ଇ-ବର୍ଜ୍ୟବସ୍ତୁରେ ସୁଉଚ୍ଚ ରୋବଟ

ଭୁବନେଶ୍ୱର(ବ୍ୟୁରୋ)/ବ୍ରହ୍ମପୁର ଅଫିସ୍‌, ୬।୬ରାଜ୍ୟର ବିଭିନ୍ନ ସହରରେ ଇ-ବର୍ଜ୍ୟବସ୍ତୁର ବୋଝ ଦିନକୁ ଦିନ ବଢ଼ିବାରେ ଲାଗିଛି। ବ୍ରହ୍ମପୁର ଆଇଟିଆଇର ଦକ୍ଷ ପ୍ରଫେଶନାଲ ଏନେଇ ଉଦ୍‌ବେଗ ପ୍ରକାଶ କରିବା ସହ ଏହି ପ୍ରସଙ୍ଗ ସମ୍ପର୍କରେ ବିଶ୍ୱ ସମୁଦାୟର ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରିଛନ୍ତି। ବିଶ୍ୱ ପରିବେଶ ଦିବସ ଅବସରରେ ବ୍ରହ୍ମପୁର ଆଇଟିଆଇ ପକ୍ଷରୁ ଇ-ବର୍ଜ୍ୟବସ୍ତୁରେ ଏକ ଉଚ୍ଚତମ ରୋବଟ ମୂର୍ତ୍ତି ପ୍ରସ୍ତୁତି ଚାଲିଛି। ଭୁବନେଶ୍ୱରଠାରେ ୧୬ ଫୁଟର ଏଭଳି ମୂର୍ତ୍ତି ରହିଥିବାବେଳେ ଆଇଟିଆଇ ପକ୍ଷରୁ ନିର୍ମିତ ମୂର୍ତ୍ତିର ଉଚ୍ଚତା ୨୯ଫୁଟ ରହିଛି। ଏହି ଇ-ବର୍ଜ୍ୟବସ୍ତୁ ରୋବଟ୍‌ ବିଶ୍ୱର ସବୁଠାରୁ ଅଧିକ ଉଚ୍ଚତା ବିଶିଷ୍ଟ ପ୍ରତିମୂର୍ତ୍ତି ହେବ ବୋଲି ଅନୁଷ୍ଠାନ ଅଧ୍ୟକ୍ଷ ଡ. ରଜତ କୁମାର ପାଣିଗ୍ରାହୀ ସୂଚନା ଦେଇଛନ୍ତି। ଇ-ବର୍ଜ୍ୟବସ୍ତୁ କେନ୍ଦ୍ରରୁ ପ୍ରାୟ ଏକ ମାସ ପୂର୍ବରୁ ଏହାର ନିର୍ମାଣ ଆରମ୍ଭ ହୋଇଛି। ଏହାକୁ ତିଆରି କରିବା ପାଇଁ ଇଲେକ୍ଟ୍ରିସିିଆନ୍‌ ଓ ଇନ୍‌ଷ୍ଟ୍ରୁମେଣ୍ଟ୍‌ ମେକାନିକ୍‌ ବିଭାଗର ଛାତ୍ରୀଛାତ୍ର ଓ ଶିକ୍ଷକମାନେ ସାମିଲ ହୋଇଛନ୍ତି। ଏଥିରେ ପ୍ରାୟ ୩ ଟନ୍‌ର ଇ-ବର୍ଜ୍ୟବସ୍ତୁ ବ୍ୟବହାର ହୋଇଛି। ଏଥିରେ ବହୁ ସଂଖ୍ୟାରେ ଅଚଳ କମ୍ପ୍ୟୁଟର, ମୋବାଇଲ୍‌, ସିଡି ପ୍ଲେୟାର, ଟିଭି, ଭିସିଆର୍‌ ଭଳି ଇ-ବର୍ଜ୍ୟବସ୍ତୁ ବ୍ୟବହୃତ ହୋଇଛି। ଏହି ରୋବଟକୁ ଅନୁଷ୍ଠାନର ଇ-ସ୍କ୍ରାପ୍‌ ପାର୍କ ମଧ୍ୟରେ ସ୍ଥାପନ କରାଯାଇଛି। ଏହା ବିଶ୍ୱର ସବୁଠାରୁ ଉଚ୍ଚତମ ମୂର୍ତ୍ତି ହେବା ସହ ଆଗାମୀ ଦିନରେ ଗିିନିଜ୍‌ ବୁକ୍‌ ଅଫ୍‌ ରେକଡର୍‌ସରେ ସ୍ଥାନ ହାସଲ ନେଇ ଲକ୍ଷ୍ୟ ରଖାଯାଇଥିବା ଅନୁଷ୍ଠାନ ପକ୍ଷରୁ କୁହାଯାଇଛି। ସମଗ୍ର ବିଶ୍ୱକୁ ଇ-ବର୍ଜ୍ୟବସ୍ତୁ ପ୍ରଦୂଷଣରୁ ରୋକିବାକୁ ହେଲେ ଏହାକୁ କିଭଳି ପୁନଃ ପ୍ରକ୍ରିୟାକରଣ କରାଯିବ ସେ ନେଇ ଏହି ମୂର୍ତ୍ତି ସଚେତନତାର ବାର୍ତ୍ତା ପ୍ରଦାନ କରିବ ବୋଲି ଅନୁଷ୍ଠାନର ଅଧ୍ୟକ୍ଷ ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ, ୨୦୧୬ ବର୍ଜ୍ୟ ପରିଚାଳନା ରୁଲ୍‌ସ ଅନୁସାରେ ବର୍ଜ୍ୟ ବସ୍ତୁକୁ ବୈଜ୍ଞାନିକ ଉପାୟରେ ଗଚ୍ଛିତ ଏବଂ ନଷ୍ଟ କରାଯିବା ଆବଶ୍ୟକ। ନଚେତ୍‌ ଏହା ପ୍ରଦୂଷଣ ମାତ୍ରାକୁ ବୃଦ୍ଧି କରିବା ସହ ବିଭିନ୍ନ ପ୍ରକାର ପରିବେଶ ଅସନ୍ତୁଳନ ସୃଷ୍ଟି କରିବ। ୨୦୧୯ରେ ବିଶ୍ୱରେ ୫୩.୬ ମେଟ୍ରିକ ଟନ ଇ-ବର୍ଜ୍ୟ ସୃଷ୍ଟି ହୋଇଥିଲା। ଯାହାର ମାତ୍ରା ମୁଣ୍ଡ ପିଛା ୭.୩ କିଲୋ ରହିଥିଲା। ୨୦୩୦ ବେଳକୁ ଏହା ୭୪.୭ ମେଟ୍ରିକ ଟନରେ ପହଞ୍ଚତ୍ବ ବୋଲି ଆକଳନ କରାଯାଉଛି। ବ୍ରହ୍ମପୁରର ଆଇଟିଆଇ ଟିମ୍‌ଙ୍କ ମତରେ ଏହି ସୁଉଚ୍ଚ ରୋବର୍ଟ ଲୋକଙ୍କ ମଧ୍ୟରେ ବିଶେଷକରି ପରିବେଶ ପାଇଁ ଚିନ୍ତା କରୁଥିବା ଲୋକଙ୍କ ମଧ୍ୟରେ ଏକ ସଚେତନତା ସୃଷ୍ଟି କରିବ। ଆଇଟିଆଇ ଟିମ୍‌ ଦ୍ୱାରା ଇ- ବର୍ଜ୍ୟରେ ପ୍ରସ୍ତୁତ ପାର୍କ ଏସିଆର ସର୍ବବୃହତ୍‌ ଅଟେ। ଏହା ଏସିଆ ବୁକ୍‌ ଅଫ୍‌ ରେକର୍ଡରେ ମଧ୍ୟ ସ୍ଥାନ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri