଏସ୍‌ଆରପି ଯୋଗାଣ କରିବା ଜଣାପଡ଼ିବ ତେବେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପରିବହନ କମିଶନର ଅରୁଣ ବୋଥ୍ରା କହିଛନ୍ତି।
ପରିବହନ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁଯାୟୀ ପଦକ୍ଷେପ ନେବାକୁ ରାଜ୍ୟର ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀ(ଆର୍‌ଟିଓ)ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହିତ ଆର୍‌ଟିଓମାନେ ସେମାନଙ୍କ ଅଞ୍ଚଳରେ ଥିବା ଡିଲରମାନଙ୍କ ସହ ବୈଠକ କରି ନିର୍ଦ୍ଧାରିତ ସମୟ ମଧ୍ୟରେ ମୋଡାଲିଟି ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ସୂଚନାଯୋଗ୍ୟ, ଦେଶରେ ବଢୁଥିବା ଆତଙ୍କବାଦୀ କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଯାନବାହନଗୁଡ଼ିକରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ଲଗାଇବାକୁ ନିଷ୍ପତ୍ତି ନେଇଥିଲେ। ଏହି ନମ୍ବର ପ୍ଲେଟ୍‌ ନୂଆ ଗାଡ଼ି କିଣିବା ସମୟରେ ଲାଗିକରି ଆସିବ। ବିନା ନମ୍ବରରେ କୌଣସି ନୂତନ ଯାନ ରାସ୍ତାରେ ଚାଲିପାରିବ ନାହିଁ। ଏଥିପାଇଁ ମାଲିକଙ୍କୁ ଜରିମାନା ଦେବାକୁ ପଡ଼ିବ। ତେବେ ଏହି ଉଚ୍ଚ ସୁରକ୍ଷା ସମ୍ପନ୍ନ ନମ୍ବର ପ୍ଲେଟ୍‌କୁ କୌଣସି ପରିସ୍ଥିତିରେ ଖୋଲାଯାଇ ପାରିବ ନାହିଁ। ଖୋଲିବା ମାତ୍ରେ ତାହା ନଷ୍ଟ ହୋଇଯିବ। ଏହାଛଡ଼ା ଏହି ନମ୍ବର ପ୍ଲେଟ୍‌ରେ ଥିବା ବାରକୋଡ୍‌ ପରିବହନ କାର୍ଯ୍ୟାଳୟର ‘ବାହାନ’ ସଫ୍ଟଓ୍ବେର ସହ ଯୋଡ଼ିହୋଇ ରହିବ। ନମ୍ବର ପ୍ଲେଟ୍‌ ପରିବର୍ତ୍ତନ କଲେ ନିକଟସ୍ଥ ପରିବହନ କାର୍ଯ୍ୟାଳୟକୁ ମାଲିକଙ୍କ ବିଷୟରେ ସମସ୍ତ ସୂଚନା ମିଳିପାରିବ। ଦେଶର ସୁରକ୍ଷା ଦୃଷ୍ଟିରୁ କେନ୍ଦ୍ର ସରକାର ସମଗ୍ର ଦେଶରେ ଏହି ବ୍ୟବସ୍ଥା ଲାଗୁ କରିଛନ୍ତି। ଓଡ଼ିଶାରେ ୨୦୧୯ ଏପ୍ରିଲ ପହିଲାରୁ ନୂତନ ଗାଡ଼ିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ଲାଗିବା ଆରମ୍ଭ ହୋଇଛି। ଏବେ ପୁରୁଣା ଗାଡ଼ିରେ ଉକ୍ତ ନମ୍ବର ପ୍ଲେଟ୍‌ ଲାଗିବ।


Enter your email to get our daily news in your inbox.

All Right Reserved By Dharitri.Com

ଏହି କାର୍ଯ୍ୟ ପାଇଁ ଦେଶରେ ପ୍ରଥମ ହେଲା ଓଡ଼ିଶା: ମିଳିଲା ଉଲ୍ଲେଖନୀୟ ସଫଳତା

ଭୁବନେଶ୍ୱର, ୮ା୪(ବନ୍ଦନା ସେଠୀ):ସହରାଞ୍ଚଳ ବିକାଶ କ୍ଷେତ୍ରରେ ଓଡ଼ିଶା ଆଉ ଏକ ସଫଳତା ହାସଲ କରିଛି। ‘ଅଟଳ ମିଶନ ଫର୍‌ ରିଜୁଭେନେଶନ ଆଣ୍ଡ୍‌ ଅର୍ବାନ ଟ୍ରାନ୍ସଫର୍ମେଶନ’(ଅମୃତ) ୨.୦ର ସଫଳ…

କରାମାଡ଼ରେ ଦୋହଲିଲା ଚାଷୀଙ୍କ ମେରୁଦଣ୍ଡ: ୨୮୦୦ ହେକ୍ଟର ଫସଲ ପ୍ରଭାବିତ

ବରଗଡ଼,୮।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ହୋଇଥିବା ଝଡ଼ବର୍ଷା ଓ କରାମାଡ଼ ଜିଲାର ଚାଷୀଙ୍କ ମାନସିକ ସ୍ଥିତିକୁ ଦୋହଲାଇ ଦେଇଛି। ଜିଲାର ଅନେକ ଚାଷୀଙ୍କ…

‘ଏହା ଯୁଦ୍ଧର ଶେଷ ନୁହେଁ, କିନ୍ତୁ…’ ଯୁଦ୍ଧବିରତି ଉପରେ ଇରାନର ବିସ୍ଫୋରକ ବୟାନ, ଟ୍ରମ୍ପ କାବା

ଓ୍ବାଶିଂଟନ୍‌,୮।୪: ଇରାନର ସର୍ବୋଚ୍ଚ ନେତା ମୋଜତାବା ଖାମେନେଇ ସମସ୍ତ ସାମରିକ ୟୁନିଟକୁ ଗୁଳି ବିରତି ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। “ଏହା ଯୁଦ୍ଧର ଶେଷ ନୁହେଁ,…

ଟ୍ରମ୍ପଙ୍କ ଗୋଟିଏ ଘୋଷଣାରେ ଖସିଲା ଅଶୋଧିତ ତେଲ ମୂଲ୍ୟ, ଜାଣନ୍ତୁ ନୂଆ ଦାମ୍‌

ଓ୍ବାଶିଂଟନ୍‌,୮।୪: ୮ ଏପ୍ରିଲରେ ଅଶୋଧିତ ତୈଳ ମୂଲ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ହ୍ରାସ ଘଟିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଉପରେ ସମ୍ଭାବ୍ୟ ବୋମା ବିସ୍ଫୋରଣକୁ ଦୁଇ…

୮୦ ଫୁଟ୍‌ ତଳକୁ ଖସିଲା ଟ୍ରକ୍‌: ଭିତରେ ଥିଲେ ଡ୍ରାଇଭର

ଜୟପୁର,୮।୪(ପବନ ପାଣିଗ୍ରାହୀ): ୮୦ ଫୁଟ୍‌ ତଳକୁ ଖସିଲା ଟ୍ରକ୍‌। ଫଳରେ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଉଦ୍ଧାର କରାଯାଇ ପୋଲିସ ଡାକ୍ତରଖାନାରେ ଭର୍ତ୍ତି କରିଛି। ଜୟପୁର…

ଘୂର୍ଣ୍ଣିବଳୟ ସୃଷ୍ଟି: ଆସନ୍ତା ୩ଦିନ ପର୍ଯ୍ୟନ୍ତ ରାଜ୍ୟରେ….

ଭୁବନେଶ୍ୱର,୮ା୪(ବନ୍ଦନା ସେଠୀ):ଓଡ଼ିଶା ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଉପରବାୟୁ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଘୂର୍ଣ୍ଣିବଳୟଟି ସମୁଦ୍ର ପତ୍ତନଠାରୁ ୦.୯ କିମି ଉଚ୍ଚତାରେ ରହିଛି। ଏହାସହ ଏକ…

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri