ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ବାଧ୍ୟ

ଭୁବନେଶ୍ୱର,୨୮।୫(ବ୍ୟୁରୋ): ପୁରୁଣା ଗାଡ଼ିରେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେଶନ ପ୍ଲେଟ୍‌ (ଏଚ୍‌ଏସ୍‌ଆର୍‌ପି) ଲଗାଇବାକୁ ରାଜ୍ୟ ସରକାର ବାଧ୍ୟତାମୂଳକ କରିଛନ୍ତି। କେନ୍ଦ୍ରୀୟ ମୋଟର ଯାନ ଆଇନ ରୁଲ୍ସ-୧୯୮୯ର ରୁଲ୍ସ-୫୦ ଅନୁଯାୟୀ ରାଜ୍ୟ ପରିବହନ କର୍ତ୍ତୃପକ୍ଷ(ଏସ୍‌ଟିଏ)ଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ୨୦୨୨ ଅଗଷ୍ଟ ୩୧ରୁ ଡେଡ୍‌ଲାଇନ ପ୍ରକ୍ରିୟା ଆରମ୍ଭ ହେବ। ତଦନୁଯାୟୀ ଗାଡ଼ିମାଲିକଙ୍କ ଉପରେ ଜରିମାନା ଲାଗୁ ହେବ।
ଯେଉଁ ଯାନବାହନଗୁଡ଼ିକର ପଞ୍ଜୀକରଣ ନମ୍ବର ଶେଷ ଅକ୍ଷର ୧ ଓ ୨ ରହିଛି, ସେମାନଙ୍କ ପାଇଁ ଏଚ୍‌ଏସ୍‌ଆରପି ଲଗାଇବା ନିମନ୍ତେ ଅଗଷ୍ଟ ୩୧ ଧାର୍ଯ୍ୟ କରାଯାଇଥିବା ବେଳେ ଶେଷ ଅକ୍ଷର ୩ ଓ ୪ ପାଇଁ ସେପ୍ଟେମ୍ବର ୩୦, ୫ ଓ ୬ ପାଇଁ ଅକ୍ଟୋବର ୩୧ ଏବଂ ୭ ଓ ୮ ପାଇଁ ନଭେମ୍ବର ୩୦ ଏବଂ ଶେଷ ଅକ୍ଷର ୯ ଓ ୦ ପାଇଁ ଡିସେମ୍ବର ୩୧କୁ ଡେଡ୍‌ଲାଇନ ଧାର୍ଯ୍ୟ କରାଯାଇଛି। ଶେଷ ତାରିଖ ଯାଏ ଅପେକ୍ଷା ନ କରି ମାଲିକମାନେ ଯଥାଶୀଘ୍ର ନିଜ ନିଜ ଗାଡ଼ିରେ ଏଚ୍‌ଏସ୍‌ଆରପି ଲଗାଇବାକୁ ପରାମର୍ଶ ଦିଆଯାଇଛି। ଧାର୍ଯ୍ୟ ସମୟ ପରେ ଜରିମାନା ବାବଦରେ ମୋଟର ଯାନ ଆଇନ-୧୯୮୮ର ସେକ୍ସନ ୧୯୨ ଅନୁଯାୟୀ ୫ ହଜାରରୁ ୧୦ ହଜାର ଟଙ୍କାର ଇ-ଚାଲାଣ କଟାଯିବ ବୋଲି ଚେତାବନୀ ଦିଆଯାଇଛି।
ଗାଡ଼ିରେ ଏଚ୍‌ଏସ୍‌ଆରପି କେବଳ ଗାଡ଼ି ନିର୍ମାତାଙ୍କ ଦ୍ୱାରା ସ୍ବୀକୃତିପ୍ରାପ୍ତ ସଂସ୍ଥା କିମ୍ବା ଭେଣ୍ଡର ଲଗାଇବେ। ଯାନବାହନ ନିର୍ମାତା ଏହି ନମ୍ବର ପ୍ଲେଟ୍‌ ଯୋଗାଇଦେବେ। ଗାଡ଼ି ମାଲିକମାନେ ନମ୍ବର ପ୍ଲେଟ୍‌ ଲଗାଇବା ପାଇଁ ଅନ୍‌ଲାଇନ ପୋର୍ଟାଲ ଜରିଆରେ ବୁକ୍‌ କରିପାରିବେ। ଏହାଦ୍ୱାରା ସ୍ବଚ୍ଛତା ବଜାୟ ରହିପାରିବ। ଡିଲରମାନେ ଅଧିକ ଟଙ୍କା ଦାବି କରିପାରିବେ ନାହିଁ। ଯାନ ନିର୍ମାତାମାନେ ସେହି ପୋର୍ଟାଲକୁ ସ୍ବୀକୃତି ଦେବା ସହ ଗାଡ଼ି ମାଲିକମାନେ କେଉଁ ଡିଲର, କେଉଁ ଜାଗାରେ ଓ କେତେବେଳେ ନମ୍ବର ପ୍ଲେଟ୍‌ ଲଗାଇବେ ତାହା ସୂଚିତ କରିବେ। ଡିଲରମାନେ ନମ୍ବର ପ୍ଲେଟ୍‌ ବଦଳାଇବା ପାଇଁ କେତେ ଟଙ୍କା ନେଉଛନ୍ତି ତାହା ଏକ ଡିସ୍‌ପ୍ଲେ ବୋର୍ଡରେ ଉଲ୍ଲେଖ କରିବେ। ଏଥିସହିତ ପୋର୍ଟାଲରେ ମଧ୍ୟ ତାହା ଉଲ୍ଲେଖ ରହିବ। ଯଦି ଗାଡ଼ି ମାଲିକ ଚାହିଁବେ ତେବେ ସର୍ଭିସ୍‌ ଚାର୍ଜ ଦେଇ ଡିଲର ଜରିଆରେ ଘରେ ମଧ୍ୟ ଲଗାଇପାରିବେ। ଏଚ୍‌ଏସ୍‌ଆରପି ଲଗାଇବା ପରେ ଭେଣ୍ଡରମାନେ ପରିବହନ ଲେଜର କୋଡ୍‌ ପରିବହନ ବିଭାଗ ଓ୍ବେବ୍‌ସାଇଟ ‘ବାହାନ’ ପୋର୍ଟାଲ ସହିତ ଅପ୍‌ଡେଟ୍‌ ହୋଇଛି କି ନାହିଁ ତାହା ନିଶ୍ଚିତ କରିବେ। ନମ୍ବର ପ୍ଲେଟ୍‌ ପାଇଁ ବୁକ୍‌ କରିଥିବା ଗାଡ଼ି ମାଲିକଙ୍କୁ ଏସ୍‌ଏମ୍‌ଏସ୍‌ ଜରିଆରେ ସମସ୍ତ ସୂଚନା ପ୍ରଦାନ କରିବେ। ଯଦି କୌଣସି ଯାନର ବୈଧ ପଞ୍ଜୀକରଣ ସାର୍ଟିିଫିକେଟ ନ ଥିବ କିମ୍ବା ଟିକସ ବାକି ରହିଥିବ ତେବେ ସେମାନଙ୍କୁ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ଲଗାଇବାକୁ ଅନୁମତି ମିଳିବ ନାହିଁ। ସେହିପରି ଯାନ ନିର୍ମାତାଙ୍କ ଦ୍ୱାରା ସ୍ବୀକୃତିପ୍ରାପ୍ତ ସଂସ୍ଥା ବ୍ୟତୀତ ଅନ୍ୟ କୌଣସି ଡିଲର କିମ୍ବା ବ୍ୟକ୍ତି ଯଦି ଏଚ୍‌ଏସ୍‌ଆରପି ଯୋଗାଣ କରିବା ଜଣାପଡ଼ିବ ତେବେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପରିବହନ କମିଶନର ଅରୁଣ ବୋଥ୍ରା କହିଛନ୍ତି।
ପରିବହନ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁଯାୟୀ ପଦକ୍ଷେପ ନେବାକୁ ରାଜ୍ୟର ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀ(ଆର୍‌ଟିଓ)ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହିତ ଆର୍‌ଟିଓମାନେ ସେମାନଙ୍କ ଅଞ୍ଚଳରେ ଥିବା ଡିଲରମାନଙ୍କ ସହ ବୈଠକ କରି ନିର୍ଦ୍ଧାରିତ ସମୟ ମଧ୍ୟରେ ମୋଡାଲିଟି ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ସୂଚନାଯୋଗ୍ୟ, ଦେଶରେ ବଢୁଥିବା ଆତଙ୍କବାଦୀ କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଯାନବାହନଗୁଡ଼ିକରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ଲଗାଇବାକୁ ନିଷ୍ପତ୍ତି ନେଇଥିଲେ। ଏହି ନମ୍ବର ପ୍ଲେଟ୍‌ ନୂଆ ଗାଡ଼ି କିଣିବା ସମୟରେ ଲାଗିକରି ଆସିବ। ବିନା ନମ୍ବରରେ କୌଣସି ନୂତନ ଯାନ ରାସ୍ତାରେ ଚାଲିପାରିବ ନାହିଁ। ଏଥିପାଇଁ ମାଲିକଙ୍କୁ ଜରିମାନା ଦେବାକୁ ପଡ଼ିବ। ତେବେ ଏହି ଉଚ୍ଚ ସୁରକ୍ଷା ସମ୍ପନ୍ନ ନମ୍ବର ପ୍ଲେଟ୍‌କୁ କୌଣସି ପରିସ୍ଥିତିରେ ଖୋଲାଯାଇ ପାରିବ ନାହିଁ। ଖୋଲିବା ମାତ୍ରେ ତାହା ନଷ୍ଟ ହୋଇଯିବ। ଏହାଛଡ଼ା ଏହି ନମ୍ବର ପ୍ଲେଟ୍‌ରେ ଥିବା ବାରକୋଡ୍‌ ପରିବହନ କାର୍ଯ୍ୟାଳୟର ‘ବାହାନ’ ସଫ୍ଟଓ୍ବେର ସହ ଯୋଡ଼ିହୋଇ ରହିବ। ନମ୍ବର ପ୍ଲେଟ୍‌ ପରିବର୍ତ୍ତନ କଲେ ନିକଟସ୍ଥ ପରିବହନ କାର୍ଯ୍ୟାଳୟକୁ ମାଲିକଙ୍କ ବିଷୟରେ ସମସ୍ତ ସୂଚନା ମିଳିପାରିବ। ଦେଶର ସୁରକ୍ଷା ଦୃଷ୍ଟିରୁ କେନ୍ଦ୍ର ସରକାର ସମଗ୍ର ଦେଶରେ ଏହି ବ୍ୟବସ୍ଥା ଲାଗୁ କରିଛନ୍ତି। ଓଡ଼ିଶାରେ ୨୦୧୯ ଏପ୍ରିଲ ପହିଲାରୁ ନୂତନ ଗାଡ଼ିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ଲାଗିବା ଆରମ୍ଭ ହୋଇଛି। ଏବେ ପୁରୁଣା ଗାଡ଼ିରେ ଉକ୍ତ ନମ୍ବର ପ୍ଲେଟ୍‌ ଲାଗିବ।


Enter your email to get our daily news in your inbox.

All Right Reserved By Dharitri.Com

ପର୍ଯ୍ୟଟକଙ୍କୁ ଦୂରଦୂରାନ୍ତରୁ ଟାଣିଆଣୁଛି ଦାରିଙ୍ଗବାଡ଼ି, ମୌଳିକ ସୁବିଧା ପାଇଁ ନିବେଦନ

ଦାରିଙ୍ଗବାଡ଼ି,୧୪ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ି ସମେତ ତା’ର ଆଖପାଖରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି। ଏଭଳି ଏକ ପର୍ଯ୍ୟଟନକ୍ଷେତ୍ର ଦାରିଙ୍ଗବାଡ଼ିଠାରୁ ମାତ୍ର ୨୨...

ଉଦ୍ଧାର ହାତୀ ଛୁଆ ନନ୍ଦନକାନନ ସ୍ଥାନାନ୍ତର

କେନ୍ଦୁଝର,୧୪।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରରୁ ରବିବାର ସକାଳେ ଏକ ହାତୀ ଛୁଆ ଉଦ୍ଧାର ହୋଇଛି। ପିସିସିଏଫ (ବନ୍ୟପ୍ରାଣୀ)ଙ୍କ ନିର୍ଦ୍ଦେଶ ଅନୁଯାୟୀ, ଉକ୍ତ ଛୁଆକୁ ବନ ବିଭାଗ...

ବଡାଖାନା କାର୍ଯ୍ୟକ୍ରମ: ସଫେଇ କର୍ମଚାରୀଙ୍କୁ ଖାଦ୍ୟ ପରଷିଲେ ଅଧ୍ୟକ୍ଷ

କେସିଙ୍ଗା,୧୪।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏଏନସି ପରିସରରେ ବଡାଖାନା କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଧ୍ୟକ୍ଷ ନୃପରାଜ ଯାଦବ ସଭାପତିତ୍ୱ ଭାବେ ଯୋଗଦେଇ...

ବରଗଡ଼ ବିଧାୟକଙ୍କ ମହାନତା: ନବୀନଙ୍କ ପରେ ବର୍ଦ୍ଧିତ ଦରମାକୁ ଜନସେବାରେ ଲଗାଇବେ

ବରଗଡ଼,୧୪।୧୨(ପ୍ରେମାନନ୍ଦ ଖମାରୀ): ରାଜ୍ୟରେ ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ ଏବେ ସବୁଆଡେ ଚର୍ଚ୍ଚାର ବିଷୟ ହୋଇଛି। ରାଜ୍ୟରେ ପ୍ରଥମଥର ପାଇଁ ଭାଜପା ଶାସନକୁ ଆସିଛି। ତେଵେ...

‘ନବୀନ ଦରମା ଉପରେ ନିର୍ଭରଶୀଳ ନୁହନ୍ତି’

ଭୁବନେଶ୍ୱର,୧୪ା୧୨: ବର୍ଦ୍ଧିତ ଦରମା ନେବାକୁ ବିଜେଡି ବିଧାୟକ ନବୀନ ପଟ୍ଟନାୟକ ମନା କରିବା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ବିଧାୟକ ଗଣେଶ୍ବର ବେହେରା। ସେ କହିଛନ୍ତି, ନବୀନ...

ସହରର ବିକାଶ ପାଇଁ ଅଣ୍ଟା ଭିଡ଼ିଲେ ନିର୍ବାହୀ ଅଧିକାରୀ, ଜବରଦଖଲକାରୀଙ୍କ ମଧ୍ୟରେ ଛନକା

ପୁରୁଷୋତ୍ତମପୁର,୧୪ା୧୨(ସବିତା ମିଶ୍ର): ଅବହେଳିତ ଭାବରେ ପଡ଼ିରହିଥିବା ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସିର ବିକାଶ ଲାଗି ଅଣ୍ଟାଭିଡ଼ିଛନ୍ତି ନିର୍ବାହୀ ଅଧିକାରୀ ସଙ୍ଗୀତା ସେଠୀ। ସହର ମଧ୍ୟରେ ଓ...

ବର୍ଦ୍ଧିତ ଦରମା ନେବାକୁ ନବୀନ ମନା କରିବା ପରେ ମୁହଁ ଖୋଲିଲେ ଉପମୁଖ୍ୟମନ୍ତ୍ରୀ, କହିଲେ ଏହା କେବଳ…

ଭୁବନେଶ୍ୱର,୧୪ା୧୨: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ହିଞ୍ଜିଳି ବିଧାୟକ ଥିବା ନବୀନ ପଟ୍ଟନାୟକ ତାଙ୍କର ବର୍ଦ୍ଧିତ ଦରମା ନେବାକୁ ମନା କରିବା ପ୍ରସଙ୍ଗରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ...

ମାଆ ବଞ୍ଚି ଥାଉ ଥାଉ ଜାଲ ମୃତ୍ୟୁ ପ୍ରମାଣପତ୍ର ବାହାର କରି ସବୁ ହଡ଼ପ କଲେ ପୁଅ, ଏମିତି ଖୋଲିଲା ରାଜ୍‌

କୋଲକାତା,୧୪।୧୨: ପଶ୍ଚିମବଙ୍ଗର ହାଓଡ଼ାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ପୁଅ ତାଙ୍କ ଜୀବିତ ମାଆଙ୍କ ନାମରେ ମୃତ୍ୟୁ ପ୍ରମାଣପତ୍ର ଜାଲ କରି ବ୍ୟାଙ୍କରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri